Friday 26th April 2024
ଶୀଘ୍ର ଚାକିରୀ କରିବା ପାଇଁ ପଢନ୍ତୁ ଏହି ପାଠ,ପାଇବେ ଅଧିକ ସୁଯୋଗ..

ଶୀଘ୍ର ଚାକିରୀ କରିବା ପାଇଁ ପଢନ୍ତୁ ଏହି ପାଠ,ପାଇବେ ଅଧିକ ସୁଯୋଗ..

କରୋନା ମହାମାରୀ ଆମ ସମାଜକୁ ବହୁତ ମାତ୍ରାରେ ପରିବର୍ତ୍ତନ କରିଛି । ଏହି ମହାମାରୀ ପାଇଁ କିଛି ଲୋକେ ନିଜ ରୋଜଗାର ହରାଇଛନ୍ତି ତ ପୁଣି କିଛି ନିଜର ପେସା ବଦଳାଇ ଦେଇଛନ୍ତି । ମୋଟାମୋଟି ଭାବେ ଚାକିରୀର ସଂଖ୍ୟା ହ୍ରାସ ପାଇଛି । ଏହି ଚାକିରୀ ସଂଖ୍ୟା ହ୍ରାସ ପାଇବାର ସୂଚନା ଦ ସେଣ୍ଟର ଫର୍ ମନିଟରିଙ୍ଗ ଇକୋନୋମି ଦ୍ୱାରା ପ୍ରକାଶ ମଧ୍ୟ ହୋଇଛି । ସେମାନଙ୍କ ସୂଚନା ମୁତାବିକ ମୋଟ ୭.୩ ପ୍ରତିଶତ ବେରୋଜଗାର ସଂଖ୍ୟା ଆମ ଦେଶରେ ରହିଛି । ତାହାଲେ ଏହାକୁ ଦୂର କେମିତି କରାଯାଇପାରିବ ?

 

ସମସ୍ତେ ପାଠପଢି ସରକାରୀ ଚାକିରୀ କରିବାର ଆଶାରେ ରହିଥାନ୍ତି । କିନ୍ତୁ ଏ ଦେଶ କେବଳ ସରକାରୀ ଚାକିରୀଆଙ୍କ କାନ୍ଧରେ ଚାଲୁନାହିଁ । ତାହା ମଧ୍ୟ ଧ୍ୟାନରେ ରଖିବା ଉଚିତ୍ । ଦେଶ ପାଇଁ ସବୁ ବର୍ଗର ଲୋକ ନିଜର କାମ କରି ସଫଳତା ଆଣୁଛନ୍ତି । ତେଣୁକରି ବର୍ତମାନ ସମୟରେ ଆମେ ନିଜ ଦେଶକୁ କେଉଁ ଦିଗରେ ଯିବାର ଦେଖିବାକୁ ଚାହୁଁଛୁ ତାହା ଉପରେ ନଜର ପକାଇବା ଉଚିତ୍ । ଯୁଗ ତ ବଦଳୁଛି,ତେଣୁକରି ଆମକୁ ଯୁଗ ସହ ଓ ସମୟ ସହ ତାଳ ଦେଇ ଆଗକୁ ବଢିବାକୁ ପଡିବ । ଯେମିତିକି ଆପଣମାନେ ଦେଖୁଛନ୍ତି ଆଜିକାଲିର ସମୟ ଡିଜିଟାଲାଇଜେସନର ଯୁଗ । ଏଯୁଗରେ ସବୁକିଛି ଡିଜିଟାଲୀ ଆଗକୁ ବଢୁଛି । ତେଣୁ ବେରୋଜଗାରୀ ର ଖାଲରୁ ବାହାରିବା ପାଇଁ ଏବଂ ଚାକିରୀର ନୂଆ ଡରିକା ଆପଣାଇବା ପାଇଁ ଏହାଠୁ ବଡ ସୁଯୋଗ ଆଉ କଣ ହେଇପାରେ ।

 

ଆଜିକାଲି ସବୁ କଂମ୍ପାନୀକୁ ଦରକାର ଡିଜିଟାଲ ଏକ୍ସପୋର୍ଟ । ତେଣୁକରି ଡିଜିଟାଲ ମାର୍କେଟିଙ୍ଗରେ ଜ୍ଞାନ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମିଳୁଛି ଭରପୁର ଫାଇଦା । ମାର୍କେଟରେ ଏହି ଦକ୍ଷତାର ଡିମାଣ୍ଡ ବର୍ତ୍ତମାନ ଭରପୁର ମାତ୍ରାରେ ରହିଛି । ସେଥିପାଇଁ ଅନେକ ସଂସ୍ଥାନ ଡିଜିଟାଲ ମାର୍କେଟିଙ୍ଗର କୋର୍ସ ମଧ୍ୟ ଶିଖାଉଛନ୍ତି । ଯେଉଁ କୋର୍ସ ବିଷୟରେ ହୁଏତ କିଛି ବର୍ଷ ପୂର୍ବରୁ କାହା ପାଖରେ ଧାରଣା ନଥିଲା,ଆଜି ତାହା ସବୁଠୁ ଅଧିକ ମାତ୍ରାରେ ପ୍ରଚଳିତ ହେଲାଣି ।ଆପଣ ଆଜି ଅନେକ ଗୁଡିଏ ଚାକିରୀ ଖୋଜିବାର ଆପ୍ ବିଷୟରେ ଜାଣିଛନ୍ତି । ତାହା ଭିତରେ ଯଦି ଆମେ ଲିଙ୍କଡ୍ ଇନ୍ ର କଥା କହିବା ତାହାଲେ ସେଥିରେ ମଧ୍ୟ ଡିଜିଟାଲ ମାର୍କେଟିଙ୍ଗର ପଦବୀ ସବୁଠୁ ଅଧିକ ଚର୍ଚ୍ଚିତ ଚାକିରୀ ଭିତରେ ଆସୁଛି । ଆଉ ଏହି ପଦବୀ ଗୁଡିକର ଡିମାଣ୍ଡ ପ୍ରତିବର୍ଷ ୨୫ରୁ ୩୦ ପ୍ରତିଶତ ବୃଦ୍ଧି ହେବାକୁ ଲାଗୁଛି । ଏକ ରିପୋର୍ଟ ଅନୁସାରେ ୨୦୨୫ ବେଳକୁ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ୯୫କୋଟିରୁ ଅଧିକ ହେଇଯିବ । ତେଣୁ ଯେତେ ଅଧିକ ୟୁଜରର୍ସ ବଢିବେ ଡିଜିଟାଲ ମାର୍କେଟିଙ୍ଗର ମୂଲ୍ୟ ସେତେ ବଢିବାକୁ ଲାଗିବ ।

 

ତେଣୁ କ୍ୟାରିୟର ଚୟନ କରିବା ବେଳେ କେବେ ବି ଭାବନ୍ତୁନାହିଁ ଯେ ଆପଣଙ୍କ ପାଖରେ ରାସ୍ତା ନାହିଁ । ବହୁତ ପ୍ରକାରର ଉପାୟ ଅଛି ନିଜ କ୍ୟାରିୟର ଗଢିବା ପାଇଁ ତେଣୁ ସୁଯୋଗକୁ ଅପେକ୍ଷା କରିବା ଛାଡନ୍ତୁ । ନିଜ ରାସ୍ତା ନିଜେ ତିଆରି କରନ୍ତୁ । ଆଉ ନିଜ ପାଠପଢାକୁ କେମିତି କାମରେ ଲଗାଇପାରିବେ ସେଥିପାଇଁ ଡିଜିଟାଲ ମାର୍କେଟିଙ୍ଗର କୋର୍ସ ନିଶ୍ଚୟ ନିଅନ୍ତୁ । ଯଦି ଆପଣଙ୍କୁ ଆଈଟି,ଟେକନୋଲୋଜୀ ଆଦି କ୍ଷେତ୍ରରେ ସଫଳତା ପାଇବାର ଅଛି ତେବେ ଡିଜିଟାଲୀ ହିଁ ଆପଣ ଆଗକୁ ବଢିପାରିବେ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )