Wednesday 24th April 2024
ବିଦାୟ ନେଉଛନ୍ତି ମା ,ପୁଣି ଅପେକ୍ଷା ଆରବର୍ଷକୁ

ବିଦାୟ ନେଉଛନ୍ତି ମା ,ପୁଣି ଅପେକ୍ଷା ଆରବର୍ଷକୁ

ମେଲାଣି ନେଉଛନ୍ତି ମା । ସରିଗଲା ମାଆଙ୍କ ନବଦିନାତ୍ମକ ଲୀଳା । ଆଜି ଧରାପୃଷ୍ଠରୁ ମେଲାଣି ନେବେ ଜଗତଜନନୀ ମାଆ ଦୁର୍ଗା । ଭସାଣି ଉତ୍ସବ ଲାଗି ସମସ୍ତ ପ୍ରସ୍ତୁତି ସରି ଚାଲିଛି ବିଦାୟ ଯାତ୍ରା । ମାଆଙ୍କ ମେଲାଣି ପାଇଁ କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କୃତ୍ରିମ ଜଳାଶୟ ବ୍ୟବସ୍ଥା କରାଯାଇଛି । ରାଜଧାନୀରେ ଭସାଣି ପାଇଁ ୧୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଭୁବନେଶ୍ୱର ୩ଟି ଭସାଣ କମିଟି ରହିଛି ସବୁ କମିଟି ପାଇଁ ସ୍ୱତନ୍ତ୍ର ରୁଟ୍ କରାଯାଇଛି । ଭସାଣ ଉତ୍ସବ ବେଳେ ଟ୍ରାଫିକ ବ୍ୟବସ୍ଥା ଯେପରି ବ୍ୟାହତ ନ ହେବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି । ୩ ଜଣ ଅତିରିକ୍ତ ଡିସିପି ଭସାଣ ଦାୟିତ୍ୱରେ ରହିଛନ୍ତି ।

ଭସାଣ ସମୟରେ ବିଭିନ୍ନ ମେଢ ସହ ଯାଉଥିବା ଡିଜେ୍ ମ୍ୟୁଜି୍କର ଶବ୍ଦ ୬୫ ଡେସିବେଲରୁ ଅଧିକ ହେବ ନାହିଁ ବୋଲି କଡା ନିର୍ଦ୍ଦେଶ ଜାରି କରିଛି କମିଶନରେଟ ପୋଲିସ । ସେହିପରି କଟକରେ ଭସାଣ ଉତ୍ସବ ଲାଗି ନଦୀ ପଠାରେ ୩ଟି ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି । ଭିଡ଼ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ସହରରେ ୫୫ ପ୍ଲାଟୁନ୍ ପୋଲିସ ମୁତୟନ ହୋଇଛନ୍ତି । ସହରର ବିଭିନ୍ନ ସ୍ଥାନରେ ୩ ଶହଟି ସିସିଟିଭି କ୍ୟାମେରା ଲଗାଯାଇଛି । କଟକ ଦେବୀଗଡ଼ାରେ ୧୭୨ଟି ମେଢ଼ ବିସର୍ଜନ କରାଯିବ କରୋନା କଟକଣା ହଟିବା ପରେ ବେସ୍ ଜାକଜମକର ସହ ଏଥର ଭସାଣ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି ।

ତେବେ ଗତକାଲି ବେଶ୍ ଧୂମଧାମରେ ପାଳିତ ହୋଇଥିଲା ରାବଣପୋଡ଼ି ଉତ୍ସବ । ଚଳିତ ବର୍ଷ ଭୁବନେଶ୍ୱରରେ ୪ଟି ସ୍ଥାନରେ ରାବଣପୋଡ଼ି ପାଇଁ ଅନୁମତି ମିଳିଥିଲା । ରାଜଧାନୀର ବରମୁଣ୍ତା, ଝାରପଡ଼ା, କୋରଡକଣ୍ଟା ଓ ପାହାଳର ପୂଜା ମଣ୍ତପରେ ଆକର୍ଷଣୀୟ ରଙ୍ଗୀନ ଆତସବାଜୀ ସହ ଶେଷ ହୋଇଥିଲା ରାବଣପୋଡ଼ି । ଏହି ଉତ୍ସବ ଦେଖିବା ପାଇଁ ସମସ୍ତ ସ୍ଥାନରେ ପ୍ରବଳ ଭିଡ଼ ଦେଖିବା ପାଇଁ ମିଳିଥିଲା ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )