Friday 26th April 2024
କାହିଁକି ସରକାରୀ ଚାକିରୀ ମହତ୍ତ୍ୱପୂର୍ଣ୍ଣ ?

କାହିଁକି ସରକାରୀ ଚାକିରୀ ମହତ୍ତ୍ୱପୂର୍ଣ୍ଣ ?

ଆପଣ ସବୁବେଳେ ଶୁଣିଥିବେ ଲୋକେ କହିଥାନ୍ତି ବାସ ଥରେ ସରକାରୀ ଚାକରୀ ଖଣ୍ଡେ ମିଳିଯାଉ । ତା ପରେ ପୁରା ଜୀବନ ସେଟ୍ । ଭାରତରେ ପ୍ରତ୍ୟେକ ଦୁଇ ଜଣ ଯୁବକରେ ଜଣେ ଯୁବକଙ୍କ ଇଚ୍ଛା ତାଙ୍କୁ ସରକାରୀ ଚାକିରୀ ଖଣ୍ଡେ ମିଳୁ । ପ୍ରତ୍ୟେକ ବର୍ଷ କୋଟି କୋଟି ଆଶାୟୀ ସରକାରୀ ଚାକିରୀ ପାଇଁ ହୋଇଥିବା ପରୀକ୍ଷାରେ ଭାଗ ନେଇଥାନ୍ତି । ଆଉ କିଛି ଜଣ ତ ଜୀବନର ୫ରୁ ୧୦ ବର୍ଷ ସରକାରୀ ଚାକିରୀ ପାଇଁ ପ୍ରସ୍ତୁତି କରିବାରେ ବିତାଇଦେଇଥାନ୍ତି । ଏଥିପାଇଁ ଆମ ସମସ୍ତଙ୍କୁ ଜାଣିବା ଦରକାର ଯେ କାହିଁକି ସରକାରୀ ଚାକିରୀ ମହତ୍ତ୍ୱପୂର୍ଣ୍ଣ । କଣ ଏହାର ଫାଇଦା ରହିଛି ଯେଉଁଥିପାଇଁ ସରକାରୀ ଚାକିରୀ ପାଇବା ପାଇଁ ଲୋକେ ଅନେକ ପରିଶ୍ରମ କରିଥାନ୍ତି ।

ସବୁଠାରୁ ପ୍ରଥମେ ଆମକୁ ବୁଝିବାକୁ ପଡିବ ସରକାରୀ ଚାକିରୀ କଣ? ସରକାରୀ ଚାକିରୀ ତାକୁ କୁହାଯାଇଥାଏ ଯେଉଁଥିରେ ବ୍ୟକ୍ତି କେନ୍ଦ୍ର ଅବା ରାଜ୍ୟ ସରକାରଙ୍କ ଅଧୀନରେ କାମ କରିଥାନ୍ତି । ସରକାରୀ ଚାକିରୀରେ ୟୁପିଏସସି, ବ୍ୟାଙ୍କ, ପ୍ରତିରକ୍ଷା, ରେଳବାଇ, ଏସଏସସି, ରାଜ୍ୟ ସେବା, ପିଏସୟୁ, ଶିକ୍ଷକ ସହ ଅନେକ ପ୍ରକାର ଚାକିରୀ ରହିଛି । ଏହି ଚାକିରୀର ଅନେକ ଫାଇଦା ରହିଛି। ଆସନ୍ତୁ ଜାଣିବା କଣ ରହିଛି ସରକାରୀ ଚାକିରୀର ବିଭିନ୍ନ ଫାଇଦା।

ଚାକିରୀର ସୁରକ୍ଷା

ସରକାରୀ ଚାକିରୀକୁ ସୁରକ୍ଷିତ ମନାଯାଇଥାଏ । କାହିଁକି ନା ସରକାରୀ କର୍ମଚାରୀଙ୍କୁ ସହଜରେ ଚାକିରୀରୁ ବାହାର କରାଯାଇପାରିବ ନାହିଁ । ବିଷମ ପରିସ୍ଥିତିରେ ହିଁ ଜଣେ ସରକାରୀ କର୍ମଚାରୀଙ୍କୁ ନିଷ୍କାସିତ କରାଯାଇଥାଏ । ତେଣୁ ଅନ୍ୟ ବେସରକାରୀ ଚାକିରୀ ତୁଳନାରେ ସୁରକାରୀ ଚାକିରୀ ସବୁଠାରୁ ସୁରକ୍ଷିତ ଏବଂ ଭଲ ମାନିଥାଉ ।

କର୍ମକ୍ଷେତ୍ରରେ ସନ୍ତୁଳନ

ସରକାରୀ କର୍ମଚାରୀଙ୍କ କାମ କରିବାର ସମୟ ନିର୍ଘଣ୍ଟ ହୋଇଥାଏ । ଏହି କାମରେ କୌଣସି ପ୍ରକାର ଚାପ ନଥାଏ । ଏହା ଛଡା ନିୟମିତ ଭାବେ ଛୁଟି ସହ ସମସ୍ତ ପ୍ରକାର ଉତ୍ସବ ଏବଂ ଅନ୍ୟ ଛୁଟି ମଧ୍ୟ ମିଳିଥାଏ । ଏହି କାରଣରୁ ସରକାରୀ କର୍ମଚାରୀଙ୍କୁ ନିଜର ବ୍ୟକ୍ତିଗତ ଜୀବନ ଏବଂ କର୍ମମୟ ଜୀବନରେ ସନ୍ତୁଳନ ରକ୍ଷା କରିଥାନ୍ତି ।

ଅବସରକାଳୀନ ସୁବିଧା

ସରକାରୀ କର୍ମଚାରୀ ଅବସରରେ ପେନସନ ପାଇଥାନ୍ତି । ଏହା ଛଡା ପିଏଫ ସମେତ ଅନ୍ୟ ପ୍ରକାରର ଅବସରକାଳୀନ ସୁବିଧା ପାଇଥାନ୍ତି । ସରକାରଙ୍କ ତରଫରୁ ଏହି ସବୁ ସୁବିଧା ଲୋକେ ପାଇଥାନ୍ତି । ଏହା ଫଳରେ ଜଣେ ସରକାରୀ କର୍ମଚାରୀ ଅବସର ପରେ ଭଲ ଜୀବନ ଅତିବାହିତ କରିଥାଏ ।

ଭଲ ଦରମା

ସରକାରୀ କର୍ମଚାରୀଙ୍କ ଦରମା ଭଲ ରହିଥାଏ । କେବଳ ଏତିକି ନୁହେଁ ସମୟ ସମୟରେ ମହଙ୍ଗ ଭତ୍ତା ସହ ଅନ୍ୟାନ ଭତ୍ତା ମଧ୍ୟ ପ୍ରଦାନ କରାଯାଇଥାଏ । ଏଥିପାଇଁ ଅନେକ ଥର ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ହୋଇଥାଏ । ସରକାରୀ ଚାକିରୀରେ ଆଉ ଗୋଟିଏ କଥା ସମୟରେ ଦରମା ମିଳିଥାଏ । ଏଥିରେ କୌଣସି ପ୍ରକାରର ବିଳମ୍ବ ଦେଖାଦେଇନଥାଏ ।

ଚିକିତ୍ସାକ୍ଷେତ୍ରରେ ସୁବିଧା

ସରକାରୀ କର୍ମଚାରୀଙ୍କ ବୀମା ମଧ୍ୟ ସରକାରଙ୍କ ତରଫରୁ କରାଯାଇଥାଏ । ଏହା ଛଡା କର୍ମଚାରୀଙ୍କ ଚିକିତ୍ସା ଖର୍ଚ୍ଚ ଉପରେ ମଧ୍ୟ ଅନେକ ପ୍ରକାର ସୁବିଧା ପ୍ରଦାନ କରାଯାଇଥାଏ ।

ଭତ୍ତା

ସରକାରୀ କର୍ମଚାରୀଙ୍କ ଦରମା ଛଡା ତାଙ୍କୁ ଅନେକ ପ୍ରକାରର ଭତ୍ତା ପ୍ରଦାନ କରାଯାଇଥାଏ । ଏଥିରେ ରହିବା, ଯିବା ଆସିବା ସହ ବିଭିନ୍ନ ପ୍ରକାର ଖର୍ଚ୍ଚ ମଧ୍ୟ ସାମିଲ ରହିଥାଏ । ଉଚ୍ଚପଦରେ କାର୍ଯ୍ୟରତ କର୍ମଚାରୀଙ୍କୁ ତ ସରକାରଙ୍କ ତରଫରୁ ବଡ ବଡ ଘର ଏବଂ ମହଙ୍ଗା ଗାଡିର ସୁବିଧା ମଧ୍ୟ ପ୍ରଦାନ କରାଯାଇଥାଏ ।

ସମାଜରେ ଉଚ୍ଚ ମର୍ଯ୍ୟାଦା ମିଳେ

ଆମ ସମାଜରେ ସରକାରୀ ଚାକିରୀ କରିଥିବା ବ୍ୟକ୍ତିକୁ ଉଚ୍ଚ ମର୍ଯ୍ୟାଦ ମିଳିଥାଏ । ଏଥିପାଇଁ ସରକାରୀ ଚାକିରୀ କରୁଥିବା ଲୋକଙ୍କର ସମାଜରେ ସମ୍ମାନ ରହିଛି ।

 

CATEGORIES
TAGS
Share This

COMMENTS

Wordpress (0)
Disqus (0 )