Thursday 25th April 2024
ଆସିଷ୍ଟାଣ୍ଡ ନର୍ସିଂ ସୁପରିଟେଣ୍ଡ ଚାକିରୀ ପାଇଁ ବିଜ୍ଞପ୍ତି ବାହାରକରିଛି ଭୂବନେଶ୍ୱର ର ଅମରି ହସ୍ପିଟାଲ୍ !ବିଏସି ନର୍ସିଂ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ଆସିଷ୍ଟାଣ୍ଡ ନର୍ସିଂ ସୁପରିଟେଣ୍ଡ ଚାକିରୀ ପାଇଁ ବିଜ୍ଞପ୍ତି ବାହାରକରିଛି ଭୂବନେଶ୍ୱର ର ଅମରି ହସ୍ପିଟାଲ୍ !ବିଏସି ନର୍ସିଂ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ଉଚ୍ଚ ଶିକ୍ଷିତ ହେଇ ମଧ୍ୟ ବେକାର ବସିଥିବା ଯୁବକ ଯୁବତୀ ଙ୍କ ସଂଖ୍ୟା ଓଡିଶାରେ କମ୍ ନୁହଁ । ଚାକିରୀ ଖୋଜି ଖୋଜି ଅନେକ ଚାକିରୀ ପାଉନାହାନ୍ତି । ଚାକିରୀ ର ନୁଆଁ ସୁଯୋଗ ନେଇ ଆସିଛି ଅମରି ହସ୍ପିଟାଲ୍ । ଆସିଷ୍ଟାଣ୍ଡ ନର୍ସିଂ ସୁପରିଟେଣ୍ଡ  ହେବାପାଇିଁ ଆଶା ରଖିଥିବା ପ୍ରାଥୀ ମାନଙ୍କ ପାଇଁ ଏହା ଏକ ବଡ ସୁଯୋଗ । ଓଡ଼ିଶା ରେ ଆସିଷ୍ଟାଣ୍ଡ ନର୍ସିଂ ସୁପରିଟେଣ୍ଡ ପାଇିଁ ବାହାରିଛି ବଡଧରଣ ର ବିଜ୍ଞପ୍ତି । ଅମରି ହସ୍ପିଟାଲ ହେଉଛି ଏକ ଘରୋଇ ହସ୍ପିଟାଲ । ଯାହାର ଭାରତରେ ଅନେକ ଗୁଡିଏ ବ୍ରାଞ୍ଚ ଅଛି । ଯାହାର ମୁଖ୍ୟ କାର୍ଯ୍ୟାଳୟ ଭାରତର ପଶ୍ଚିମବଙ୍ଗ , କୋଲକାତା ସହରରେ ଅବସ୍ଥିତ ରହିଛି । ଭାରତର ବଡ ହସ୍ପିଟାଲ୍ ର ଏକ ବ୍ରାଞ୍ଚ ଭୂବନେଶ୍ୱରରେ ମଧ୍ୟ ରହିଛି । ଭୂବନେଶ୍ୱରର ଅମରି ହସ୍ପିଟାଲ ଏକ ବଡ ହସ୍ପିଟାଲ୍ । ଏହି ହସ୍ପିଟାଲ୍ ର ବିଭିନ୍ନ ବର୍ଗରେ ବିଭିନ୍ନ ବର୍ଗର କର୍ମଚାରୀ କାମ କରୁଛନ୍ତି । ତେଣୁ ଏହି ହସ୍ପିଟାଲ୍ ର ବିଭିନ୍ନ ବ୍ରାଞ୍ଚରେ ଅନେକ ଥର ବିଭିନ୍ନ ବର୍ଗର ବିଭିନ୍ନ ପଦବୀ ପାଇଁ  ନିଯୁକ୍ତି ବିଜ୍ଞପ୍ତି ବାହାରେ । 

ବର୍ତ୍ତମାନ ଭୂବନେଶ୍ୱରରେ ଆସିଷ୍ଟାଣ୍ଡ ନର୍ସିଂ ସୁପରିଟେଣ୍ଡ ପଦବୀ ପାଇଁ ଅମରି ହସ୍ପିଟାଲରେ ବାହାରିଛି ବିଜ୍ଞପ୍ତି । 

ଏହି ଲିଙ୍କ୍ ରେ କ୍ଲିକ୍ କଲେ ଅମରି ହସ୍ପିଟାଲ ଭୂବନେଶ୍ୱର ଉପରେ ଅନେକ ତଥ୍ୟ ଜାଣିପାରିବେ –

https://www.amrihospitals.in/location/bhubaneswar?utm_source=GMB&utm_medium=maps&utm_campaign=bbsr-gmb

ପଦବୀ – ଆସିଷ୍ଟାଣ୍ଡ ନର୍ସିଂ ସୁପରିଟେଣ୍ଡ

ଚାକିରୀ କରିବାର ସ୍ଥାନ – ଭୂବନେଶ୍ୱର ଅମରି ହସ୍ପିଟାଲ 

 

ଶିକ୍ଷାଗତ ଯୋଗ୍ୟତା –

୧) ବିଏସି ନର୍ସିଂ ବା ବ୍ୟାଚଲର ଅଫ୍ ସାଇନ୍ସ ଇନ୍ ନର୍ସିଂ

୨) ଏମେସି ନର୍ସିଂ ବା ମାଷ୍ଟର ଅଫ୍ ସାଇନ୍ସ ଇନ୍ ନର୍ସିଂ

 

ଅଭିଜ୍ଞତା –

ହସ୍ପିଟାଲ୍ ଆଡମିନିଷ୍ଟ୍ରେସନ୍ ରେ  ସର୍ବନିମ୍ନ ୩ ବର୍ଷ ର ଅଭିଜ୍ଞତାର ଆବଶ୍ୟକତା ରହିଛି ।

୧୨ ରୁ ୧୮ ବର୍ଷ ର ଅଭିଜ୍ଞତା ଥିଲେ ଅଗ୍ରାଧିକାର ପାଇବେ ।

 

ଏହି ଚାକିରୀ କରିବା ପାଇଁ କେଉଁ ଦକ୍ଷତାର ଆବଶ୍ୟକତା ରହିଛି ?

୧)  ସଙ୍କଟ ପରିଚାଳନା କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ସଠିକ ନିର୍ଣ୍ଣୟ ନେଇପାରୁଥିବା ଦରକାର ।

୨)ସମୟ ପରିଚାଳନା ବା ସମୟାନୁବର୍ତ୍ତିତା ଥିବା ନିହାତି ଆବଶ୍ୟକ । 

୩) ଜରୁରୀକାଳୀନ ପରିସ୍ଥିତିରେ ପ୍ରଶାସନିକ ଦକ୍ଷତା ବା ଆଡମିନିଷ୍ଟ୍ରେଟିଭ ସ୍କିଲ୍ ର ଆବଶ୍ୟକତା ରହିଛି ।

୪)  ବେସିକ୍ ଟେକ୍ନିକାଲ୍ ନର୍ସିଂ ବା ପ୍ରାଥମିକ ବୈଷୟୀକ ନର୍ସିଂ ରେ ଜ୍ଞାନ ଥିବା ଆବଶ୍ୟକ । 

୫)  ନେତୃତ୍ୱ ନେବାର ଦକ୍ଷତା ବା ଲିଡରସିପ୍ ସ୍କିଲ୍ ର ଆବଶ୍ୟକତା ଅଛି ।

୬)  କମ୍ପୁଟର ସ୍କିଲ୍ ବା କମ୍ପୁଟର ରେ ଦକ୍ଷତା ଏବଂ ଜ୍ଞାନ ଥିବା ଦରକାର ।

 

ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://www.amrihospitals.in/career/apply-job/assistant-nursing-superintendent

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )