Friday 26th April 2024
ଭାରତୀୟ ଛାତ୍ରଛାତ୍ରୀ ମାନଙ୍କୁ ଏହି ଦେଶ ଭଲ ପାଠ୍ୟକ୍ରମ ଯୋଗାଉଛି

ଭାରତୀୟ ଛାତ୍ରଛାତ୍ରୀ ମାନଙ୍କୁ ଏହି ଦେଶ ଭଲ ପାଠ୍ୟକ୍ରମ ଯୋଗାଉଛି

ପାଠ ପଢ଼ି ଆଗକୁ ବଢ଼ିବା ପାଇଁ ଆଜିର ସମୟରେ ସମସ୍ତେ ଚାହାଁନ୍ତି । କିନ୍ତୁ କିଛି ପିଲାଙ୍କ ପାଇଁ ତାହା ସମ୍ଭବ ହୋଇପାରେ ନାହିଁ । କାରଣ ବିଦେଶରେ ଉଚ୍ଚ ଶିକ୍ଷା ପଢ଼ିବା ପାଇଁ ଅନେକ ପିଲାଙ୍କ ପାଖରେ ସେତିକି ସମ୍ବଳ ନଥାଏ । ଯଦି ଆମେ ଆମ ଦେଶ ଭାରତ କଥା କହିବା, ତେବେ ତାହା ଆପଣଙ୍କ ପଢ଼ା ଉପରେ ନିର୍ଭର କରେ କି ଆପଣ କଣ ପଢ଼ିବାକୁ ଚାହୁଁଛନ୍ତି । ଏହା ବ୍ୟତୀତ ଖର୍ଚ୍ଚ ବି ଅଧିକ ହିଁ ଥାଏ, କିନ୍ତୁ ନିରାଶ ହୁଅନ୍ତୁ ନାହିଁ । କାରଣ ଆଜି ଆମେ ଆପଣଙ୍କୁ ଏହି ଆର୍ଟିକିଲ ମାଧ୍ୟମରେ ଏମିତି ୭ଟି ଦେଶ ବିଷୟରେ କହିବାକୁ ଯାଉଛୁ ଯେଉଁଠି ଆପଣ ମାଗଣା କିମ୍ବା କମ୍ ଖର୍ଚ୍ଚରେ ପାଠ ପଢ଼ିପାରିବେ । ତେବେ ଚାଲନ୍ତୁ ଜାଣିବା ତାହା କେଉଁ କେଉଁ ଦେଶ?Best Countries to Study MBA Abroad

ଯଦି ଆପଣ ବିଦେଶରେ ପାଠ ପଢ଼ିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଆପଣଙ୍କୁ କିଛି କିଛି କଥା ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ ଯେମିତି କି:

• ନିଜର ଗୋଟିଏ ଲକ୍ଷ ରଖନ୍ତୁ (Set Your Goals)
• ନିଜର ଆର୍ଥିକ ପରିସ୍ଥିତି ଦେଖନ୍ତୁ (See Your Financial situation)
ଚା ଯେଉଁ ଶିକ୍ଷା ଅନୁଷ୍ଠାନରେ ଆପଣ ପଢ଼ିବାକୁ ଚାହୁଁଛନ୍ତି ତା ବିଷୟରେ ରିସର୍ଚ୍ଚ କରନ୍ତୁ (Research About The Education Institution )
• ସେହି ଶିକ୍ଷା ଅନୁଷ୍ଠାନରୁ ଆପଣଙ୍କୁ ଚାକିରୀ କରିବାର ସୁଯୋଗ ମିଳୁଛି ନା ନାହିଁ (Look For Job Opportunities)

ଏହିସବୁ କଥା ଉପରେ ଧ୍ୟାନ ରଖି ଆପଣଙ୍କୁ ବିଦେଶରେ ପାଠ ପଢ଼ିବାକୁ ଯିବାକୁ ପଡ଼ିଥାଏ ।5 Cheapest Countries to Study Abroad for Indian Students

କେଉଁ କେଉଁ ଦେଶରେ ମାଗଣା କିମ୍ବା କମ୍ ଖର୍ଚ୍ଚରେ ପାଠ ପଢ଼ିପାରିବେ?

୧. ଜର୍ମାନୀ (GERMANY)
୨. ସ୍ପେନ୍ (SPAIN)
୩. ଅଷ୍ଟିଆ (AUSTRIA)
୪. ଫ୍ରାନ୍ସ (FRANCE)
୫. ବେଲ୍‌ଜିୟମ୍ (BELGIUM)
୬. ଇଟାଲୀ (ITALY)
୭. ଗ୍ରୀସ୍ (GREECE)

ଜର୍ମାନୀ (GERMANY):

ଯେତେବେଳେ ଆମେ ବିଦେଶରେ ମାଗଣା ଶିକ୍ଷା କଥା କହୁଛେ ସେତେବେଳେ ଲିଷ୍ଟର ପ୍ରଥମରେ ଆସୁଛି ଜର୍ମାନୀ । ଏଠାକାର ବିଶ୍ୱବିଦ୍ୟାଳାୟରେ ମାଗଣା ଇଂରାଜୀରେ ପାଠ୍ୟକ୍ରମ ଥାଏ ଏବଂ ଏଥିରେ ଟ୍ୟୁସନ ଫିସ୍ ମଧ୍ୟ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ଏଠାରେ ଥିବା ବିଶ୍ୱବିଦ୍ୟାଳୟ ଗୁଡ଼ିକ ବିଶ୍ୱସ୍ଥରରେ ଭଲ ରାଙ୍କରେ ଉପସ୍ଥିତ । ତେଣୁ ଯେଉଁ ଭାରତୀୟ ଛାତ୍ର/ଛାତ୍ରୀ ନିଜ ଉଚ୍ଚ ଶିକ୍ଷା ପାଇଁ ଭଲ ମୂଲ୍ୟରେ ବାହାରେ ପଢ଼ିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଜର୍ମାାନୀ ଏକ ଭଲ ବିକଳ୍ପ ହୋଇପାରେ ।

ସ୍ପେନ୍ (SPAIN):

ସ୍ନାତକତ୍ତା ପଢ଼ିବାକୁ ଚାହୁଁଥିବା ଭାରତୀୟ ଛାତ୍ରଛାତ୍ରୀ ମାନଙ୍କୁ ସ୍ପେନ୍‌ରେ ପଢ଼ିବାକୁ ହେଲେ
ସ୍ପାନିସ୍ ବିଶ୍ୱବିଦ୍ୟାଳୟରେ କମ୍ ମୂଲ୍ୟ ଦେବାକୁ ପଡ଼ିଥାଏ । ଏହା ବ୍ୟତୀତ ସ୍ପେନ୍‌ରେ ସମସ୍ତ ପ୍ରକାରର ଖର୍ଚ୍ଚ ମଧ୍ୟ ବହୁତ୍ କମ୍ ହିଁ ହୋଇଥାଏ ଏବଂ ଭଲ ପାଠ ପଢ଼ା ମଧ୍ୟ ହୋଇଥାଏ । ସାର୍ବଜନୀନ ବିଶ୍ୱବିଦ୍ୟାଳୟରେ ସର୍ବାଧିକ ଟ୍ୟୁସନରେ ଖର୍ଚ୍ଚ କରନ୍ତି ୧୦୦୦ ୟୁରୋ (ପାଖା ପାଖି ୯୦,୦୦୦ ଟଙ୍କା) । ଏହା ବ୍ୟତୀତ ଛାତ୍ରଛାତ୍ରୀ ମାନେ ଅପ୍ସନାଲରେ ସ୍ପାନିସ୍ ମଧ୍ୟ ସିଖିପାରିବେ, ଯାହାକି ପରବର୍ତ୍ତୀ ସମୟରେ ଲାଭଦାୟୀ ହେବ ।

ଅଷ୍ଟିଆ (AUSTRIA):

ଅଷ୍ଟିଆରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଗୋଟିଏ ସେମିଷ୍ଟାରର ଟ୍ୟୁସନ ଫିସ୍ ପାଇଁ ୭୩୦ ୟୁରୋ (ପାଖା ପାଖି ୬୫,୦୦୦ ଟଙ୍କା) ଦେବାକୁ ପଡ଼ିବ । ଅଷ୍ଟିଆ ଉଚ୍ଚ ସ୍ଥରୀୟ ଶିକ୍ଷାଗତ ବ୍ୟବସ୍ଥା ରଖିବା ସହିତ ଭଲ ଜୀବନଶୈଳୀ ମଧ୍ୟ ପରିଚାଳନା କରିଥାଏ । ଏହା ମଧ୍ୟ ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ଭଲ ସୁଯୋଗ ହୋଇପାରେ ।How to Study Abroad Amid the Havoc of Coronavirus - Leverage Edu

ଫ୍ରାନ୍ସ (FRANCE):

ଫ୍ରାନ୍ସରେ ମଧ୍ୟ ଆପଣ ଉଚ୍ଚ ଶିକ୍ଷା କରିବା ପାଇଁ ଭାବି ପାରିବେ । ଏଠାରେ କିଛି ବିଶ୍ୱବିଦ୍ୟାଳୟରେ ଆପଣ ମାଗଣା ପାଠ ପଢ଼ିପାରିବେ ଯେଉଁଠି ଅନ୍ୟମାନେ ଟ୍ୟୁସନ୍ ଫିସ୍ ନିଅନ୍ତି । ବାହାର ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ଫ୍ରାନ୍ସ ଗୋଟିଏ ବଡ଼ ଜାଗା ଯେଉଁଠି ସେମାନଙ୍କ ପାଇଁ ସବୁ କ୍ଷେତ୍ରରେ ଭଲ ସୁଯୋଗ ଥିବା ସହିତ କ୍ୟାରିୟର ପାଇଁ ଆନେକ ସୁଯୋଗ ମଧ୍ୟ ମିଳିଥାଏ ।

ବେଲ୍‌ଜିୟମ୍ (BELGIUM):

ବେଲ୍‌ଜିୟମ୍ ଅନ୍ୟ ଏକ ୟୁରୋପିଆନ ଦେଶ ଯିଏ କି ଉଚ୍ଚ ସ୍ଥରୀୟ ଉଚ୍ଚ ଶିକ୍ଷା ବ୍ୟବସ୍ଥା ଦେବା ସହ କମ୍ ଟ୍ୟୁସନ୍ ଫିସ୍ ମଧ୍ୟ ନେଇଥାଏ । ଏଠାରେ ଆପଣଙ୍କୁ ରହିବା ପାଇଁ ଭଲ ପରିବେଶ ମିଳିବା ସହ ମାତ୍ରାଧିକ କ୍ୟାରିୟର ଗଢ଼ିବା ପାଇଁ ସୁଯୋଗ ମଧ୍ୟ ମିଳିଥାଏ ।

ଇଟାଲୀ (ITALY):

ଇଟାଲୀ ଛାତ୍ରଛାତ୍ରୀଙ୍କ ପାଇଁ ଭଲ ଅନୁସନ୍ଧାନର ସୁବିଧା, ଭଲ ଶିକ୍ଷକ, ଆଧୁନିକ ପାଠ୍ୟକ୍ରମ ଓ ଅନେକ ଗୁଡ଼ିଏ ଆକର୍ଷଣୀୟ ପାଠ୍ୟକ୍ରମ ବ୍ୟବସ୍ଥା ଯୋଗାଇ ଦେଇଥାଏ । ଏହା ବ୍ୟତୀତ ଟ୍ୟୁସନ ଫିସ୍ ୧୮୦୦ ୟୁରୋ (ପାଖାପାଖି ୬୫,୦୦୦ଟଙ୍କା) ରହିଥାଏ ।How twinning, transfer programmes let students study abroad at half the cost

ଗ୍ରୀସ୍ (GREECE):

ଗ୍ରୀସ୍‌ର ପ୍ରାଚୀନ ସଂସ୍କୃତି ଓ ଶିକ୍ଷା ଦେବାର ଗୋଟିଏ ଭଲ ଦେଶ ଅଟେ । ଏଠାରେ ବାହାର ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାୟ ମାଗଣା ଶିକ୍ଷା ଦିଆଯାଇଥାଏ । ଏହା ବ୍ୟତୀତ ଏଠାରେ ରହିବା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବହୁତ କମ୍ ହୋଇଥାଏ । ଯାହା କି ଗ୍ରୀସ୍ କୁ ସବୁ ଦେଶ ମାନଙ୍କ ଠାରୁ ଭିନ୍ନ କରାଇଥାଏ।

CATEGORIES
TAGS
Share This

COMMENTS

Wordpress (0)
Disqus ( )