Wednesday 24th April 2024
ଏହି ପୋର୍ଟର ସେୟାର କିଣି ଅଦାନୀ ହେଉଛନ୍ତି ବିତ୍ତଶାଳୀ

ଏହି ପୋର୍ଟର ସେୟାର କିଣି ଅଦାନୀ ହେଉଛନ୍ତି ବିତ୍ତଶାଳୀ

ଚଳିତ ବର୍ଷ ଭାରତର ଜଣେ ଏମିତି ବ୍ୟକ୍ତି  ଚର୍ଚ୍ଚାକୁ ଆସିଛନ୍ତି ଯାହାଙ୍କ ଉପରେ ଏବେ ସମସ୍ତଙ୍କ ନଜର । ଦେଶ ଓ ଦେଶ ବାହାରେ ଏମିତିକି ସାରା ବିଶ୍ୱରେ ସେ ନିଜର ନା’ କମେଇଲେଣି । ଭାରତର ସବୁଠାରୁ ଧନୀଶାଳୀ ବ୍ୟକ୍ତି ମାନଙ୍କର ନା’ ଯେତେବେଳେ ଆସେ ସେତେବେଳେ ଆଦାନୀ, ଅମ୍ବାନୀ, ଟାଟା, ବିର୍ଲା ଆଦି ଅନେକ ଲୋକଙ୍କର ନା’ ଆସେ । ହେଲେ ଏବେ ବିଶ୍ୱର ସବୁଠାରୁ ଧନୀଶାଳୀ ବ୍ୟକ୍ତି ମାନଙ୍କର ଚର୍ଚ୍ଚା ହେଲେ ଆମ ଭାରତର ଗୌତମ ଆଦାନୀଙ୍କ ନା’ ଦ୍ୱିତୀୟରେ ଆସେ । ବହୁ ବିଦେଶୀ ଧନୀ ବ୍ୟକ୍ତି ମାନଙ୍କୁ ପଛରେ ପକାଇ ନିଜର ନା’କୁ ସେଠାରେ ପହଞ୍ଚାଇବାରେ ସେ ସଫଳ ହୋଇଛନ୍ତି ।Adani's Green Avatar - Fortune Indiaଭାରତର ହେଉ କିମ୍ବା ଏସିଆର ଶ୍ରେଷ୍ଟ ଧନୀ ବ୍ୟକ୍ତିଙ୍କ ଶ୍ରେଣୀରେ ଆସନ୍ତି ଆଦାନୀ ଗ୍ରୁଫର ମୁଖ୍ୟ ଗୌତମ ଆଦାନୀ । ଦିନକୁ ଦିନ ଶିଳ୍ପ ଜଗତରେ କାୟା ବିସ୍ତାର କରିବାରେ ଲାଗିଛନ୍ତି । ଏହି କ୍ରମରେ ସେ ଆଉ ଏକ ବନ୍ଦରକୁ ନିଜ ନା’ରେ କରିଛନ୍ତି ସେ । ଆଦାନୀ ଅଧିନରେ ଏବେ ଗଙ୍ଗାଭରମ୍ ପୋର୍ଟ ଲିମିଟେଡ୍ ଅଛି । ଗଙ୍ଗାଭରମ୍ ଆନ୍ଧ୍ରପ୍ରଦେଶର ତୃତୀୟ ବଡ଼ ଅଣ ପ୍ରମୁଖ ବନ୍ଦର ଅଟେ । ଯାହାକୁ ଆଦାନୀ ଗ୍ରୁଫ ଅଫ୍ କମ୍ପାନୀର ଆଦାନୀ ପୋର୍ଟ୍ସ ଆଣ୍ଡ୍ ସ୍ପେଶାଲ୍ ଇକୋନୋମିକ୍ ଜୋନ୍ ଏବେ ଗଙ୍ଗାଭରମ୍ ପୋର୍ଟର ସମ୍ପୂର୍ଣ୍ଣ ସେୟାର କିଣି ନେଇଛି ।Fortune India: Business News, Strategy, Finance and Corporate Insightଆଦାନୀ ପୋର୍ଟ୍ସ ଆଣ୍ଡ ସ୍ପେଶାଲ୍ ଇକୋନୋମିକ୍ ଜୋନ୍ ଦେଶର ସବୁଠାରୁ ବଡ଼ ପୋର୍ଟ୍ସ କମ୍ପାନୀ ଅଟେ । ତେବେ ଏହି ଡିଲ୍ ପାଇଁ କମ୍ପାନୀକୁ ଏନ୍‌ସିଏଲ୍‌ଟି ଅହମ୍ମଦାବାଦ ଏବଂ ଏନ୍‌ସିଏଲ୍‌ଟି ହାଇଦ୍ରାବାଦ ପକ୍ଷରୁ ଅନୁମତି ମିଳିଛି । ଏହା ପୂର୍ବରୁ ଗଙ୍ଗାଭରମ୍ ପୋର୍ଟର ୪୦ ପ୍ରତିଶତରୁ ଅଧିକ ସେୟାର ଆଦାନୀ ପାଖରେ ଥିଲା । ଏବେ କମ୍ପାନୀ ବଳକା ୫୮.୧ ପ୍ରତିଶତ ସେୟାର ମଧ୍ୟ କିଣି ନେଇଛି ।କମ୍ପାନୀର ପୋର୍ଟଫୋଲିଓରେ କମ୍ପାନୀର ପୋର୍ଟ ସଂଖ୍ୟା ବଢ଼ି ୧୨ରେ ପହଞ୍ଚିଛି ।Adani Ports to acquire 31.5% in Gangavaram Port from Warburg Pincus for Rs 1,954 crore ଗଙ୍ଗାଭରମ୍ ପୋର୍ଟର ଅଧିଗ୍ରହଣରେ ୧୨୦ ଟଙ୍କା ପ୍ରତି ସେୟାର ଦରରେ ୬ ହଜାର ୨ ଶହ କୋଟିର ୫୧୭ ମିଲିୟନ୍ ସେୟାର ରହିଛି । ଆଦାନୀ ପୋର୍ଟ୍ସ ସେୟାର ସ୍ୱାପ୍ ବ୍ୟବସ୍ଥା ମାଧ୍ୟମରେ ଡିବିଏସ୍ ରାଜୁ ଏବଂ ପରିବାର ଠାରୁ ୫୮.୧ ପ୍ରତିଶତର ସେୟାର ଅଧିଗ୍ରହଣ କରିବ । ଗଙ୍ଗାଭରମ୍ ପୋର୍ଟରେ ସବୁ ସମୟରେ ଗହୀର ପାଣି ରହିଥାଏ । ଏହା ୨ ଲକ୍ଷ ଡିଡବ୍ଲୁଟି ପର‌୍ୟ୍ୟନ୍ତ ସୁପର କ୍ୟାପ୍ ଆକାରର ଜାହାଜକୁ ସମ୍ଭାଳିବାକୁ ସକ୍ଷମ । ବର୍ତ୍ତମାନ ଏହା ୯ଟି ବର୍ଥରେ କାରବାର କରୁଛି ।Stage set for takeover of Gangavaram port by Adani

CATEGORIES
TAGS
Share This

COMMENTS

Wordpress (0)
Disqus ( )