Tuesday 23rd April 2024
ପୋମୋଡୋରୋ ଟେକ୍ନିକ୍ କଣ ? ଏଥି ରେ ରହିଛି ସଫଳ ହେବାର ସିକ୍ରେଟ୍ !

ପୋମୋଡୋରୋ ଟେକ୍ନିକ୍ କଣ ? ଏଥି ରେ ରହିଛି ସଫଳ ହେବାର ସିକ୍ରେଟ୍ !

ଜୀବନରେ ସଫଳ ହେବା ପାଇଁ କେତେ ଲୋକ ଚେଷ୍ଟା କରୁଛନ୍ତି । କିଏ ସର୍ଟକଟ ପାଇଁ ଚେଷ୍ଟା କରୁଛି , ତପୁଣି କିଏ ବିଭିନ୍ନ ପ୍ରକାର ର ଉପାୟ ପ୍ରୟୋଗ କରୁଛି । ବିଭିନ୍ନ ପ୍ରକାର ର ଉପାୟ ପ୍ରୟୋଗ କରି ମଧ୍ୟ ଆଜି ଅନେକ ଲୋକ ବିଫଳତା ର ସ୍ୱାଦ ବାରମ୍ୱାର ଚାଖୁଛନ୍ତି । ତେବେ ସଫଳ ହେବା ପାଇଁ ବିଭିନ୍ନ ପ୍ରକାର ର ଉପାୟ ଅଛି । କିନ୍ତୁ ସେହି ଉପାୟ ଗୁଡିକ ଅନେକ ଲୋକ ନିଜ ଜୀବନରେ ପ୍ରୟୋଗ କରିପାରନ୍ତି ନାହିଁ । କିଛି ଉପାୟ କଠିନ ଥାଏ ଏବଂ କିଛି ଉପାୟ ସରଳ । ବିଭିନ୍ନ ଉପାୟ ମଧ୍ୟରେ ଅନେକ ବ୍ୟକ୍ତି ଦ୍ୱନ୍ଦରେ ପଡିଯାଆନ୍ତି । କାରଣ ବିଭିନ୍ନ ବ୍ୟକ୍ତିଙ୍କର ଲକ୍ଷ୍ୟ ଏବଂ ଲକ୍ଷ୍ୟ ସ୍ଥଳ ଅଲଗା ଅଲଗା ଥାଏ । କେଉଁ ଉପାୟଟି କେତେ ଶୀଘ୍ର ରେଜଲ୍ଟ ଦେବ ତାକୁ ସେମାନେ ପ୍ରୟୋଗ କରିବା ପାଇଁ ଚାହାନ୍ତି । କିଛି ଲୋକଙ୍କ ପାଖରେ ଧର୍ଯ୍ୟର ଅଭାବ ଏବଂ କିଛି ଲୋକଙ୍କ ପାଖରେ ସମୟର ଅଭାବ ଏହାର ମୁଖ୍ୟ କାରଣ । ତେଣୁ କଣ କରିବେ ଏବଂ କିପରି କରିବେ , ସେଥିପାଇଁ ଅନେକ ଆଜି ଦ୍ୱନ୍ଦ ମଧ୍ୟରେ ନିଜ ଜୀବନକୁ ଅତିବାହିତ କରୁଛନ୍ତି । 

ଅନେକ ଲୋକ ପୋମୋଡୋରୋ ଟେକ୍ନିକ୍ ବିଷୟରେ ଜାଣି ନାହାନ୍ତି । ଆଉ କିଛି ଲୋକ ଏହି ଶବ୍ଦଟି ଜୀବନରେ ପ୍ରଥମ ଥର ଶୁଣୁଛନ୍ତି । ତେବେ କଣ ଏହି ପୋମୋଡୋରୋ ଟେକ୍ନିକ୍ ? ଏହାକୁ କିଭଳି ପ୍ରୟୋଗ କରାଯାଏ ? ଏହି ଟେକ୍ନିକ୍ କୁ ପ୍ରୟୋଗ କଲେ କଣ ଲାଭ ମିଳେ ? ଏହି ଟେକ୍ନିକ୍ ଟି କାହିଁକି ଏତେ ଫେମସ୍ ? ଏହି ସବୁ ବିଷୟରେ ଜାଣିବା ପାଇଁ ଆପଣଙ୍କୁ ଏହି ଆର୍ଟିକିଲ୍ ଟିକୁ ଶେଷଯାଏ ପଢିବାକୁ ପଡିବ ।

 

୧) ପୋମୋଡୋରୋ ଟେକ୍ନିକ୍ କଣ ?

ପୋମୋଡୋରୋ ଟେକ୍ନିକ୍ ୧୯୮୦ ଦଶକର ଶେଷ ଭାଗରେ ଲୋକ ଲୋଚନକୁ ଆସିଥିଲା । ଏହା ଜଣେ ବିଶ୍ୱବିଦ୍ୟାଳୟର ଛାତ୍ର ଫ୍ରାନ୍ସିସ୍କୋ ସିରିଲୋ ଦ୍ୱାରା ବିକଶିତ ହୋଇଥିଲା । ସିରିଲୋ ତାଙ୍କ ଅଧ୍ୟୟନ ଏବଂ ସମ୍ପୂର୍ଣ୍ଣ କାର୍ଯ୍ୟ ଉପରେ ଧ୍ୟାନ ଦେବା ପାଇଁ ସଂଘର୍ଷ କରୁଥିଲେ । କିନ୍ତୁ କୌଣସି ପ୍ରକାର ର ସମାଧାନ ପାଉନଥିଲେ । ଅତ୍ୟଧିକ ମାତ୍ରାରେ ଚାପ ଅନୁଭବ କରି ସେ ଚିନ୍ତାରେ ରହୁଥିଲେ । ଏହା ପରେ ସେ ନିଜକୁ ୧୦ ମିନିଟର ଧ୍ୟାନ ଦେଇ ଅଧ୍ୟୟନ କରିବା ପାଇଁ ପ୍ରତିଜ୍ଞା କରିଥିଲେ । ଏହା ତାଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ଥିଲା । କାରଣ ତାଙ୍କ ମନ କେବେବି ସ୍ଥିର ରହୁନଥିଲା । ସେହି ସମୟରେ ସେ ଏକ ବିଲାତି ବା ଟମାଟୋ ଆକାର ର ଟାଇମର ପାଇଥିଲେ । ଯାହାକି ରୋଷେଇ ଘରେ ବ୍ୟବହାର ହୋଇଥାଏ । ଇଟାଲୀରେ ବିଲାତିକୁ  ପୋମୋଡୋରୋ କୁହାଯାଏ । ଏହା ପରେ ସେ ଚ୍ୟାଲେଞ୍ଜ ଦ୍ୱାରା ଉତ୍ସାହିତ ହୋଇ ଟମାଟୋ ଆକୃତିର ରୋଷେଇ ଘରର ଟାଇମର୍ କୁ ବ୍ୟବହାର କରିବାକୁ ଲାଗିଲେ । କୌତୁହଳ ବସତ ଏହା ପରେ ତାଙ୍କର ଧ୍ୟାନ କେନ୍ଦ୍ରୀଭୂତ ହେବାକୁ ଲାଗିଲା । ଅଧିକରୁ ଅଧିକ ପଢିବାକୁ ଲାଗିଲେ ସେ । ଏହା ପରେ ପୋମୋଡୋରୋ କୌଶଳ ବା ପୋମୋଡୋରୋ ଟେକ୍ନିକ୍ ର ଜନ୍ମ ହୋଇଥିଲା । 

୨) ପୋମୋଡୋରୋ ଟେକ୍ନିକ୍ ରେ କଣ କରିବାକୁ ହୁଏ ?

 

୧) ଗୋଟିଏ ଟାସ୍କ ବା କାମ ଆପଣଙ୍କୁ ଫିକ୍ସ କରିବାକୁ ପଡିବ ।

 

୨) ଆପଣଙ୍କୁ ୨୫ ମିନିଟ୍ ର ଟାଇମର୍ ସେଟ୍ କରିବାକୁ ପଡିବ । ଟାଇମର୍ ବାଜିବା ପର୍ଯ୍ୟନ୍ତ ଗୋଟିଏ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ । 

 

୩) ଯେତେବେଳେ ତୁମର ସେସନ୍ ବା ଟାଇମର୍ ସମାପ୍ତ ହେବ , ସେତେବେଳେ ଗୋଟିଏ ପୋମୋଡୋରୋକୁ ଚିହ୍ନିତ କରନ୍ତୁ । ଆପଣ  ଯାହା ସମାପ୍ତ କଲେ ତାହା ରେକର୍ଡ କରନ୍ତୁ ।

 

୪) ୫ ମିନିଟ୍ ର ବ୍ରେକ୍ ନିୟନ୍ତୁ । ସେହି ପାଞ୍ଚ ମିନିଟର ବିରତି ଉପଭୋଗ କରନ୍ତୁ । 

 

୫) ଚାରୋଟି ପୋମୋଡୋରୋ ପରେ, ଏକ ଦୀର୍ଘ ସମୟ ଅବଧିର ବ୍ରେକ୍ ନିୟନ୍ତୁ । ସେହି ବ୍ରେକ୍ ସମୟ ୧୫ ରୁ ୩୦ ମିନିଟ୍ ମଧ୍ୟରେ ରହିବା ଦରକାର ।

 

୩) ପୋମୋଡୋରୋ କାହିଁକି ଏତେ ପ୍ରଭାବଶାଳୀ ଅଟେ ?

ବିଲାତି ଏକ ଆକର୍ଷଣୀୟ ପରିବା । ଏହା ଦେଖିବାକୁ ଠିକ୍ ଷ୍ଟପ ଓ୍ୱାଚ୍ ପରି । ନାଲି ରଙ୍ଗ ସହ ଏହାର ଗୋଲ ଆକୃତି ପୁରାପୁରୀ ଘଣ୍ଟା ପରି । ସମୟର ୟୁନିଟ୍ ପାଇଁ ଟମାଟୋକୁ ଷ୍ଟାଣ୍ଡ-ଇନ୍ ଭାବରେ ବ୍ୟବହାର କରିବା ପୋମୋଡୋରୋ ଟେକ୍ନିକ୍ ର ଗମ୍ଭୀରତାକୁ ବୁଝାଇଥାଏ । ପୋମୋଡୋରୋ ଟେକ୍ନିକ୍ ଆପଣଙ୍କୁ ଏକ ପ୍ରକାର ର ପ୍ରେରଣା ଦେଇଥାଏ । ବିଲାତି ଆପଣଙ୍କୁ ଜଗିଲା ପରିଥାଏ । ଆପଣ ଏହି ଟେକ୍ନିକ୍ ମଧ୍ୟରେ ବ୍ରେକ୍ ପାଇବେ । ଯାହାକି ଆପଣଙ୍କ ମସ୍ତିଷ୍କକୁ ଦେବ ଏକ ଥଣ୍ଡା ଅନୁଭୂତି । ଏହି ଟେକ୍ନିକ୍ ଅନେକଙ୍କୁ ଚାପମୁକ୍ତ କରାଇଥାଏ । ସ୍ୱୀକାର କରିବାକୁ ପଡିବ ଯେ ଏହା ଲୋକମାନଙ୍କୁ କାର୍ଯ୍ୟ ସମାପ୍ତ କରିବାରେ ସାହାଯ୍ୟ କରେ । ଉତ୍ପାଦନ ବା ପ୍ରଡକ୍ଟିଭିଟି ବୃଦ୍ଧି ପାଇଁ ଏହି ପଦ୍ଧତିକୁ ସ୍ୱତନ୍ତ୍ର ଭାବରେ ପ୍ରୟୋଗ କରିହୁଏ ।

 

୪) ପୋମୋଡୋରୋ ଟେକ୍ନିକ୍ ପରି ମୋବାଇଲ୍ ଆପ୍ଲିକେସନ୍ –

ବର୍ତ୍ତମାନ ସମୟରେ ବିଲାତିକୁ ଅନେକ ବ୍ୟବହାର କରୁନାହାନ୍ତି । ଏଥି ପାଇଁ ମୋବାଇଲ୍ ଆପ୍ଲିକେସନ୍ କୁ ବ୍ୟବହାର କରୁଛନ୍ତି ।ପୋମୋଡୋରୋ ଟେକ୍ନିକ୍ ଏମିତି ଏକ ଟେକ୍ନିକ୍ ଯାହାକି ଆପଣଙ୍କୁ ଦିଏ ବ୍ରେକ୍ । ଏହି ଟେକ୍ନିକ୍ ଛୋଟ ପିଲାଙ୍କ ପାଇଁ ଅଧିକ ଫଳପ୍ରଦ ହୋଇଥାଏ । ଗବେଷଣା ରୁ ଜଣା ପଡିଛି ଯେ ୨୫ ମିନିଟ୍ ପର୍ଯ୍ୟନ୍ତ ପ୍ରତ୍ୟେକ ମନୁଷ୍ୟର ଧ୍ୟାନ ବା ମନ କେନ୍ଦ୍ରୀଭୂତ ହୋଇରହେ । ତେଣୁ ଏହି ଟେକ୍ନିକ୍ ଦେଶ ବିଦେଶରେ ଫେମସ୍ ।

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/LcWKf8kn4Z9HH1v80hySeZ

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )