Wednesday 24th April 2024

ଜାଣନ୍ତୁ କଣ ରହିଛି ୩୦ ଅଗଷ୍ଟର ଇତିହାସ ?

ଇତିହାସର କାନ୍ଥରେ ପ୍ରତ୍ୟେକ ଦିନର ମହତ୍ୱ ରହିଛି । ଇତିହାସ ଆମକୁ ଶିଖାଏ କଣ ଥିଲା ଆମ ଅତୀତ ଓ ଆଜି ସେଇ ଇତିହାସ ପାଇଁ ଆମେ କେଉଁଠି ଅଛେ । ତାସହ କିଛି ଜଣାଅଜଣା ବ୍ୟକ୍ତି ବିଶେଷଙ୍କର ଜନ୍ମଦିନ ମଧ୍ୟ ଥାଏ । ତେଣୁକରି ଇତିହାସର ପୃଷ୍ଠା ଓଲଟାଇ ପ୍ରତ୍ୟେକ ଦିନର କଣ ଖାସ୍ ମହତ୍ୱ ରହିଛି ସେ ବିଷୟରେ ଜାଣିବା ଜରୁରୀ । ଆଜି ହେଉଛି ୩୦  ଅଗଷ୍ଟ । ନିଶ୍ଚିତ ରୂପେ ସାରା ବିଶ୍ୱରେ ଆଜିର ଦିନରେ ଅନେକ କାହାଣୀ ଘଟିଥିବ । ସେଥିରୁ କିଛିଟା ଘଟଣା ଉପରେ ଆମେ ନଜର ପକାଇବା ।

୧୫୫୯-ଆଜିର ଦିନରେ ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କ ଜନ୍ମ ହୋଇଥିଲା ।
୧୮୩୬-ଆଜିର ଦିନରେ ଅଷ୍ଟ୍ରେଲିଆର ମେଲବର୍ଣ୍ଣ ସହରର ସ୍ଥାପନା ।
୧୯୪୭- ଆଜିର ଦିନରେ ଭାରତୀୟ ସମ୍ବିଧାନର ସ୍ୱରୁପ ତିଆରି କରିବା ପାଇଁ ଡ.ଭୀମରାଓ ଆମ୍ବେଦକରଙ୍କ ନେତୃତ୍ୱରେ ଏକ ସମିତି ଗଠନ କରାଗଲା ।
୧୯୮୪- ଆଜିର ଦିନରେ ମହାକାଶ ଯାନ ‘ଡିସକଭରି’ ର ପ୍ରଥମ ଉଡାଣ ।
୨୦୦୩-ଆଜିର ଦିନରେ ମୁଲାୟମ ସିଂହ ଯାଦବ ତୃତୀୟଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ ।
୨୦୧୪- ଆଜିର ଦିନରେ ମହାନ୍ ଏ୍ୟøତିହାସିକ ବିପିନ୍ ଚନ୍ଦ୍ରଙ୍କ ପରଲୋକ ହୋଇଥିଲା ।

ଆପଣଙ୍କୁ ଆଜିର ଇତିହାସର କଥା ଯଦି ଠିକ୍ ଲାଗିଲା ତାହାଲେ ନିଶ୍ଚୟ ଏହାକୁ ସେୟାର କରିବେ…

CATEGORIES
TAGS
Share This

COMMENTS

Wordpress (0)
Disqus ( )