Friday 29th March 2024
ଏହି ସବୁ Instagram Strategy ବ୍ୟବହାର କରି ବଢ଼ାନ୍ତୁ ନିଜର Business

ଏହି ସବୁ Instagram Strategy ବ୍ୟବହାର କରି ବଢ଼ାନ୍ତୁ ନିଜର Business

ଆଜିର ସମୟରେ ସବୁ କିଛି ଡିଜିଟାଲ ହେଲାଣି । ଖାଇବା ଠାରୁ ଆରମ୍ଭ କରି ଟ୍ରାଭେଲ କରିବା ପର୍ଯ୍ୟନ୍ତ ସବୁ କିଛି ଡିଜିଟାଲ ମାଧ୍ୟମରେ ସହଜରେ ହୋଇପାରୁଛି । ସେଥିପାଇଁ ଆଜିର ସମୟକୁ ଡିଜିଟାଲ ଯୁଗ ବୋଲି କୁହାଯାଉଛି । ତେବେ ଏଭଳି କ୍ଷେତ୍ରରେ ନିଜ ବିଜ୍‌ନେସ୍‌କୁ ଘରେ ଘରେ ପହଞ୍ଚାଇବା ପାଇଁ ଡିଜିଟାଲ ମାର୍କେଟିଂର ଆବଶ୍ୟକତା ଅଧିକ ରହିଛି । ଡିଜିଟାଲ ମାର୍କେଟିଂ ବା ଅନ୍‌ଲାଇନ୍ ମାର୍କେଟିଂ ପାଇଁ ମୋବାଇଲ୍‌, କମ୍ପ୍ୟୁଟର, ଲ୍ୟାପଟପ୍‌, ଇଣ୍ଟରନେଟ୍ ଆଦିର ବ୍ୟବହାର କରାଯାଏ । ତାହା ସହ କିଛି ଟେକ୍ନୋଲୋଜି, ସଫ୍ଟୱେୟାର, ସୋସିଆଲ ମିଡିଆ ଆଦି ବି ଜରୁରୀ । ସୋସିଆଲ୍ ମିଡିଆର କଥା ଆସିଲେ ଫେସ୍‌ବୁକ୍‌, ଟ୍ୱିଟର, ଇନ୍‌ଷ୍ଟାଗ୍ରାମ ର କଥା ଆସେ । ଆଉ ବର୍ତ୍ତମାନ ସମୟରେ ଏସବୁର ବ୍ୟବହାର କରି ଛୋଟରୁ ବଡ଼ ସବୁ ବିଜ୍‌ନେସ୍ କୁ ସାରା ବିଶ୍ୱରେ ପ୍ରଚାର କରିହେଉଛି । ତେବେ ଚାଲନ୍ତୁ ଆଜି ଏହା ମଧ୍ୟରୁ ଇନ୍‌ଷ୍ଟାଗ୍ରାମରେ ଡିଜିଟାଲ ମାର୍କେଟିଂ ବିଷୟରେ ଜାଣିବା । ଓ କଣ କଲେ ଆପଣଙ୍କ ବିଜ୍‌ନେସ୍ ବି ରକେଟ୍ ଭଳି ଚାଲିବ ତା’ ଉପରେ ନଜର ପକାଇବା ।What is Instagram? Know The Benefits of Using Instagram For Your Business

ପ୍ରଥମେ ଜାଣିବା Instagram Marketing Strategy :

ଯଦି ଆପଣ Internet Marketingର ଭଲ ପରିଣାମ ଚାହୁଁଛନ୍ତି ତେବେ ଆପଣଙ୍କୁ ଗୋଟିଏ ଭଲ Instagram Marketing Strategy କରିବାକୁ ପଡ଼ିବ । ତେବେ ଏଥିପାଇଁ ଆପଣଙ୍କୁ କିଛି ଜିନିଷକୁ ଧ୍ୟାନରେ ରଖିବାକୁ ପଡ଼ିବ । ତେବେ ସେ ସବୁ କଣ ଆସନ୍ତୁ ଜାଣିବା:

୧.       Marketing Goal କୁ ବାଛନ୍ତୁ:

Instagram Marketing Strategy କିମ୍ବା କୌଣସି ବି ଅନ୍ୟ Strategy କୁ ତିଆରି କରିବା ପୂର୍ବରୁ ପ୍ରଥମେ ଆପଣଙ୍କୁ ଆପଣଙ୍କ ଲକ୍ଷ୍ୟକୁ ବାଛିବାକୁ ପଡ଼ିବ । ଯେମିତି କି Awareness, Building Community, Sales Acceleration, Reputation Management ଇତ୍ୟାଦି । ଏହି ମଧ୍ୟରୁ ଆପଣ କୌଣସି ବି ଗୋଟିଏ ବାଛି ସାରିଲା ପରେ ଆପଣଙ୍କୁ ଆପଣଙ୍କର ଟାର୍ଗେଟ ଅଡିଏନ୍ସ ବାଛିବାକୁ ପଡ଼ିବ ।Benefits of Using Instagram For Business – Supportive Guru

୨.       Target Audience ଚୟନ କରନ୍ତୁ:

ଯଦି ଆପଣ ଆପଣଙ୍କ ଟାର୍ଗେଟ ଅଡିଏନ୍ସ ବାଛି ପାରୁନାହଁନ୍ତି ତେବେ ତାହା ଆପଣଙ୍କୁ କୌଣସି ଫାଇଦା ଦେବ ନାହିଁ । ଆପଣ ଯେତେ ଭଲ ସେ ଆପଣଙ୍କ ଟାର୍ଗେଟ ଅଡିଏନ୍ସଙ୍କୁ ବାଛିବେ ସେହିଭଳି ଆପଣଙ୍କୁ ପରିଣାମ ମଧ୍ୟ ଦେଖିବାକୁ ମିଳିବ । ଏହା ବ୍ୟତିତ Product Promotion କରିବା ବେଳେ ଆପଣଙ୍କୁ ଆପଣଙ୍କ Product ସମ୍ବନ୍ଧିତ କିମ୍ବା ବିଜ୍‌ନେସ୍ ସମ୍ବନ୍ଧିତ କିଛି ଭଲ ହ୍ୟାସ୍‌ଟ୍ୟାଗ୍ ବ୍ୟବହାର କରିବା ଦରକାର ।

୩.     ପ୍ରତିଯୋଗୀଙ୍କ ବିଷୟରେ ଜାଣନ୍ତୁ:

ଯଦି ଆପଣ ଆପଣଙ୍କ ବିଜ୍‌ନେସ୍‌କୁ Instagram Marketing ଦ୍ୱାରା ମଜ୍‌ବୁତ୍ କରିବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ଆପଣଙ୍କୁ ଜାଣିବାକୁ ପଡ଼ିବ କି ମାର୍କେଟରେ ଆପଣଙ୍କ କମ୍ପିଟେଟର୍ସ କେଉଁ ମାନେ । ସେମାନେ କେଉଁ ଭଳି ହ୍ୟାସ୍‌ଟ୍ୟାଗ୍ ବ୍ୟବହାର କରୁଛନ୍ତି, କେଉଁଭଳି ପୋଷ୍ଟ କରୁଛନ୍ତି । ସବୁଠାରୁ ବଡ଼ କଥା କି ସେମାନେ ନିଜ Content କୁ କେମିତି ତିଆରି କରୁଛନ୍ତି । ଏହି ସବୁ ଜିନିଷ ଉପରେ ଧ୍ୟାନ ଦେବାପରେ ଆପଣ ଆପଣଙ୍କ Content କୁ ଏଭଳି ତିଆରି କରିବା ଦରକାର କି ଯେ କୌଣସି ବୟସର ବ୍ୟକ୍ତିଙ୍କୁ ତାହା ଆକର୍ଶିତ କରିପାରିବ । ଲୋକଙ୍କ ଫାଇଦା ହେବା ସହ ଆପଣଙ୍କର ମଧ୍ୟ ଫାଇଦା ହେଉଥିବା ଦରକାର ।The Benefits of Instagram for Business | InTouch Vet

୪.      ବିଜ୍‌ନେସ୍ ଆକାଉଣ୍ଟ କରନ୍ତୁ:

ପ୍ରଥମେ ଆପଣଙ୍କୁ ଆପଣଙ୍କ ବିଜ୍‌ନେସ୍ ପାଇଁ ଇନ୍‌ଷ୍ଟାଗ୍ରାମ୍‌ରେ ଗୋଟିଏ ବିଜ୍‌ନେସ୍ ଆକାଉଣ୍ଟ ଖୋଲିବାକୁ ପଡ଼ିବ । କାରଣ ଇନ୍‌ଷ୍ଟାଗ୍ରମ୍ ଆପଣଙ୍କୁ ୨ ପ୍ରକାର ଆକାଉଣ୍ଟ ଖୋଲିବା ପାଇଁ ବିକଳ୍ପ ଦେଇଥାଏ । ଗେଗାଟିଏ ହେଉଛି Personal ଓ ଅନ୍ୟଟି ହେଉଛି Business । ଏଠାରେ ଆପଣଙ୍କୁ Business ଆକାଉଣ୍ଟ ଖୋଲିବା ପରେ ଆପଣଙ୍କୁ ଆପଣଙ୍କ ବିଜ୍‌ନେସ୍ ସମ୍ବନ୍ଧିତ କିଛି ତଥ୍ୟ ଲେଖିବାକୁ ପଡ଼ିବ, ଯାହାକି ୧୫୦ ଶବ୍ଦ ମଧ୍ୟରେ ସିମୀତ ଥିବା ଦରକାର । ଏହା ବ୍ୟତୀତ Profile ରେ ଆପଣଙ୍କ ବିଜ୍‌ନେସ୍ ସମ୍ବନ୍ଧିତ ଫଟୋ ଲଗାଇବାକୁ ପଡ଼ିବ ।

୫.       Content Designing:

ସବୁବେଳେ ନିଜ Content Designing ଉପରେ ଧ୍ୟାନ ଦେବା ଦରକାର । କାରଣ ଭଲ Content ହିଁ ଆଗକୁ ବଢ଼େଇବାରେ ଆପଣଙ୍କୁ ସାହାର୍ଯ୍ୟ କରିଥାଏ। ଆପଣଙ୍କୁ ଏଭଳି Content କରିବା ଦରକାର ଯାହାକି ଲୋକ ମାନଙ୍କୁ ଆକର୍ଶିତ କରୁଥିବ । ଯାହାଫଳରେ ଲୋକଙ୍କୁ ଆପଣଙ୍କ କଣ୍ଟେଣ୍ଟଭଲ ଲାଗିଲେ ସେମାନେ ସେୟାର କରିବେ । ଏହା ବ୍ୟତିତ ଆପଣ ଫଟୋ ଛଡ଼ା ଛୋଟ ଛୋଟ ଭିଡିଓ କରିକି ମଧ୍ୟ ଛାଡ଼ି ପାରିବେ । କାରଣ ଫଟୋ ଅପେକ୍ଷା ଲୋକ ଭିଡିଓ ଦେଖିବାକୁ ବେଶୀ ପସନ୍ଦ କରନ୍ତି । ଆପଣ ଗ୍ରାଫିକ୍ସ କରିକି ଆପଣଙ୍କ ଆକାଉଣ୍ଟକୁ ଏକ ବୁଷ୍ଟ ମଧ୍ୟ ଦେଇପାରିବେ।What are Influencer Marketing and the Importance of Influencer Marketing -  Gizmos report- Latest Tech News, Latest Gadgets Articles & Reviews

୬.      Followers ବଢ଼ାନ୍ତୁ:

Followers କେମିତି ବଢ଼ିବେ ସେହି ପ୍ରତି ଆପଣଙ୍କୁ ଧ୍ୟାନ ଦେବାକୁ ପଡ଼ିବ । ଏଥିପାଇଁ ଆପଣଙ୍କ ଭଳି ଯେଉଁମାନେ ବିଜ୍‌ନେସ୍ କରୁଛନ୍ତି ସେମାନଙ୍କ ପେଜ୍‌କୁ ଫଲୋ କରିବାକୁ ପଡ଼ିବ ଆପଣଙ୍କୁ । ଏହା ବ୍ୟତିତ ସେମାନଙ୍କ କିଛି ଫଟୋକୁ ପୋଷ୍ଟ କରିପାରିବେ କିନ୍ତୁ ସେମାନଙ୍କୁ ଟ୍ୟାଗ୍ କରିବାକୁ ଭୁଲିବେ ନାହିଁ ।

୭.      ଫଲୋରର୍ସଙ୍କୁ କେିମତି କଷ୍ଟୋମର କରିବେ?:

ଯଦି ଆପଣଙ୍କ ଫଲୋରର୍ସ ବଢ଼ୁଛି କିନ୍ତୁ ସେଲ୍ସ ବଢ଼ୁ ନାହିଁ । ତେବେ ଆପଣଙ୍କୁ ଆପଣଙ୍କ Product ଉପରେ ଧ୍ୟାନ ଦେବାକୁ ପଡ଼ିବ । ଆପଣ ନିଜ Product ଉପରେ କିଛି ଅଫର ଆଣିବାକୁ ପଡ଼ିବ । ଯାହାଫଳରେ ଆପଣଙ୍କ ଇନ୍‌ଷ୍ଟାଗ୍ରାମ ବିଜ୍‌ନେସ୍ ଆଗକୁ ବଢ଼ିବାକୁ ସାହାର୍ଯ୍ୟ ମିଳିପାରିବ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )