Thursday 28th March 2024

ମୁଖ୍ୟମନ୍ତ୍ରୀ ମାନ୍‌ଙ୍କୁ ଫ୍ଲାଇଟ୍‌ରୁ ଓହ୍ଲାଇଦେବା ଘଟଣାର ତଦନ୍ତ କରିବ ଡିଜିସିଏ : ସିନ୍ଧିଆ

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କୁ ଜର୍ମାନୀରେ ଲୁଫ୍‌ଥାନ୍‌ସା ଏୟାରଲାଇନ୍ସର ଫ୍ଲାଇଟ୍‌ରୁ ଓହ୍ଲାଇ ଦିଆଯିବା ଘଟଣାର କେନ୍ଦ୍ର ସରକାର ତଦନ୍ତ କରାଇବେ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ପୂରା ଘଟଣାକ୍ରମର ଡାଇରେକ୍ଟର ଜେନେରାଲ୍ ଅଫ୍ ସିଭିଲ୍ ଆଭିଏସନ୍ (ଡିଜିସିଏ)ଙ୍କ ପକ୍ଷରୁ ତଦନ୍ତ କରାଯିବ । ମୁଖ୍ୟମନ୍ତ୍ରୀ ମାନ୍‌ଙ୍କୁ କେଉଁ କାରଣରୁ ଫ୍ଲାଇଟ୍‌ରୁ ଓହ୍ଲାଇ ଦିଆଗଲା, ତାହା ଜାଣିବା ପାଇଁ ଲୁଫ୍‌ଥାନ୍ସା ଏୟାର୍‌ଲାଇନ୍ସଠାରୁ ମଧ୍ୟ ସୂଚନା ମଗାଯିବ ବୋଲି ସେ କହିଛନ୍ତି । ଅପିସିଆଲ୍ ଗସ୍ତରେ ଜର୍ମାନୀ ଯାଇଥିôବା ମୁଖ୍ୟମନ୍ତ୍ରୀ ମାନ୍‌ଙ୍କୁ ସେପ୍ଟେମ୍ବର ୧୭ ତାରିଖରେ ଜର୍ମାନୀର ଫ୍ରାଙ୍କଫର୍ଟ ବିମାନବନ୍ଦରରେ ଫ୍ଲାଇଟ୍‌ରୁ ଓହ୍ଲାଇ ଦିଆଯାଇଥିଲା । କେତେକ ମିଡିଆ ରିପୋର୍ଟ ଅନୁସାରେ ମୁଖ୍ୟମନ୍ତ୍ରୀ ମାନ୍ ସେ ସମୟରେ ନିଶାସକ୍ତ ଅବସ୍ଥାରେ ଥିଲେ । ତାଙ୍କର ଜିନିଷପତ୍ର ବାହାର କରିବା କାରଣରୁ ଫ୍ଲାଇଟ୍ ୪ ଘଣ୍ଟା ବିଳମ୍ବିତ ହୋଇଥିଲା । ତେବେ ଲୁଫ୍‌ଥାନ୍ସା ଏୟାର୍‌ଲାଇନ୍ସ ଏହାକୁ ଅସ୍ୱୀକାର କରିସାରିଛି । ଏହି ବିବାଦ ଜଣାପଡ଼ିବା ପରେ ଶିରୋମଣି ଅକାଳୀ ଦଳ ଏବଂ କଂଗ୍ରେସ ପାର୍ଟି ପୂରା ମାମଲାରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଏବଂ କେଜରିୱାଲ୍‌ଙ୍କଠାରୁ ସଫେଇ ଦାବି କରିଛନ୍ତି । ସୁଖବୀର ସିଂହ ଟ୍ୱିଟର୍‌ରେ ଲେଖିଛନ୍ତି, ଭଗୱନ୍ତ ମାନ୍‌ଙ୍କ କାରଣରୁ ସାରା ବିଶ୍ୱରେ ପଞ୍ଜାବୀମାନଙ୍କୁ ନିନ୍ଦିତ ହେବାକୁ ପଡ଼ିଛି ।

CATEGORIES
TAGS
Share This

COMMENTS

Wordpress (0)
Disqus ( )