Friday 29th March 2024
ଭୁବନେଶ୍ବର‌ରେ ଅଭିନେତ୍ରୀ ଉଦିତା ଗୋସ୍ବାମୀ

ଭୁବନେଶ୍ବର‌ରେ ଅଭିନେତ୍ରୀ ଉଦିତା ଗୋସ୍ବାମୀ

ଭୁବନେଶ୍ୱରରେ ଖୋଲିଯାଇଛି ନାଇଟ୍ କ୍ଳବ “କନେକ୍ଟ” । ଯାହାକୁ ଉଦ୍‌ଘାଟନ କରିବାକୁ ଆସିଥିଲେ ବଲିଉଡ୍‌ର ନାମିଦାମି କଳାକାର ମାନଙ୍କ ମଧ୍ୟରୁ ଜଣେ । ଯାହାଙ୍କ ଅଭିନୟ ଆପଣ ‘ପାପ୍‌’, ‘ଜେହେର’ ଭଳି ଚଳଚିତ୍ର୍ରରେ ମୁଖ୍ୟ ଭୂମିକାରେ ଦେଖିଛନ୍ତି, ସେ ହେଉଛନ୍ତି ଅଭିନେତ୍ରୀ ଉଦିତା ଗୋସ୍ୱାମୀ । ସେହିଭଳି ଅନ୍ୟମାନଙ୍କ ମଧ୍ୟରେ ବିଗବସ୍ ପ୍ରତିଯୋଗୀ ତଥା ଫ୍ୟାସନ ଡିଜାଇନର ସବ୍ୟସାଚୀ ଶତପଥି, ଉପସ୍ଥାପିକା ଲିପ୍ସା ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ତେବେ ଉଦିତା ନିଜ ଅନ୍ଦାଜରେ ଡିଜେ ବଜାଇ ଲୋକଙ୍କୁ ମତୁଆଲା କରିଥିଲେ ।ଶେଷରେ ଓଡ଼ିଆ ଖାଦ୍ୟ ଡାଲମା ଖାଇବା ସହ ଏହାର ତାରିଫ୍ କରିଥିଲେ । “କନେକ୍ଟ”ର ମାଲିକ ରୁଦ୍ର ନାରାୟଣ ମହାନ୍ତି ଉପସ୍ଥିତ ରହି ସମସ୍ତ କାର‌୍ୟ୍ୟ ପରିଚାଳନା କରିଥିଲେ । ଭୁବନେଶ୍ୱରକୁ ଝୁମାଇବାକୁ କନେକ୍ଟ ଆରମ୍ଭ ହୋଇଛି । ଆକର୍ଷଣୀୟ ଅଫର ସହ ମନ ପସନ୍ଦର ଜିନିଷ ମିଳିବ ଏଠାରେ । ପ୍ରଥମ ଥର ରୁପ୍ ଟପ୍ ରେଷ୍ଟୁରାଣ୍ଟ ସହ ଡ୍ୟାନସ ଫ୍ଲୋର କନସେପ୍ଟ ଓଡିଶାରେ ପ୍ରଥମ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

CATEGORIES
TAGS
Share This

COMMENTS

Wordpress (0)
Disqus ( )