Tuesday 19th March 2024
ଆସିଷ୍ଟାଣ୍ଡ୍ ବେନକ୍ୱେତ୍ ମ୍ୟାନେଜର ପଦବୀ ପାଇଁ ସ୍ୱସ୍ତି ପ୍ରିମିୟମ୍ ବାହାର କରିଛି ବିଜ୍ଞପ୍ତି ! ଭୁବନେଶ୍ୱରରେ ପୋଷ୍ଟିଂ !

ଆସିଷ୍ଟାଣ୍ଡ୍ ବେନକ୍ୱେତ୍ ମ୍ୟାନେଜର ପଦବୀ ପାଇଁ ସ୍ୱସ୍ତି ପ୍ରିମିୟମ୍ ବାହାର କରିଛି ବିଜ୍ଞପ୍ତି ! ଭୁବନେଶ୍ୱରରେ ପୋଷ୍ଟିଂ !

୧୯୮୧ ରେ ପ୍ରତିଷ୍ଠିତ ସ୍ୱସ୍ତି ପ୍ରିମିୟମ୍  ଆଜି କେବଳ ଭାରତରେ ନୁହେଁ ବରଂ ବିଶ୍ୱର ଅଧିକାଂଶ ଭାଗରେ ନିଜର ଅବସ୍ଥିତି ବନାଇପାରିଛି । ଭୁବନେଶ୍ୱର ର ରେଲଓ୍ୱେ ଷ୍ଟେସନ ଏବଂ ବିମାନବନ୍ଦର ନିକଟରେ ଅବସ୍ଥିତ ଅଛି ସ୍ୱସ୍ତି ଗ୍ରୁପ୍ ର ଦୁଇଟି ବଡ ହୋଟେଲ୍ । ସେହି ହୋଟେଲ ଗୁଡିକ ହେଲା ସ୍ୱସ୍ତି ପ୍ରିମିୟମ ଏବଂ ସ୍ୱସ୍ତି ଗ୍ରାଣ୍ଡ ହୋଟେଲ୍ । ସ୍ୱସ୍ତି ଗ୍ରୁପ୍ ର ହୋଟେଲ୍ ଗୁଡିକ କମ୍ଫର୍ଟ , ବିଳାସପୂର୍ଣ୍ଣ ଏବଂ ବିଜନେସ୍ କ୍ଲାସ ଶ୍ରେଣୀ ର ହୋଟେଲ । ସ୍ୱସ୍ତି ପ୍ରିମିୟମ୍ ହେଉଛି ଏକ ଫାଇଭ୍ ଷ୍ଟାର ହୋଟେଲ୍ । ସ୍ୱସ୍ତି ପ୍ରିମିୟମ୍ ର  ଉଦ୍ଦେଶ୍ୟ ହେଉଛି ‘ ଥରେ ଯିଏ ଆମର ଅତିଥି, ସବୁଦିନ ପାଇଁ ସିଏ ଆମର ବନ୍ଧୁ ‘ । ସ୍ୱସ୍ତି ପ୍ରିମିୟମ୍ ଭୁବନେଶ୍ୱର ର ଏକ ବିଳାସପୂର୍ଣ୍ଣ ବ୍ୟବସାୟ ଶ୍ରେଣୀ ହୋଟେଲ । ଯେଉଁଥିରେ ଅନେକ ଗୁଡିଏ କର୍ମଚାରୀ ଅଛନ୍ତି । ଅନେକ ସମୟରେ ସ୍ୱସ୍ତି ପ୍ରିମିୟମ୍  ବା ସ୍ୱସ୍ତି ପ୍ରିମିୟମ ଗ୍ରୁପରେ  ବିଭିନ୍ନ ବର୍ଗରେ ବିଭିନ୍ନ ପଦବୀ ପାଇଁ ବାହାରେ ବିଜ୍ଞପ୍ତି । 

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ

 

