Saturday 27th July 2024
ଟିଭିକୁ ପଛରେ ପକାଇପାରେ ”ଡିଜିଟାଲ ପ୍ଲାଟ୍‌ଫର୍ମ”..

ଟିଭିକୁ ପଛରେ ପକାଇପାରେ ”ଡିଜିଟାଲ ପ୍ଲାଟ୍‌ଫର୍ମ”..

ବିଜ୍ଞାପନ ଓ ଆମ ଦୈନନ୍ଦିନ ଜୀବନର ଡୋରୀ ପୁରାପୁରି ଯୋଡି ହୋଇ ରହିଛି । ଏଇ ଯେମିତି ଆମେ ଘରେ ଥାଉ କି ବାହାରେ ସବୁଠି ଥାଏ ବିଜ୍ଞାପନ । ଭିଡିଓ ଓ ପୋଷ୍ଟର ମାଧ୍ୟମରେ ପ୍ରତ୍ୟେକ କଂମ୍ପାନୀ ଆମକୁ ନିଜ ପ୍ରଡକ୍ଟ କିଣିବାର ପ୍ରଲୋଭନ ଦେଖାନ୍ତି । ଯେଉଁଥିପାଇଁ ଆମକୁ ବିଭିନ୍ନ ଜିନିଷ କିଣିବାକୁ ଇଚ୍ଛା ମଧ୍ୟ ହୁଏ । କିନ୍ତୁ କେବେ ଆପଣ ଭାବିଛନ୍ତି କି ଏହି ବିଜ୍ଞାପନର ଦୁନିଆ କେତେ ବଡ ? ଆମ ଦେଶରେ ବିଜ୍ଞାପନ ଇଣ୍ଡଷ୍ଟ୍ରୀ କେଉଁ ଭଳି ଗତି କରୁଛି ସେ ବିଷୟରେ ଥରେ ଜାଣିରଖନ୍ତୁ । ବିଜ୍ଞାପନର ବି ବିଭିନ୍ନ ମାଧ୍ୟମ ରହିଛି, ଆଉ ବର୍ତ୍ତମାନ ସବୁଠୁ ବଡ ମାଧ୍ୟମ ଅଛି ଡିଜିଟାଲୀ ବିଜ୍ଞାପନ । ଯାହା ବହୁତ ଭଲ ପ୍ରଦର୍ଶନ କରୁଛି । ହୁଏତ ଏହି ଲାଇନରେ ଆପଣଙ୍କୁ ନିଜର କ୍ୟାରିୟର କରିବାକୁ ଇଚ୍ଛା ହେଇପାରେ ।

ସାରା ବିଶ୍ୱରେ ଭାରତୀୟ ବିଜ୍ଞାପନ ଇଣ୍ଡଷ୍ଟ୍ରୀ ବଜାର ତୀବ୍ର ଗତିରେ ବଢ଼ୁଛି। ଚଳିତ ବର୍ଷ ୨୦୨୨ରେ ଇଣ୍ଡଷ୍ଟ୍ରୀର ଆୟ ୧୬ ପ୍ରତିଶତ ବୃଦ୍ଧି ହୋଇପାରେ ବୋଲି ଆକାଳନ କରାଯାଇଛି। ଡେଟ୍ ଗ୍ଲୋବାଲ ରିପୋର୍ଟ ଅନୁସାରେ, ଚଳିତ ବର୍ଷ ଭାରତୀୟ ବିଜ୍ଞାପନ ଉଦ୍ୟୋଗର ଆୟ ୧୬ ପ୍ରତିଶଥ ବଢ଼ି ୧୧୧୦ କୋଟି ଡଲାର(୮୮,୬୩୯ କୋଟି ଟଙ୍କା)ରେ ପହଞ୍ଚିବ। ବିଜ୍ଞାପନ ଉପରେ ଖର୍ଚ୍ଚକୁ ନେଇ ଏଷ୍ଟିମେଟ କରାଯାଇ ଜୁଲାଇ ୨୦୨୨ର ରିପୋର୍ଟରେ ଏଭଳି ଅନୁମାନ କରାଯାଇଛି। କରୋନା କଟକଣା ହଟିବା ପରେ ଟ୍ରାଭେଲ୍ ଓ ହୋଟେଲ ଶୀଳ୍ପ ପୁଣିଥରେ ବ୍ୟବସାୟ ଆରମ୍ଭ କରିଦେଲେଣି। ଏମାନେ ଏବେ ବିଜ୍ଞାପନରେ ଖର୍ଚ୍ଚ କରିବା ଆରମ୍ଭ କରିଦେଲେଣି। ଏହା ବାଦ୍ ନେଟ୍‌ଫ୍ଲିକ୍ସ, ହଟଷ୍ଟାର ଓ ଆମାଜନ ପ୍ରାଇମ୍ ଭଳି ଓଟିଟି ପ୍ଲାଟ୍‌ଫର୍ମରେ ଉପରେ ଟେକ୍ନିକାଲ ଏଜୁକେସନ, ଫିନଟକ, ଗେମିଙ୍ଗ ଓ କ୍ରିପ୍ଟୋ କରେନ୍ସି ଭଲି କମ୍ପାନୀଗୁଡ଼ିକ ଅଧିକ ବିଜ୍ଞାପନ ଦେଉଛନ୍ତି।

 

ଟିଭିକୁ ମିଳିଛି ସବୁଠାରୁ ଅଧିକ ବିଜ୍ଞାପନ

ରିପୋର୍ଟ ଅନୁସାରେ, ଚଳିତ ବର୍ଷର ଏପର୍ଯ୍ୟନ୍ତ ଯେତେକି ବିଜ୍ଞାପନ ଆସିଛି ସେଥିରେ ଡିଜିଟାଲ୍ କ୍ଷେତ୍ରରେ ଭାଗିଦାରୀ ୩୩.୪ ପ୍ରତିଶତ ରହିଥିବା ବେଳେ ଟିଭିର ୪୧.୮ ପ୍ରତିଶତ ରହିଛି। ଟିଭିରେ କଣ୍ଟେଣ୍ଟ ଓ IPL ଭଳି ସ୍ପୋର୍ଟସ ପ୍ରୋଗ୍ରାମରେ ବିଜ୍ଞାପନ ସଂଖ୍ୟା ବଢ଼ିଛି। ତେବେ ରିପୋର୍ଟରେ ଆଗକୁ ଡିଜିଟାଲ୍‌ରେ ଟିଭିଠାରୁ ଦୁଇଗୁଣା ବିଜ୍ଞାପନ ଖର୍ଚ୍ଚ ବଢ଼ିପାରେ ବୋଲି ଅନୁମାନ କରାଯାଇଛି। ତେବେ ସବୁଠାରୁ ମଜାଦାର କଥା ହେଲା ଚଳିଥ ବର୍ଷ ବିଜ୍ଞାପନ କ୍ଷେତ୍ରରେ ଆମେରିକାରେ ସବୁଠାରୁ ଅଧିକ ଖର୍ଚ୍ଚ କଲେ ବି ଭାରତରେ ଅଭିବୃଦ୍ଧି ଅଧିକ ହୋଇପାରେ ବୋଲି କୁହାଯାଉଛି। ଚଳିତ ବର୍ଷ ଆମେରିକା ବିଜ୍ଞାପନ ଉପରେ ସବୁଠାରୁ ଅଧିକ ଖର୍ଚ୍ଚ ୩୩ ହଜାର କୋଟି ଡଲାର (୨୬.୩୩ ଲକ୍ଷ କୋଟି) କରିପାରେ। ତେବେ ଭାରତର ବାର୍ଷିକ ଅଭିବୃଦ୍ଧିରେ ଆମେରିକା ଠାରୁ ଭଲ ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି।

 

ରିପୋର୍ଟ ଅନୁସାରେ, ବିଜ୍ଞାପନରେ ଭାରତର ବାର୍ଷିକ ଖର୍ଚ୍ଚ ୧୬ ପ୍ରତିଶତ ହାରରେ ବଢ଼ିପାରେ। ସେହିପରି ଆମେରିକାର ୧୨.୮ ପ୍ରତିଶତ, ବ୍ରାଜିଲ୍‌ର ୯ ପ୍ରତିଶତ ହିସାବରେ ବଢିବ। ଅଭିବୃଦ୍ଧିରେ ଏହି ଆକଳନ ଓଟିଟି, କନେକ୍ଟେଡ୍ ଟିଭି, ଅନ୍‌ଲାଇନ ଗେମିଂ, ଓ ଇ-କମର୍ଶକୁ ମିଶା କରାଯାଇଛି।

CATEGORIES
TAGS
Share This

COMMENTS

Wordpress (0)
Disqus (0 )