Friday 26th April 2024
କ୍ୟାନସରର ଭ୍ୟାକସିନ୍ ଏବଂ ତାର ସାଇଡ୍ ଇଫେକ୍ଟ

କ୍ୟାନସରର ଭ୍ୟାକସିନ୍ ଏବଂ ତାର ସାଇଡ୍ ଇଫେକ୍ଟ

କ୍ୟାନସର ରୋଗ ହେଲେ ଏହାର ଖର୍ଚ୍ଛ ବହୁତ ଅଧିକ । କ୍ୟାନସରରୁ ପୁରାପୁରି ମୁକ୍ତି ହେଲା ଭଳି ଏଯାଏଁ କୌଣସି ଗୋଟିଏ ଔଷଧ ବାହାରିନାହିଁ । କିନ୍ତୁ ହଁ କ୍ୟାନସରରେ ଆଗରୁ ଯେମିତି ଲୋକଙ୍କର ମୃତ୍ୟୁ ହେଉଥିଲା ବର୍ତ୍ତମାନ ତାର ପରିମାଣ କମୁଛି । ଏହା ସମ୍ଭବ ହେବା ପଛରେ ବିଜ୍ଞାନର ଅତ୍ୟାଧୁନିକ ଭ୍ୟାକସିନ୍ ,ମେଡିସିନ୍ ଆଦିର ହାତ ରହିଛି । ବିଭିନ୍ନ ରିସର୍ଚ ଅନୁସାରେ କ୍ୟାନସରକୁ ମୂଳରୁ ସିନା ନାଶ କରିହେବନି କିନ୍ତୁ ତାର ମୁକାବିଲା କରିବା ପାଇଁ ମେଡିକାଲ ସାଇନ୍ସ ପ୍ରସ୍ତୁତ ଅଛି । କ୍ୟାନସର ବହୁତ ପ୍ରକାର ରୂପରେ ଆମକୁ ହୋଇଥାଏ । କିନ୍ତୁ କିଛି କ୍ୟାନସର ପାଇଁ ବର୍ତ୍ତମାନ ଭ୍ୟାକସିନ୍ ବାହାରିପାରିଛି । ତେବେ ଚାଲନ୍ତୁ ଜାଣିବା କ୍ୟାନସରର ଭ୍ୟାକସିନ କଣ କାମ ଦେଉଛି ଓ ତାର ସାଇଡ୍ ଇଫେକ୍ଟ କଣ କଣ ରହିଛି ।

 ଗର୍ଭାଶୟ କର୍କଟ-

ପ୍ରତିବର୍ଷ ଭାରତରେ ପ୍ରାୟ ୧ ଲକ୍ଷରୁ ଅଧିକ ମହିଳା ଗର୍ଭାଶୟ କର୍କଟ ବା ସର୍ଭିକାଲ କ୍ୟାନ୍ସରର ଶିକାର ହେଉଛନ୍ତି । ତେଣୁ ଏହି ଗମ୍ଭୀର ରୋଗରେ ଜୁଝି ହେଉଥିବା ମହିଳାଙ୍କ ପାଇଁ ଗର୍ଭାଶୟ କ୍ୟାନସର ଚିନ୍ତା ରହିବନି । ଗର୍ଭାଶୟ କର୍କଟ ବିରୋଧରେ ଲଢିବା ପାଇଁ ଆମର ସ୍ୱଦେଶୀ ଟିକା ପ୍ରସ୍ତୁତ ଅଛି । ଏହି ଟିକା ଭାରତ ପ୍ରଥମଥର ପାଇଁ ସେପ୍ଟେମ୍ବର ୧ ତାରିଖ ୨୦୨୨ ରେ ଲଂଚ କରିଥିଲା । ଏହାକୁ ଭାରତର ପ୍ରଥମ ସର୍ଭିକାଲ କ୍ୟାନ୍ସର ଟିକା ବୋଲି କୁହାଯାଉଛି । ଯାହାର ନାଁ ହେଲା କ୍ୱାଡ୍ରିଭାଲେଣ୍ଟ ହ୍ୟୁମାନ ପାପିଲୋମାଭାଇରସ୍ ଭ୍ୟାକସିନ । ଏହାକୁ ସେରୋମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଓ କେନ୍ଦ୍ରସରକାରଙ୍କ ବିଭାଗ ଡିପାର୍ଟମେଣ୍ଟ  ବାୟୋଟେକ୍ନୋଲୋଜୀ ମିଶି ବିକଶିତ କରିଛନ୍ତି । ୧୫ ରୁ ୪୪ ବର୍ଷର ଝିଅ ଏବଂ ମହିଳା ଏହି ରୋଗର ଅଧିକ ଶିକାର ହେଉଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ହିସାବ ଅନୁସାରେ ୨୦୧୮ ମସିହାରେ ପୁରା ବିଶ୍ୱରେ ୫ ଲକ୍ଷ ୭୦ ହଜାର ମହିଳା ସର୍ଭିକାଲ କ୍ୟାନ୍ସରରେ ପିଡିତ ହେଉଥିଲେ । ଆଉ ସେଥିରୁ ୩ଲକ୍ଷ ୧୧ ହଜାର ମହିଳାଙ୍କର ମୃତ୍ୟୁ ହୋଇଯାଉଥିଲା । ତେଣୁ ଏହି ଭ୍ୟାକସିନ୍ ସେଇମାନଙ୍କ ପାଇଁ ବହୁତ ହିଁ କାମରେ ଆସିବ ।

ଇମ୍ୟୁନୋଥେରାପି-

କେମୋ କିମ୍ବା ରେଡିଏସନ୍ ଠାରୁ ପୁରା ଅଲଗା ହେଉଛି ଏହାର ଚିକିତ୍ସା ପଦ୍ଧତି । ଇମ୍ୟୁନୋଥେରାପି କ୍ୟାନସର ଚିକିତ୍ସା ଇତିହାସରେ ଏକ ଭିନ୍ନତା ଆଣିଛି । ଇମ୍ୟୁନୋ-ଥେରାପି ଚିକିତ୍ସାର ପରୀକ୍ଷଣ ବେଳେ ନ୍ୟୁୟର୍କରେ ୧୮ ଜଣ ରେକ୍ଟାଲ କ୍ୟାନସର ରୋଗୀ ଭଲ ହୋଇଥିଲେ । ଏହି ଥେରାପିରେ କ୍ୟାନସର ରୋଗୀଙ୍କ ଦେହରୁ ସଂପୂର୍ଣ୍ଣ ଭାବେ କ୍ୟାନସର ସେଲ୍ ଗାୟବ ହୋଇଯାଇଥିଲା । ଇମ୍ୟୁନୋ-ଥେରାପିରେ ରୋଗୀର ନିଜସ୍ୱ ରୋଗ ପ୍ରତିଷେଧକ ଶକ୍ତିକୁ ବ୍ୟବହାର କରି କ୍ୟାନସର ସହ ଲଢେଇ କରିବା ପାଇଁ ଟାର୍ଗେଟ କରାଯାଏ ।ଏହା ରୋଗ ପ୍ରତିରୋଧ ଶକ୍ତିକୁ ବଢାଏ କିମ୍ବା ରୋଗ ପ୍ରତିରୋଧ ଶକ୍ତିକୁ ବଦଳାଇ କ୍ୟାନସର ସହ ଲଢେଇ କରେ ।

-ଏହି ଥେରାପି ଶରୀରର ରୋଗ ପ୍ରତିରୋଧ ବ୍ୟବସ୍ଥାକୁ ଏମିତି ଦିଗରେ ନିଏ,ଯାହା କୟାନସର ସେଲକୁ ଚିହ୍ନଟ କରିବା ସହ ତାକୁ ନଷ୍ଟ କରିଦେବ ।
-ଏହା ରୋଗ ପ୍ରତିରୋଧ ଶକ୍ତିକୁ ଆବଶ୍ୟକ ପରିମାଣରେ ବଢାଇ ଦିଏ,ଯାହା ଦ୍ୱାରା କୟାନସର ସେଲଗୁଡିକ ନଷ୍ଟ ହୋଇଯାଏ ।
-ଏହି ଥେରାପି ସୁସ୍ଥ ସେଲ୍ କୁ ନଷ୍ଟ ନ ପହଂଚାଇ କେବଳ କ୍ୟାନସର ସେଲକୁ ନଷ୍ଟ କରିଦିଏ ।

ଏହାର ସାଇଡ୍ ଇଫେକ୍ଟ-

କ୍ୟାନସରର ଭ୍ୟାକସିନ୍ ଗୁଡିକ ପ୍ରତ୍ୟେକ ବ୍ୟକ୍ତିଙ୍କ କଣ୍ଡିସୋନ୍ ଉପରେ ନିର୍ଭର କରେ । ଆପଣଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଅନୁସାରେ ହିଁ ଭ୍ୟାକସିନ୍ ଦିଆଯାଇପାରିବ । କିନ୍ତୁ ଭ୍ୟାକସିନ୍ ନେବା ପରେ ଆପଣଙ୍କ ଶରୀରରେ କିଛି ପାଶ୍ୱର୍୍ୟ ପ୍ରତିକ୍ରିୟା ଦେଖିବାକୁ ମିଳିବ ।
-ଥଣ୍ଡା
-ଜ୍ୱର
-ଦୁର୍ବଳତା
-ବାନ୍ତି
– ମୁଣ୍ଡବିନ୍ଧା
-ବ୍ଲଡ ପ୍ରେସର ବଢିବା
-ନିଶ୍ୱାସ ନେବାରେ ସାମାନ୍ୟ କଷ୍ଟ ଅନୁଭୂତ ହେବା

CATEGORIES
TAGS
Share This

COMMENTS

Wordpress (0)
Disqus (0 )