Thursday 28th March 2024
କାହିଁକି କ୍ୟାରିୟର ଆରମ୍ଭରୁ ଫ୍ରିଲାସିଂ କରିବାର ଭୁଲ୍ କରୁଛନ୍ତି ଫ୍ରେସରସ୍ ?

କାହିଁକି କ୍ୟାରିୟର ଆରମ୍ଭରୁ ଫ୍ରିଲାସିଂ କରିବାର ଭୁଲ୍ କରୁଛନ୍ତି ଫ୍ରେସରସ୍ ?

ଡିଜିଟାଲ୍ ମାର୍କେଟିଙ୍ଗର ଅଭିଜ୍ଞତା ନଥାଇ କରନ୍ତୁ ନାହିଁ ଏହିକାମ

ଡିଜିଟାଲ୍ ମାର୍କେଟିଙ୍ଗ ଓ ଫ୍ରିଲାସିଂ । ଏହି ଦୁଇଟି ଜିନିଷକୁ ଗୋଟିଏ କରି ଦେଖିଲେ -ଆପଣ ଡିଜିଟାଲ ମାର୍କେଟିଙ୍ଗକୁ ଫ୍ରିଲାସିଂ ଜରିଆରେ କରିପାରିବେ ବୋଲି କହିହେବ । ଆମେ ପୂର୍ବରୁ ବି ଅନେକ ଆର୍ଟିକିଲ୍ ଡିଜିଟାଲ୍ ମାର୍କେଟିଙ୍ଗକୁ ନେଇ ପୋଷ୍ଟ କରିଛୁ । ଯଦି ଆପଣ ସେସବୁ ପଢିନାହାନ୍ତି ତାହାଲେ ଆମ website ରେ ଶିକ୍ଷା,ନିଯୁକ୍ତି ଓ ବିଜନେସ୍ କ୍ୟାଟେଗରୀରେ ସେସବୁ ପଢିପାରିବେ ।

ପ୍ରଥମେତଃ ଡିଜିଟାଲ ମାର୍କେଟିଙ୍ଗର କଥା ଆସିଲେ ଆଜିକାଲିର ଯୁବପିଢିଙ୍କର ଭବିଷ୍ୟତ କଥା ଆସେ । କାହିଁକି ନା ଆଜିର ସମୟରେ ଏହି ଡିଜିଟାଲ୍ ମାର୍କେଟିଙ୍ଗ୍ ଏକ ଭଲ ନିଯୁକ୍ତିର ବାଟ । ଯାହାର ଆବଶ୍ୟକତା ବି ଅଧିକ ଓ ଏହାର ଶିକ୍ଷା ପଦ୍ଧତି ମଧ୍ୟ ସବୁଠି ଉପଲବ୍ଧ । ହେଲେ ବର୍ତ୍ତମାନ ସମୟରେ ଏହି ଚାକିରିକୁ ନେଇ ଅନେକ କିଛି ଜିନିଷ ଜାଣିବାର ଆବଶ୍ୟକତା ରହିଛି । ଯାହା ନ ଜାଣି ବହୁତ ଯୁବପିଢି ଭୁଲ୍ କରିବସନ୍ତି । ଏଇ ଯେମିତି ଫ୍ରେସର ମାନେ ନିଜ କାମ ଆରମ୍ଭରୁ ଡିଜିଟାଲ୍ ମାର୍କେଟିଙ୍ଗ୍ ରେ ଫ୍ରିଲାସିଂ କରିବା ଆରମ୍ଭ କରିଦିଅନ୍ତି । ତେବେ ଚାଲନ୍ତୁ ଏହି ବିଷୟରେ ଆଜି ସମସ୍ତ ଜିନିଷ ଆଲୋଚନା କରିବା ।

୧- କ୍ୟାରିୟର ଆରମ୍ଭରୁ ଫ୍ରେସରମାନେ ଫ୍ରିଲାସିଂ କରିବା ଲାଭଦାୟକ ହୁଏନାହିଁ ।
୨- ୨ ରୁ ୩ ବର୍ଷ ଡିଜିଟାଲ ମାର୍କେଟିଙ୍ଗ୍ କମ୍ପାନୀରେ କାମ କରି ଅଭିଜ୍ଞତା ହାସିଲ କରନ୍ତୁ ।
୩- ଡିଜିଟାଲ ମାର୍କେଟିଙ୍ଗ୍ ରେ ଭିନ୍ନ ଭିନ୍ନ ବିଭାଗ ରହିଥାଏ ।
୪- ଆପଣ ଡିଜିଟାଲ୍ ମାର୍କେଟିଙ୍ଗ୍ ଭିତରେ କେଉଁ କାମ କରିପାରିବେ ସେଇଟା ପ୍ରଥମେ ବୁଝନ୍ତୁ ।
୫- ଡିଜିଟାଲ ମାର୍କେଟିଙ୍ଗ୍ ରେ କଣ୍ଟେଣ୍ଟ ଲେଖିବା,ଏସଇଓ କାମ କରିବା,କ୍ଲାଇଣ୍ଟ ଡିଲ୍ କରିବା,ଗୁଗଲ୍ ଆଡସ୍ ରେ କାମ କରିବା,ଗ୍ରାଫିକ୍ସ ଡିଜାଇନ୍ କରିବା ଇତ୍ୟାଦି ଇଚ୍ଛ୍ୟାଦି । ତେଣୁ ଏହା ଏକ ବଡ ଦୁନିଆ ଓ ସମସ୍ତକାମ ପାଇଁ ଅଲଗା ଅଲଗା ଲୋକ ଥାଆନ୍ତି ।
୬- ଯେତେବେଳେ ଜଣେ ଫ୍ରେସର ଏସବୁ ନ ଜାଣି ଫ୍ରିଲାସିଂ ଡିଜିଟାଲ୍ ମାର୍କେଟିଙ୍ଗ୍ କରିବାପାଇଁ ଆରମ୍ଭ କରେ ତାକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ।
୭- ଏମିତି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଏକା ଡିଜିଟାଲ୍ ମାର୍କେଟିଙ୍ଗ୍ ର ସମସ୍ତ ଡିପାଟମେଣ୍ଟ କାମ କରିପାରନ୍ତି । କିନ୍ତୁ ଏହା ସେତେବେଳେ ସମ୍ଭବ ଯେତେବେଳେ ଜଣେ ଏହି କାମରେ ଅନେକ ଦିନର ଅଭିଜ୍ଞତା ହାସିଲ କରିଥିବ ।
୮- ତେଣୁ ଡିଜିଟାଲ୍ ମାର୍କେଟିଙ୍ଗ୍ କୋର୍ସ କରିବା ପରେ ଆଗ କିଛି କମ୍ପାନୀରେ କାମ କରିବା ଆରମ୍ଭ କରନ୍ତୁ । ତେବେ ତାହା ଆଇଟି ସେକ୍ଟର ହେଉ କିମ୍ବା ଡିଜିଟାଲ୍ ମାର୍କେଟିଙ୍ଗ୍ କମ୍ପାନୀ ହେଉ ।
୯- ଏହାଦ୍ୱାରା ଆପଣ ଜାଣିପାରିବେ ଡିଜିଟାଲ୍ ମାର୍କେଟିଙ୍ଗ୍ ରେ କାମ କେମିତି ଆସେ,କେଉଁ କାମ ପାଇଁ କେତେ ବଜେଟ୍ ଖର୍ଚ୍ଛ ହୁଏ,କ୍ଲାଇଣ୍ଟଙ୍କ ଆବଶ୍ୟକତାକୁ କେମିତି ବୁଝି ସମୟ ଅନୁସାରେ କାମ ଦିଆଯାଏ ।
୧୦- ଏସବୁର ଅଭିଜ୍ଞତା ନେବା ପରେ ହିଁ ଫ୍ରିଲାସିଂ ପାଇଁ ନିଜର ଏକ ପ୍ରୋଫାଇଲ୍ ବନାନ୍ତୁ ଓ ତାକୁ ପବ୍ଲିସିଟି କରି ଘରେ ବସି କାମ କରନ୍ତୁ ।

ତେବେ ଏସବୁକଥା କହିବାର ଅର୍ଥ ଏହା ଯେ ଯଦି ଆପଣ କିଛି ଭଲ କ୍ୟାରିୟର କରିବାକୁ ଚାହୁଁଛନ୍ତି । ତାହାଲେ ସବୁବେଳେ ନୂଆ ପଦ୍ଧତିକୁ ଶିଖି ତାର ପ୍ରାକ୍ଟିସ୍ କରିବା ନିହାତି ଜରୁରୀ । ନହେଲେ ଫ୍ରିଲାସିଂ ଦୁନିଆରେ ନିଜର ପରିଚୟ ବନାଇବା ଖୁବ୍ କଷ୍ଟକର ହେଇପଡେ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )