Tuesday 19th March 2024
ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି କି ? ଜାଣନ୍ତୁ ସ୍ୱପ୍ନକୁ ସତ କରିବାର କୌଶଳ !

ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି କି ? ଜାଣନ୍ତୁ ସ୍ୱପ୍ନକୁ ସତ କରିବାର କୌଶଳ !

ପ୍ରତ୍ୟେକଟି ମନୁଷ୍ୟର କିଛିନା କିଛି ସ୍ୱପ୍ନ ଥାଏ । ଏମିତି କେହି ମନୁଷ୍ୟ ନଥିବେ ଯିଏ ଜୀବନରେ ଥରୁଟିଏ ହେଲେବି ସ୍ୱପ୍ନ ଦେଖିନଥିବେ । ସ୍ୱପ୍ନ ଦୁଇ ପ୍ରକାର –

୧) କନସିୟସ୍ ମାଇଣ୍ଡ ଡ୍ରିମ୍ – 

କନସିୟସ୍ ମାଇଣ୍ଡ ଡ୍ରିମ୍  ର ଅର୍ଥ ହେଉଛି ଚେତନାରେ ଥାଇ ସ୍ୱପ୍ନ ଦେଖିବା । ବେଳେ ବେଳେ ଅଳ୍ପ ନିଦରେ ଆମେ ସେହି ସଂମ୍ପର୍କିତ ସ୍ୱପ୍ନ ଦେଖିଥାଉ , ଯେଉଁ ବିଷୟରେ ଆମେ ସବୁବେଳେ ଚିନ୍ତାରେ ଥାଉ କିମ୍ବା ଭାବିଥାଉ । କୌଣସି ବିଷୟରେ ସବୁବେଳେ ଭାବିଲେ ବା ଚିନ୍ତା କଲେ ସେହି ସଂମ୍ପର୍କିତ ସ୍ୱପ୍ନ ଆସିବା ବିଜ୍ଞାନ ସମ୍ମତ ।

୨) ଅନ୍ କନସିୟସ୍ ଡ୍ରିମ୍ ବା ସବ୍ କନସିୟସ୍ ମାଇଣ୍ଡ ଡ୍ରିମ୍ –

ଅନ୍ କନସିୟସ୍ ଡ୍ରିମ୍ ବା ସବ୍ କନସିୟସ୍ ମାଇଣ୍ଡ ଡ୍ରିମ୍ ହେଉଛି ଏକ ପ୍ରକାର ର ଟ୍ରାଜେଡି । ବେଳେ ବେଳେ ସବ୍ କନସିୟସ୍ ମାଇଣ୍ଡ୍ ଆମକୁ ଏମିତି କିଛି ସ୍ୱପ୍ନ ଦେଖେଇଥାଏ ଯାହା ଆମେ ଚିନ୍ତା କରିନଥାଉ । ଅନ୍ କନସିୟସ୍ ଡ୍ରିମ୍ ବା ସବ୍ କନସିୟସ୍ ମାଇଣ୍ଡ ଡ୍ରିମ୍ ଉପରେ ଆମର କୌଣସି ପ୍ରକାର ର ନିୟନ୍ତ୍ରଣ ନଥାଏ । ତେଣୁ ଏହି ସ୍ୱପ୍ନ ଗୁଡିକ କିଛି ବି ହେଇପାରେ । 

 

ଏହି ଆର୍ଟିକିଲ୍ ଟିକୁ ଶେଷଯାଏ ପଢନ୍ତୁ ଏବଂ ଜାଣନ୍ତୁ ସ୍ୱପ୍ନକୁ ସତ କରିବାର କୌଶଳ ।

ଅନେକ ବ୍ୟକ୍ତି ପ୍ରତ୍ୟେକ ଦିନ  ଇଣ୍ଟରନେଟ୍ ରେ ଜବ୍ ଭ୍ୟାକେନ୍ସି  , ଡ୍ରିମ୍ ଜବ୍ ଏବଂ ଡ୍ରିମ୍ ସ୍ୟାଲେରି ଲେଖି ସର୍ଚ୍ଚ କରୁଛନ୍ତି । କାହିଁକିନା ବର୍ତ୍ତମାନ ଭାରତରେ ଜନସଂଖ୍ୟାର ବିଷ୍ପୋରଣ ଘଟିଛି । ଦିନକୁ ଦିନ ବଢିଚାଲିଛି ଭାରତର ଜନସଂଖ୍ୟା ଏବଂ ତା ସହ ବଢିଛି ବେକାରୀ ସମସ୍ୟା । ବେକାରୀ ସମସ୍ୟା ବଢିବାର ମୁଖ୍ୟକାରଣ ହେଉଛି ଭାରତରେ ଚାକିରୀର ଅଭାବ । ଆତ୍ମନିର୍ଭରଶୀଳ ହେବା ପାଇଁ ଟଙ୍କାର ଆବଶ୍ୟକତା ବହୁତ ଅଛି । ଟଙ୍କା ରୋଜଗାର କରିବା ହେଉଛି ସମସ୍ତଙ୍କର ପ୍ରଥମ ପ୍ରାଥମିକତା । ବିନା ଟଙ୍କାରେ ବଞ୍ଚିବା ଭାରି କଷ୍ଟକର । ଟଙ୍କା ବିନା କିଛିବି କରିବା ସଂମ୍ଭବ ନୁହଁଁ । ତେବେ ଜଣେ ସାଧାରଣ ଲୋକଟିଏ ପାଇଁ ଟଙ୍କା ରୋଜଗାର କରିବାର ଉତ୍ତମ ମାଧ୍ୟମ ହେଉଛି ଚାକିରୀ । ଚାକିରୀରେ ବେପାର ବାଣିଜ୍ୟ ପରି ଟଙ୍କା ବୁଡି ଯିବା କିମ୍ବା କ୍ଷତି ହେବା ଭଳି ବିପଦ ନଥାଏ ।ବେପାର ବାଣିଜ୍ୟ ରେ ଲାଭ ଯେମିତି ହୁଏ , ସେପରି କ୍ଷତି ର ସଂମ୍ଭାବନା ମଧ୍ୟ ଥାଏ । ତେଣୁ ଅନେକ ବ୍ୟକ୍ତିଙ୍କ ଚାକିରୀ ପସନ୍ଦ । ମାସ ଶେଷରେ ଦରମା ମିଳିବ , ଏଇ ଆଶା ନେଇ ପ୍ରତିଦିନ ପରିଶ୍ରମ କରିଥାନ୍ତି କର୍ମଚାରୀ । ଏଥି ପାଇଁ ପୁରୁଷ ହେଉ କିମ୍ବା ମହିଳା ସମସ୍ତେ  ଚାକିରୀ କରିବା ପାଇଁ  ଚାହାନ୍ତି । ଯୁବପୀଢୀ ଙ୍କ ଗୋଟିଏ ସ୍ୱପ୍ନ ଚାକିରୀ । କିଛି ଯୁବପୀଢୀ ଙ୍କ ସ୍ୱପ୍ନ ବିଜନେସ୍ କରି ସଫଳତାର ଶୀର୍ଷରେ ପହଞ୍ଚିବା । ତେବେ ଭିନ୍ନ ଭିନ୍ନ ବ୍ୟକ୍ତି ବିଶେଷ ଅନୁସାରେ ସ୍ୱପ୍ନ ମଧ୍ୟ ଭିନ୍ନ ଭିନ୍ନ ଥାଏ । କିଏ ସ୍ୱପ୍ନ ପାଇଁ ନିଜର ଜୀବନର ପ୍ଲାନ୍ ବା ଯୋଜନା ବନାଉଛି ତ ପୁଣି କିଏ ପ୍ଲାନ୍ ବା ଯୋଜନାକୁ କାର୍ଯ୍ୟକାରୀ କରିନପାରି ଜୀବନ ର ସ୍ୱପ୍ନ ବା ଲକ୍ଷ୍ୟକୁ ବଦଳାଇ ଦେଉଛି । ଯେଉଁମାନେ ପ୍ରତ୍ୟେକଥର ନୁଆଁ ସ୍ୱପ୍ନ ଦେଖିଥାନ୍ତି ଏବଂ ସେହି ସ୍ୱପ୍ନକୁ କାର୍ଯ୍ୟକାରୀ କରିନପାରି ପୁଣିଥରେ ସେହି ଲକ୍ଷ୍ୟକୁ ବଦଳାଇ ଅନ୍ୟକିଛି କରିବା ପାଇଁ ମନ ବଳାଇଥାନ୍ତି , ସେମାନଙ୍କ ପ୍ରତ୍ୟେକଟି ସ୍ୱପ୍ନ କେବେବି ସତ ହୋଇନଥାଏ । କ୍ୟାରିୟର କହିଲେ କେବଳ ପରୀକ୍ଷାର ନମ୍ବର କିମ୍ବା ବଡ ବଡ ଡିଗ୍ରୀ କିମ୍ବା ଚାକିରୀ କିମ୍ବା ଚାକିରୀ ର ପଦବୀକୁ ବୁଝାଏ ନାହିଁ । କ୍ୟାରିୟର କହିଲେ ଜୀବନରେ ସମଗ୍ର ଉନ୍ନତିକୁ ବୁଝାଏ । ଜୀବନର ବ୍ୟକ୍ତିଗତ କଥାକୁ ଛାଡିଦେଲେ କେବଳ ପ୍ରୋଫେସନାଲ୍ ଲାଇଫ୍ କୁ ହିଁ କ୍ୟାରିୟର ବୋଲି ବୁଝାଏ । କ୍ୟାରିୟରରେ ଉନ୍ନତି ବା ଗ୍ରୋତ୍ ହେଲେ ରୋଜଗାର ମଧ୍ୟ ବଢିବ । ସେଥିପାଇଁ ଧର୍ଯ୍ୟ ର ଆବଶ୍ୟକତା ଅଛି । କୌଣସି କାର୍ଯ୍ଯ ସଫଳ ହେବା ପାଇଁ ଆବଶ୍ୟକ ଥିବା ସମୟ ଲାଗେ । କେବଳ ଯେ ଚାକିରୀକୁ କ୍ୟାରିୟର କୁହାଯିବ ତାହା ଅନେକଙ୍କ ମନରେ  ଧାରଣା ରହିଛି । କିନ୍ତୁ ଚାକିରୀ ପରି ବିଜନେସ୍ ମଧ୍ୟ କ୍ୟାରିୟରରେ ଅନ୍ତର୍ଭୁକ୍ତ । ବିଜନେସ୍ ରେ ଗ୍ରୋ କରିବା ବା ଉନ୍ନତି କରିବା ଅନେକଙ୍କ ସ୍ୱପ୍ନ । ଏହି ସ୍ୱପ୍ନ ଗୁଡିକ ମଧ୍ୟ କ୍ୟାରିୟର ରିଲେଟେଡ୍ ବା କ୍ୟାରିୟର ସଂମ୍ପର୍କିତ । ପାଠ ପଢି ଚାକିରୀ କରିବା ସମସ୍ତଙ୍କ ଇଚ୍ଛା । କିନ୍ତୁ ଚାକିରୀରେ ଆତ୍ମସନ୍ତୋଷ ନ ମିଳିବାରୁ କିଛି ଯୁବକ ଏବେ କାମ ଛାଡ଼ି ନିଜ ନିଜର ବ୍ୟବସାୟ ଆରମ୍ଭ କରୁଛନ୍ତି । ଛୋଟୋ ଷ୍ଟାଟପ୍ ଟେ କରି ,ସେଠାରେ ଅନେକଙ୍କୁ ରୋଜଗାର ମଧ୍ୟ ଦେଉଛନ୍ତି । ଅନେକ ଯୁବପୀଢୀ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଚାକିରି ଛାଡ଼ି ସ୍ବାବଲମ୍ବୀ ହୋଇଛନ୍ତି । ଏଗୁଡିକ ମଧ୍ୟ କ୍ୟାରିୟରରେ ଗ୍ରୋତ୍ କରିବା ବା ଉନ୍ନତି କରିବାକୁ ବୁଝାଏ । 

ନିମ୍ନରେ ଦିଆଯାଇଥିବା ୩ ଟି ପ୍ରଶ୍ନ ଆପଣଙ୍କ ଭାଗ୍ୟ ବଦଳାଇବା ସହ ଜୀବନରେ ପରିବର୍ତ୍ତନ ନିହାତି ଆଣିବ ।

୧) ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି କି ?

ମନୁଷ୍ୟର ଭୂତ ଏବଂ ଭବିଷ୍ୟତ ଉପରେ କୌଣସି ପ୍ରକାର ର ନିୟନ୍ତ୍ରଣ ନାହିଁ । ଭୂତ ଅର୍ଥାତ୍ ଅତୀତ ବା ପାଷ୍ଟ୍ ଏବଂ ଭବିଷ୍ୟତ ଅର୍ଥାତ୍ ଫ୍ଯୁଚର୍ ଉପରେ ମଣିଷ ଚାହିଁଲେ ମଧ୍ୟ କୌଣସି ପ୍ରକାର ର ନିୟନ୍ତ୍ରଣ କରିପାରିବ ନାହିଁ । ଏହାର ମୁଖ୍ୟ କାରଣଟି ହେଲା ମନୁଷ୍ୟ ନିଜେ । କାହିଁକିନା ମନୁଷ୍ୟ ନିଜେ ବର୍ତ୍ତମାନରେ ବଞ୍ଚୁଛି । ତେଣୁ ଆପଣ ଅଜଥାରେ ଅତୀତ ଏବଂ ଭବିଷ୍ୟତକୁ ନେଇ ଚିନ୍ତା କରୁଛନ୍ତି । ଭାବିଦେଲେ କେବେ ଭାଗ୍ୟ ବଦଳେ ନାହିଁ । ଆବଶ୍ୟକତା ଅନୁସାରେ  ସଠିକ୍ ଢଙ୍ଗରେ କରୁଥିବା କର୍ମ ଆପଣଙ୍କ ଭାଗ୍ୟ ବଦଳାଇପାରିବ । ସ୍ୱପ୍ନ ଦେଖିବା ସହ ବର୍ତ୍ତମାନ ସ୍ଥିତିକୁ ନେଇ ସମୀକ୍ଷା କରନ୍ତୁ । ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ବର୍ତ୍ତମାନ ସ୍ତିତିକୁ ନେଇ ଯେଉଁ ପ୍ଲାନ୍ ବା ଯୋଜନା ବନାଇଛନ୍ତି ତାହାକୁ କିପରି କାର୍ଯ୍ୟକାରୀ କରିବେ ତାହା ଉପରେ ଗୁରୁତ୍ୱ ଦିଅନ୍ତୁ । ଯେଉଁ ସ୍ୱପ୍ନ ଦେଖୁଛନ୍ତି ସେହି ଉପରେ ଗୁରୁତ୍ୱ ଦିଅନ୍ତୁ । ଅସଫଳତା ଜୀବନର ଏକ ଅଂଶ । କିନ୍ତୁ ଯିଏ ଏହି ଅସଫଳତା ରୁ କିଛି ଶିଖିଲା ସିଏ ହିଁ ଦିନେ ନା ଦିନେ ସଫଳ ହେବ । ପ୍ରତ୍ୟେକଟି ଭୁଲକୁ ସୁଧାରି ନୁତନ ପ୍ଲାନ୍ ବା ଯୋଜନା ପ୍ରସ୍ତୁତ କରିବାକୁ ପଡିବ । ସେହି ଯୋଜନାରେ ଯେପରି ସେହି ଭୁଲ ର ପୁନରାବୃତ୍ତି ନ ହୁଏ ସେଥି ପ୍ରତି ଧ୍ୟାନ ଦେବାକୁ ପଡିବ । ଯୋଜନାଟି ପ୍ରତ୍ୟେକଟି ଦୃଷ୍ଟି କୋଣକୁ ଦେଖି ପ୍ରସ୍ତୁତ ହେବା ଦରକାର । ଯାହା ଫଳରେ ହାନି ଲାଭର ଆକଳନ କରିହେବ । ବର୍ତ୍ତମାନ ର କର୍ମକୁ ନେଇ ଭବିଷ୍ୟତର ଅବସ୍ଥା ନିର୍ଦ୍ଧାରଣ ହୋଇଥାଏ । ତେଣୁ ଧର୍ଯ୍ୟରଖି କର୍ମ କରନ୍ତୁ ଏବଂ ପ୍ରତ୍ୟେକ କ୍ଷେତ୍ରରେ ଅନୁସନ୍ଧାନ କରି ନିଷ୍ପତି ନିୟନ୍ତୁ । ଭବିଷ୍ୟତ ପାଇଁ ନୁହଁ , ବର୍ତ୍ତମାନ ପାଇଁ ଚିନ୍ତା କରନ୍ତୁଯାହାକି ଆପଣଙ୍କୁ ଭବିଷ୍ୟତରେ ଦ୍ୱନ୍ଦ ମୁକ୍ତ କରିବ ଏବଂ ହାତରେ ଦେବ ସଫଳତା ।     

 

୨) ନିଜକୁ ୫ ବର୍ଷପରେ କେଉଁ ସ୍ଥାନରେ ଦେଖିବାକୁ ଚାହୁଁଛନ୍ତି ?

ନିଜର ଉନ୍ନତି ଏବଂ ଅବନ୍ନତିକୁ ଠିକ୍ ଢଙ୍ଗରେ ସମୀକ୍ଷା କରିବାର ଉପଯୁକ୍ତ ସମୟ ବ୍ୟବଧାନ ହେଉଛି ୫ ବର୍ଷ ର ସମୟ । ଏହି ସମୟ ବ୍ୟବଧାନରେ ପ୍ରତ୍ୟେକ ବ୍ୟକ୍ତିର ଉଥାନ ପତନ କୁ ଆକଳନ କରିବା ସହଜ । ତେବେ ଅନେକ ଚାକିରୀ ଇଣ୍ଟରଭ୍ୟୁରେ ପ୍ରାର୍ଥିକୁ ଏହି ପ୍ରଶ୍ନଟି ପଚରାଯାଇଥାଏ । ଏହି ପ୍ରଶ୍ନଟି ପ୍ରାର୍ଥିର ଆତ୍ମବିଶ୍ୱାସ ବା କନଫିଡେନ୍ସ କୁ ପରୀକ୍ଷା କରିବାପାଇଁ ହାଇରିଂ ମ୍ୟାନେଜର ପଚାରିଥାନ୍ତି । ଏହି ପ୍ରଶ୍ନର ଉତ୍ତରରେ ଆପଣଙ୍କ ଦୂର ଦୃଷ୍ଟି ଏବଂ ଜୀବନର ଲକ୍ଷ୍ୟ ବିଷୟରେ ଜାଣିଥାନ୍ତି ହାଇରିଂ ମ୍ୟାନେଜର । କାହିଁକିନା ହାଇରିଂ ମ୍ୟାନେଜର ଙ୍କୁ ଦରକାର ଗୋଟିଏ ଆତ୍ମବିଶ୍ୱାସୀ ଯୋଗ୍ୟ ପ୍ରାର୍ଥି । ଯିଏକି ତାଙ୍କ କମ୍ପାନୀର ଗ୍ରୋତ୍ କରିବ । ଏହି ପ୍ରଶ୍ନଟି ଇଣ୍ଟରଭ୍ୟୁ ପାଇଁ ଆସିଥିବା ପ୍ରାର୍ଥିଟିର ଭବିଷ୍ୟତକୁ ନେଇଥିବା ଯୋଜନା ଏବଂ ସମୟାନୁବର୍ତ୍ତିତା ବିଷୟରେ ଭଲଭାବରେ ଜାଣିବାପାଇଁ ପଚରାଯାଇଥାଏ । ତେବେ ଇଣ୍ଟରଭ୍ୟୁ ପାଇଁ ଯିବା ଆଗରୁ ଏହି ପ୍ରଶ୍ନଟିର ଉତ୍ତରଟିକୁ ପୂର୍ବ ପ୍ରସ୍ତୁତି କରନ୍ତୁ । ଇଣ୍ଟରଭ୍ୟୁରେ ପ୍ରାର୍ଥିଟିର ମୋଟିଭେସନ୍ କୁ ସମୀକ୍ଷା କରନ୍ତି ନିଯୁକ୍ତିଦାତା ବା ହାଇରିଂ ମ୍ୟାନେଜର । ଯଦି ଆପଣ ଚାକିରୀ କରୁଛନ୍ତି ତେବେ ଏହି ପ୍ରଶ୍ନଟି କମ୍ପାନୀର ସିଇଓ ବା ମ୍ୟାନେଜିଂ ଡିରେକ୍ଟର ଆପଣଙ୍କୁ ପ୍ରୋମୋସନ୍ ଦେବା ଆଗରୁ ପଚାରିପାରନ୍ତି । କାରଣ ପଦୋନ୍ନତି ପରେ ଆପଣ ସେହି ପଦବୀ ପାଇଁ ଯୋଗ୍ୟ କି ନୁହଁ ତାହା ପରୀକ୍ଷା କରିଥାନ୍ତି ହାଇରିଂ ମ୍ୟାନେଜର । ଆପଣଙ୍କ ଭିଜନ୍ ଏବଂ ମିଶନ୍ ଏହି ପ୍ରଶ୍ନଟି ର ଉତ୍ତରରେ ଦିଅନ୍ତୁ । ଯେତିକିର ମଣିଷ ନୁହଁ , ସେତିକି ବଢେଇ ଚଢେଇ କହନ୍ତୁ ନାହିଁ । ଆପଣଙ୍କ ଦକ୍ଷତା , ଯୋଗ୍ୟତା ଏବଂ ଅଭିଜ୍ଞତା ଅନୁସାରେ ଉତ୍ତର ଦିଅନ୍ତୁ । ଧରାଯାଉ ଆପଣ ଏବେ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି ଏବଂ ଭବିଷ୍ୟତରେ କ୍ୟାରିୟର ସ୍ୱିଚ୍ କରିବାପାଇଁ ଭାବୁଛନ୍ତି । ଆପଣ କୌଣସି ଏଜୁକେସନାଲ୍ ଇନଷ୍ଟିଚୁଟ୍ ରେ ଇଣ୍ଟରଭ୍ୟୁ ଦେବାପାଇଁ ଯାଇଥିଲେ ଉତ୍ତରରେ ଭବିଷ୍ୟତ ର କ୍ୟାରିୟର ସ୍ୱିଚ୍ କରିବାକଥା କହନ୍ତୁ ନାହିଁ । କହିଲା ମାତ୍ରେ ଆପଣଙ୍କ ପ୍ରତି ଇମ୍ପ୍ରେସନ୍ ଡାଉନ୍ ହୋଇପାରେ ଏବଂ ଆପଣ ଚାକିରୀରୁ ବଞ୍ଚିତ ହୋଇପାରନ୍ତି । ଆପଣ ଯଦି ଏଜୁକେସନ୍ ବେଗ୍ରାଉଣ୍ଡରୁ କ୍ୟାରିୟର ଆରମ୍ଭକରିଛନ୍ତି ତେବେ ଆପଣ ହାଇସ୍କୁଲ୍ , କଲେଜ୍ , ବିଶ୍ୱ ବିଦ୍ୟାଳୟରେ ଅଧ୍ୟାପକତା କରିବା କଥା କହିଲେ ଆପଣଙ୍କର ଲକ୍ଷ୍ୟ ସ୍ଥଳ ସ୍ପଷ୍ଟ ଅଛି ବୋଲି ନିଯୁକ୍ତିଦାତା ବୁଝିବେ । ସରକାରୀ ହେଉ କିମ୍ବା ବେସରକାରୀ ଚାକିରୀ , ସମସ୍ତ ଇଣ୍ଟରଭ୍ୟୁରେ ପଚରାଯାଇପାରେ ଏହି ପ୍ରଶ୍ନ । ତେଣୁ ଏଥି ପ୍ରତି ଧ୍ୟାନ ଦିଅନ୍ତୁ । ନିଜର ଲକ୍ଷ୍ୟ ସ୍ଥଳକୁ ସ୍ପଷ୍ଟ ଭାବରେ ଉତ୍ତମ ରୂପରେ ବର୍ଣ୍ଣନା କରିବା ଶିଖନ୍ତୁ । ନିଜ ପାଇଁ ଲକ୍ଷ୍ୟ ନିଜେ ସ୍ଥିର କରନ୍ତୁ ।     

 

୩) ଜାଣନ୍ତୁ ସ୍ୱପ୍ନକୁ ସତ କରିବାର କୌଶଳ ?

ଆପଣଙ୍କ ଜୀବନରେ ସ୍ୱପ୍ନଟି ସେତେ ପର୍ଯ୍ୟନ୍ତ ସ୍ୱପ୍ନ , ଯେତେ ପର୍ଯ୍ୟନ୍ତ ଆପଣ ତାକୁ ସତରେ ପରିଣତ କରିବା ପାଇଁ ପ୍ରୟାସ କରିନାହାନ୍ତି । ପ୍ରୟାସ କଲେ ହିଁ ସଫଳତା ପାଖକୁ ପହଞ୍ଚିପାରିବେ ।  ଅସଫଳତା ର ସ୍ୱାଦରୁ ନିଜ ଭୁଲକୁ ନଚିହ୍ନିପାରିବା ହିଁ ପ୍ରକୃତ ବିଫଳତା । ବିନା ଚେଷ୍ଟାରେ ଆଜି ପର୍ଯ୍ୟନ୍ତ କେହି ସଫଳତାର ପାହାଚ ଚଢିନାହାନ୍ତି । ଛୋଟ ସଫଳତା ହେଉ କିମ୍ବା ବଡ ସଫଳତା , ସବୁଥିରେ ଆବଶ୍ୟକ ହୋଇଥାଏ କେବଳ ଚେଷ୍ଟା । ଯେକୌଣସି ଲକ୍ଷ୍ୟ ଥିଲେ ମଧ୍ୟ ପୂର୍ବ ପ୍ରସ୍ତୁତି ର ଆବଶ୍ୟକତା ରହିଛି । ଭବିଷ୍ୟତରେ ଲକ୍ଷ୍ୟ ପଥରେ ଆସିବାକୁ ଥିବା ବାଧା ବିଘ୍ନକୁ ପୂର୍ବାନୁମାନ କରିବା ଶିଖନ୍ତୁ । ବିଜନେସ୍ କରୁଥିଲେ ଅନ୍ୟ ବିଜନେସ୍ ପର୍ସନଙ୍କ ଭୁଲକୁ ସମୀକ୍ଷା କରି ନିଜର ପ୍ଲାନ ବା ଯୋଜନାକୁ ସମୀକ୍ଷା କରନ୍ତୁ । ଷ୍ଟୁଡେଣ୍ଟ୍ ହୋଇଥିଲେ ଚାକିରୀ ପାଇଁ ଥିବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଅନ୍ୟ ସଫଳ ବ୍ୟକ୍ତିତ୍ୱଙ୍କ ପୂର୍ବପ୍ରସ୍ତୁତିକୁ ଧ୍ୟାନ ଦେଇ କର୍ମ କରନ୍ତୁ । ଏପରି କଲେ ଆପଣଙ୍କ ସମୟ ବଞ୍ଚିବା ସହ ଆପଣ ସେହି ସମୟ ମଧ୍ୟରେ ଅନେକ ସଠିକ୍ ନିଷ୍ପତି ନେଇପାରିବେ । ନିଜ ଅଭିଜ୍ଞତା ଉପରେ ଧ୍ୟାନ ଦେବା ଅପେକ୍ଷା ଅନ୍ୟ ମାନଙ୍କର ଅଭିଜ୍ଞତା ଗୁଡିକରୁ କିଛି ଶିଖିବା ପାଇଁ ଚେଷ୍ଟା କରନ୍ତୁ । ଯେଉଁ କ୍ଷେତ୍ରରେ ଆପଣଙ୍କ ପ୍ୟାସନ୍ ରହିଛି , ସେହି କ୍ଷେତ୍ରର ଦକ୍ଷତା ଗୁଡିକ ଉପରେ କାର୍ଯ୍ଯକରନ୍ତୁ । ନିଜ ସ୍କିଲ୍ ସେଟ୍ ଗୁଡିକ ବୃଦ୍ଧି କଲେ ଆପଣ ସହଜରେ ସଫଳତା ପାଇପାରିବେ । ଆପଣ ବିଜନେସ୍ କରନ୍ତୁ କିମ୍ବା ଚାକିରୀ ପାଇଁ ପ୍ରିପେୟାରେସନ୍ , ସବୁଥିରେ ସ୍କିଲ୍ ସେଟ୍ ସହ ମାଇଣ୍ଡ ସେଟ୍ ର ଆବଶ୍ୟକତା ରହିଛି । ସ୍ୱପ୍ନ ପାଇଁ ଯେତିକି  ଦୃଢ ଇଚ୍ଛା ଶକ୍ତି ଥିବ ସେତିକି ପରିମାଣରେ ସ୍କିଲ୍ ଡେଭଲପମେଣ୍ଟ୍ ଉପରେ ଗୁରୁତ୍ୱ ରହିବା ଆବଶ୍ୟକ । ଶିକ୍ଷାଗତ ଯୋଗ୍ୟତା , ଦକ୍ଷତା ଏବଂ ଅଭିଜ୍ଞତାକୁ ବୃଦ୍ଧି କଲେ ଆପଣଙ୍କ ପାଖକୁ ସଫଳତା ଆସିବ । ଯାହା ଆପଣଙ୍କୁ ଦେବ ସଫଳ ବ୍ୟକ୍ତିତ୍ୱର ପରିଚୟ । 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/LcWKf8kn4Z9HH1v80hySeZ

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

 

CATEGORIES
TAGS
Share This

COMMENTS

Wordpress (0)
Disqus (0 )