Friday 26th April 2024
ପୁରସ୍କାର ପାଇଲା ‘କନ୍ଧମାଳ ହଳଦୀ’ ,କିନ୍ତୁ ଗ୍ରହଣ କରିବାକୁ ନଥିଲେ କେହି !

ପୁରସ୍କାର ପାଇଲା ‘କନ୍ଧମାଳ ହଳଦୀ’ ,କିନ୍ତୁ ଗ୍ରହଣ କରିବାକୁ ନଥିଲେ କେହି !

ଓଡିଶା ମାଟିରେ ଅନେକ ଖାଦ୍ୟଶସ୍ୟ ଉତ୍ପାଦନ ହେଉଛି । ଆମ ଓଡିଶାର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଜିନିଷ ଉତ୍ପାଦନ କ୍ଷେତ୍ରରେ ନାଁ କମାଇଛି । ତେବେ ତା ଭିତରୁ ଯଦି ଦେଖିବା ତାହାଲେ ହଳଦୀ ଓଡିଶାର ଏକ ବିଶେଷ ପରିଚୟ । କନ୍ଧମାଳର ହଳଦୀ ସାରା ଦେଶରେ ଏକ ଖାସ୍ ଜିନିଷ ବୋଲି ଚର୍ଚ୍ଚିତ । କନ୍ଧମାଳ ହଳଦୀରେ ରହିଛି ଅନେକ ଗୁଣ । ନା ଏଥିରେ କୌଣସି ରାସାୟନିକ ସାରର ବ୍ୟବହାର ହୁଏ ନା ହିଁ ଏଥିରେ କିଛି କୀଟନାଶକ ପଡେ । କିନ୍ତୁ ପ୍ରକୃତି କୋଳରେ ପାଣି ପବନ ଓ ମାଟିର ସୁଗୁଣରେ ଭଲ ଚାଷ ହୁଏ ଏହି ହଳଦୀର । ଆଉ ଆପଣ ଜାଣିଲେ ଆହୁରୀ ଖୁସି ହେବେ ଯେ,କନ୍ଧମାଳ ହଳଦୀକୁ ଏନଆଇପି ଆୱାର୍ଡ ମିଳିଛି । ଏନଆଇପି ଆୱାର୍ଡ ପ୍ରଥମ ଥରପାଇଁ ଜିଆଇ ମାନ୍ୟତା ପାଇଥିବା ସାମଗ୍ରୀକୁ ନେଇ ଆୟୋଜିତ କରାଯାଇଥିଲା । ଯେଉଁଥିରେ ଆମ ଓଡିଶାର ୧୭ ଜିଆଇ ସାମଗ୍ରୀକୁ ଜାଗା ମିଳିଥିଲା ।

 

ଏଥିପାଇଁ ଭୋଟିଂ ମାଧ୍ୟମରେ ଦେଶରେ ଜନମତ ସର୍ଭେ ହୋଇଥିଲl ସର୍ଭେରେ ସବୁଠାରୁ ଅଧିକ ଭୋଟ ପାଇଥିବା ସାମଗ୍ରିଗୁଡିକୁ ପୁରସ୍କୃତ ହୋଇଥିଲାl କୃଷି, କଳା, ଖାଦ୍ୟସାମଗ୍ରୀ ଆଦି ୫ଟି ବର୍ଗରେ ଏହି ପୁରସ୍କାର ଦିଆଯାଇଥିଲା  କୃଷି ବର୍ଗରେ କନ୍ଧମାଳ ହଳଦୀକୁ ଏହି ପୁରସ୍କାର ମିଳିଛି। ହେଲେ ଏତେ ବଡ ସମ୍ମାନକୁ ଗ୍ରହଣ କରିବା ପାଇଁ ଆମ ଓଡିଶାରୁ ନଥିଲେ କେହି ବି ଅଧିକାରୀ । ଅର୍ଥାତ ଆମ ଓଡିଶାର ମୁଖ୍ୟ ଜିନିଷକୁ ମିଳିଥିିବା ସମ୍ମାନରେ ଆମର କେହି ବି ଅଧିକାରୀ ସେଠାରେ ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିନଥିଲେ । ପ୍ରଥମଥର ପାଇଁ ଜିଆଇ ମାନ୍ୟତା ପାଇଥିବା ସାମଗ୍ରୀକୁ ନେଇ ଆୟୋଜିତ ନ୍ୟାସନାଲ ଇଣ୍ଟେଲେକଚୁଆଲ୍ ପ୍ରପର୍ଟି ଆୱାର୍ଡସରେ କୃଷିବର୍ଗରେ କନ୍ଧମାଳ ହଳଦୀକୁ ସର୍ବାଧିକ ଭୋଟ୍ ମିଳିଛି । ୨୦୨୧-୨୨ ବର୍ଷ ପାଇଁ ନୂଆଦିଲ୍ଲୀରେ ଏହି ପୁରସ୍କାର ପ୍ରଦାନ କରିଥିଲେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ୍ ।

 

ପୁରସ୍କାର ପାଇବା ପରେ ଜିଲାପାଳ ଆଶିଷ ଈଶ୍ୱର ପାଟିଲ, କନ୍ଧମାଳ ହଳଦୀ ସୋସାଇଟି କସମର ସମ୍ପାଦକ ସଞ୍ଜିତ ପଟ୍ଟନାୟକ ଓ ଭୁବେନେଶ୍ୱର ଶାଖା ମୁଖ୍ୟ ତଥା ଅବସରପ୍ରାପ୍ତ ଉଦ୍ୟାନ ଉପନିର୍ଦେଶକ ମନୋଜ ଦାସ, ଏବେର ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ ମିହିର କୁମାର ସାମନ୍ତରାୟଙ୍କ ସହିତ ହଳଦୀ ଚାଷୀମାନେ ଖୁସି ବ୍ୟକ୍ତ କରିଛନ୍ତିl ଏହା ଦ୍ୱାରା ଉନ୍ନତ ମାନର ହଳଦୀ ପ୍ରସ୍ତୁତ ସହ ପ୍ରଚାର ପ୍ରସାର ପାଇଁ ନିଷ୍ଠା, ଆନ୍ତରିକତା ଓ ଅଧିକ ଉତ୍ସାହର ସହ କାମ କରିବାଲାଗି ପ୍ରେରଣା ମିଳିବ ବୋଲି ସମ୍ପାଦକ ସଞ୍ଜୀତ ପଟନାୟକ କହିଛନ୍ତିl ଚାଷୀମାନେ ମଧ୍ୟ ଏହାଦ୍ୱାରା ଉତ୍ସାହିତ ହୋଇ ଅଧିକ ହଳଦୀ ଉତ୍ପାଦନ କରିବେ ବୋଲି କହିଛନ୍ତି l

CATEGORIES
TAGS
Share This

COMMENTS

Wordpress (0)
Disqus (0 )