Thursday 25th April 2024
ଯେଉଁ ଗାଁ ଦେଇ ପାଣ୍ଡବମାନେ ସ୍ୱର୍ଗକୁ ଯାତ୍ରା କରିଥିଲେ ? ଜାଣିଛନ୍ତି କି କେଉଁଠି ଅଛି ଏହିଗାଁ

ଯେଉଁ ଗାଁ ଦେଇ ପାଣ୍ଡବମାନେ ସ୍ୱର୍ଗକୁ ଯାତ୍ରା କରିଥିଲେ ? ଜାଣିଛନ୍ତି କି କେଉଁଠି ଅଛି ଏହିଗାଁ

ଆପଣମାନେ ଜାଣିଛନ୍ତି କି ଭାରତର ଶେଷ ଗାଁ କେଉଁଠି ଅଛି ଏବଂ ତା ନା’ କଣ? ସାଧାରଣତଃ ଆମେ ଆମ ପୌରାଣିକ ତଥ୍ୟରୁ ଜାଣିଛେ ଯେ ପାଣ୍ଡବମାନେ ଯୁଦ୍ଧ ସାରି ନିଜ ରାଜଉଆସ  ଫେରି ନିଜ ରାଜଭାର ସମ୍ଭାଳିଥିଲେ । ପରେ ନିଜେ ମନସ୍ଥ କରିଥିଲେ କି ଶ୍ୱ ଶରୀରରେ ସେ ସ୍ୱର୍ଗ ଯାତ୍ରା କରିବେ । ତେବେ ଏହି କଥା ଶୁଣି ସମସ୍ତଙ୍କ ମନରେ ପ୍ରଶ୍ନ ଉଠେ କି ସେମାନେ କେଉଁ ବାଟ ଦେଇ ସ୍ୱର୍ଗ ଯାତ୍ରା କରିଥିଲେ? ଯଦି ଏହି ପ୍ରଶ୍ନ ଆପଣଙ୍କ ମନରେ ବି ଆସିଛି ତେବେ ଏହି ଖବର ଟି ଆପଣଙ୍କ ପାଇଁ । ଆସନ୍ତୁ ଜାଣିବା କେଉଁ ବାଟ ଦେଇ ପାଣ୍ଡବ ସ୍ୱର୍ଗ ଯାତ୍ରା କରିଥିଲେ ଏବଂ ଭାରତର ଶେଷ ଗାଁ ସମ୍ବନ୍ଧରେ ।The Last Indian Village Mana: Guide For Unforgettable Experience() ପୌରାଣିକ ତଥ୍ୟ ଅନୁଯାୟୀ ପାଣ୍ଡବ ମାନେ ଚାଲି ଚାଲି ସ୍ୱର୍ଗ ଯାତ୍ରା ଆରମ୍ଭ କରିଥିଲେ । ଏବଂ ସେ ଯେଉଁଠାରୁ ସ୍ୱର୍ଗ ଯାତ୍ରା ଆରମ୍ଭ କରିଥିଲେ ଆଜି ସେହି ଯାଗା ହେଉଛି ଭାରତର ଶେଷ ଗାଁ ଓ ସ୍ୱର୍ଗ ଯିବାର ମାର୍ଗ । ଗାଁଟି ର ନା’ ହେଉଛି “ମାନା” ଓ ପୌରାଣିକ ନା’ ହେଉଛି ମଣିଭଦ୍ର । ଏହି ଗାଁ ଉତ୍ତରାଖଣ୍ଡ ସ୍ଥିତ ଚମୋଲି ଜିଲ୍ଲାର ତିବତ୍ ପାହାଡ଼ର ପାଦ ଦେଶରେ ଅବସ୍ଥିତ । ଏହି ଗାଁଟି ସରସ୍ୱତୀ ନଦୀର କୂଳରେ ରହିଛି । ଯାହାକି ବଦ୍ରିନାଥ ପୀଠ ଠାରୁ ମାତ୍ର ୩ କି.ମି ଦୂର । ଏହି ଗାଁ ନିଜ ସଂସ୍କୃତି ପାଇଁ ବେଶ ପ୍ରସିଦ୍ଧ ଅଟେ ଓ ଏଠାରେ ମାତ୍ର ୬୦ ରୁ ୭୦ଟି ଘର ରହିଛି । ଆଉ ପ୍ରତ୍ୟେକଟି ଘର କାଠରେ ତିଆରି । ମଙ୍ଗୋଲା ଓ ଆଦିବାସୀ ଲୋକ ଏହି ଗାଁରେ ଜୀବନ ଜାପନ କରିଥାନ୍ତି । ସ୍ୱଚ୍ଛ ଭାରତ ସର୍ଭେ ଅନୁସାରେ ୨୦୧୯ରେ ଏହି ଗାଁକୁ ଭାରତର ସବୁଠାରୁ ସଫାସୁତୁରା ଗାଁ ବୋଲି ବିବେଚନା କରାଯାଇଛି । ପୌରାଣିକ ମାନ୍ୟତା ଅନୁସାରେ ଏହି ଗାଁ ସହ ମହାଭାରତ କାଳର ସମ୍ପର୍କ ରହିଛି ।ପୌରାଣିକ ମାନ୍ୟତା ଅନୁସାରେ ପାଣ୍ଡବ ମାନେ ଯେତେବେଳେ ସ୍ୱର୍ଗ ଗମନ ଆରମ୍ଭ କରିଥିଲେ, ସେତେବେଳେ ସେ ଏହି ଗାଁ ରୁ ନିଜ ଯାତ୍ରା ଆରମ୍ଭ କରିଥିଲେ । ପାଣ୍ଡବଙ୍କ ସହ ଦୌପଦୀ ଏବଂ ଗୋଟିଏ କୁକୁର ମଧ୍ୟ ଥିଲା । ପାଣ୍ଡବ ଚାହୁଁଥିଲେ ସେ ନିଜ ଶରୀର ସହ ସ୍ୱର୍ଗ ଯାତ୍ରା କରନ୍ତୁ କିନ୍ତୁ ଯିବା ବାଟରେ ଆଗ ଦୌପଦୀ ତଳକୁ ପଡ଼ି ନିଜ ଜୀବନ ତ୍ୟାଗ କରିଥିଲେ । ପରେ ଜଣଙ୍କ ପରେ ଜଣେ ସହଦେବ, ନକୁଲ, ଅର୍ଜୁନ, ଭୀମ ମଧ୍ୟ ତଳକୁ ପଡ଼ି ନିଜ ଜୀବନ ତ୍ୟାଗ କଲେ । କେବଳ ଶ୍ୱ ଶରୀରରେ ଯୁଧିଷ୍ଟିର ସ୍ୱର୍ଗକୁ ଯାଇ ପାରିଥିଲେ, ଏବଂ ପାଣ୍ଡବଙ୍କ ସହ ଯେଉଁ କୁକୁରଟି ଥିଲା ସେ ସ୍ୱୟଂ ଯମ ଥିଲେ ।Draupadi - 10 Facts About Heroic Princess of Mahabharataଏହି ଗାଁ ରେ ଭୀମ୍‌-ପୁଲ୍ ଅଛି, କୁହାଯାଏ କି ଏହି ପୋଲକୁ ନିଜେ ଭୀମ ତିଆରି କରିଥିଲେ । ଏହି ପୋଲ ହେଉଛି ଏକ ବଡ଼ ପଥର, ଯାହା ସରସ୍ୱତୀ ନଦୀ ଉପରେ ସ୍ଥିତ । ପୌରାଣିକ ମାନ୍ୟତା ଅନୁସାରେ ଯେତେବେଳ ପାଣ୍ଡବଙ୍କ ସହ ଦୌପଦୀ ମଧ୍ୟ ସ୍ୱର୍ଗ ଯାତ୍ରା କରୁଥିଲେ ସେତେବେଳେ ତାଙ୍କୁ ସରସ୍ୱତୀ ନଦୀ ଡେଇଁ ଜୀବାକୁ କଷ୍ଟ ହେଉଥିଲା । ତେଣୁ ଭୀମ ଏହି ପଥରଟିକୁ ସରସ୍ୱତୀ ନଦୀ ଉପରେ ରଖିଥିଲେ । ଯାହା ଏକ ପୋଲ ସଦ୍ଦୃଶ୍ୟ ହୋଇଗଲା,  ପରେ ଦୌପଦୀ ଆଗକୁ ବଢ଼ିଥିଲେ । ପୌରଣିକ ତଥ୍ୟ ଅନୁସାରେ ଆଉ ଏକ କଥା ବି ଜଣା ପଡ଼େ କି ଏହା ସେହି ଯାଗା ଯେଉଁଠି ମହର୍ଷି ବେଦବ୍ୟାସ ଗଣେଷଙ୍କ ଦ୍ୱାରା ମହାଭାରତ ଲେଖାଇଥିଲେ ।Mana Village in Uttarakhand | The Last village of India | 8 Nearby Spotsଏହି ସ୍ଥାନ “ମାନା” ଗାଁ ପାଇଁ ଏକ ପର୍ଯ୍ୟଟନ ସ୍ଥଳୀ ଅଟେ । ଏହି ଗାଁରେ ତପ୍ତ କୁଣ୍ଡ ରହିଛି, କୁହାଯାଏ କି ଏହି କୁଣ୍ଡରେ ଅଗ୍ନିଦେବ ରୁହନ୍ତି ଏବଂ ଏହି ପାଣିରେ ବହୁ ଔଷଧୀୟ ଗୁଣ ରହିଛି । ଏହା ମଧ୍ୟ କୁହାଯାଏ କି ଚର୍ମ ରୋଗ ଥିବା ବ୍ୟକ୍ତି ବିଶେଷ କରି ଏହି ନଦୀରେ ଗାଧୋଇବା ଦ୍ୱାରା ତାଙ୍କ ଚର୍ମ ରୋଗ ଠିକ୍ ହୋଇଯାଇଥାଏ । ଏହା ବ୍ୟତୀତ ଏହି ଯାଗାରେ ବ୍ୟାସ ଗୁମ୍ଫା, ଗଣେଷ ଗୁମ୍ଫା, ଭୀମ୍ ପୁଲ ଓ ସରସ୍ୱତୀ ମନ୍ଦିର ଭଳି ପର୍ଯ୍ୟଟନ ସ୍ଥଳୀ ରହିଛି । ୨୦୧୧ ଜନଗଣନା ଅନୁସାରେ ଏହି ଗାଁରେ ମାତ୍ର ୧୨୧୪ ଜଣ ଲୋକ ରୁହନ୍ତି । ଶୀତ ଦିନେ ଏହି ଗାଁର ଲୋକେ ପାହାଡ଼ର ତଳ ଭାଗକୁ ଚାଲି ଆସନ୍ତି । କାରଣ ପୁରା ଗାଁ ହିମାଳୟର ବରଫ ଚାଦରରେ ଘୋଡ଼େଇ ହୋଇପଡ଼େ ।  Visiting Last Village Of India In Winters | Mana Village | Badrinath Temple | Life's First Snowfall - YouTube

CATEGORIES
TAGS
Share This

COMMENTS

Wordpress (0)
Disqus (0 )