Friday 26th April 2024
ଓଡିଆ ଫିଲ୍ମ ଚନ୍ଦ୍ରମା ଦେଖି ଡର ଲାଗିବ…

ଓଡିଆ ଫିଲ୍ମ ଚନ୍ଦ୍ରମା ଦେଖି ଡର ଲାଗିବ…

ଭାରତରେ ପ୍ରତିବର୍ଷ ଅନେକ ଧରଣର ଫିଲ୍ମ ନିର୍ମାଣ ହେଉଛି । କେଉଁଟା ହିଟ୍ ହେଉଛି ତ ପୁଣି କେଉଁଟା ଫ୍ଲପ୍ । କିନ୍ତୁ ଏସବୁ ଭିତରେ ସିନେପ୍ରେମୀ ମାନଙ୍କୁ ଭଲ ଭଲ ସିନେମାର ଏକ ନିଆରା ଅନୂଭୁତି ମଧ୍ୟ ମିଳୁଛି । ତା ଭିତରୁ ଆମ ଓଡିଶା ବି ଗୋଟିଏ ରାଜ୍ୟ ଯାହାକୁ ବର୍ତ୍ତମାନ ଜାତୀୟ ସ୍ତରରେ ସିନେପ୍ରେମୀମାନେ ଦେଖିବାକୁ ପାଉଛନ୍ତି । ଏହି ଗୌରବ ଆମକୁ ଓଡିଆ ଫିଲ୍ମ ଦମନ ଆଣିଦେଇଛି । ସତରେ ଓଡିଶା ଲୋକଙ୍କ ଛାତି ଏବେ ଗର୍ବରେ ଫାଟିପଡୁଛି । ପ୍ରଥମଥର ପାଇଁ ଓଡିଆ ଫିଲ୍ମକୁ ଏତେ ଭଲପାଇବା ମିଳିଲା ଯେ ଯାହାକୁ ହିନ୍ଦିରେ ବି ଲୋକ ଦେଖିବା ପାଇଁ ଅଡି ବସିଲେ । ବର୍ତ୍ତମାନର ସିନେମା ଯୁଗ ରିଜୋନାଲ୍ ସିନେମାର ମୂହୂର୍ତ୍ତ ଆସିଛି ବୋଲି ଆମେ କହିପାରିବା । ଯେଉଁ ସମୟରେ କାନ୍ତାରା ଭଳି ଗୋଟିଏ ରିଜୋନାଲ୍ ସିନେମା ସାରା ଭାରତରେ ହଇଚଇ ସୃଷ୍ଟି କରିଦେଲା ଠିକ୍ ସେହିଭଳି ଆମ ଓଡିଆ ଫିଲ୍ମ ଦମନ ଲୋକଙ୍କ ହୋସ୍ ଉଡାଇଦେଲା । ସେବେଠାରୁ ହିନ୍ଦୀ ଫିଲ୍ମ ରିଭ୍ୟୁ କରୁଥିବା ଲୋକମାନେ ଆମ ଓଡିଆ ଇଣ୍ଡଷ୍ଟ୍ରିକୁ ବୁଝିବା ଆରମ୍ଭ କଲେ ଆମ ସିନେମାର ରିଭ୍ୟୁ କରିବା ଆରମ୍ଭ କଲେ । ତେଣୁକରି ବର୍ତ୍ତମାନ ସେହି ସ୍ତରକୁ ବଜାଇ ରଖିବା ପାଇଁ ଆମ ଓଡିଆ ଇଣ୍ଡଷ୍ଟ୍ରି ବି ଅଣ୍ଟା ଭିଡିଦେଇଛି । ନିକଟରେ ଏକ ନୂଆ ଓଡିଆ ଫିଲ୍ମ ଚନ୍ଦ୍ରମାର ଟିଜର ରିଲିଜ ହୋଇଛି । ଯାହା ଏକ ସଂମ୍ଫୂର୍ଣ୍ଣ ହରର୍ ଫିଲ୍ମ । ଏହି ଫିଲ୍ମଟି ଏକ ନୂଆ ଟ୍ରେଣ୍ଡ ସୃଷ୍ଟି କରିପାରିବ ବୋଲି ଆଶା କରାଯାଉଛି ।

 

ଏହା ଏକ ହରର୍ ଥ୍ରିଲର୍ ଚଳଚିତ୍ର । ବର୍ତ୍ତମାନ ତାହାକୁ ନେଇ ଖୁବ୍ ଚର୍ଚ୍ଚା । ଭିଡିଓରେ ଦେଖାଯାଇଥିବା ଦୃଶ୍ୟ ଓ ସାଉଣ୍ଡ ଜବରଦସ୍ତ ରହିଛି । ଆଶା କରାଯାଉଛି ଫିଲ୍ମର କାହାଣୀ ଭଲ ହୋଇଥିଲା । ଦର୍ଶକ ଆଗ୍ରହ ସହ ଫିଲ୍ମର ଟ୍ରେଲରକୁ ଅପେକ୍ଷା କରିଛନ୍ତି । ଫିଲ୍ମଟିର ନା ହେଉଛି ଚନ୍ଦ୍ରମା । ଟିଜରଟିକୁ ଦେଖି ସିନେମାର ମୂଳ କଣ ହେଇଥିବ ତାହା ବାରି ହୋଇପଡୁଛି । ଭୟାନକ ସାଉଣ୍ଡ ସହ ଜବରଦସ୍ତ ଲୋକେସନ୍ ଏହି ଫିଲ୍ମରେ ନଜର ଆସିବ । ଏଥିରେ ଦେବାଶିଷ,ପ୍ରିୟା,ଭୂମିକା ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରୁଥିବାର ନଜର ଆସୁଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ବିଶ୍ୱଭୁଷଣ ମହାପାତ୍ର ଦେଇଛନ୍ତି । ତେବେ ଏହାକୁ ସିନେ କ୍ରିଟିକ୍ସ ତରନ ଆଦର୍ଶ ଟୁଇଟରରେ ସେୟାର କରିଛନ୍ତି । ଏହା ସହ କ୍ୟାପସନରେ ଲେଖିଛନ୍ତି ଦମନ ପରେ ପୁଣି ଆଉ ଏକ ଓଡିଆ ଇଣ୍ଡଷ୍ଟ୍ରିର ଫିଲ୍ମ ଆସୁଛି ଯାହାର ନାଁ ଚନ୍ଦ୍ରମା ।

ଏହା ମଧ୍ୟ ପ୍ୟାନ ଇଣ୍ଡିଆ ସିନେମା ହେବାକୁ ଯାଉଛି । କେବଳ ସେତିକି ନୁହେଁ ୟୁଟ୍ୟୁବ୍ ରେ ବିଭିନ୍ନ ହିନ୍ଦୀ ରିଭ୍ୟୁୟର ଏହି ସିନେମାର ଟିଜର ଦେଖି ଭଲ ରିଭ୍ୟୁ ଦେଉଛନ୍ତି । ଏମିତି ବି କିଛି ପାକିସ୍ତାନୀ ୟୁଜର ଅଛନ୍ତି ଯେଉଁମାନେ ଏହି ଭିଡିଓରେ ନିଜର ମତାମତ ଦେଉଛନ୍ତି । ସତରେ ଏହିଭଳି ମତାମତ ଦେଖି ଲାଗୁଛି ଆମ ଓଡିଆ ଫିଲ୍ମ ଲୋକଲୋଚନକୁ ଆସୁଛି । ଆଉ ଭଲ କାମ କଲେ ଲୋକେ ନିଶ୍ଚୟ ଭଲପାଇବେ ଓ ପ୍ରଶଂସା ମଧ୍ୟ କରିବେ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )