Saturday 4th May 2024
ଡିପି ବଦଳାଇଲେ ରହିବନି ବ୍ଲୁ ଟିକ୍ ,କାରଣ ଜାଣି ବଦଳାନ୍ତୁ ଡିପି

ଡିପି ବଦଳାଇଲେ ରହିବନି ବ୍ଲୁ ଟିକ୍ ,କାରଣ ଜାଣି ବଦଳାନ୍ତୁ ଡିପି

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆପଣ ନିଜ ଆକାଉଣ୍ଟରେ ବହୁତ ପ୍ରକାରର ଡିପି ରଖନ୍ତି । ନିଜ ମନବୁତାବକ ଡିପି ରଖିବାର ସୁଯୋଗ ପ୍ରତ୍ୟେକ ପ୍ଲାଟଫର୍ମରେ ରହିଥାଏ । ତେବେ ତାହା ଫେସବୁକ୍ ହେଉ କିମ୍ବା ଇନଷ୍ଟାଗ୍ରାମ ଅଥବା ଟୁଇଟର୍ ଏସବୁଥିରେ ଆପଣ ନିଜ ଇଚ୍ଛା ଅନୁସାରେ ନିଜର ପ୍ରଫାଇଲ୍ ଫୋଟ ଲଗାଇପାରନ୍ତି । କିନ୍ତୁ ବର୍ତ୍ତମାନ କିଛି ନୂଆ ନିୟମ ଟୁଇଟରରେ ଲାଗୁ ହୋଇଛି । ଯାହା ଶୁଣିଲେ ହୁଏତ ଆପଣ ବି କହିବେ ଇଏ କି ପ୍ରକାରର ନିୟମ ? ଯେବେଠୁ ଏଲନ୍ ମସ୍କ ଟୁଇଟରକୁ ଟେକ୍ ଓଭର କରିଛନ୍ତି ସେବେଠୁ ଅନେକ ନିୟମ ଟୁଇଟରରେ ବଦଳିଯାଇଛି ।

ଟୁଇଟର ପୁଣିଥରେ ୟୁଜରଙ୍କ ପାଇଁ ବ୍ଲୁ ସବସ୍କ୍ରିପସନ ଲଂଚ କରିବାକୁ ଯାଉଛି । ସୋମବାର ଏହି ସର୍ଭିସ ଲଂଚ ହେବା ପରେ ୟୁଜର୍ସ ପେମେଣ୍ଟ କରି ବ୍ଲୁ-ଟିକ୍ ହାସଲ କରିପାରିବେ । ବ୍ଲୁ ସବସ୍କ୍ରିପସନ ମିଳିବା ପରେ ୟୁଜରଙ୍କୁ କଣ୍ଟେଣ୍ଟ ଏଡିଟ୍ ବ୍ୟତୀତ୍ ଅନେକ ସୁବିଧା ମଧ୍ୟ ମିଳିବ । ଅବଶ୍ୟ ଆପଲ୍ ଆଇଓଏସ ୟଜର୍ସଙ୍କ ପାଇଁ ଏହି ସେବା ମହଙ୍ଗା ରହିବ । ଟୁଇଟର ୱେବ୍ ପାଇଁ ୮ ଡଲାର ପ୍ରତି ମାସ ଥିବାବେଳେ,ଆଇଓଏସ ପାଇଁ ୧୧ ଡଲାର ପ୍ରତିମାସର ପେମେଣ୍ଟ ରହିଛି ।

କମ୍ପାନୀର ନୂଆ ପଲିସି ଅନୁଯାୟୀ ଏବେ ଟୁଇଟର ୟୁଜରଙ୍କ ଆକାଉଣ୍ଟର ସମୀକ୍ଷା କରାଯିବ । କେବଳ ଯାଂଚ ଫୋନ୍ ନମ୍ବର ଥିବା ୟୁଜରଙ୍କୁ ହିଁ ସେବା ମିଳିବ । ଏଥିପାଇଁ ଟୁଇଟର କର୍ମଚାରୀ ମଧ୍ୟ ଆକାଉଣ୍ଟର ସମୀକ୍ଷା କରିବେ । ଭେରିଫିକେସନ ପରେ ୟୁଜର୍ସଙ୍କୁ ବ୍ଲୁ ଟିକ୍ ଦିଆଯିବ । ଏହା ସହ ୟୁଜରଙ୍କୁ ଟୁଇଟର୍ କଣ୍ଟେଣ୍ଟକୁ ଏଡିଟ୍ କରିବା ଅପ୍ସନ ମିଳିବ । ଅବଶ୍ୟ ୟଜର୍ସ କେବଳ ୩୦ ମିନିଟ୍ ମଧ୍ୟରେ କଣ୍ଟେଣ୍ଟକୁ ଏଡିଟ୍ କରିପାରିବେ । ଏହା ବ୍ୟତୀତ ଫୁଲ୍ ଏଚଡି ଭିଡିଓ ମଧ୍ୟ ଅପଲୋଡ କରିପାରିବେ । ଏହା ସହ ଲମ୍ବା ଟୁଇଟ ମଧ୍ୟ କରିପାରିବେ । ସବସ୍କ୍ରିପସନ ନେଇଥିବା ୟୁଜରଙ୍କୁ ୫୦ ପ୍ରତିଶତ କମ୍ ବିଜ୍ଞାପନ ଦେଖାଯିବ ।


ଖାସ୍ କଥା ହେଉଛି ଯଦି ୟୁଜର୍ସ ନିଜ ପ୍ରଫାଇଲ ଫଟୋ କିମ୍ବା ନାମ ବଦଳାଉଛନ୍ତି ତେବେ ତାଙ୍କ ବ୍ଲୁ ଟିକ୍ ହଟାଇଦିଆଯିବ ଏବଂ ପୁଣିଥରେ ଭେରିଫିକେସନ ପରେ ହିଁ ବ୍ଲୁଟିକ୍ ଦିଆଯିବ । ଏହା ଏଥିପାଇଁ କରାଯାଇଛି,କାରଣ ଏଭଳି ବ୍ୟକ୍ତି ଯେଉଁମାନେ କିଛି ସ୍ୱତନ୍ତ୍ର କ୍ୟାମ୍ପେନ୍ କିମ୍ବା ବିରୋଧରେ ପ୍ରୋଫାଇଲ୍ ଫଟୋ ଏବଂ ନାମ ବଦଳାଇଥାନ୍ତି । ସୂଚନା ଅନୁସାରେ ,କମ୍ପାନୀ ଅଧିଗ୍ରହଣ କରିବା ପରେ ମସ୍କ ଲଗାତାର ନୂଆ ପ୍ରୟୋଗ କରୁଛନ୍ତି । ଆଉ ଏହା ମଧ୍ୟ କମ୍ପାନୀର ଏକ ନୂଆ ପ୍ରୟୋଗ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )