Thursday 25th April 2024
ଆପଣଙ୍କ କର୍ମଚାରୀଙ୍କୁ ଖୁସିରେ ରଖନ୍ତୁ   

ଆପଣଙ୍କ କର୍ମଚାରୀଙ୍କୁ ଖୁସିରେ ରଖନ୍ତୁ   

ଆଜି କାଲି ସମସ୍ତେ ନିଜନିଜର ଷ୍ଟାର୍ଟଅପ୍ ଖୋଲିବାକୁ ଇଚ୍ଛା କରୁଛନ୍ତି । ଷ୍ଟ୍ରାର୍ଟଅପ୍ କରିବା ପାଇଁ କାହା ପାଖରେ କିଛି ଅଛି ତ କାହା ପାଖରେ କିଛି ନାହିଁ । ଏମିତିରେ କରିବେ କଣ? ଷ୍ଟାର୍ଟଅପ୍ ପାଇଁ କଣ କଣ ଜରୁରୀ ହୋଇଥାଏ? ଏସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆମେ ପାଜି ଟ୍ରାନ୍ସପୋର୍ଟର ଓନର ଜସ୍‌ଦୀପ୍ ସିଂହଙ୍କ ସହ କଥା ହୋଇଥିଲୁ ଓ ଜାଣିବାକୁ ପାଇଥିଲୁ ଅନେକ କିଛି ଗୁରୁତ୍ୱପୂର୍ଣ୍ଣ କଥା । ଚାଲନ୍ତୁ ଜାଣିବା ସେ କଣ କହିଥିଲେ ।

ଆପଣଙ୍କ ଷ୍ଟାର୍ଟ ଅପ୍ ଷ୍ଟୋରୀ କୁହନ୍ତୁ ? କେମିତି ଆରମ୍ଭ କଲେ ଏହି କାମ ?

ମୁଁ ମୋ ଏମ୍‌ବିଏ ଡିଗ୍ରୀ ଶେଷ କରିଥିଲି ୨୦୧୫ରେ, ତା ପରେ ଡାଟା ସାଇନ୍ସରେ କାମ ମଧ୍ୟ କରିଥିଲି । ପରେ ମୁଁ ମୋ ଫ୍ୟାମିଲି ବିଜ୍‌ନେସରେ ଯୋଗ ଦେଲି, ଯେଉଁଥିରେ ମୁଁ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖିନ ହୋଇଥିଲି । ଏହା ପରେ ଯେହେତୁ ମୁଁ ଡାଟା ସାଇନ୍ସ ପାଠ ପଢ଼ିଥିଲି ମୁଁ ଜାଣିଥିଲି କି ଡାଟା ଓ ଟେକ୍ନୋଲୋଜି ସାହାର୍ଯ୍ୟରେ ଆମେ କଣ କରିପାରିବା ତେଣୁ ଆମେ ୨ଟିକୁ ମିଶେଇ ଟ୍ରାନ୍ସଫୋର ସିମ୍ବଲ ତିଆରି କଲୁ । ସେତେବେଳେ ବି ବହୁତ ଅସୁବିଧାର ସମ୍ମୁଖିନ ହେଇଛୁ ଆମେ କିନ୍ତୁ ଏବେ ଆମେ ଶିଖିଗଲୁଣି ତେଣୁ ଆମେ ଏବେ ବହୁତ୍ କାମ କରୁଛୁ ଏହା ବ୍ୟତିତ ।

ଆପଣଙ୍କ ବିଜନେସ୍ ଆଜି କେମିତି ଗ୍ରୋ କରୁଛି ?

ଆମ ବିଜ୍‌ନେସ୍ ଭଲ ଚାଲିଛି, ୨ରୁ ଅଧିକ ଆମେ ଇନଭେଷ୍ଟର କରିସାରିଛୁ । ଯାହା ଫଳରେ ଆମେ ଆଗରୁ କେବଳ ଭାରତରେ ଫୋକସ କରିପାରୁଥିଲୁ କିନ୍ତୁ ଏବେ ଭାରତ ବାହାରେ ମଧ୍ୟ ଫୋକସ୍ କରିପାରୁଛୁ ।

ବିଜନେସ୍ କଲା ବେଳେ କେଉଁ କେଉଁ ଜିନିଷକୁ ଆପଣ ବେଶି ଧ୍ୟାନ ଦିଅନ୍ତି ?

ମୋ ମତରେ ମୋ ସହ ଯେଉଁ ମାନେ କାମ କରୁଛନ୍ତି ସେମାନେ ଖୁସି କେମିତି ରହିବେ ତାହା ମୋର ଦାୟିତ୍ୱ ହେବା ଦରକାର । କାରଣ ଯଦି ସେମାନେ ଖୁସି ରହିବେ ତେବେ ଯାଇକି ସେମାନେ ଡେଡିକେଟେ ସହ ଆପଣଙ୍କ କମ୍ପନୀ ପାଇଁ କାମ କରିବେ । ତା ପରେ ମୁଁ ଆଉ ଗୋଟିଏ କଥା ପ୍ରତି ଭି ଧ୍ୟାନ ଦିଏ କି ଯଦି ମୋ ପାଖରେ ୫ଟି ଲୋକ ଅଛନ୍ତି, ଅଲଗା ଅଲଗା କାମ ପାଇଁ ତେବେ ଯାଇ ସେମାନେ ନିଜ ଅଣ୍ଡର୍‌ରେ ଥିବା ଲୋକ ରଖି ପାରିବେ ଏବଂ ସେମାନଙ୍କୁ ସେ ସେମିତି ଟ୍ରିଟ କରିବେ ଯେମିତି ମୁଁ ତାଙ୍କ ସହ ଟ୍ରିଟ କରୁଛି । ତେଣୁ ଟିମ୍ ସବୁଠାରୁ ଜରୁରୀ ।

୪ଓଡିଶାରେ ଷ୍ଟାର୍ଟ ଅପ୍ ର ଭବିଷ୍ୟତ କଣ ?

ଓଡ଼ିଶାରେ ଷ୍ଟ୍ରାର୍ଟଅପ୍‌ର ଭବିଷ୍ୟତ ବହୁତ ଭଲ ଅଛି । Odisha is unexplored market in india, ଓଡ଼ିଶା ଷ୍ଟ୍ରାର୍ଟଅପ୍ ବିଜ୍‌ନେସ୍‌କୁ ବହୁତ ସାହାର୍ଯ୍ୟ କରେ । କିଛି ମାସ ତଳେ ଷ୍ଟାର୍ଟଅପ୍ ଓଡ଼ିଶା କିଛି ଷ୍ଟାର୍ଟଅପ୍ କମ୍ପାନୀକୁ ନେଇ ଦୁବାଇ ଯାଇଥିଲା ଯେଉଁଥିରେ ଆମ କମ୍ପାନୀ ମଧ୍ୟ ସାମିଲ ଥିଲା । ଯାହାର ସ୍ପନ୍ସର ଓଡ଼ିଶା ସରକାର ଥିଲା । ମେକ୍ ଇନ୍ ଓଡ଼ିଶାର ମଧ୍ୟ ଗୋଟିଏ ଭଲ କାର୍ଯ୍ୟକ୍ରମ ଆଗକୁ ଆସୁଛି ଯେଉଁଥିରେ ଆମକୁ ଡକାଯାଇଛି । ଯାହାଫଳରେ ଓଡ଼ିଶା ଆମ ବିଜ୍‌ନେସ୍‌କୁ ପ୍ରମୋଟ ମଧ୍ୟ କରୁଛି । ଓଡ଼ିଶାରେ କେବେ ଟଙ୍କା କମ୍ ହୋଇନାହିଁ, ଓଡ଼ିଶା ଲୋକଙ୍କ ପାଖରେ ବହୁତ ଟଙ୍କା ଅଛି । ତେଣୁ ନିହାତି ଓଡ଼ିଶା ସରକାର ଓ ଓଡ଼ିଶାବାସୀଙ୍କ ପାଇଁ ଷ୍ଟାର୍ଟଅପ୍ କମ୍ପାନୀ ଓ ବିଜ୍‌ନେସ୍ ଭଲ ଉନ୍ନତି କରିପାରୁଛି ଏବଂ ଆଗକୁ ମଧ୍ୟ କରିବ ।

ଆପଣ କେମିତି ନିଜ ବିଜନେସ୍ କୁ ପ୍ରମୋଟ୍ କରୁଛନ୍ତି ?

ଆମେ ଆମ କମ୍ପାନୀରେ ସେଲ୍ସ ଓ ମାର୍କେଟିଂ ୨ଟି କୁ ଅଲଗା ଅଲଗା କରିଛୁ । ଆମର ଯିଏ ସ୍ମଲ ସାଇଜ୍ କଷ୍ଟମର ଥାନ୍ତି ସେମାନଙ୍କ ପାଇଁ ମାର୍କେଟିଂ ଉପରେ ଫୋକଶ୍ କରିଥାଉ । ଲିଙ୍କଡିନ୍‌, ୟୁଟ୍‌୍ୟବ୍‌, ଫେସବୁକ୍‌, ଗୁଗଲ୍ ଉପରେ ଟାର୍ଗେଟ କରିଥାଉ ଓ ଇନ୍‌ଷ୍ଟ୍ରାମ୍ ଓ ଟ୍ୟୁଟରରେ କାମ କରିନଥାଉ, କାରଣ ସେଠି ଆମ କଷ୍ଟମର ନଥାନ୍ତି । ପୋଷ୍ଟ, କଣ୍ଟେଣ୍ଟ ରାଇଟିଙ୍ଗ କରିଥାଉ ଯାହା ଦ୍ୱାରା ଆମେ ଲୋକଙ୍କ ପାଖରେ ଅଧିକରୁ ଅଧିକ ପହଞ୍ଚିପାରିବୁ । ସେହିଭଳି ସେଲ୍ସରେ ଆମ ପାଖରେ ବହୁତ ଲୋକ ଅଛନ୍ତି ଯେଉଁମାନେ ବହୁତ ନମ୍ବର କଲେକ୍ଟ କରିଥାନ୍ତି । ଆମ ପାଖରେ ଅନେକ ଡାଟା ରହିଛି, ଓରିଜିନାଲ ୟୁନିୟନଙ୍କ ସହ କଥା ହେଇକି ଆମେ ତାଙ୍କ ସହ କଥା ହୋଇଥାଉ । ତେଣୁ କହିବାକୁ ଗଲେ ଆମେ ଟ୍ରାଡିସନାଲ ଇମେଲ ମେସେଜ ମାଧ୍ୟମରେ କଣ୍ଟାକ୍ଟ କରିବା ସହ ଆଜି କାଲିର ଟ୍ରଡିସନଲ ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିଥାଉ ।

ଷ୍ଟାର୍ଟଅପ୍ କରିବାକୁ ଇଚ୍ଛୁକ ଥିବା ଲୋକଙ୍କୁ ଆପଣ କଣ ଟିପ୍ସ ଦେବେ ?

ଷ୍ଟାର୍ଟଅପ୍ କରନ୍ତୁ କଣ ପାଇଁ ନା ଆପଣଙ୍କୁ କରିବାର ଇଚ୍ଛା ଅଛି, ଏଥିପାଇଁ ନୁହେଁ କି ବହୁତ କୁଲ୍ ଲାଗୁଛି ଯେଉଁମାନେ ବି ପୂର୍ବରୁ ଷ୍ଟାର୍ଟଅପ୍ କରିଛନ୍ତି ସେମାନେ ଭଲରେ ଅଛନ୍ତି ଭଲ ଇନ୍‌କମ୍ କରିପାରୁଛନ୍ତି । କାରଣ ବାହାରୁ ଯେତେ ଭଲ ଲାଗୁଛି ଭିତରେ ସେତିକି ସଂଘର୍ଷମୟ ଦୁନିଆ ଏହା ତେଣୁ ଆପଣଙ୍କର ଆଗ୍ରହ ଅଛି ଯଦି କରନ୍ତୁ । ଦ୍ୱିତୀୟରେ ଆରମ୍ଭରୁ ଆପଣ ଯେତେ ଲୋକଙ୍କ ସହ ଆପଣ କଣ କରିବାକୁ ଚାହୁଁଛନ୍ତି ତାହା କହିବା ଭଲ ହେବ କାରଣ ଆପଣ କାହାକୁ କହିଲେ ସେ ଯଦି ଏହି ଲାଇନ୍‌ର ହୋଇଥିବେ ତେବେ ସେ ନିଶ୍ଚୟ ଆପଣଙ୍କୁ ଭଲ ଆଇଡିଆର ପରାମର୍ଶ ଦେବେ । ଏହା ପରେ ଯେତେବେଳେ ଆପଣ କାମ ଆରମ୍ଭ କରିବେ ସେତେବେଳେ ଆପଣ ଦେଖିବେ କି ବହୁତ କଥା ଆପଣ ଜାଣି ସାରିଛନ୍ତି ଆଉ ବହୁତ ପ୍ରୋବଲେମ୍ ଆପଣ ସାମାଧାନ ମଧ୍ୟ କରିସାରିଛନ୍ତି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )