Friday 29th March 2024
ଆଖିର ଆଲର୍ଜି ହେଲେ କେମିତି ପାଇବେ ମୁକ୍ତି

ଆଖିର ଆଲର୍ଜି ହେଲେ କେମିତି ପାଇବେ ମୁକ୍ତି

ଆଖି ଆମ ଶରୀରର ଗୋଟିଏ ସମ୍ବେଦନଶୀଳ ଅଙ୍ଗ, ଯାହା ସାହାର୍ଯ୍ୟରେ ଆମେ ଏହି ସୁନ୍ଦର ଦୁନିଆକୁ ଉପଭୋଗ କରିପାରିଥାଉ । ମାତ୍ର ଆଖିର ଯଦି ଆମେ ଧ୍ୟାନ ନରଖିବା ତେବେ କଣ ହୋଇପାରିବ ଆପଣ ଜାଣିଛନ୍ତି କି? ଏନେଇ ଆଖିର ଅନେକ ରୋଗ ରହିଛି ଯାହାକୁ ଆମେ ଆମର ଅନ୍ୟ ଏକ ଆର୍ଟିକିଲରେ ଆପଣଙ୍କୁ ଜଣେଇଥିଲୁ । ଏହି ଆର୍ଟିକିଲରେ ଆମେ ଜାଣିବା କି ଆଖିରେ ଆଲର୍ଜି କେମିତି ହୁଏ? ଏବଂ ଏଥିରୁ ମୁକ୍ତି ପାଇବା ପାଇଁ କଣ କଣ ଚିକିତ୍ସା କରାଯାଇ ପାରିବ ।Eye Allergiesଯେମିତି ଆମେ ସମସ୍ତେ ଜାଣିଛନ୍ତି କି ଆଖି ଆମ ଶରୀରର ଏକ ଗୁରୁପୂର୍ଣ୍ଣ ଓ ସମ୍ବେଦନଶୀଳ ଅଙ୍ଗ ହୋଇଥାଏ । ତେଣୁ ଆଖିର ଉଚିତ୍ ଯତ୍ନ ନେବା ମଧ୍ୟ ଜରୁରୀ ହୋଇପଡ଼େ, ଆଖିରେ ଆଲର୍ଜି ହେବାର ଅନେକ କାରଣ ରହିଥାଏ । ଯେପରି ଋତୁ ବଦଳିବା, ପବନ, ଖରା, ଧୂଳି ଓ ପଲ୍ୟୁସନ ଆଖିରେ ଖରାପ ପ୍ରଭାବ ପକାଇ ଥାଏ । ଋତୁ ଅନୁସାରେ ହେଉଥିବା ଫୁଲ ଯେତେବେଳେ ଫୁଟେ ସେତେବେଳେ ତାର କଣିକା ସବୁ ବାୟୁରେ ବ୍ୟପି ଯାଇଥାଏ ତେଣୁ ଆଲର୍ଜି ହେବାର ସମ୍ବାବନା ବଢ଼ିଯାଇଥାଏ । ଏନେଇ ଆମକୁ ଅନେକ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ । ଆଖିର ଆଲର୍ଜି ହେଲେ ଏହାର ଲକ୍ଷଣ ମାଧ୍ୟମରେ ଆପଣ ଜାଣିପାରିବେ କି ଆପଣଙ୍କ ଆଖିର କିଛି ହୋଇଛି କି ନାହିଁ । ଆଖିରୁ ପାଣି ବାହାରିବା, ଆଖି ପୋଡ଼ିବା, ଆଖି କୁଣ୍ଡେଇ ହେବା ଆଖି ଆଲର୍ଜି ହେବାର ଲକ୍ଷଣ ହୋଇଥାଏ । 5 Simple Home Remedies For Sore Eyes – Morpheme Remedies | Indiaଏହି ଆଲର୍ଜିରୁ ବଞ୍ଚିବା ପାଇଁ ଆପଣ ଘରୁ ବାହାରିଲେ ଚଷମାର ବ୍ୟବହାର କରିପାରିବେ, ଖରା ଦିନେ ସନ୍‌ଗ୍ଲାସେସ୍ ବ୍ୟବହାର କରି ପାରିବେ । ବାଇକ୍ ରେ ଗଲାବେଳେ ହେଲମେଟ୍‌ର ବ୍ୟବହାର କରିପାରିବେ । ବାଇକ୍ ଚଲେଇଲା ବେଳେ ପବନ ତିବ୍ରତାର ସହ ଆଖିରେ ବାଜି ଥାଏ ଏହି ପରିସ୍ଥିତିରେ ହେଲ୍‌ମେଟ୍ ଆପଣଙ୍କ ଆଖିରେ ଆଲର୍ଜି ନହେବାରେ ସାହାର୍ଯ୍ୟ କରିପାରିବ । ଏହା ବ୍ୟତୀତ ଆଖି ଆଲର୍ଜି ହେବାର ଲକ୍ଷଣ ଦେଖା ଗଲେ କିଛି ଜରୁରୀ କଥା ଧ୍ୟାନରେ ରଖିବାକୁ ପଡ଼ିଥାଏ । ଯାହା ହେଉଛି, ପ୍ରଥମେ ଆଖିକୁ ମନ୍ଥିବା ବନ୍ଦ କରନ୍ତୁ, ଆଖିକୁ ମନ୍ଥିବା ଦ୍ୱାରା ଆଖି ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଏହି ପରିସ୍ଥିତିରୁ ମୁକ୍ତି ପାଇବା ପାଇଁ ଆପନଣ ଆଖିରେ ବରଫ, ଥଣ୍ଡା ପାଣିରେ ବୁଡ଼ା ହୋଇଥିବା କପଡ଼ା କିମ୍ବା ଘରେ ଥିବା କାକୁଡ଼ିକୁ ଗୋଲ ଗୋଲ କରି କାଟି ବରଫ ସହ କିଛି ସମୟ ରଖି ଆଖିରେ ବ୍ୟବହାର କରିପାରିବେ, ଯାହା ଦ୍ୱାରା ଆଖି ପୋଡ଼ିବା ଓ କୁଣ୍ଡେଇ ହେବା ବନ୍ଦ ହୋଇଯାଇଥାଏ । ଯାହା ଫଳରେ ଡାକ୍ତରଙ୍କ ଚିକିତ୍ସା ଦରକାର ହୋଇନଥାଏ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )