Tuesday 16th April 2024
‘ଅଫିସ୍ କିମ୍ବା ସିଫ୍ଟ ନୁହେଁ ,ଏବେ ଘରୁ ହିଁ ହେବ ସବୁକାମ’

‘ଅଫିସ୍ କିମ୍ବା ସିଫ୍ଟ ନୁହେଁ ,ଏବେ ଘରୁ ହିଁ ହେବ ସବୁକାମ’

୨୦୪୭ ପାଇଁ ଶ୍ରମ ମନ୍ତ୍ରାଳୟର ଭିଜନ୍ ପ୍ରସ୍ତୁତ

ଯଦି ଆପଣ ଘରୁ କାମ କରିବାକୁ ପସନ୍ଦ କରୁଛନ୍ତି ତାହାଲେ ଆଜିର ସୂଚନା ଆପଣଙ୍କ ପାଇଁ । ଘରୁ କାମ କରିବା ବା ଓାର୍କ ଫ୍ରମ ହୋମ୍ ଏହି ନାଁ ଟି ଆମ ପାଇଁ ବହୁତ ଜଣାଶୁଣା ହୋଇଗଲା । କାରଣ ଯେବେଠୁ କରୋନା ଆସିଲା ସେବେଠୁ ଏହି ନାଁ ବି ଆମ ମାନଙ୍କ ଗହଣକୁ ଆସିଲା । ଆମ ଭାରତରେ ପ୍ରାୟତଃ ପୂର୍ବରୁ କେହି କେବେ ଘରୁ କାମ କରିବାର କଥାକୁ ଏତେ ମାତ୍ରାରେ ଜାଣିନଥିଲେ । ହେଲେ ଏବେ ସମସ୍ତଙ୍କୁ ଦରକାର ଓାର୍କ ଫ୍ରମ୍ ହୋମ୍ । ସେଥିପାଇଁ ଏବେ କେନ୍ଦ୍ରସରକାର ଓାର୍କ ଫ୍ରମ୍ ହୋମ୍ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ଓାର୍କ ଫ୍ରମ୍ ହୋମ୍ ନମନୀୟ କାର୍ଯ୍ୟ ସ୍ଥାନ ଏବଂ ନମନୀୟ କାର୍ଯ୍ୟ ସମୟ ଭବିଷ୍ୟତର ଆବଶ୍ୟକତା ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।


ଆଜିର ସମୟରେ ଇଣ୍ଟରନେଟ୍ ହିଁ କାମ କରିବାର ଏକ ବଡ ମାଧ୍ୟମ । କିନ୍ତୁ ଅଫିସ୍ ଯିବା କି ନାହିଁ ଏହା ଉପରେ ଏବେ ବିଶେଷ ପ୍ରଶ୍ନବାଚୀ । କାରଣ ଅଧିକାଂଶ ବ୍ୟକ୍ତି ବିଶେଷଙ୍କୁ ବର୍ତ୍ତମାନ ଓାର୍କ ଫ୍ରମ୍ ହୋମ୍ କରିବାକୁ ଇଚ୍ଛା ହେଉଛି ବୋଲି କିଛି ରିପୋର୍ଟ ମାଧ୍ୟମରୁ ଜଣାପଡୁଛି । ହେଲେ ଏମିତି ବି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କୁ ଓାର୍କ ଫ୍ରମ୍ ହୋମ୍ ବିଲକୁଲ ବି ପସନ୍ଦ ନୁହେଁ । ହେଲେ ସରକାର ଏନେଇ କଣ କଣ ଚିନ୍ତା କରୁଛନ୍ତି ଆଉ ଆଗକୁ କଣ ଯୋଜନା ହେବ ତାହା ଉପରେ ନଜର ପକାନ୍ତୁ ।

 

କିନ୍ତୁ ପ୍ରକୃତରେ ଓାର୍କ ଫ୍ରମ ହୋମ୍ କାହିଁକି ଏତେ ଜରୁରୀ ?

ପ୍ରଧାନମନ୍ତ୍ରୀ କହିଛନ୍ତି-ପରବର୍ତ୍ତିତ ସମୟ ସହିତ ଚାକିରିର ପ୍ରକୃତି କିପରି ବଦଳୁଛି,ତାହା ଆମେ ଦେଖୁଛେ । ବିଶ୍ୱ ଏବେ ଦ୍ରୁତ ଗତିରେ ବଦଳୁଛି ଏବଂ ଏହାର ଫାଇଦା ନେବାକୁ ଆମକୁ ମଧ୍ୟ ସମାନ ବେଗରେ ପ୍ରସ୍ତୁତ ହେବାକୁ ପଡିବ । ମହିଳା ଶକ୍ତିର ଉପଯୁକ୍ତ ବ୍ୟବହାର କରିବା ପଡିବ । ସେ କହିଛନ୍ତି ଯେ ମହିଳାଙ୍କ ଶକ୍ତି ସଠିକ୍ ଭାବରେ ବ୍ୟବହାର କରି ୨୦୪୭ର ଆକାଂକ୍ଷା ଅନୁଯାୟୀ ଦେଶ ଏହାର ଲକ୍ଷ୍ୟ ହାସଲ କରିପାରିବେ । ଆମର ମହିଳା ଶ୍ରମିକମାନଙ୍କ ପାଇଁ ବିଶେଷ କରି ଅଭିବୃଦ୍ଧି ହାସଲକାରୀ କ୍ଷେତ୍ରଗୁଡିକରେ ଆମେ ଅଧିକ କଣ କରିପାରିବା ସେ ବିଷୟରେ ଚିନ୍ତା କରିବାକୁ ପଡିବ । ନମନୀୟ କାର୍ଯ୍ୟ ସମୟ ଗ୍ରହଣ କରି ଆମେ ମହିଳା ଶକ୍ତିର ଭଲ ଭାବେ ବ୍ୟବହାର କରିପାରିବା ।

 

ଦେଶରେ ଏହିଭଳି କିଛି ଶ୍ରମ ଆଇନ ଅଛି,ଯାହାକି ବ୍ରିଟିଶ ସମୟରୁ ପ୍ରଚଳିତ । ଗତ ଆଠ ବର୍ଷ ମଧ୍ୟରେ ଆମେ ଦେଶରେ ଦାସତ୍ୱ ଯୁଗର ନିୟମ ଓ ଦାସତ୍ୱ ମାନସିକତାକୁ ରଦ୍ଧ କରିବାକୁ ପଦକ୍ଷେପ ନେଇଛୁ । ଦେଶ ବର୍ତ୍ତମାନ ଏପରି ଶ୍ରମ ଆଇନକୁ ପରିବର୍ତ୍ତନ କରୁଛି । ଏହି ଚିନ୍ତାଧାରା ସହ ୨୯ ଶ୍ରମ ନିୟମକୁ ୪ଟି ସରଳ ଶ୍ରମ ସଂହିତାରେ ପରିବର୍ତ୍ତନ କରାଯାଇଛି । ଆଜି ବିଶ୍ୱ ଡିଜିଟାଲ ଯୁଗରେ ପ୍ରବେଶ କରୁଛି,ସମଗ୍ର ବିଶ୍ୱ ପରିବେଶ ଦ୍ରୁତ ଗତିରେ ବଦଳୁଛି । ତେବେ ଅନଲାଇନ୍ ସପିଂ ଠୁ ଆରମ୍ଭ କରି ଅନଲାଇନ୍ ଖାଦ୍ୟ ପର୍ଯ୍ୟନ୍ତ ସବୁକିଛି ଡିଜିଟାଲ୍ ହେଲାଣି । ତେଣୁକରି କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ମଧ୍ୟ ଅମୃତକାଳରେ ୨୦୪୭ ବର୍ଷ ପାଇଁ ଏହାର ଦୃଷ୍ଟିକୋଣ ପ୍ରସ୍ତୁତ କରୁଛି । ଭବିଷ୍ୟତର ଆବଶ୍ୟକତା-ଓାର୍କ ଫ୍ରମ୍ ହୋମ୍ । ତେଣୁ ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଦେଶର ସମସ୍ତ ରାଜ୍ୟ ଏହି ସୁଯୋଗଗୁଡିକର ଲାଭ ଉଠାଇବା ପାଇଁ ଆମକୁ ଉଦ୍ୟମ ବଢାଇବାକୁ ପଡିବ,ପରସ୍ପରଠାରୁ ଶିଖିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )