Friday 19th April 2024
ଏହି ସବୁ ଜାଗାରେ ହେବ ଭାରତୀୟ ଟଙ୍କାରେ କାରବାର….

ଏହି ସବୁ ଜାଗାରେ ହେବ ଭାରତୀୟ ଟଙ୍କାରେ କାରବାର….

ଆପଣ ପ୍ରତି ଦେଶର ଭିନ୍ନ ଭିନ୍ନ ଟଙ୍କା ପ୍ରଚଳନ ବିଷୟରେ ଜାଣିଥିବେ । ସବୁ ଦେଶରେ ଟଙ୍କାର ଭିନ୍ନ ଭିନ୍ନ ନାଁ ମଧ୍ୟ ରହିଛି । କିନ୍ତୁ କଣ ଆପଣ ଜାଣିଛନ୍ତି ଯେତେବେଳେ ବି ଗୋଟିଏ ଦେଶରୁ ଅନ୍ୟ ଦେଶକୁ କିଛି ଆମଦାନୀ କି ରପ୍ତାନୀ ହୁଏ ସେତେବେଳେ ଡଲାର୍ ର ନାଁ ଅଧିକ ଆସେ । ସାରା ବିଶ୍ୱରେ ଡଲାର୍ ଆଧିପତ୍ୟ ରହିଛି । ଆଉ ସବୁ ଦେଶରେ ଡଲାର୍ ର ମୂଲ୍ୟ ମଧ୍ୟ ଭିନ୍ନ ଭିନ୍ନ ରହିଛି । ଯାହାକୁ ବ୍ୟବହାର କରି ସବୁ ଦେଶ ବିଦେଶରେ ବ୍ୟବସାୟ ବାଣିଜ୍ୟ କରିଥାନ୍ତି ।

କିନ୍ତୁ ଏବେ ଆମ ଦେଶ ଭାରତ ଏହି କ୍ଷେତ୍ରରେ କିଛି ନୂଆ ପଦକ୍ଷେପ ନେବାକୁ ଯାଉଛି । ବର୍ତ୍ତମାନ ଭାରତୀୟ ମୁଦ୍ରା ଟଙ୍କାରେ ଅନ୍ତର୍ଜାତୀୟ ବାଣିଜ୍ୟ କରାଯିବ ବୋଲି ମୋଦୀ ସରକାର ବ୍ୟାଙ୍କଗୁଡିକୁ କହିଛନ୍ତି । ଅନ୍ୟ ଦେଶ ସହିତ ଟଙ୍କା କାରବାରକୁ ସୁଗମ କରିବା ପାଇଁ ସରକାର ବାଣିଜ୍ୟ ୟୁନିଟ୍ ,ବ୍ୟାଙ୍କଗୁଡିକୁ ଅଧିକ ସୁଯୋଗ ଅନୁସନ୍ଧାନ କରିବାକୁ କହିଛନ୍ତି । ଏହି ମଧ୍ୟରେ ମରିସସ୍‌,ରୁଷିଆ ଏବଂ ଶ୍ରୀଲଙ୍କା ଅନ୍ତର୍ଭୁକ୍ତ । ଭାରତୀୟ ବ୍ୟାଙ୍କଗୁଡିକ ଏହି ତିନୋଟି ଦେଶର ବ୍ୟାଙ୍କ ସହିତ ସ୍ୱତନ୍ତ୍ର ଭୋଷ୍ଟ୍ରୋ ରୁପି ଆକାଉଣ୍ଟସ୍ ଖୋଲିଛନ୍ତି,ଯାହା ସାହାର୍ଯ୍ୟରେ ଟଙ୍କାରେ ବାଣିଜ୍ୟ କରିବାର ରାସ୍ତା ଖୋଲିଯାଇଛି ।

ଏଇ ନିକଟରେ ଏସବିଆଇ ମରିସସ୍ ଲିମିଟେଡ୍ ଏବଂ ପିପୁଲ୍ସ ବ୍ୟାଙ୍କ ଅଫ୍ ଶ୍ରୀଲଙ୍କା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହିତ ଏକ ସ୍ୱତନ୍ତ୍ର ଭୋଷ୍ଟ୍ରୋ ରୁପି ଆକାଉଣ୍ଟସ୍ ଖୋଲିଛନ୍ତି । ଚେନ୍ନାଇରେ ଥିବା ଭାରତୀୟ ସହାୟକ କମ୍ପାନୀରେ ବ୍ୟାଙ୍କ ଅଫ୍ ସିଲନ୍ ମଧ୍ୟ ଏକ ଆକାଉଣ୍ଟ ଖୋଲିଛି । ଚେନ୍ନାଇରେ ଅବସ୍ଥିତ ଇଣ୍ଡିଆନ ବ୍ୟାଙ୍କ ତିନୋଟି ଶ୍ରୀଲଙ୍କା ବ୍ୟାଙ୍କର ଏହିଭଳି ଆକାଉଣ୍ଟ ଖୋଲିଛି । ଯେଉଁଥିରେ କଲମ୍ବୋରେ ଅବସ୍ଥିତ ଏନଡିବି ବ୍ୟାଙ୍କ ଏବଂ ସେୟାନ୍ ବ୍ୟାଙ୍କ ଅନ୍ତର୍ଭୁକ୍ତ ।

ଏହା ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଜୁଲାଇରେ ଭାରତୀୟ ମୁଦ୍ରାରେ ଆନ୍ତର୍ଜାତୀୟ ବାଣିଜ୍ୟକୁ ଅନୁମତି ଦେଇଥିଲା । ଏହା ପ୍ରତିବର୍ଷ ୩୦-୩୬ ବିଲିୟନ ଡଲାର ସଂଚୟ କରିବ ବୋଲି କୁହାଯାଉଛି । ଟଙ୍କାରେ ବାଣିଜ୍ୟ ହେତୁ ଏହା ବିନିମୟ ମୂଲ୍ୟ ଉପରେ ପଜିଟିଭ୍ ପ୍ରଭାବ ପକାଇବ ଏବଂ ଟଙ୍କାକୁ ମଜବୁତ କରିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ଭାରତୀୟ ବ୍ୟାଙ୍କରେ ବିଲ୍ ତିଆରି,ଦେୟ ଏବଂ ଆମଦାନୀ-ରପ୍ତାନି କାରବାର ପାଇଁ ଅତିରିକ୍ତ ବ୍ୟବସ୍ଥା କରିବାକୁ ବ୍ୟାଙ୍କଗୁଡିକୁ କହିଛି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )