Friday 29th March 2024
ଟମାଟୋ ଖାଇଏହି ରୋଗ ମାନଙ୍କରୁ ମୁକ୍ତି ପାଆନ୍ତୁ

ଟମାଟୋ ଖାଇଏହି ରୋଗ ମାନଙ୍କରୁ ମୁକ୍ତି ପାଆନ୍ତୁ

ପନିପରିବା ମଧ୍ୟରେ କିଛି ଏମିତି ବି ପରିବା ଥାଏ ଯାହା କୌଣସି ବି ଖାଦ୍ୟରେ ପଡ଼ିଲା ମାତ୍ରକେ ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରିଦେଇଥାଏ । ସେହିଭଳି ଏକ ପରିବା ହେଉଛି ଟମାଟୋ, ଯାହାକି ପ୍ରାୟ ପ୍ରତ୍ୟେକ ଟି ଖାଦ୍ୟରେ ବ୍ୟବହୃତ ହୋଇଥାଏ । ଏହାକୁ ଆପଣ ଚଟଣୀ କିମ୍ବା ସାଲାଡ କରିକି ମଧ୍ୟ ଖାଇପାରନ୍ତି । ଟମାଟୋ ଖାଇବାକୁ ଯେତିକି ସ୍ୱାଦିଷ୍ଟ, ସ୍ୱାସ୍ଥ୍ୟପ୍ରତି ସେତିକି ଲାଭଦାୟକ ବୋଲି ବିବେଚନା କରାଯାଏ । ତେବେ ଚାଲନ୍ତୁ ଆଜି ଜାଣିବା ଟମାଟୋ ଆମ ସ୍ୱାସ୍ଥ୍ୟପ୍ରତି କେତେ ଲାଭଦାୟକ।Recipe #51] - How to Make Healthy Tomato Juice - Home Cooking Lifestyle -  YouTubeଟମାଟୋ, ଏଭଳି ଏକ ପରିବା ଯେଉଁଥିରେ ପ୍ରୋଟିନ୍‌, ପ୍ରାକୃତିକ ଚିନି, ଫାଇବର, କ୍ୟାଲସିୟମ୍‌, କାର୍ବୋହାଇଡ୍ରେଟ୍‌, ପୋଟାସିୟମ୍‌, ମ୍ୟାଗ୍ନେସିୟମ୍‌, ଆଇରନ୍ ସୋଡିୟମ୍‌, ଭିଟାମିନ୍‌-ଏ, ଫସ୍‌ଫରସ୍‌, ଭିଟାମିନ୍‌-ଇ, ଭିଟାମିନ୍‌, ଭିଟାମିନ୍‌-ସି, ରିବୋଫ୍ଲାବିନ୍‌, ଭିଟାମିନ୍‌-ବି-୬ ଭର୍‌ପୁର୍ ମାତ୍ରାରେ ମିଳିଥାଏ । ଟମାଟୋରେ ପୋଷକ ତତ୍ତ୍ୱର ଅଭାବ ନାହିଁ । ଯଦି ଏହାକୁ ଦୈନନ୍ଦିନ ଖାଦ୍ୟରେ ସାମିଲ କରୁଛନ୍ତି ତେବେ ଆପଣ ଏହି ଭଳି ଅନେକ ପୋଷକ ତତ୍ତ୍ୱ ପାଇପାରିବେ ।

ହୃଦଘାତର ଉପଚାର:

ଆଜିର ସମୟରେ ଅନେକ ଲୋକ ହୃଦଘାତର ଶିକାର ହେଉଥିବା ଜଣା ପଡ଼ିଛି । ସେଥି ମଧ୍ୟରୁ ଉଚ୍ଚ କୋଲେଷ୍ଟ୍ରଲ କାରଣରୁ ରକ୍ତବାହୀ ଅବରୋଧ କରିବା ଆରମ୍ଭ କରିଦିଏ । ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ଟମାଟ ଖାଇପାରିବେ ନଚେତ୍ ଏହାର ରସ ପିଇ ପାରିବେ ଯାହା ଫଳରେ ହୃଦଘାତ ଓ ଷ୍ଟ୍ରୋକ୍ ହେବାର ଆଶଙ୍କା ମାତ୍ରାଧିକ କମିଯାଏ ।

ପେଟରେ ଥିବା ଜୀବାଣୁ:

ପେଟରେ ଥିବା ଜୀବାଣୁ ଗୁଡ଼ିକୁ ବାହାର କରିବା ବେଳେ ବେଳେ କଷ୍ଟକର ହୋଇପଡ଼େ । ସେଥିପାଇଁ ଡାକ୍ତରଙ୍କ ପାଖକୁ ଯିବା ପରିସ୍ଥିତି ଆସିଯାଏ । କିନ୍ତୁ ଏହାର ଚିକିତ୍ସା ଆପଣଙ୍କ ଘରେ ଆପଣଙ୍କ ରୋଷଇ ଘରେ ହିଁ ଅଛି । ଏଥିପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ କୁହନ୍ତି ଆପଣଙ୍କୁ ପ୍ରତ୍ୟେକ ଦିନ ସକାଳୁ ଖାଲି ପେଟରେ ଗୋଲମରିଚ ଗୁଣ୍ଡ ସହ ଟମାଟୋ ଖାଇବା ଉଚିତ୍ । ଯାହାଦ୍ୱାରା ପେଟର ଜୀବାଣୁ ମରିଯାଆନ୍ତି ଏବଂ ଷ୍ଟୁଲ୍ ଦେଇ ବାହାରକୁ ଆସିଯାଏ ।

ଗ୍ୟାସ୍‌ଟିକ୍ ପାଇଁ ଚର୍ମରେ ଘା:

ଡାକ୍ତରଙ୍କ ମତରେ ସକାଳୁ ଖାଲି ପେଟରେ ରହିବା କଥା ନୁହେଁ ଯାହା ଫଳରେ ଗ୍ୟାସଟିକ୍‌ର ସମସ୍ୟା ବଢ଼ି ଯାଇଥାଏ । କିଛି ଲୋକଙ୍କର ପେଟରେ ଉତ୍ତାପ ବଢ଼ିଥାଏ । ଯାହାଫଳରେ ଚର୍ମରେ ଘା’ ମଧ୍ୟ ସୃଷ୍ଟି ହୋଇଥାଏ । ଏଭଳି ସ୍ଥିତିରେ ଆପଣ ସକାଳୁ ଖାଲି ପେଟରେ ଟମାଟ ଖାଇପାରିବେ । ଯାହାଫଳରେ ଆପଣଙ୍କ ପେଟରେ ହେଉଥିବା ଜ୍ୱଳନ କମିଯାଏ ।

ଆଖି :

ଯେଉଁମାନଙ୍କର ଦୃଷ୍ଟି ଶକ୍ତି ହ୍ରାସ ପାଇବାରେ ଲାଗିଛି ସେମାନଙ୍କ ପାଇଁ ଟମାଟୋ ଏକ ରାମବାଣ ଚିକିତ୍ସା ହୋଇଥାଏ । କାରଣ ଟମାଟୋରେ ଭିଟାମିନ୍‌-ଏ ଭର୍‌ପୁର୍ ମାତ୍ରା ରେ ରହିଥାଏ । ତେଣୁ ଏହା ଆପଣଙ୍କ ଆଖିପାଇଁ ଭଲ ହୋଇଥାଏ । ଏଥିପାଇଁ ଆପଣ ସକାଳୁ ଗୋଟିଏ ଟମାଟୋ ଖାଇପାରିବେ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )