Thursday 25th April 2024
ଫ୍ରଣ୍ଟ୍ ଅଫିସ୍ ଆସିଷ୍ଟାଣ୍ଡ୍ ମ୍ୟାନେଜର ପଦବୀ ପାଇଁ ମେଫେୟାର କାଢିଛି ବିଜ୍ଞପ୍ତି ! +୩ ପାସ୍ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ଫ୍ରଣ୍ଟ୍ ଅଫିସ୍ ଆସିଷ୍ଟାଣ୍ଡ୍ ମ୍ୟାନେଜର ପଦବୀ ପାଇଁ ମେଫେୟାର କାଢିଛି ବିଜ୍ଞପ୍ତି ! +୩ ପାସ୍ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ମେଫେୟାର ରାଉରକେଲା ସହରର ମଧ୍ୟଭାଗରେ ଏକ ଆରାମଦାୟକ ହୋଟେଲ୍ ଏବଂ ରାଉରକେଲା ର ସର୍ବୋତ୍ତମ ବିଳାସପୂର୍ଣ୍ଣ ହୋଟେଲ ମଧ୍ୟରୁ ଏହା ଅନ୍ୟତମ । ରାଉରକେଲା ର ଏହି ବ୍ୟବସାୟ ହୋଟେଲ ବା ବିଜନେସ୍ କ୍ଲାସ୍ ହୋଟେଲ୍ ହେଉଛି ପ୍ରଥମ ହୋଟେଲ ଯାହା ମେଫେୟାର ଗ୍ରୁପ୍ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ଷ୍ଟାର ହୋଟେଲ୍ ରେ ବାହାରିଛି ବଡଧରଣ ର ବିଜ୍ଞପ୍ତି । ନାମିଦାମି ହୋଟେଲ୍ ମେଫେୟାରରେ ବାହାରିଛି ଏହି ବିଜ୍ଞପ୍ତି । ଏହା ବିଳାସପୂର୍ଣ୍ଣ ଏବଂ ଉତ୍କୃଷ୍ଟ ଆତିଥ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହେ । ଏହା ବ୍ୟବସାୟ ମିଟିଂ ପାଇଁ ହେଉ କିମ୍ବା ଆନନ୍ଦ ପାଇଁ, ସବୁଥିରେ ମେଫେୟାର ରାଉରକେଲା ହୋଟେଲ୍ ଏବଂ ମେଫେୟାର ଭୁବନେଶ୍ୱର ଭଲ ସ୍ଥାନ । ଉଭୟ ପାରିବାରିକ ଛୁଟି  ଏବଂ କର୍ପୋରେଟ୍ ଭ୍ରମଣ ପାଇଁ ମଧ୍ୟ ଉପଯୁକ୍ତ । ଯେହେତୁ ଏହା ଗୋଟିଏ ବଡ ହୋଟେଲ୍ , ଏଥିରେ ଅନେକ ଗୁଡିଏ କର୍ମଚାରୀ କାମ କରନ୍ତି । ହୋଟେଲ୍ ମେଫେୟାର ର ବିଭିନ୍ନ ବର୍ଗରେ ବିଭିନ୍ନ ପଦବୀ ର କର୍ମଚାରୀ କାମ କରୁଛନ୍ତି । ତେଣୁ ହୋଟେଲ୍ ମେଫେୟାର ର ବିଭିନ୍ନ ବ୍ରାଞ୍ଚରେ ଅନେକ ଥର ବିଭିନ୍ନ ବର୍ଗର ବିଭିନ୍ନ ପଦବୀ ପାଇଁ  ନିଯୁକ୍ତି ବିଜ୍ଞପ୍ତି ବାହାରେ ।

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ

 

ଚାକିରୀ କରିବାର ସ୍ଥାନ –  ହୋଟେଲ୍  ମେଫେୟାର  ରାଉରକେଲା ଏବଂ ଭୁବନେଶ୍ୱର

 

ପଦବୀ ର ନାମ –  ଆସିଷ୍ଟାଣ୍ଡ୍ ମ୍ୟାନେଜର  ( ଫ୍ରଣ୍ଟ୍ ଅଫିସ୍ ) 

 

ଏହି ଲିଙ୍କ୍ ରେ କ୍ଲିକ୍ କଲେ ମେଫେୟାର ଗ୍ରୁପ୍ ଅଫ୍ ହୋଟେଲ୍ ବିଷୟରେ ଅଧିକ ଜାଣିପାରିବେ  –

https://www.mayfairhotels.com/

ଶିକ୍ଷାଗତ ଯୋଗ୍ୟତା –

୧) ଯୁକ୍ତ ତିନି ବା ଗ୍ରାଜୁଏସନ୍ କରିଥିଲେ ଭଲ ।

୨) ଯେକୌଣସି ହୋଟେଲ୍ ମ୍ୟାନେଜମେଣ୍ଟ୍ କୋର୍ସ କରିଥିଲେ ଅଗ୍ରାଧିକାର ପାଇବେ ।

 

ଅଭିଜ୍ଞତା –

୪ ବର୍ଷର ଅଭିଜ୍ଞତା ଥିଲେ ଭଲ ।

ଅଧିକ ଅଭିଜ୍ଞତା ଥିଲେ ଅଗ୍ରାଧିକାର ପାଇବେ ।

 

ଆବଶ୍ୟକ ଥିବା ଦକ୍ଷତା –

୧) କର୍ମଚାରୀଙ୍କ ସହ ଉତ୍ତମ ସମ୍ପର୍କ ବା ଏମ୍ପଲୟ ରିଲେସନ୍ ।

୨) କଷ୍ଟମର ମାନଙ୍କ ପ୍ରତି ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ।

୩) କମ୍ପାନୀର ଉପକାରିତା ବା ବେନିଫିଟସ୍ ବିଷୟରେ ଗ୍ରାହକଙ୍କୁ ଅବଗତ କରାଇବା ।

୪) ଇଂରାଜୀ , ଓଡିଆ ଏବଂ ହିନ୍ଦୀ ଭଲଭାବରେ ବୁଝି ପାରୁଥିବା ଦରକାର ।

 

ଚାକିରୀ ରେ କଣ ରହିବ ଦାଇତ୍ୱ –

୧) ଏଫଓ ରୋଷ୍ଟର ଦାଇତ୍ୱରେ ଥିବା ଆଟେନଣ୍ଡେଣ୍ଟ୍ ମାନଙ୍କୁ ସୁପରଭାଇଜ୍ ଏବଂ ଆସାଇନ୍ କରିବାକୁ ପଡିବ ।

୨) ବେଲ୍ କାଉଣ୍ଟର୍ , ଗେଷ୍ଟ୍ ରିଲେସନ୍ ଏବଂ ବିଜନେସ୍ ସେଣ୍ଟର ବିଷୟରେ ତଦାରଖ କରିବାକୁ ପଡିବ ।

୩) ଭିଆଇପି ମୁଭମେଣ୍ଟ୍ ର ଦାଇତ୍ୱ ଆପଣଙ୍କ ଉପରେ ନ୍ୟସ୍ତ ରହିବ ।

୪) ହୋଟେଲର ଭିଆଇପି ଅତିଥିମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଫ୍ରଣ୍ଟ ଅଫିସ୍ ମ୍ୟାନେଜରଙ୍କ ଦ୍ୱାରା ନିର୍ଦ୍ଦେଶିତ, ଭିଆଇପି ଅତିଥିଙ୍କ ପାଇଁ ସ୍ୱତନ୍ତ୍ର ସେବା ପ୍ରଦାନ କରିବାକୁ ପଡିବ ।

୫) ଅତିଥି ସମ୍ପର୍କ ଅଧିକାରୀଙ୍କ ଅନୁପସ୍ଥିତିରେ ଭିଆଇପି  ଆଗମନ ଏବଂ ବିଦାୟରେ ସାହାଯ୍ୟ କରିବାକୁ ପଡିବ ।

୬) ଲବି , ସର୍ବସାଧାରଣ ସ୍ଥାନ, ଆଲୋକିତ ସ୍ଥାନ ଏବଂ ସାମ୍ନା କାର୍ଯ୍ୟାଳୟର ପରିଷ୍କାର ପରିଚ୍ଛନ୍ନତା ଯାଞ୍ଚ କରିବାକୁ ପଡିବ ।
ସଠିକ୍ ଏବଂ ଶୃଙ୍ଖଳିତ ରୂପରେ କାର୍ଯ୍ୟ କରିବାକୁ ପଡିବ । 

୭) ଅତିଥି ବାର୍ତ୍ତା କିମ୍ବା ଫ୍ୟାକ୍ସ ପଠାଇବାରେ ସାହାଯ୍ୟ କରିବାକୁ ପଡିବ।

୮) ଉତ୍ତମ ଜନସମ୍ପର୍କକୁ ପ୍ରୋତ୍ସାହିତ ଏବଂ ପରିଚାଳନା କରିବାକୁ ପଡିବ ।

୯) ଷ୍ଟାପ୍ ମାନଙ୍କ ସହ ଭଲ ସଂମ୍ପର୍କ ରଖିବାକୁ ପଡିବ ଏବଂ ତା ସହ ତାଙ୍କୁ ମୋଟିଭେଟ୍ କରିବାକୁ ପଡିବ ।

୧୦) ଗେଷ୍ଟ୍ ମାନଙ୍କର ଇନକ୍ୱାରୀ , ଅଭିଯୋଗଗୁଡିକ ପରିଚାଳନା କରିବେ ଏବଂ ଗେଷ୍ଟ୍ ମାନଙ୍କୁ ଆଟେଣ୍ଡ୍ କରିବେ ।

 

 

ଅଧିକ ଜାଣିବାପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://www.mayfairhotels.com/job-details/JD-Asst-Manager-Front-Office.pdf

 

 

ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://www.mayfairhotels.com/career.php

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/LcWKf8kn4Z9HH1v80hySeZ

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )