Tuesday 23rd April 2024
IOCLରେ, ଦଶମ ପାସ୍ କରିଥିବା ପିଲା ବି କରିପାରିବେ ଚାକିରୀ

IOCLରେ, ଦଶମ ପାସ୍ କରିଥିବା ପିଲା ବି କରିପାରିବେ ଚାକିରୀ

ଦଶମ ପାସ୍ କରିଥିବା ପିଲା ବି ଚାକିରୀ କରିପାରିବେ । IOCL ରେ ବାହାରିଛି ୧୭୦୦ରୁ ଅଧିକ ପଦବୀ । ଆପଣ ବି ଆବେଦନ କରିପାରିବେ, ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (IOCL ) ପକ୍ଷରୁ ଟେକ୍ନିସିଆନ୍, ସ୍ନାତକ ଏବଂ ବାଣିଜ୍ୟ ଆପ୍ରେଣ୍ଟିସିସ୍ ପାଇଁ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଆଶାୟୀ ପ୍ରାର୍ଥୀ ମାନେ https://www.iocl.com/ ଏହି ଲିଙ୍କ୍ କୁ ଯାଇ ଜାନୁୟାରୀ ୩, ୨୦୨୩ ପୂର୍ବରୁ ଆବେଦନ କରିପାରିବେ । ଆବେଦନ କରିବାର ପ୍ରକ୍ରିୟା ଡିସେମ୍ବର ୧୪ରୁ ଆରମ୍ଭ ହୋଇଯାଇଛି । IOCL ପକ୍ଷରୁ ତାମିଲନାଡୁ ଏବଂ ପୁଡୁଚେରୀ, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ଗୁଜରାଟ, ଗୋଆ, ମଧ୍ୟପ୍ରଦେଶ, ଛତିଶଗଡ, କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ଏବଂ ନଗରହାଭେଲି ଏବଂ ଦାମନ ଏବଂ ଡିୟୁ, ପଶ୍ଚିମବଙ୍ଗ, ବିହାର, ଓଡିଶା, ଝାଡଖଣ୍ଡ, ଆସାମ, ସିକ୍କିମ୍, ଦିଲ୍ଲୀ, ହରିୟାଣା, ପଞ୍ଜାବ, ଚଣ୍ଡିଗଡ଼ର କେନ୍ଦ୍ରଶାସିତ ଅଞ୍ଚଳ, ହିମାଚଳ ପ୍ରଦେଶ, ଜମ୍ମୁ କଶ୍ମୀରର କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ, ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।IOCL Recruitment 2021: 480 Apprentice Posts On Offer; Check Details Here –  Education Bytes

ପଦବୀ:

• ମୋଟ୍ ପଦବୀ- ୧୭୬୦
• ଓଡ଼ିଶାରେ ମୋଟ୍ ପଦବୀ-୫୧

• ଶିକ୍ଷାଗତ ଯୋଗ୍ୟତା:

• ଆଗ୍ରହୀ ପ୍ରାର୍ଥୀ ସ୍ୱୀକୃତିପ୍ରାପ୍ତ ବୋର୍ଡ / ଅନୁଷ୍ଠାନ / ବିଶ୍ୱବିଦ୍ୟାଳୟରୁ ଦଶମ / ଦ୍ୱାଦଶ / ଆଇଟିଆଇ / ଡିପ୍ଲୋମା / ଡିଗ୍ରୀ କରିଥିବା ଆବଶ୍ୟକ ।

• ବୟସ ସୀମା :

• ଡିସେମ୍ବର ୩୧, ୨୦୨୨ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୪ ବର୍ଷ ମଧ୍ୟରେ ହେବା ଉଚିତ୍।

ଟେକ୍ନିସିଆନ୍ ଆପ୍ରେଣ୍ଟିସିସ୍:

• UR: ୧୪
• EWS: ୩
• SC: ୫
• ST:୭
• OBC:୪

ବାଣିଜ୍ୟ ଆପ୍ରେଣ୍ଟିସିସ୍:

• UR: ୧୦
• EWS: ୧
• SC: ୨
• ST: ୩
• OBC: ୨

କୋହଳ ବୟସ ସୀମା:

OBC NCL ପ୍ରାର୍ଥୀ : ୩ ବର୍ଷ
SC/ST ପ୍ରାର୍ଥୀ: ୫ ବର୍ଷ
PwBD ପ୍ରାର୍ଥୀ: ୧୦ ବର୍ଷ

ଚୟନ ପ୍ରକ୍ରିୟା :

• ପ୍ରଥମେ ଅନ୍ଲାଇନ୍ ଟେଷ୍ଟ
• ଡକ୍ୟୁମେଣ୍ଟ ଯାଞ୍ଚ
• ମେଡିକାଲ ପରୀକ୍ଷା

CATEGORIES
TAGS
Share This

COMMENTS

Wordpress (0)
Disqus ( )