ପଦବୀ ର ନାମ

ଆସିଷ୍ଟାଣ୍ଡ୍ ବେନକ୍ୱେତ୍ ମ୍ୟାନେଜର (ପୁରୁଷ)

 

ଚାକିରୀ କରିବାର ସ୍ଥାନ – ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମ୍ ହୋଟେଲ

 

ଏହି ଲିଙ୍କ୍ ରେ କ୍ଲିକ୍ କଲେ ସ୍ୱସ୍ତି ଗ୍ରୁପ ବିଷୟରେ ଅଧିକ ଜାଣିପାରିବେ  –

https://www.swostihotels.com/

ଶିକ୍ଷାଗତ ଯୋଗ୍ୟତା –

୧) ଯେକୌଣସି ହୋଟେଲ୍ ମ୍ୟାନେଜମେଣ୍ଟ କୋର୍ସ କରିଥିଲେ ଆବେଦନ କରିପାରିବେ । 

୨) ହୋଟେଲ୍ ମ୍ୟାନେଜମେଣ୍ଟ କୋର୍ସ ସହ ଏମବିଏ କରିଥିଲେ ଅଗ୍ରାଧିକାର ପାଇପାରନ୍ତି ।

 

ଅଭିଜ୍ଞତା –

୧) ଯେକୌଣସି ହୋଟେଲ୍ ରେ ସର୍ବନିମ୍ନ ୭ ବର୍ଷ ର ଅଭିଜ୍ଞତା ର ଆବଶ୍ୟକତା ରହିଛି ।

୨) ସେହି ହୋଟେଲ୍ ଗୁଡିକ ଷ୍ଟାର ଶ୍ରେଣୀ ର ହୋଇଥିବା ଆବଶ୍ୟକ ।

୩) ହୋଟେଲ ଏବଂ ରିସର୍ଟ ରେ ଅଭିଜ୍ଞତା ନିହାତି ଆବଶ୍ୟକ । ସର୍ବାଧିକ ୧୦ ବର୍ଷ ଅଭିଜ୍ଞତା ଥିଲେ ନିହାତି ଅଗ୍ରାଧିକାର ପାଇବେ ।

 

ଏହି ଚାକିରୀ କରିବା ପାଇଁ କଣ ଦରକାର ?

୧) କୌଣସି କାର୍ଯ୍ୟକ୍ରମ ପ୍ରସ୍ତୁତି ସଂପର୍କରେ ଭୋଜିଭାତ ଦାଇତ୍ୱରେ ଥିବା କର୍ମଚାରୀଙ୍କ ସହିତ ପୂର୍ବରୁ  ସଭା ବା ମିଟିଂ କରିବାକୁ ପଡିବ ।

୨) କର୍ମଚାରୀଙ୍କ ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ ଡ୍ରେସିଂ ଧାରଣ ର ମାନ ନିଶ୍ଚିତ କରିବାକୁ ପଡିବ । ଭୋଜି ଦାଇତ୍ୱରେ ଥିବା କର୍ମଚାରୀଙ୍କ ମଧ୍ୟରେ କାର୍ଯ୍ୟ ବଣ୍ଟନ କରିବାକୁ ପଡିବ ।

୩) ଭୋଜି ବା ବେନକ୍ୱେତ୍ ହୋଷ୍ଟ , ରୋଷେୟା ଏବଂ ଅନ୍ୟାନ୍ୟ ଭୋଜି କର୍ମଚାରୀଙ୍କ ସହିତ ଭୋଜି ଇଭେଣ୍ଟ୍ ର ଅର୍ଡର ସମୀକ୍ଷା କରିବାକୁ ପଡିବ ।

 

ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://www.swostihotels.com/careers/careers-form.html

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/LcWKf8kn4Z9HH1v80hySeZ

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (2)
  • comment-avatar
    Satrughna sahoo 12 months

    Name.satrughna sahoo
    Ima studant 12pas

  • comment-avatar
  • Disqus (0 )