Wednesday 24th April 2024
ଲାଇଫ୍ ଇନ୍ସୁରାନ୍ସ କର୍ପୋରେସନ୍‌ରେ ବାହାରିଛି AAO ପାଇଁ ବିଜ୍ଞପ୍ତି

ଲାଇଫ୍ ଇନ୍ସୁରାନ୍ସ କର୍ପୋରେସନ୍‌ରେ ବାହାରିଛି AAO ପାଇଁ ବିଜ୍ଞପ୍ତି

ଆଜିର ସମୟରେ ଇନ୍ସୁରାନ୍ସ କମ୍ପାନୀରେ ଅନେକ ଲୋକ କାମ କରୁଛନ୍ତି । କିନ୍ତୁ ସରକାରୀ ଇନ୍ସୁରାନ୍ସ କମ୍ପାନୀରେ କାମ କରିବାର ସୁଯୋଗ ସମସ୍ତଙ୍କୁ ମିଳେ ନାହିଁ । ଏହିଭଳି ଚାକିରୀ କ୍ଷେତ୍ରରେ ଅନୁଭୂତି ଓ ଅଭିଜ୍ଞତାର ଆବଶ୍ୟକତା ବେଶୀ ରହିଥାଏ । ତେଣୁ କରି ଭଲ ସୁଯୋଗ ଅପେକ୍ଷାରେ ସମସ୍ତେ ଥାଆନ୍ତି । ବର୍ତ୍ତମାନ LIC ରେ ଚାକିରୀ କରିବାକୁ ଚାହୁଁଥିବା ପିଲାଙ୍କ ପାଇଁ ଆସିଛି ଖୁସିଖବର । ଲାଇଫ୍ ଇନ୍ସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ LIC ରେ ସହକାରୀ ପ୍ରଶାସନିକ ଅଧିକାରୀ AAO ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଆଶାୟୀ ପ୍ରାର୍ଥୀମାନେ LIC ର ଅଫିିଆଲ ୱେବସାଇଟ୍ licindia.in କୁ ଯାଇ ଏହି ପଦବୀ ପାଇଁ ଆବେଦନ କରିପାରିବେ । ଏହା ବ୍ୟତୀତ ପ୍ରାର୍ଥୀମାନେ https://ibpsonline.ibps.in/licaaojan23/ ଏହି ଲିଙ୍କ୍‌କୁ ଯାଇ ଆବେଦନ କରିପାରିବେ । ବିଜ୍ଞପ୍ତି ଦେଖିବାକୁ ଚାହୁଁଥିଲେ https://images.news18.com/ibnkhabar/uploads/2023/01/LIC-AAO-Recruitment-2023-Notification-PDF.pdf ଏହି ଲିଙ୍କ୍‌କୁ ଯାଇ ଦେଖିପାରିବେ ।Life Insurance Corporation (LIC) – User Experience Design & Technology

ମୋଟ ପୋଷ୍ଟ:

ମୋଟ ୩୦୦ଟି ପୋଷ୍ଟ ଖାଲି ଅଛି

ଯୋଗ୍ୟତା:

ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ଯେକୌଣସି ଷ୍ଟ୍ରିମ୍‌ରେ ସ୍ନାତକ ହାସଲ କରିବା ଜରୁରୀ ।

ବୟସ ସୀମା:

• ସର୍ବନିମ୍ନ ବୟସ ସୀମା- ୨୧ବର୍ଷ
• ସର୍ବାଧିକ ବୟସ ସୀମା-୩୦ ବର୍ଷ
• ୧/୧/୨୦୨୩କୁ ଆଖିରେ ରଖି ବୟସ ହିସାବ କରାଯିବ ।

ଦରମା:

ଯେଉଁ ପ୍ରାର୍ଥୀମାନେ ଏହି ପଦବୀରେ ମନୋନୀତ ହେବେ ସେମାନେ ମାସକୁ ୫୬, ୦୦୦ ଟଙ୍କା ଓ ଭତ୍ତା ପାଇବେ ।

ଆବେଦନ ଶୁଳ୍କ:

• ଜେନେରାଲ/OBC/EWS- ୭୦୦ଟଙ୍କା
• SC/ST/PWD- ୮୫ଟଙ୍କା

CATEGORIES
TAGS
Share This

COMMENTS

Wordpress (0)
Disqus ( )