Thursday 28th March 2024
ସର୍ଵ ପ୍ରଥମେ କାହିଁକି ହୁଏ ଶ୍ରୀ ଗଣେଶଙ୍କ ପୂଜା ? ଜାଣନ୍ତୁ…

ସର୍ଵ ପ୍ରଥମେ କାହିଁକି ହୁଏ ଶ୍ରୀ ଗଣେଶଙ୍କ ପୂଜା ? ଜାଣନ୍ତୁ…

ହିନ୍ଦୁଧର୍ମୀମାନେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଗଣେଶଙ୍କ ପୂଜା ଆବଶ୍ୟକ ମାନନ୍ତି । ଓଡ଼ିଆମାନେ ଗଣେଶ ଚତୁର୍ଥୀ ଓ ବସନ୍ତ ପଞ୍ଚମୀ ତିଥିକୁ ଛୋଟ ପିଲାଙ୍କ ଵିଦ୍ୟାରମ୍ଭ ପାଇଁ ଏକ ଶୁଭ ବେଳା ବୋଲି ବିଶ୍ୱାସ କରନ୍ତି । ଓଡ଼ିଆଙ୍କ ଵିଦ୍ୟାରମ୍ଭ, ପାରମ୍ପରିକ ଭାବେ ଵିଧିଵିଧାନ ଅନୁଯାୟୀ ଅନୁଷ୍ଠିତ ହୁଏ । ଶିଶୁର ବୋଧ ଆସିବା ପରେ ଏପରି ଏକ ପବିତ୍ର ଦିନରେ ପିଲାଙ୍କୁ ନିଜ ଜୀବନରେ ଶିକ୍ଷାର ମହତ୍ତ୍ୱ ବୁଝାଯାଏ । ଏହି ଦିନ ପିଲାମାନେ ଖଡ଼ି ଧରି ଅକ୍ଷର ଲେଖା ଶିଖିବା ଆରମ୍ଭ କରିଥାନ୍ତି ।

 

ଗଣେଶ ବିଘ୍ନହର୍ତ୍ତା ତଥା ଋଦ୍ଧି ଓ ସିଦ୍ଧିଙ୍କ ସ୍ୱାମୀ ଅଟନ୍ତି । ଗଣେଶଙ୍କ ସ୍ମରଣରେ, ଧ୍ୟାନ, ଜପ ଓ ଆରାଧନାରେ କାମନାର ପୂର୍ତ୍ତି ହୋଇଥାଏ ଓ ବିଘ୍ନର ବିନାଶ ହୋଇଥାଏ । ସେ ଅତି ଶୀଘ୍ର ପ୍ରସନ୍ନ ହେବା ଵାଲା ବୁଦ୍ଧି ଅଧିଷ୍ଠାତା ଦେଵତା ଅଟନ୍ତି । ଗଣେଶର ଅର୍ଥ ଗଣଙ୍କ ଈଶ ଅର୍ଥାତ ଗଣଙ୍କ ସ୍ୱାମୀ । କୌଣସି ପୂଜା ଆରାଧନା ବା ଆନୁଷ୍ଠାନିକ କାର୍ଯ୍ୟରେ ଯେପରି ବିଘ୍ନ ନଉପୁଜେ, ସେଥିପାଇଁ ସର୍ବପ୍ରଥମେ ଗଣେଶଙ୍କ ପୂଜା କରି ତାଙ୍କ କୃପା ପ୍ରାପ୍ତ କରିବାକୁ ହୁଏ ।

 

ପ୍ରତ୍ୟେକ ଶୁଭ କାର୍ଯ୍ୟ ପୂର୍ବରୁ ‘ ଓଁ ଗଣେଶାୟ ନମଃ’ ଉଚ୍ଚାରଣ କରି ଏହି ମନ୍ତ୍ର ପଠନ କରାଯାଏ ।

|| ଵକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭଃ ନିର୍ବିଘ୍ନଂ କୁରୁମେ ଦେଵ ସର୍ଵ କାର୍ଯ୍ୟେସୁ ସର୍ଵଦା । ||
ଅର୍ଥାତ ବିଶାଳ ଆକାର ବକ୍ର ଶୁଣ୍ଢ ଥାଇ କୋଟି ସୂର୍ଯ୍ୟ ସମାନ ଦେଵ ସମସ୍ତ କାର୍ଯ୍ୟରୁ ବିଘ୍ନ ଦୁରୀଭୂତ କରି କାର୍ଯ୍ୟ ସମ୍ପନ୍ନ (ପୂର୍ଣ୍ଣ) କରନ୍ତୁ ।

ଅନ୍ୟ ଏକ ମନ୍ତ୍ରରେ କୁହାଯାଇଛି:

|| ନିସୁସିଦ ଗଣପତେ ଗଣେଶ ତ୍ଵାମାହୁ ବିପ୍ରତ୍ମଃ କବିନାମ ।
ନ ରିତେ ତ୍ୱତ୍ତ କ୍ରିୟତେ କି ଚନାରେ ମହାମକ ମଘଵାକ ମଘଵାଚିତ୍ରମର୍ଚ୍ଚ । ||

ଅର୍ଥାତ ହେ ଗଣପତି, ଆପଣ ଦେଵ ଆଦି ସମୂହରେ ବିରାଜମାନ କରନ୍ତୁ କାରଣ ସମସ୍ତ ବୁଦ୍ଧିମାନଙ୍କ ମଧ୍ୟରେ ଆପଣ ଶ୍ରେଷ୍ଠ ଅଟନ୍ତି । ଆପଣଙ୍କ ସମୀପ ବା ଦୂର କୌଣସି କାର୍ଯ୍ୟ ହୁଏନା । ହେ ପୂଜ୍ୟ ଆଦରଣୀୟ ଗଣପତି, ଆମର ସତକାର୍ଯ୍ୟର ନିର୍ବିଘ୍ନ ପୂର୍ଣ୍ଣ କରିବାର କୃପା କରନ୍ତୁ । ଗଣେଶ ବିଦ୍ୟାର ଦେବତା ଅଟନ୍ତି । ସାଧନାରେ ଉତ୍ତରୀୟ ଦୂରଦର୍ଶିତା ଆସିଯାଏ, ଉଚିତ ଅନୁଚିତ, କର୍ତ୍ତବ୍ୟ ଅକର୍ତ୍ତବ୍ୟର ପରିଚୟ ମିଳିଯାଏ ଏଣୁ ପ୍ରତ୍ୟେକ ଶୁଭ କାର୍ଯ୍ୟରେ ଗଣେଶଙ୍କ ପୂଜା ବିଧାନ କରାଯିବା କୁହାଯାଇଛି ।

ଶିବ ପୁରାଣରୁ…

ସୃଷ୍ଟି ଆରମ୍ଭରେ ପ୍ରଶ୍ନ ଉଠିଲା ଯେ ପ୍ରଥମ ପୂଜ୍ୟ କାହାକୁ ମାନ୍ୟ କରାଯିବ । ଏହି ପ୍ରଶ୍ନ ନେଇ ଦେଵଗଣ ଶିଵଙ୍କ ନିକଟକୁ ଗଲେ । ଶିଵ କହିଲେ ଯିଏ ପୃଥିବୀର ପରିକ୍ରମା ପ୍ରଥମେ କରି ଆସିବ ସେ ଅଗ୍ରପୂଜ୍ୟ ଚୟନ ହେବ । ଏହା ଶୁଣିବା କ୍ଷଣି ସର୍ଵ ଦେଵଦେଵୀ ନିଜ ନିଜ ବାହାନରେ ସବାର ହୋଇ ପୃଥିବୀ ପରିକ୍ରମଣ ପାଇଁ ବାହାରିପଡ଼ିଲେ । ଗଣେଶଙ୍କ ବାହାନ ମୂଷା କ୍ଷୁଦ୍ର ଅଟେ ଆଉ ତାଙ୍କ ଶରୀର ସ୍ଥୂଳ ଅଟେ । ଏମିତି ଗଣେଶ କିପରି ପୃଥିବୀକୁ ପରିକ୍ରମଣ କରିବେ ! ଗଣେଶ ନିଜ ବୁଦ୍ଧି ଚାତୁର୍ଯ୍ୟ ପ୍ରୟୋଗ କରି ପିତା ଶିଵ ଓ ମାତା ପାର୍ଵତିଙ୍କ ଚାରିପଟେ ତିନିଥର ଘୁରି ଆସିଲେ । ମାତା ପିତାଙ୍କ ତିନି ଥର ପରିକ୍ରମଣ କରି ତିନିଲୋକ ପରିକ୍ରମଣର ପୂଣ୍ୟ ଲଭିଲେ । ଗଣେଶଙ୍କ ବୁଦ୍ଧିରେ ଶିଵ ସନ୍ତୁଷ୍ଟ ହୋଇ ଗଣେଶଙ୍କୁ ଅଗ୍ରପୂଜ୍ୟ ଘୋଷଣା କରିଥିଲେ ।

 

ଏକଦା ଦେଵତାମାନେ ଗୋମତୀ ନଦୀ ତଟରେ ଏକ ଯଜ୍ଞ ଆୟୋଜନ କଲେ । ଏଥିରେ ବିଘ୍ନ ଦେଖାଦେଲା । ଯଜ୍ଞ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ । ଉଦାସ ହୋଇ ଦେଵଗଣ ବ୍ରହ୍ମା ଓ ବିଷ୍ଣୁଙ୍କ ଶରଣାପନ୍ନ ହେଲେ । ଚତୁରାନନ ବ୍ରହ୍ମା ଏହି ଯଜ୍ଞରେ ଗଣେଶଙ୍କ ଆବାହନ ଓ ତାଙ୍କୁ ପ୍ରସନ୍ନ କରିବା ପାଇଁ ପରାମର୍ଶ ଦେଲେ । ଏହିପରି ଗଣେଶଙ୍କ କୃପାରୁ ଯଜ୍ଞ ନିର୍ବିଘ୍ନରେ ସଂପୂର୍ଣ୍ଣ ହୋଇପାରିଥିଲା ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )