Tuesday 23rd April 2024
କେଜିଏଫ୍ ଠୁ ଅଧିକ ଭଲ ହେବ କି କବ୍‌ଜା ?

କେଜିଏଫ୍ ଠୁ ଅଧିକ ଭଲ ହେବ କି କବ୍‌ଜା ?

କିଏ ହେବ ଦର୍ଶକଙ୍କ ପ୍ରଥମ ପସନ୍ଦ ?

ସାଉଥ୍ ଫିଲ୍ମର ଆଉ ଏକ ଜବରଦସ୍ତ ଭେଟି । ହଁ ବର୍ତ୍ତମାନ ସାଉଥ୍ ଫିଲ୍ମ ବିଭିନ୍ନ ଧରଣର ଚଳଚିତ୍ର ନିଜ ଅନ୍ଦାଜରେ ପରିବେଷଣ କରି ସାରା ଭାରତରେ ଚର୍ଚ୍ଚା ସାଉଁଟୁଛନ୍ତି । ତେବେ ଏହା ପଛର କାରଣ ସେମାନଙ୍କର ଚଳଚିତ୍ର ନିର୍ମାଣ କରିବାର ଅନୋଖା କାହାଣୀ । ଯେତେ ଭଲ କାହାଣୀ ସେତେ ଭଲ ଇନକମ୍ । ଇଏ ଯେମିତି କେଜିଏଫ୍ ଚଳଚିତ୍ର କଥା କହୁନାହାନ୍ତି । କିଏ କଣ କେବେ ଭାବିଥିଲେ ଯେ ଗୋଟିଏ ଗ୍ୟାଙ୍ଗଷ୍ଟାରର କାହାଣୀ ପ୍ରତ୍ୟେକ ବର୍ଗର ଦର୍ଶକଙ୍କୁ ଏତେ ମାତ୍ରାରେ ପସନ୍ଦ ଆସିବ । କିନ୍ତୁ ଏହା ସମ୍ଭବ ହେଲା ସେହି ଫିଲ୍ମର କାହାଣୀ ପାଇଁ । ବର୍ତ୍ତମାନ କେଜିଏଫ୍ ଭଳି ଆଉ ଏକ ରୋମାଂଚକର ଫିଲ୍ମ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ତେବେ ଏହା କେଜିଏଫ୍ ଫିଲ୍ମ ର କୌଣସି ପାର୍ଟ ନୁହେଁ ବରଂ ଏକ ଗ୍ୟାଙ୍ଗଷ୍ଟାର କାହାଣୀ ଥିବା ଆଉ ଏକ ଫିଲ୍ମ । କେଜିଏଫ୍ ସିରିଜ୍ ପରେ କନ୍ନଡ ଇଣ୍ଡଷ୍ଟ୍ରିର ଆଉ ଏକ ପ୍ୟାନ୍ ଇଣ୍ଡିଆ ଫିଲ୍ମ ହେବାକୁ ଯାଉଛି କବ୍ଚା ।ଯାହାର ଟିଜର୍ ବର୍ତ୍ତମାନ ରିଲିଜ କରାଯାଇଛି ।ଏବେ ଯାଏଁ ଫିଲ୍ମର ଟିଜରକୁ ୨୦ ମିଲିୟନ୍‌ରୁ ଅଧିକ ଲୋକ ଦେଖିସାରିଲେଣି । କନ୍ନଡ଼ ସୁପରଷ୍ଟାର ଉପେନ୍ଦ୍ର, କିଚା ସୁଦୀପଙ୍କ ଅଭିନୀତ ଏହି ଫ୍ଲିଲ୍ମର ନାମ ହେଉଛି ‘କବ୍‌ଜା’ । ଏହି ମୁଭିରେ ଅନ୍ୟାନ୍ୟ ଭୂମିକାରେ  ଶ୍ରୀୟା ସରନ୍‌, ଲକ୍ଷ୍ମଣ ଏବଂ ମୁରଲୀ ଶର୍ମାଙ୍କୁ ଦେଖିବାକୁ ମିଳିବ ।

କେଜିଏଫ୍ ରେ ଆପଣ ମାନେ ଗୋଟିଏ ମା ପୁଅର ଦରଦଭରା କାହାଣୀ ଦେଖିଥିଲେ । ଏବଂ ନିଜ ମାକୁ ଦେଇଥିବା କଥା କେମିତି ରକି କୁ ରକି ଭାଇ ରେ ପରିଣତ କରିଥିଲା ତାହା ବି ଦେଖିଥିଲେ । ତେବେ କବଜା ଫିଲ୍ମର ଟିଜର ଦେଖି ଏହା ବି କେଜିଏଫ୍ ଭଳି ଦିନର ମନେପକାଇଦେଉଛି । କିନ୍ତୁ କେବଳ ଟିଜରରୁ କାହାଣୀର ଅନୁମାନ କରିବା କଷ୍ଟ । ହେଲେ ଟିଜରରୁ କିଛି ଟା ଜିନିଷ କହିହେବ ଯାହାକି- ଏହି ଫିଲ୍ମର କାହାଣୀ ୧୯୪୨ ରୁ ୧୯୪୮ ମଧ୍ୟରେ ରହିଛି । ଜଣେ ଗାନ୍ଧୀବାଦୀ ପରିବାର ଅଛି । ହେଲେ ଏମିତି ଏକ ସମୟ ଆସୁଛି ସେହି ପରିବାରରୁ ହିଁ ଜଣେ ଗ୍ୟାଙ୍ଗଷ୍ଟାରରେ ପରିଣତ ହେଇଯାଉଛି ।

ଏହି ଗ୍ୟାଙ୍ଗଷ୍ଟାର ରୋଲ୍‌ରେ ସୁପରଷ୍ଟାର ଉପେନ୍ଦ୍ରକୁ ଦେଖିବାକୁ ମିଳିବ । ଏହାବ୍ୟତୀତ କନ୍ନଡ ଇଣ୍ଡଷ୍ଟ୍ରିର ଆଉ ଜଣେ ସୁପରଷ୍ଟାର ମଧ୍ୟ ଏହି ଫିଲ୍ମରେ ଦମ୍‌ଦାର ରୋଲରେ ନଜର ଆସିବେ । ସେ ହେଉଛନ୍ତି ସୁପରଷ୍ଟାର କିଚା ସୁଦୀପ । ନିକଟରେ କିଚା ସୁଦୀପଙ୍କ ଆସିଥିବା ଫିଲ୍ମ ବିକ୍ରାନ୍ତ ରଣା ବକ୍ସ ଅଫିସରେ ସେତେଟା ଭଲ କାରବାର କାରିପାରନଥିଲା ।ସେହିପରି ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଆର ଚନ୍ଦ୍ରୁ ସମ୍ଭାଳୁଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରବି ବାସୁରି । ଯିଏକି ପୂର୍ବରୁ କେଜିଏଫ୍‌ ପରି ସୁପରହିଟ୍‌ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇସାରିଛନ୍ତି ।  ଏହି ସିନେମାକୁ ୭ଟି ଭାଷାରେ ରିଲିଜ୍‌ କରାଯିବ । ଯେପରି କି, ହିନ୍ଦୀ, କନ୍ନଡ଼, ତାମିଲ, ତେଲୁଗୁ, ମାଲାୟଲମ୍‌, ବଙ୍ଗଳା, ମରାଠି ଭାଷାରେ ପ୍ରେକ୍ଷାଳୟକୁ ଆସିବ । ଏବେ ଯାଏଁ ଫିଲ୍ମର ରିଲିଜ୍‌ ତାରିଖ ଘୋଷଣା ହୋଇନାହିଁ । ଡିସେମ୍ବର ବେଳକୁ ରିଲିଜ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ତେବେ ଫିଲ୍ମ ଟି ଦେଖିସାରିବା ପରେ ହିଁ ଲୋକଙ୍କ ପ୍ରତିକ୍ରିୟା ମିଳିପାରିବ । ଆଉ ଜଣାପଡିବ କେଜିଏଫ୍ ଅଧିକ ଭଲ ଥିଲା ନା କବ୍‌ଜା ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )