Thursday 25th April 2024
ଇଂରାଜୀ ନୂଆବର୍ଷ ପୁରୁଣା ଗ୍ରିଟିଙ୍ଗସ୍ କାର୍ଡ  ଆଜି ବି ମନେପଡେ .

ଇଂରାଜୀ ନୂଆବର୍ଷ ପୁରୁଣା ଗ୍ରିଟିଙ୍ଗସ୍ କାର୍ଡ ଆଜି ବି ମନେପଡେ .

ନୂଆବର୍ଷ ହେଉଛି ଏକ ଖୁସିର ଦିନ । ଏହିଦିନରେ ଆମେ ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ୱାଗତ କରୁ । ପ୍ରତିବର୍ଷ ନିଜ ସାଥିରେ ଅନେକ କିଛି କାହାଣୀ ଧରି ଆସିଥାଏ । କିଛି କାହାଣୀ ଆମ ପାଇଁ ଭଲ ହୁଏ ତ ଆଉ କିଛି କାହାଣୀ ଆମକୁ ଦୁଃଖ ଦେଇଯାଏ । ହେଲେ କିଛି ସମୟ ପାଇଁ ଭାବିଲେ- ଏହାହିଁ ତ ଜୀବନ । ଏହାହିଁ ତ ସମୟର ପରିବର୍ତ୍ତନ । ସମୟ ପରିବର୍ତ୍ତନରେ ଆମେ କେତେ କଣ ଜିନିଷ ପଛରେ ଛାଡିଆସିଲାଣି । ଏଇ ଯେମିତି ପ୍ରତି ନୂଆବର୍ଷରେ ସାଙ୍ଗମାନଙ୍କୁ ଗ୍ରିଟିଙ୍ଗସ୍ ଦେବା,ନିଜ ମନବୁତାବକ ଢଗ ଲେଖିବା । ସତରେ ଭାରି ଅଭୁଲା ସେ ସ୍ମୃତି । ଆଜିର ସ୍ମାର୍ଟ ଟେକ୍ନୋଲୋଜୀ ଯୁଗରେ ଗୋଟିଏ ମେସେଜ୍ ରେ ନୂଆବର୍ଷ ପାଳନ ହେଇଯାଉଛି । କିନ୍ତୁ ସେ ସମୟରେ ସାଇକେଲରେ ନହେଲେ ଚାଲି ଚାଲି ଯାଇ ସାଙ୍ଗକୁ ଦେଖା କରିବା ଓ ହାତାହାତି ଗ୍ରିଟିଙ୍ଗସ୍ ଦେବା ହିଁ ନୂଆବର୍ଷର ଅସଲ ମଜା ଥିଲା ।

କ୍ୟାଲେଣ୍ଡରରେ ବର୍ଷ ପରେ ବର୍ଷ ବିତିଯାଏ । ଏହା ମଧ୍ୟରେ ଶୈଶବରୁ କୈଶୋର ଜୀବନ ବିତିଯାଏ । ଯୌବନ ଅବସ୍ଥାରେ ପହଞ୍ଚିବା ପରେ ପୁଣି ସେହି ପିଲାଦିନର ଅଭୁଲା ଅତୀତ ବିଷୟରେ ମନେ ପଡିଯାଏ । ଦୋକାନରୁ ରଙ୍ଗ ବେରଙ୍ଗର ଭଳିକି ଭଳି ଗ୍ରିଟିନ୍ସ କାର୍ଡ କିଣିବାର ମଜା ହୁଏତ ଆଜିର ମୋବାଇଲ ଯୁଗରେ କମିଯାଇଛି । କିନ୍ତୁ ଗ୍ରିଟିନ୍ସଟିଏ କିଣିବା ପରେ ଗ୍ରିଟିନ୍ସ ପଛରେ ଢଗଢମାଳି ଲେଖି  ନିଜର ପ୍ରିୟ ସାଙ୍ଗକୁ ପଠାଇବାରେ ଯେଉଁ ମଜା ଥାଏ ତାହାକୁ ଗ୍ରିଟିନ୍ସ ବ୍ୟବହାରକାରୀ ହିଁ ବେଶ୍ ଭଲ ଭାବରେ ବୁଝିଥିବେ ।

ଚାଲନ୍ତୁ ମନେପକାଇବା ସେହି ପୁରୁଣା ଢଗ

ସଭିଙ୍କ ହୃଦୟରେ ରହୁ ସମସ୍ତଙ୍କ ପାଇଁ ସ୍ନେହ ଅପାର । ଆଗାମୀ ପ୍ରତିଟି ଦିନ ଆଣୁ ଖୁସିର ସମ୍ଭାର । ଏହି କାମନା ସହ ଆସନ୍ତୁ ଭୁଲିଯିବା ସବୁ ଦୁଃଖ । ନୂଆବର୍ଷ ୨୦୨୩କୁ କରିବା ହୃଦୟରୁ ସ୍ୱାଗତ…..

‘ଗୋଲାପ ଗଛରେ ଅନେକ କଣ୍ଟା ସାଙ୍ଗକୁ ମୋର ଟା ଟା’

‘ଟେବୁଲ୍ ଉପରେ ଫୁଲ ଚନ୍ଦନ, ନୂତନ ବର୍ଷର ଅଭିନନ୍ଦନ’

‘ନୂଆ ବରଷ ଆସିଲା ବୋଲି, ଗରିବ ସାଙ୍ଗକୁ ଯିବନି ଭୁଲି’

‘ମନ ସଫା ମୋର ହୃଦୟ ଖାଲି, ନୂଆ ବର୍ଷର ମୁଁ ଶୁଭେଚ୍ଛା ଦେଲି’

‘କଲମରୁ ମୋର ସରିଲା କାଳି, ଏତିକିରେ ଲେଖା ବନ୍ଦ କଲି’

one glass water ,one glass beer oh my dear happy new year..

ମୁଁ କହିବା ଆଗରୁ କିଏ କହିନଦେଉ, ସେଥିପାଇଁ ଆଗୁଆ ଜଣାଇ ଦେଉଛି, ନୂତନ ବର୍ଷର ଅଭିନନ୍ଦନ ।

ନୂତନ ବର୍ଷ ୨୦୨୩ ଆପଣଙ୍କ ଜୀବନରେ ନୂଆ ସମ୍ଭାବନା ଆଣିଦେଉ ଓ ପରିବାରର ସମସ୍ତ ସମସ୍ତ ଦୁଃଖକୁ ଦୂର କରୁ । ସମସ୍ତେ ସୁସ୍ଥ, ସ୍ୱଚ୍ଛ, ନିରାପଦ ରୁହନ୍ତୁ । ଏତିକି ଭଗବାନଙ୍କଠାରେ ମୋର ପ୍ରାର୍ଥନା । ଇଂରାଜୀ ନବବର୍ଷର ଅଭିନନ୍ଦନ ।  ଇଶ୍ୱରଙ୍କ କୃପାରୁ ନୂତନ ବର୍ଷ ସମସ୍ତଙ୍କ ପାଇଁ ନୂଆ ଖୁସି ଏବଂ ଉତ୍ସାହ ଆଣିଦେଉ । ନବବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )