Friday 26th April 2024
ଆଣବିକ ଖଣିଜ ନିର୍ଦ୍ଧେଶାଳୟରେ ୧୦ମ ପାସ୍ କରିଥିବା ପିଲାଙ୍କ ପାଇଁ ଚାକିରୀର ସୁଯୋଗ

ଆଣବିକ ଖଣିଜ ନିର୍ଦ୍ଧେଶାଳୟରେ ୧୦ମ ପାସ୍ କରିଥିବା ପିଲାଙ୍କ ପାଇଁ ଚାକିରୀର ସୁଯୋଗ

ସରକାରୀ ଚାକିରୀ କରିବା ପାଇଁ ସମସ୍ତଙ୍କର ଇଚ୍ଛା ଥାଏ । କିନ୍ତୁ ସରକାରୀ ଚାକିରୀ କରିବା ଏତେ ସହଜ ମଧ୍ୟ ନୁହେଁ, ସେଥିପାଇଁ ପରିଶ୍ରମ କରିବାକୁ ପଡ଼େ । ଏହି କାରଣରୁ ଅନେକ ପିଲା ଚେଷ୍ଟା କରି କରି ବିଫଳ ହେବା କାରଣରୁ ଅଧାରୁ ହିଁ ହାର ମାନି ଯାଇଥାନ୍ତି । କିନ୍ତୁ ଏବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ଆପଣ ମଧ୍ୟ କରିପାରିବେ ସରକାରୀ ଚାକିରୀ । ଆଣବିକ ଖଣିଜ ନିର୍ଦ୍ଧେଶାଳୟ ଅନ୍ୱେଷଣ ଓ ଅନୁସନ୍ଧାନ ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇଛି । ତେବେ ଚାଲନ୍ତୁ ଜାଣିବା କେଉଁ ସରକାରୀ ଚାକରୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।पखनि मुख्यालय  हैदराबाद() ୧୦ମ ପାସ୍ କରିଥିବା ପିଲା ଆଣବିକ ଖଣିଜ ନିର୍ଦ୍ଧେଶାଳୟ ଅନ୍ୱେଷଣ ଓ ଅନୁସନ୍ଧାନ (AMD) ରେ ଚାକିରୀ କରିପାରିବେ । ସୂଚନା ଅନୁସାରେ (AMD) ରେ ମୋଟ ୩୨୧ଟି ପଦବୀ ଖାଲି ଅଛି । ଯାହା ହେଉଛି ଜୁନିଅର ଟ୍ରାନ୍ସଲେଟର ଅଫିସର (JTO), ଆସିଷ୍ଟାଣ୍ଟ ସିକ୍ୟୁରିଟି ଅଫିସର (ASO) ଏବଂ ସୁରକ୍ଷାକର୍ମୀ । ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆବେଦନ କରିବା ପାଇଁ ଆଶାୟୀ ପ୍ରାର୍ଥୀ  AMD ର ୱେବସାଇଟ୍ https://amd.gov.in/app16/index.aspx  କୁ ଯାଇ ଆବେଦନ କରିପାରିବେ ।भूवेधन स्थल पर भूवैज्ञानिकों द्वारा कोर नमूनों की जांच

ଆବେଦନ ଏବଂ ପରୀକ୍ଷା ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି ଅକ୍ଟୋବର ୨୯, ୨୦୨୨ରୁ ।
  • ASO ଏବଂ ସିକ୍ୟୁରିଟି ଗାର୍ଡ ପଦବୀ ପାଇଁ ଶାରୀରିକ ପରୀକ୍ଷା ଡିସେମ୍ବର ୨୦୨୨ ରେ ହେବ ।
  • JTO ସିକ୍ୟୁରିଟି ଗାର୍ଡ ନିଯୁକ୍ତି ପାଇଁ କମ୍ପ୍ୟୁଟର ଆଧାରିତ ଲିଖିତ ପରୀକ୍ଷା ଜାନୁଆରୀ ୨୦୨୩ରେ ହେବ ।
  • JTO ପଦ ପାଇଁ ବର୍ଣ୍ଣନାତ୍ମକ ଲିଖିତ ପରୀକ୍ଷା ଫେବୃଆରୀ ୨୦୨୩ରେ ହେବ ।

ଶିକ୍ଷାଗତ ଯୋଗ୍ୟତା:

  • ସିକ୍ୟୁରିଟି ଗାର୍ଡ-ଦଶମ ପାସ୍
  • ଆସିଷ୍ଟାଣ୍ଟ ସିକ୍ୟୁରିଟି ଅଫିସର-ସ୍ନାତକ ହେବା ଜରୁରୀ
  • ଜୁନିଅର ଟ୍ରାନ୍ସଲେଟର ଅଫିସର-୯

ବୟସ ସୀମା:

  • ଆସିଷ୍ଟାଣ୍ଟ ସିକ୍ୟୁରିଟି ଅଫିସର-୧୮ରୁ ୨୭ ବର୍ଷ
  • ସିକ୍ୟୁରିଟି ଗାର୍ଡ- ୧୮ରୁ ୨୭ ବର୍ଷ
  • ଜୁନିଅର ଟ୍ରାନ୍ସଲେଟର ଅଫିସର୍‌-୧୮ରୁ ୨୮ ବର୍ଷ

ଖାଲିଥିବା ପଦବୀ:

  • ଆସିଷ୍ଟାଣ୍ଟ ସିକ୍ୟୁରିଟି ଅଫିସର-୩୮
  • ସିକ୍ୟୁରିଟି ଗାର୍ଡ-୨୭୪
  • ଜୁନିଅର ଟ୍ରାନ୍ସଲେଟର ଅଫିସର୍‌-୯

ଦରମା:

  • ସିକ୍ୟୁରିଟି ଗାର୍ଡ-୧୮,୦୦୦ ଟଙ୍କା
  • ଆସିଷ୍ଟାଣ୍ଟ ସିକ୍ୟୁରିଟି ଅଫିସର-୩୫,୪୦୦ ଟଙ୍କା
  • ଜୁନିଅର ଟ୍ରାନ୍ସଲେଟର ଅଫିସର-୩୫,୪୦୦ ଟଙ୍କା

ଆବେଦନ ଶୁଳ୍କ:

  • ସିକ୍ୟୁରିଟି ଗାର୍ଡ-୧୦୦ ଟଙ୍କା
  • ଆସିଷ୍ଟାଣ୍ଟ ସିକ୍ୟୁରିଟି ଅଫିସର-୨୦୦ ଟଙ୍କା
  • ଜୁନିଅର ଟ୍ରାନ୍ସଲେଟର ଅଫିସର୍‌-୨୦୦ ଟଙ୍କା

ଏହିଭଳି Job ସମ୍ବନ୍ଧିତ ସୂଚନା ଚାହୁଁଥିଲେ ଆପଣ ଆମ ଓଡ଼ିଆ ଡେଲି ପେଜ୍‌କୁ ଫଲୋ କରନ୍ତୁ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )