Wednesday 24th April 2024
ରଜନୀଗନ୍ଧାର ସଫଳ ବ୍ୟବସାୟ ; ବର୍ଷକୁ ମିଳୁଛି ଏତିକି ଲାଭ

ରଜନୀଗନ୍ଧାର ସଫଳ ବ୍ୟବସାୟ ; ବର୍ଷକୁ ମିଳୁଛି ଏତିକି ଲାଭ

() ଫୁଲକୁ ସାଧାରଣତଃ ଆମେ ବିବାହ, ବ୍ରତ, ଫୁଲ ତୋଡ଼ା, ପର୍ବପର୍ବାଣୀ କିମ୍ବା କ୍ରିୟା କର୍ମରେ ବ୍ୟବହାର କରିଥାଉ । ଆଉ ଏହି ସବୁ ଫୁଲର ଚାହିଦା ମଧ୍ୟ ଅଧିକ ଥାଏ । ଫୁଲ ମାନଙ୍କ ମଧ୍ୟରେ ଏମିତି ଅନେକ ଫୁଲ ଅଛି ଯାହାର ସୁଗନ୍ଧ ପାଇଁ ସେମାନେ ବେଶ ପରିଚିତ । କିନ୍ତୁ ସେ ମଧ୍ୟରୁ ଅଧିକ ଦିନ ପର୍ଯ୍ୟନ୍ତ ସତେଜ ରହୁଥିବା ଫୁଲ ବହୁତ କମ୍ । ତେବେ ଆପଣ ଯଦି ଫୁଲ ବ୍ୟବସାୟୀ କିମ୍ବା ଫୁଲ ଚାଷ କରିବାକୁ ଚାହୁଁଛନ୍ତି ତେବେ ଏହି ସୂଚନା ଟି ଆପଣଙ୍କ ପାଇଁ । ଆଜି ଆମେ ଆପଣଙ୍କୁ ଗୋଟିଏ ଏମିତି ଫୁଲ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଚାଷ କରିବାକୁ ହେଲେ ଆପଣ କମ୍ ଟଙ୍କା ବିନିଯୋଗ କରି ଅଧିକ ଲାଭ ଉଠାଇ ପାରିବେ । ଏହି ଚାଷ କରିବା ଦ୍ୱାରା ଆପଣଙ୍କୁ ମିଳିପାରିବ ଅନେକ ଲାଭ । ଆମେ କହୁଛୁ ସୁଗନ୍ଧୀତ ଫୁଲ ରଜନୀଗନ୍ଧା ବିଷୟରେ ।रजनीगंधा की खेती: कम खर्च में ज़्यादा मुनाफ़ा, जानिए कब और कैसे करें इसकी खेतीକେମିତି ଚାଷ କରିବେ ରଜନୀଗନ୍ଧା ଫୁଲ: ରଜନୀଗନ୍ଧା ଫୁଲର ଜନ୍ମ ମାକ୍ସିକୋରୁ ହୋଇଥିଲା । ଏହି ଫୁଲକୁ ଆପଣ କୌଣସି ବି ମାଟିରେ ଚାଷ କରି ପାରିବେ । କିନ୍ତୁ ଦୋରସା ଓ ମୋଟାଳ ମାଟିରେ ଏହି ଫୁଲଟି ଭଲ ଚାଷ ହୋଇଥାଏ । ଏହି ଫୁଲର ଚାଷ ପାଇଁ ଜମି ନିଗିଡ଼ା ହେବା ଆବଶ୍ୟକ ରହିଛି । ଉଷ୍ମ ଓ ଆଦ୍ର ଜଳବାୟୁରେ ଏହାର ଭଲ ଚାଷ ହୋଇପାରିବ । ୨୦ଂ ରୁ ୩୫ଂ ସେଲସିୟସ ମଧ୍ୟରେ ବାୟୁମଣ୍ଡଳର ଉତାପ ରହିଲେ ଗୋଟିଏ ଗଛ ଭଲ ବଢ଼ିଥାଏ । ଏହି ଫୁଲକୁ ମେ, ଜୁନ୍ ମାସରେ ଲଗାଇବା ଉଚିତ । ରଜନୀଗନ୍ଧା କିସମକୁ ସିଙ୍ଗଲ, ଡବଲ ଏବଂ ସେମି ଡବଲ ଭାବରେ ଚିହ୍ନାଯାଇଥାଏ । ପାଖୁଡ଼ାର ସ୍ତର ଅନୁଯାୟୀ ଏଭଳି ନାମକରଣ ହୋଇଥାଏ ।This Koppal farmer finds cultivation of Sugandaraja lucrative - The Hinduବ୍ୟାଙ୍ଗଲୋର ସିଙ୍ଗାଲ, ମେକ୍ସିକନ ସିଙ୍ଗାଲ, ସିଙ୍ଗାରୋ, ସ୍ୱର୍ଣ୍ଣରେଖା, ରଜତରେଖା, ଭୈରବ, ଶୁଭାସିନୀ, କାଲକାଟା ଡବଲ ଆଦି କିସମରୁ ଭଲ ଫୁଲ ମିଳିଥାଏ । ଏକ ଏକର ଜମିରେ କନ୍ଦ ଲଗାଇବା ପାଇଁ ୬ରୁ ୮ କ୍ୱିଣ୍ଟାଲ କନ୍ଦ ଆବାଶ୍ୟକ ହୋଇଥାଏ । ଧାଡ଼ିକୁ ଧାଡ଼ି ୩୦ ସେ.ମି ଓ ଗଛକୁ ଗଛ ୨୦ ସେ.ମି ଦୂରତାରେ କନ୍ଦ ଲଗାଇବାକୁ ହେବ । ଏକ ଏକର ଜମିରେ ପ୍ରାୟ ୬୭ହଜାର ଗଛ ଲାଗି ପାରିବ । ଖତ ପାଇଁ ଗାଈର ଗୋବରକୁ ବ୍ୟବହାର କରାଯାଇ ପାରିବ । ଏହାକୁ ଚାଷ କରିବା ପୂର୍ବରୁ କ୍ଷେତରେ ଏକର ପିଛା ୬-୮ ଟ୍ରଲି ଙଲ ଖତ ମିଶାଇ ପାରିବେ । ରଜନୀଗନ୍ଧା ଫୁଲ ଲଗାଇବାର ୪ରୁ ୫ ମାସ ପରେ ଫୁଲ ଗୁଡ଼ିକ ଫୁଟିଥାଏ, ସେହିଭଳି ଛୋଟ କନ୍ଦ ଲଗାଇଲେ ଫୁଲ ଆସିବାକୁ ୭ରୁ ୮ ମାସ ଲାଗିଥାଏ । Romania seeks protection for tuberose flower - FARM WEEKଏକ ଏକର ଜମିରୁ ୨୦ କ୍ୱିଣ୍ଟାଲ ଫୁଲ ମିଳିପାରିବ । ଗଛ ଲଗାଇବାର ୩ ବର୍ଷ ପରେ କନ୍ଦ ଗୁଡ଼ିକ ଅମଳ ହୋଇଥାଏ । ଏକର ପ୍ରତି ୭୦ ରୁ ୮୦ କ୍ୱିଣ୍ଟାଲ କନ୍ଦ ଅମଳ ହୋଇପାରିବ । ଭାରତର ପଶ୍ଚିମବଙ୍ଗ, କର୍ଣ୍ଣାଟକ, ତାମିଲନାଡ଼ୁ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ ଚାଷ କରାଯାଏ । ଏହି ଭଳି ଚାଷୀ ଭାଇ ମାନେ ରଜନୀଗନ୍ଧା ଫୁଲ ଚାଷ କଲେ ଲାଭବାନ ହୋଇପାରିବେ । ଏହି ବ୍ୟବସାୟରେ ଆପଣ ବହୁତ କମ୍ ବିନିଯୋଗ ସହିତ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଯେହେତୁ ଏହି ଫୁଲ ଅଧିକ ଦିନ ସତେଜ ଓ ଦୀର୍ଘ ଦିନ ପର୍ଯ୍ୟନ୍ତ ସୁଗନ୍ଧ ରହିଥାଏ । ତେଣୁ ବଜାରରେ ଏହାର ଡିମାଣ୍ଡ ମଧ୍ୟ ଅଧିକ ଥାଏ ।White Rajnigandha Flower, Rs 450/packet Flower Supplier | ID: 22440266073ଏହି ଚାଷ ଦ୍ୱାରା କେତେ ରୋଜଗାର ହୋଇପାରିବ?: ଆପଣ ଯଦି ଏକ ଏକର ଜମିରେ ରଜନୀଗନ୍ଧା ଫୁଲ ଲଗାଇଛନ୍ତି, ତେବେ ଆପଣ ୧ଲକ୍ଷ ପର୍ଯ୍ୟନ୍ତ ଫୁଲ ପାଇପାରିବେ । ଯାହାକୁ ଆପଣ ନିକଟସ୍ଥ ଫୁଲ ବଜାରରେ, ବିବାହ ଘର କିମ୍ବା ବଡ଼ ଫୁଲ ଦୋକାନରେ ବିକ୍ରି କରିପାରିବେ ଯାହା ଫଳରେ ଆପଣ ଭଲ ମୂଲ୍ୟ ମଧ୍ୟ ପାଇପାରିବେ । ଗୋଟିଏ ଫୁଲ ୧.୫ ରୁ ୮ ଟଙ୍କା ବିକ୍ରି ହୁଏ । ଯାହା ଫଳରେ ୧.୫ ଲକ୍ଷରୁ ଆରମ୍ଭ କରି ୮ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ ।rajnigandha farming in india rajnigandha ki kheti kaise karen kitna ka hoga munafa apmp | रजनीगंधा फूल की खेती करके कई बन गए करोड़पति, 1 एकड़ में होती है लाखों की कमाईଏହି ଭଳି ଅନେକ ବ୍ୟବସାୟ କରିବାକୁ ଚାହୁଁଥିବା ଲୋକଙ୍କ ପାଖରେ, କମ୍ ସୂଚନା ଥିବା କାରଣରୁ ସେମାନେ ଭଲ ବ୍ୟବସାୟ କରିପାରନ୍ତି ନାହିଁ । ତେବେ ଆପଣ ଆମ ୱେବସାଇଟ ସହିତ ଯୋଡ଼ି ହୋଇପାରିବେ ଏବଂ ଏଭଳି ଅନେକ ତଥ୍ୟ ସଂଘ୍ରହ କରିପାରିବେ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )