Tuesday 23rd April 2024
କୋଲେଷ୍ଟ୍ରୋଲର ଲକ୍ଷଣ କଣ? ହାଇ କୋଲେଷ୍ଟ୍ରୋଲ ହେଲେ ବଢ଼ିପାରେ ଏହି ରୋଗର ଆଶଙ୍କା…

କୋଲେଷ୍ଟ୍ରୋଲର ଲକ୍ଷଣ କଣ? ହାଇ କୋଲେଷ୍ଟ୍ରୋଲ ହେଲେ ବଢ଼ିପାରେ ଏହି ରୋଗର ଆଶଙ୍କା…

ହୃଦ୍‌ଘାତ ଆଜିର ସମୟରେ ସବୁଠାରୁ ବଡ ସମସ୍ୟା । କାହିଁକି ନା ଆଜିର ସମୟରେ ଅଧାରୁ ଅଧିକ ମୃତ୍ୟୁ ହାର୍ଟ ଆଟାର୍କରେ ହେଉଛି । ହେଲେ ବର୍ତ୍ତମାନ ଏହି ହାର୍ଟ ଆଟାର୍କ ବୟସ ଦେଖି ହେଉନି । ବରଂ ଛୋଟରୁ ବଡ ସବୁ ବୟସ ବର୍ଗର ଲୋକଙ୍କୁ ହାର୍ଟ ଆଟାର୍କ ହେଉଛି । ଆଉ ସବୁଠାରୁ ବଡ ଜିନିଷ ହେଲା ଆଜିକାଲି ଏହି ହାର୍ଟ ଆଟାର୍କ ପାଇଁ ୫୦ ରୁ ୫୫ ଆୟୁ ପର୍ଯ୍ୟନ୍ତ ହିଁ ଲୋକ ବଂଚିପାରୁଛନ୍ତି । କିନ୍ତୁ ଆପଣ ସାଧାରଣ ହିସାବରେ ଜାଣିବେ କେମିତି ? କାହାକୁ ଓ କେତେବେଳେ କୋଲେଷ୍ଟ୍ରଲ୍ ହେବ ତାର ଲକ୍ଷଣରୁ ଜାଣିବେ କେମିତି ?

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ କୋଲେଷ୍ଟ୍ରୋଲ୍ ହେଉଛି ଦୁଇ ପ୍ରକାରର-
-ଗୁଡ୍ କୋଲେଷ୍ଟ୍ରୋଲ୍‌
-ବେଡ୍ କୋଲେଷ୍ଟ୍ରଲ୍‌
ଗୁଡ୍ କୋଲେଷ୍ଟ୍ରଲ୍ ଶରୀରରେ ସ୍ୱାସ୍ଥ୍ୟଗତ ସମସ୍ୟା ଦୂର କରେ । ଗୁଡ୍ କୋଲେଷ୍ଟ୍ରଲ୍ ପାଇଁ ମଣିଷ ସବୁବେଳେ ଆକ୍ଟିଭ୍ ରହିବାରେ ସକ୍ଷମ ହୁଏ । କିନ୍ତୁ ବେଡ୍ କୋଲେଷ୍ଟ୍ରଲ୍ ଯୋଗୁଁ ହାର୍ଟ-ଆଟାର୍କ ,ଷ୍ଟ୍ରୋକ୍ ,କାର୍ଡିୟାକ୍ ଆରେଷ୍ଟ,ଆଦି ବିଭିନ୍ନ ରୋଗ ମାଡିବସେ । କିନ୍ତୁ ଏହି କୋଲେଷ୍ଟ୍ରଲ ବଢିଛି ବୋଲି କେମିତି ଜାଣିବେ ?
-ଅଧିକ ଥକା ଲାଗିବା
-ଗୋଡ,ହାତ ଯନ୍ତ୍ରଣା ଅନୁଭବ କରିବା
-ଦେହରୁ ଅଧିକ ଝାଳ ବୁଡିବା
-ନିଶ୍ୱାସ ନେବାରେ ଅସୁବିଧା ଅନୁଭୁତ ହେବା

ଅନେକ ସମୟରେ ଲୋକେ କୋଲେଷ୍ଟ୍ରୋଲ ସମସ୍ୟାକୁ ଗୁରୁତ୍ବ ଦେଇନଥାନ୍ତି। କିନ୍ତୁ କୋଲେଷ୍ଟ୍ରୋଲ ବଢ଼ିବା ଦ୍ବାରା ଆମ ଶରୀରରେ ଅନେକ ରୋଗର କାରଣ ହୋଇପାରେ। କୋଲେଷ୍ଟ୍ରୋଲ ଆମ ଶରୀରରେ ରକ୍ତରେ ରହିଥାଏ। ଅବଶ୍ୟ ଏହା ଆମ ଶରୀର ପାଇଁ ଆବଶ୍ୟକୀୟ ମଧ୍ୟ ହୋଇଥାଏ। ତେବେ କେବଳ ଗୁଡ୍ କୋଲେଷ୍ଟ୍ରୋଲ ହିଁ ଆମ ଶରୀର ପାଇଁ ଉପଯୋଗୀ ହୋଇଥାଏ। ଆଜି ଆମେ ଜାଣିବା ​‌କୋଲେଷ୍ଟ୍ରୋଲ ବଢ଼ିବା ଦ୍ବାରା ଆମ ଶରୀରରେ କେଉଁ ରୋଗର ବିପଦ ବଢ଼ିଥାଏ ।

କୋରୋନାରୀ ହାର୍ଟ ଡିଜିଜ୍:

ଅନେକ ଥର ଡାକ୍ତର ମଧ୍ୟ ହାଇ କୋଲେଷ୍ଟ୍ରୋଲ ଆପଣଙ୍କ ହାର୍ଟ ପାଇଁ ଆଦୌ ଭଲ ନୁହେଁ ବୋଲି କହିଥିବେ। ପ୍ରକୃତରେ କୋଲେଷ୍ଟ୍ରୋଲ ବଢ଼ିବା ଦ୍ବାରା କୋରୋନାରୀ ହାର୍ଟ​‌ ରୋଗର ଆଶଙ୍କା ବଢ଼ିଥାଏ। ଏଭଳି ସ୍ଥିତିରେ ହାର୍ଟ ଆଟାକ୍ ଆଶଙ୍କା ମଧ୍ୟ ବଢ଼ିଥାଏ। ଏହା ଏଥିପାଇଁ ​‌କୋଲେଷ୍ଟ୍ରୋଲର ସ୍ତର ବଢ଼ିବା ଯୋଗୁଁ ଧମନୀ ବନ୍ଦ ହେବାକୁ ଲାଗିଥାଏ। ଫଳରେ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇନଥାଏ।

ଷ୍ଟ୍ରୋକ୍:

ହାଇ କୋଲେଷ୍ଟ୍ରୋଲ୍‌ ହେବା ଯୋଗୁଁ ଷ୍ଟ୍ରୋକ୍‌ ଆଶଙ୍କା ମଧ୍ୟ ବଢ଼ିପାରେ। ହାଇ କୋଲେଷ୍ଟ୍ରୋଲ କେବଳ ହାର୍ଟ ପର୍ଯ୍ୟନ୍ତ ନୁହେଁ ବରଂ ମସ୍ତିଷ୍କ ପର୍ଯ୍ୟନ୍ତ ଧମନୀକୁ ମଧ୍ୟ ବନ୍ଦ କରିଦେଇଥାଏ। ଯେତେବେଳେ ଠିକ୍ ଭାବରେ ରକ୍ତ ପ୍ରବାହ ହୋଇପାରେନାହିଁ ଷ୍ଟ୍ରୋକ୍‌ ସମ୍ଭାବନା ବଢ଼ିଯାଇଥାଏ।

କିଡନୀ ଫେଲ୍ ହେବା:

ଅନେକ ଥର କୋଲେଷ୍ଟ୍ରୋଲ୍‌ ବଢ଼ିବା ଯୋଗୁଁ କିଡନୀ ଉପରେ ମଧ୍ୟ ଏହାର ପ୍ରଭାବ ବଢ଼ିଥାଏ।କିଡନୀ ଫେଲ୍ ହେବାର ଅନେକ କାରଣ ହୋଇଥାଇପାରେ ସେଥିମଧ୍ୟରୁ ଉଚ୍ଚ କୋଲେଷ୍ଟ୍ରୋଲ ଏକ ମୁଖ୍ୟ କାରଣ ହୋଇପାରେ। କୋଲେଷ୍ଟ୍ରୋଲ ବଢ଼ିବା ଦ୍ବାରା କିଡନୀ ସହ ଜଡ଼ିତ ରକ୍ତ ଧମନୀରେ ବ୍ଲଡ୍ ଯୋଗାଣ ବାଧା ଉପୁଜି ଥାଏ।

ହାଇ ବ୍ଲଡ ପ୍ରେସର:

କୋଲେଷ୍ଟ୍ରୋଲ ସ୍ତର ଲଗାତାର ବଢ଼ିରହିଲେ ଉଚ୍ଚ ରକ୍ତ ଚାପ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ଏଭଳି ଏଥିପାଇଁ ହୋଇଥାଏ କାରଣ ଯେତେବେଳେ ଧମନୀରେ କୋଲେଷ୍ଟ୍ରୋଲ ଜମା ହେବା କାରଣରୁ ଧମନୀ ସଂକୀର୍ଣ୍ଣ ହୋଇଯାଏ, ସେତେବେଳେ ହାର୍ଟ ଶରୀରର ଅନ୍ୟ ଅଙ୍ଗକୁ ରକ୍ତ ସଞ୍ଚାଳନ କରିପାରିନଥାଏ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )