Thursday 18th April 2024

୨୭ ଅଗଷ୍ଟର ଇତିହାସ ଜାଣନ୍ତୁ

ଇତିହାସର କାନ୍ଥରେ ପ୍ରତ୍ୟେକ ଦିନର ମହତ୍ୱ ରହିଛି । ଇତିହାସ ଆମକୁ ଶିଖାଏ କଣ ଥିଲା ଆମ ଅତୀତ ଓ ଆଜି ସେଇ ଇତିହାସ ପାଇଁ ଆମେ କେଉଁଠି ଅଛେ । ତାସହ କିଛି ଜଣାଅଜଣା ବ୍ୟକ୍ତି ବିଶେଷଙ୍କର ଜନ୍ମଦିନ ମଧ୍ୟ ଥାଏ । ତେଣୁକରି ଇତିହାସର ପୃଷ୍ଠା ଓଲଟାଇ ପ୍ରତ୍ୟେକ ଦିନର କଣ ଖାସ୍ ମହତ୍ୱ ରହିଛି ସେ ବିଷୟରେ ଜାଣିବା ଜରୁରୀ । ଆଜି ହେଉଛି ୨୭ ଅଗଷ୍ଟ । ନିଶ୍ଚିତ ରୂପେ ସାରା ବିଶ୍ୱରେ ଆଜିର ଦିନରେ ଅନେକ କାହାଣୀ ଘଟିଥିବ । ସେଥିରୁ କିଛିଟା ଘଟଣା ଉପରେ ଆମେ ନଜର ପକାଇବା ।

-୧୮୫୯ ଆଜିର ଦିନରେ ଦୋରବଜୀ ଜାମଶେଦ୍ ଟାଟାଙ୍କର ଜନ୍ମ ହୋଇଥିଲା ।
-୧୮୭୬ ଆଜିର ଦିନରେ ମେଜର୍ ଜି ଅଲ୍ଲୀ ରାମ୍ ଯିଏକି ପ୍ରଥମ ମହିଳା ଆର୍ମି ଜେନେରାଲ୍
-୧୯୫୦ ଆଜିର ଦିନରେ ସବ୍ୟସାଚୀ ମହାପାତ୍ରଙ୍କ ଜନ୍ମ । ଯିଏକି ଜଣେ ଓଡିଆ ଚଳଚିତ୍ର ନିର୍ମାତା,ଲେଖକ,ଏବଂ ପ୍ରଯୋଜକ ।
-୧୭୮୧ରେ ଆଜିର ଦିନରେ ହାଇଦର ଅଲ୍ଲୀ ବ୍ରିଟିଶ ଶାସନ ବିରୋଧରେ ପଲ୍ଲୀଲୋରରେ ଯୁଦ୍ଧ ଲଢିଥିଲେ ।
-୧୯୩୯ ରେ ଆଜିର ଦିନରେ ଜେଟ୍ ଇଂଜିନଯୁକ୍ତ ବିଶ୍ୱର ପ୍ରଥମ ବିମାନ ଜର୍ମାନୀରୁ ଉଡାଣ ଆରମ୍ଭ କରିଥିଲା ।
-୧୯୫୦ରେ ଆଜିର ଦିନରେ ଟେଲିଭିଜିନ ଇତିହାସରେ ପ୍ରଥମଥର ପାଇଁ ବିବିସି ସିଧାପ୍ରସାରଣ ଆରମ୍ଭ କରିଥିଲା ।
-୧୯୬୨ରେ ଆଜିର ଦିନରେ ନାସା ମେରିନ୍‌-୨ ସ୍ପେଶ୍ ମିଶନ ଲଂଚ କଲା ।
-୧୯୯୦ ଆଜିର ଦିନରେ ଇରାକୀ ଦୂତାବାସର ୫୫ ଜଣରୁ ୩୬ କର୍ମଚାରୀଙ୍କୁ ବହିଷ୍କାର କରିଦେଇଥିଲା ।
-୧୯୯୯ ଆଜିର ଦିନରେ ସୋନାଲି ବାନର୍ଜୀ ଭାରତର ପ୍ରଥମ ମହିଳା ମେରାଇନ୍ ଇଂଜିନିୟର ହେଲେ ।
-୨୦୦୩ ଆଜିର ଦିନରେ ଦୀର୍ଘ ୬୦ ହଜାର ବର୍ଷ ପରେ ମଙ୍ଗଳ ଗ୍ରହ ପୃଥିବୀର ଅତି ନିକଟତର ହୋଇଥିଲା ।

ଆପଣଙ୍କୁ ଆଜିର ଇତିହାସର କଥା ଯଦି ଠିକ୍ ଲାଗିଲା ତାହାଲେ ନିଶ୍ଚୟ ଏହାକୁ ସେୟାର କରିବେ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )