Friday 26th April 2024
ପ୍ରଥମ ଥର ପାଇଁ ଜୀ-ସାର୍ଥକ ନୂଆବର୍ଷରେ ଆଣିଛି ଏକାଥରେ ୩ ଟି ନୂଆ ମେଗା ଧାରାବାହିକ

ପ୍ରଥମ ଥର ପାଇଁ ଜୀ-ସାର୍ଥକ ନୂଆବର୍ଷରେ ଆଣିଛି ଏକାଥରେ ୩ ଟି ନୂଆ ମେଗା ଧାରାବାହିକ

ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ନୂଆବର୍ଷ ଅବସରରେ ମନୋରଞ୍ଜନର ଇତିହାସ ଫର୍ଦ୍ଦରେ ଯୋଡ଼ିବାକୁ ଯାଉଛି ଏକାଥରେ ୩ ଟି ନୂଆ ଧାରାବାହିକ ‘ମୁଁ ବି ବିଜୟିନୀ’, ‘ତୁ ଖରା ମୁଁ ଛାଇ’ ଓ ‘ଖୁସିର ଛୁଙ୍କ’ । ଏହି ୩ଟି ନୂଆ ଧାରାବାହିକ ଆରମ୍ଭ ହେଉଛି ଜାନୁଆରୀ ୨ ରୁ କେବଳ ଓଡିଆ ଦର୍ଶକଙ୍କ ପ୍ରିୟ ଘକ୍ଟ -୧ ମନୋରଞ୍ଜନ ଚ୍ୟାନେଲ୍, ଜୀ-ସାର୍ଥକରେ । ଏହି ଧାରାବାହିକ ସବୁ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହେବ ବୋଲି ଜୀ-ସାର୍ଥକ ଟିମ୍ ପକ୍ଷରୁ କୁହାଯାଇଛି ।ପ୍ରଥମେ ସନ୍ଧ୍ୟା ୬:୩୦ରୁ ଆରମ୍ଭ ହେବ ଏକ ଭିନ୍ନ ଧରଣର ପ୍ରତିଶୋଧର ନୂଆ କାହାଣୀ, ଧାରାବାହିକ ‘ମୁଁ ବି ବିଜୟିନୀ’ । ବିଜୟିନୀ ଧାରାବାହିକକୁ ଆପଣମାନେ ଯେଉଁ ଭଲପାଇବା ଦେଇଥିଲେ ତାକୁ ଆଧାର କରି ଜ଼ୀ ସାର୍ଥକ ନେଇଆସଛି ଏହି ନୂଆ ମେଗା ଧାରାବାହିକ ‘ମୁଁ ବି ବିଜୟିନୀ’ । ପ୍ରତିଶୋଧର ନିଆଁ ରେ ଜଳୁଥିବା ମଣିଷ ଯେତେବେଳେ ନିଜ ଜିଦ୍ଦୀରେ ଆସେ, ସେ କିଛି ବି କରିପାରେ ତାହା ହୋଇଛି ଏହି କାହାଣୀର ମୂଳ ବିଷୟବସ୍ତୁ ।ଦ୍ଵିତୀୟରେ ରହିଛି “ତୁ ଖରା ମୁଁ ଛାଇ” ଯାହାର ମୁଖ୍ୟ ଚରିତ୍ର ମାନିନୀର କାହାଣୀକୁ ନେଇ ପ୍ରସ୍ତୁତ ଏହି ଧାରାବାହିକ । ମାନିନୀ ଏମିତି ଏକ ଚରିତ୍ର ଯୁଆଡେ ଯାଏ କିଛି ନା କିଛି ବିଗାଡି ଦିଏ, ନାୟକ ଅଭିମନ୍ୟୁ ଙ୍କୁ କିନ୍ତୁ ସବୁକିଛି ପରଫେକ୍ଟ ଦରକାର । କାହାଣୀର ଏମିତି ଦୁଇ ଚରିତ୍ର ଜଣେ ପରଫେକ୍ଟସନିଷ୍ଟ ଆଉ ଜଣେ ଖାମଖିଆଲି । ଏମାନଙ୍କ ଯୋଡି ବନିବ ତ! ଯଦି ଦୁଇ ଜଣଙ୍କ ସମ୍ପର୍କ ଯୋଡି ହୋଇ ବିବାହ ହୁଏ ତେବେ କେତେଦୂର ଚିରସ୍ଥାୟୀ ହେବ? ଏହାକୁ ନେଇ “ତୁ ଖରା ମୁଁ ଛାଇ” କାହାଣୀ ଗତିଶୀଳ । ମାନିନୀ ଅତି କମ୍ ବୟସରେ ବିବାହ କରି ତିନିଟି ବୋହୂଙ୍କ ଶାଶୁ ହୋଇ କେମିତି ତୁଲେଇବ ପରିବାର? ମୁଖ୍ୟ ଚରିତ୍ର ମାନିନୀ ଭୂମିକା ରେ ସ୍ମୃତି ଓ ଅଭିମନ୍ୟୁ ଜୟ ଶଙ୍କର ଭୂମିକା ରେ ରଞ୍ଜନ ପଣ୍ଡା ଅଭିନୟ କରୁଥିବା ଜଣାପଡ଼ିଛି । ଏହି ଧାରାବାହିକଟି ଆସନ୍ତା ଜାନୁଆରୀ ୨ ରୁ ସୋମବାରରୁ ଶନିବାର ରାତି ୮:୩୦ ରେ ପ୍ରସାରିତ ହେବ।ଜୀ-ସାର୍ଥକର ତୃତୀୟ ଭେଟି ରହିଛି ‘ଖୁସିର ଛୁଙ୍କ’ । ଜାନୁଆରୀ ୨ ରୁ ସୋମବାରରୁ ଶନିବାର ରାତି ୯ରେ ପ୍ରସାରିତ ହେବ । ଖାଇବା ଓ ଖୁଆଇବା ପାଇଁ ପସନ୍ଦ କରୁଥିବା ଏକ ଚୁଲବୁଲି ଝିଅ ଖୁସି, ପାରମ୍ପରିକ ଓଡ଼ିଆ ଖାଦ୍ୟକୁ ନେଇ ଏକ କ୍ଲାଉଡ କିଚେନ୍ କରିବା ପାଇଁ ସ୍ଵପ୍ନ ଦେଖୁଛି। ସେହି ସ୍ୱପ୍ନକୁ ପୁରା କରିବା ପାଇଁ ଚେଷ୍ଟା କରୁଥିବା ବେଳେ କରନ ସହ ତା’ର ଦେଖା ହୋଇଛି। ଖାଦ୍ୟ ପ୍ରସ୍ତୁତିରେ ରୁଚି ରଖୁଥିବା କରନ ମଧ୍ୟ ତା’ର ସ୍ୱପ୍ନ ପୁରା କରିବା ପାଇଁ ଲାଗିଛି। ସେମାନେ କିପରି ଭାବରେ ସେମାଙ୍କର ସ୍ୱପ୍ନକୁ ପୁରା କରୁଛନ୍ତି ଏବଂ ସ୍ଵପ୍ନ ପୁରା କରିବା ବାଟରେ କ’ଣ ସବୁ ଅସୁବିଧାର ସାମ୍ନା କରୁଛନ୍ତି, ତାକୁ ନେଇ କାହାଣୀଟି ଗତିଶୀଳ ହେବ । ପ୍ରସ୍ଥାନମ, ମୁଖା , ଲଷ୍ଟ ଇନ୍ ଲଭ ପରି ଚଳଚ୍ଚିତ୍ରରେ ଅଭିନୟର ଛାପ ଛାଡ଼ିବା ସହ ଟେଲିଭିଜନ ଦୁନିଆରେ ବି ବେଶ୍ ସୁନାମ ଅର୍ଜନକରିଥିବା ଶ୍ରଦ୍ଧା ପାଣିଗ୍ରାହୀ ଏହି ମେଗା ଧାରାବାହିକରେ ମୁଖ୍ୟ ଚରିତ୍ର ଖୁସି ଭୂମିକାରେ ଅଭିନୟ କରୁଛନ୍ତି। ସେହିପରି ଦି ଏଣ୍ଡ ଓ ତିତିଲି ଚଳଚ୍ଚିତ୍ର ସହ ଅନେକ ମ୍ୟୁଜିକ ଭିଡିଓ ରେ ନିଜର ଅଭିନୟ ଦକ୍ଷତା ଦେଖାଇଥିବା ତୁଷାର ଏହି ଧାରାବାହିକରେ କରନ ଭୂମିକାରେ ଅଭିନୟ କରୁଛନ୍ତି।ଜୀ-ସାର୍ଥକ ସର୍ବଦା ଓଡ଼ିଶାର କଳା ଓ ସଂସ୍କୃତିକୁ ଗୁରୁତ୍ଵ ଦେଇଆସିଛି । ଯେଉଁଥି ପାଇଁ ଆପଣମାନେ ଜୀ-ସାର୍ଥକକୁ ଭଲପାଇବା ଦେଇଛନ୍ତି, ତାହା ଏହି ନୂଆବର୍ଷ ୨୦୨୩ ରେ ୩ଟି ନୂଆ ମେଗା ଧାରାବାହିକ ଆସିବା ସହ ଆହୁରି ୩ ଗୁଣ ବଢିବ ବୋଲି ଜୀ-ସାର୍ଥକ ଚ୍ୟାନେଲ୍ ମୁଖ୍ୟ, ଶ୍ରୀ ପ୍ରତୀକ ସିଲ୍ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଯେହେତୁ ଓଡିଆ ଦର୍ଶକଙ୍କ ରୁଚି ଓ ପସନ୍ଦ ଅନୁଯାୟୀ ନୂଆ ବର୍ଷରେ ଆସୁଥିବା ଉପରୋକ୍ତ ୩ଟି ନୂଆ ମେଗା ଧାରାବାହିକର କାହାଣୀ ଗୁଡିକ ହୋଇଛି, ତାହା ଓଡ଼ିଶା ଦର୍ଶକଙ୍କୁ ନିଶ୍ଚୟ ଭରପୁର ମନୋରଞ୍ଜନ ଦେବ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )