Friday 26th April 2024
IRCTCର ଦେଉଛି ୩ଟି ରାଜ୍ୟର ଦର୍ଶନୀୟ ସ୍ଥାନ ବୁଲିବାର ସୁଯୋଗ

IRCTCର ଦେଉଛି ୩ଟି ରାଜ୍ୟର ଦର୍ଶନୀୟ ସ୍ଥାନ ବୁଲିବାର ସୁଯୋଗ

ଶୀତଦିନ ଆସିଗଲେ ଆସେ ସବୁ ବୁଲିବାର ଯୋଜନା କରୁ । ଭାରତର ବିଭିନ୍ନ କୋଣଅନୁକୋଣରେ ଥିବା ନୂଆ ନୂଆ ଦର୍ଶନୀୟ ସ୍ଥାନ ବୁଲିବାର ମଜା ଉଠାଉ । ନୂଆବର୍ଷ ସମୟରେ ଆରମ୍ଭ ହେଇଯାଏ ବିଭିନ୍ନ ଧରଣର ଟୁରିଷ୍ଟଙ୍କର ବୁଲାବୁଲି ଯାତ୍ରା । କିଛି ଦେଶ ବାହାରୁ ଆସନ୍ତି ତ ପୁଣି କିଛି ଦେଶ ଭିତରେ ଥାଇ ଅନ୍ୟ ରାଜ୍ୟକୁ ବୁଲିବାକୁ ଯାଆନ୍ତି । ତେବେ ଆପଣ ବି ଯଦି କେଉଁ ଦୂର ସ୍ଥାନକୁ ବୁଲିବାକୁ ଯିବା ପାଇଁ ପ୍ଲାନ କରୁଛନ୍ତି ତାହାଲେ ଏହି ଖବରଟିକୁ ଶେଷ ଯାଏଁ ପଢନ୍ତୁ । ନିଶ୍ଚୟ ଆପଣଙ୍କୁ ଭଲ ଲାଭ ମିଳିବ ।

ଡିସେମ୍ବରରେ ଛୁଟି ମନାଇବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଏହା ହେଉଛି ଖୁସିଖବର । କାରଣ ଆଇଆରସିଟିସି ପୁରୀ ଗଙ୍ଗାସାଗର ଯାତ୍ରା ସହ ବାରଣାସୀ ପାଇଁ ଏବଂ ଟ୍ରେନ ଟୁର ପ୍ୟାକେଜ୍ ଆଣିଛି । ଏହି ପ୍ୟାକେଜ୍ ରେ ପୁରୀ ଜଗନ୍ନାଥ ମନ୍ଦିର,ଗଙ୍ଗାସାଗର,କାଶୀ ବିଶ୍ୱନାଥ ମନ୍ଦିର ଏବଂ ବାରଣାସୀରେ ଗଙ୍ଗା ଘାଟ ଭଳି ଦର୍ଶନୀୟ ସ୍ଥାନ ରହିଛି । ଏହି ଟୁର ପ୍ୟାକେଜ୍ ୨୧ ଡିସେମ୍ବର ୨୦୨୨ ରୁ ୩୦ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ଚାଲିବ । ଏହି ଟୂର ପ୍ୟାକେଜ୍ ଶ୍ରଦ୍ଧାଳୁଙ୍କୁ ନନ-ଏସି ବଜେଟ୍ ହୋଟେଲରେ ରହିବାକୁ ପଡିବ ।

ଏହି ଟୂର ପ୍ୟାକେଜରେ ଏସି ବସ୍ ଦ୍ୱାରା ଯାତ୍ରୀଙ୍କ ପାଇଁ ରୋଡ୍ ଟ୍ରାନ୍ସପୋର୍ଟ ସୁବିଧା ମଧ୍ୟ ରହିବ । ବାରଣାସୀ-ପୁରୀ ଗଙ୍ଗାସାଗର ଟୁର ପୟାକେଜ୍ ୯ ଦିନ ଏବଂ ୧୦ ରାତିର ହେବ । ଏହି ଟୁର ପ୍ୟାକେଜରେ ଯାତ୍ରୀ ପୁରୀ ଜଗନ୍ନାତ ମନ୍ଦିର,କୋଣାର୍କ ମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ଦର୍ଶନ କରିବେ । ସେହିଭଳି କୋଲକତାରେ କାଳି ମନ୍ଦିର ଏବଂ ଗଙ୍ଗାସାଗରର ଦର୍ଶନ କରିବେ । ଗୟା ଅର୍ଥାତ ବିହାରରେ ଏହି ଟୂର ପ୍ୟାକେଜ୍ ରେ ବିଷ୍ଣୁ ମନ୍ଦିର ଏବଂ ବୌଦ୍ଦ ଗୟା ଦର୍ଶନ କରିବେ । ଏହି ଟୂର ପ୍ୟାକେଜ୍ ଯାତ୍ରୀ ଟ୍ରେନ ଦ୍ୱାରା ଯାତ୍ରା କରିବେ । ସ୍ୱଦେଶ ଦର୍ଶନ ଟୁରିଷ୍ଟ ଟ୍ରେନରେ ଯାତ୍ରୀ ସିଲ୍ପର/୩ ଏ କ୍ଲାସ ଯାତ୍ରା କରିବେ । ଆଇଆରସିଟିସିର ଅନ୍ୟ ଟୁର ପ୍ୟାକେଜ୍ ଭଳି ଏଥିରେ ମଧ୍ୟ ରହିବା ଏବଂ ଖାଇବା ଭଳି ସୁବିଧା ରହିଛି । ଆପଣ ଆଇଆରସିଟିସିର ଅଫିସିଆଲ ୱେବସାଇଟରେ ଟିକେଟ ବୁକ୍ କରିପାରିବେ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )