Friday 26th April 2024
ଏହିସବୁ ପାଠ ପଢିଲେ କରିପାରିବେ Real Estate ରେ କ୍ୟାରିୟର

ଏହିସବୁ ପାଠ ପଢିଲେ କରିପାରିବେ Real Estate ରେ କ୍ୟାରିୟର

ଜନସଂଖ୍ୟା ବଢ଼ିବା ସହ ରୋଜଗାର କରିବାର ପକ୍ରିୟା ମଧ୍ୟ କମିବା ସ୍ୱଭାବିକ । ଏମିତିରେ ଯୁବକ ନିଜ କ୍ୟାରିୟର ପ୍ରତି ଚିନ୍ତା କରିବା ମଧ୍ୟ ସ୍ୱଭାବିକ କଥା । ମାତ୍ର infrastructure ଏବଂ real estate କ୍ଷେତ୍ରରେ ଯୁବକ ମାନଙ୍କ ପାଇଁ କ୍ୟାରିୟରର ସମ୍ଭାବନା ବଢ଼ିବାରେ ଲାଗିଛି । କିଛି ବର୍ଷ ପୂର୍ବରୁ ଲୋକ ଭାବୁଥିଲେ କି real estateରେ କ୍ୟାରିୟର କରିବାର ମାନେ ହେଉଛି property ଡିଲର କିମ୍ବା property ପାଇଁ ଏଜେଣ୍ଟ । ମାତ୍ର ଏହି କ୍ଷେତ୍ରରେ ବିଭିନ୍ନ ପ୍ରାକାରର ଚାକିରୀ ରହଛି, ଯେପରି- property manager, property management, ରିଅଲ ଏଜେଣ୍ଟ କାଉସିଲିଂ, property କେତେ ଟଙ୍କାର ହେବ ଏବଂ ରିସର୍ଚ୍ଚ କରିବା ଭଳି ଚାକିରୀ ରହିଛି । ତେବେ ଆପଣ ବି ଯଦି ଚାହୁଁଛନ୍ତି ଏହି କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ତେବେ ଏହି ଖବର ଟି ଆପଣଙ୍କ ପାଇଁ । ଚାଲନ୍ତୁ ଜାଣିବା ଏହି କ୍ଷେତ୍ରରେ ଆପଣ କେମିତି ଆପଣଙ୍କ କ୍ୟାରିୟର ଗଢ଼ିପାରିବେ ।Benefits of a Real Estate Career – Career & Professional Development | University of Denver

Real estate business କଣ?:
Real estate business ଏକ ଅଲଗା ପ୍ରକାରର ବ୍ୟବସାୟ ଅଟେ । ପ୍ରତ୍ୟେକ business ଭଳି ଏହି businessରେ ମଧ୍ୟ ଲାଭ କ୍ଷତି ରହିଛି । କହିବାକୁ ଗଲେ ଏହି business ଘର, ଜମି, ଅଫିସ, ଫ୍ଲାଟ ଆଦି କିଣା ବିକା କରାଯାଏ । ଏହା ଏଭଳି ଏକ business ଯାହାକୁ ଆପଣ ନିଜେ କରିପାରିବେ, ପାଟ୍‌ନର୍‌ସିପ୍ ମାଧ୍ୟମରେ କରିପାରିବେ କିମ୍ବା ଟାଇଅପ୍ ମାଧ୍ୟମରେ ମଧ୍ୟ କାମ ଆରମ୍ଭ କରିପାରିବେ ।How to Use Real Estate Video Marketing to Sell More Property

ଶିକ୍ଷାଗତ ଯୋଗ୍ୟତା ଓ ଜରୁରୀ ସ୍କିଲ:
ଆପଣ ଯଦି ଏହି କ୍ଷେତ୍ରରେ କାମ କରିବାକୁ ଚାହୁଁଛନ୍ତି ଏବଂ ଆଗକୁ ବଢ଼ିବାକୁ ଚାହୁଁଛନ୍ତି ତେବେ କମ୍ ସେ କମ୍ ଆପଣଙ୍କୁ ଗ୍ରାଜୁଏସନ୍ ପାସ୍ କରିବାକୁ ପଡ଼ିବ । ଏହା ବ୍ୟତିତ ଆପଣଙ୍କୁ ଇଂରାଜୀ ଆସୁଥିବା ଦରକାର ଓ ଅନ୍ୟ ବିଶେଷ ଗୁଣ ମଧ୍ୟ ରହିବା ଦରକାର । ଯଦି ସ୍କିଲ କଥା କହିବା ତେବେ ଆପଣଙ୍କୁ ଘର, ଜମି, ଅଫିସ, ଫ୍ଲାଟ କିଣା ବିକା କରିବାକୁ ହେଲେ ଲୋକଙ୍କ ସହ ଚିହ୍ନା ପରିଚୟ ବଢ଼ାଇବାକୁ ପଡ଼ିବ ଓ ଉଚ୍ଚା ଦରଦାମରେ ବିକିଲା ଭଳି ସ୍କିଲ ଥିବା ଦରକାର । ସାଧାରଣତଃ ସେହି ବ୍ୟକ୍ତି ମାନଙ୍କୁ ପ୍ରାଧାନ୍ୟ ମିଳେ ଯେଉଁମାନେ real estate management କୋର୍ସ କରିଥିବେ । real estate management ରେ ଏମ୍‌ବିଏ, ଡିପ୍ଲମା, ପିଜି ଡିପ୍ଳମା, ଏବଂ ସାର୍ଟିଫିକେଟ କୋର୍ସ ରହିଥାଏ । ଡିପ୍ଲମା ଓ ସାର୍ଟିଫିକେଟ କୋର୍ସ ଆପଣ ୧୦ମ କିମ୍ବା +୨ ପରେ ମଧ୍ୟ କରିପାରିବେ।Real estate education and career | Stoodnt

କେଉଁଠାରୁ କୋର୍ସ କରିପାରିବେ?:
• ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍ କନ୍‌ଷ୍ଟ୍ରକସନ ମ୍ୟାନେଜମେଣ୍ଟ ଆଣ୍ଡ ରିସର୍ଚ, ମୁମ୍ବାଇ
• ନ୍ୟସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍ ରିୟଲ ଇଷ୍ଟେଡ ମ୍ୟାନେଜମେଣ୍ଟ, ନୂଆ ଦିଲ୍ଲୀ
• ରିମିକ୍ସ ଏକାଡେମି ଅଫ୍ ରିୟଲ୍ ଇଷ୍ଟେଡ୍ , ଗୁଡ଼ଗାଁଓ
• ଇଣ୍ଡିଆ ସ୍କୁଲ ଅଫ୍ ରିୟଲ ଇଷ୍ଟେଡ୍‌, ପୁନେ
• ଏମିଟି ୟୁନିଭର୍ସିଟି, ନୋଏଡାPreparing For A Career In Real Estate Management - BW Education
ଚାକିରୀର ସୁଯୋଗ:
Real estate ଓ infrastructure କାମ କରିବାକୁ ଚାହୁଁଥିଲେ ଆପଣ ସେଲ୍ସ executive, property manager, ଆଇଟି manager, real estate professor ଭଳି ଚାକିରୀ ଆପଣ କରିପାରିବେ ଏହି କ୍ଷେତ୍ରରେ । ଏହା ବ୍ୟତିତ ଆପଣ ଯଦି engineer କିମ୍ବା architecture ତେବେ ଆପଣ constructionରେ ମଧ୍ୟ କାମ କରି ପାରିବେ ।Real Estate Job Description Sample Template | ZipRecruiter

CATEGORIES
TAGS
Share This

COMMENTS

Wordpress (0)
Disqus (0 )