Thursday 25th April 2024
କମଳାଠୁ ଅଧିକ କମଳା ଚୋପାରୁ ମିଳେ ଲାଭ

କମଳାଠୁ ଅଧିକ କମଳା ଚୋପାରୁ ମିଳେ ଲାଭ

ସାଧାରଣତଃ  ପ୍ରତ୍ୟେକଟି ପରିବା ଓ ଫଳରେ ବିଭିନ୍ନ ପ୍ରକାରର ଭିଟାମିନ୍ସ ଓ ପ୍ରୋଟିନ ଥାଏ । ଆଉ ସବୁ ପରିବା ଓ ଫଳ ଖାଇବା ଆମ ସ୍ୱାସ୍ଥ୍ୟପକ୍ଷେ ଭଲ ବୋଲି ଆମକୁ ଡାକ୍ତର କହିଥାନ୍ତି । ମାତ୍ର ଆପଣ ଜାଣଛନ୍ତି କି ଫଳ କିମ୍ବା ପନିପରିବାରେ ଯେତିକି ପ୍ରୋଟିନ୍‌, ଭିଟାମିନ୍ସ ଥାଏ ସେହିଭଳି ପରିବା କିମ୍ବା ଫଳ ଚୋପାରେ ମଧ୍ୟ ଏସବୁ ଥାଏ ।  କୌଣସି ବି ଫଳ, ପନିପରିବା ଖାଇଲେ ଆମେ ତା’ର ଚୋପାକୁ ଫିଙ୍ଗି ଦେଇଥାଉ । ମାତ୍ର ତାହା ଆମ ଶରୀର ପାଇଁ ଉପକାରୀ ହୋଇପାରେ, ସେହିଭଳି ଏକ ଫଳ ହେଉଛି କମଳା । କମଳାରେ ଭିଟାମିନ୍‌-ସି, କ୍ୟାଲ୍ସିୟମ ଓ ଫୋଲେଟ୍ ଥାଏ । ଏହା ସହ କମଳା ଚୋପାର ମଧ୍ୟ ବିଭିନ୍ନ ଉପକାରୀତା ଅଛି । ତେବେ ଆସନ୍ତୁ ଜାଣିବା ଏହି ଚୋପାକୁ ଆମେ କିପରି ବ୍ୟବହାର କରିପାରିବା ।10 Brilliant Things To Do With Leftover Orange Peels - Woman's World

ଶୋଇବାକୁ ସାହାର୍ଯ୍ୟ କରେ:

ଦୁନିଆ ଏବଂ ପରିବେଶ ବଦଳିବା ସହ ଆମ ଜୀବନ ଶୈଳୀରେ ମଧ୍ୟ ଆମକୁ କ୍ରମଶଃ ପରିବର୍ତ୍ତନ ଦେଖିବାକୁ ମିଳେ । ଏହି ସବୁ ଚିନ୍ତା ଓ କାରଣରୁ ଆମକୁ ଭଲ ନିଦ ଆସିନଥାଏ। ତେବେ ଆପଣ କମଳା ଚୋପାକୁ ବ୍ୟବହାର କରିପାରିବେ । ଏଥିପାଇଁ ଆପଣ କମଳା ଚୋପାକୁ ପାଣିରେ ମିଶାଇ ଗରମ କରନ୍ତୁ ଓ ପିଅନ୍ତୁ। କିଛି ଦିନ ଏହାକୁ ବ୍ୟବହାର କରିବା ଦ୍ୱାରା ଆପଣ ଦେଖିବେ ଆପଣଙ୍କୁ ରାତିରେ ଭଲ ନିଦ ଆସିବ ।

କେଶ ପାଇଁ କଣ୍ଡିସନର:

ପରିବେଶ ଦୂଷିତ ହେବା ଫଳରେ ଧୂଳି ଓ ପ୍ରଦୂଷଣ କାରଣରୁ ସବୁବେଳେ ଝିଅ ହୁଅନ୍ତୁ କିମ୍ବା ପୁଅ ସମସ୍ତଙ୍କ କେଶ ଖରାପ ହେବାକୁ ଲାଗିଥାଏ । ଯାହା ଫଳରେ କେଶ ମଜ୍‌ବୁତ ରହିବା କମିଯାଉଛି, ଏହାସହ କେଶର ଚମକ ମଧ୍ୟ କମିଯାଉଛି । ଏହାକୁ ଠିକ୍ କରିବା ପାଇଁ ଆମେ ମାନେ ମହଙ୍ଗା ଏବଂ କେମିକାଲ ଯୁକ୍ତ କଣ୍ଡିସନର ବ୍ୟବହାର କରିଥାଉ । କିନ୍ତୁ ଆପଣ ଏହିଭଳି ସ୍ଥିତିରେ କମଳା ଚୋପାର ବ୍ୟବହାର କରିପାରିବେ । ଏହି ଚୋପାରେ କ୍ଲୋଜିଂ ଗୁଣ ଥାଏ ଯାହା କେଶ ପାଇଁ ଲାଭଦାୟକ ହୋଇଥାଏ । ଏଥିପାଇଁ କମଳା ଚୋପାକୁ ଶୁଖାଇ ଗୁଣ୍ଡ କରନ୍ତୁ । ତାପରେ ସେଥିରେ ମହୁ ମିଶ୍ରିତ କରି ମୁଣ୍ଡରେ ଲଗାନ୍ତୁ, କିଛି ସମୟ ରଖି ଧୋଇଦିଅନ୍ତୁ । ଦେଖିବେ ଆପଣଙ୍କର କେଶ ଚମ୍‌କିବ ।

ରୁପିରୁ ମିଳିବ ମୁକ୍ତି:

ଯେତେବେଳେ କେଶରେ ରୁପି ହେଇଥାଏ ପୁଅ ହେଉ କି ଝିଅ ସମସ୍ତଙ୍କୁ ଲାଜ ଲାଗିଥାଏ। ତେବେ ରୁପିରୁ ବି ଆପଣଙ୍କୁ ମୁକ୍ତି ମିଳପାରିିବ, ଏହି କମଳା ଚୋପା ସାହାର୍ଯ୍ୟରେ । ଏଥିପାଇଁ ଆପଣ କମଳା ଚୋପାର ଗୁଣ୍ଡ ସହ ନଡ଼ିଆ ତେଲ ମିଶାଇ ଲଗାନ୍ତୁ । ଦେଖିବେ ଧିରେ ଧିରେ ଆପଣଙ୍କ କେଶରୁ ରୁପି ଦୂର ହୋଇଯିବ ।

ଚର୍ମ ପାଇଁ ଭଲ :

କମଳା ଚୋପା ଆମ ତ୍ବଚା ପାଇଁ କୌଣସି ଉପହାରରୁ କମ୍ ନୁହେଁ । ଯଦି ଆପଣଙ୍କ ତ୍ବଚା ତେଲିଆ ହୋଇଥାଏ ତେବେ ଏହା ଔଷଧ ଭଳି କାମ କରେ। ଏହାକୁ ଗୁଣ୍ଡକରି ମହୁ ସହ  ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ମୁହଁରେ ଲଗାନ୍ତୁ । ଆପଣଙ୍କ ମୁହଁରେ ଚମକ ଆସିବ ଏବଂ ଦାଗ ମଧ୍ୟ ଦୂର ହୋଇଯିବ ।

ରୋଗ ପ୍ରତିରୋଧକ ଶକ୍ତି :

କମଳା ଚୋପାରେ ଆଣ୍ଟି ଇନଫ୍ଲାମେଟୋରୀ ଗୁଣ ରହିଥାଏ । ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । କରୋନା ଭାଇରସ୍ ଯେତେବେଳ ମାତ୍ରାଧିକ ବ୍ୟାପିଥିଲା ସେତେବେଳେ କୁହାଯାଇଥିଲା  ସବୁବେଳେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ। ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ କମଳା ଚୋପା ବେଶ୍ ଉପଯୋଗୀ ହୋଇପାରେ । ଏଥିପାଇଁ କମଳା ଚୋପାକୁ ଗରମ ପାଣିରେ ଧୋଇ ଖାଇପାରିବେ । କିଛି ଲୋକ ଚିନି ସହ ଏହାକୁ ଖାଇବାକୁ ପସନ୍ଦ କରନ୍ତି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )