Thursday 25th April 2024
ଫୋନ୍ ଇଣ୍ଟରଭ୍ୟୁ କଣ ? ଜାଣନ୍ତୁ ଫୋନ୍ ଇଣ୍ଟରଭ୍ୟୁରେ ପଚରାଯାଉଥିବା ପ୍ରଶ୍ନ ଏବଂ ପାଆନ୍ତୁ ଚାକିରୀ !

ଫୋନ୍ ଇଣ୍ଟରଭ୍ୟୁ କଣ ? ଜାଣନ୍ତୁ ଫୋନ୍ ଇଣ୍ଟରଭ୍ୟୁରେ ପଚରାଯାଉଥିବା ପ୍ରଶ୍ନ ଏବଂ ପାଆନ୍ତୁ ଚାକିରୀ !

ବର୍ତ୍ତମାନ ସମୟରେ ଚାକିରୀ କରିବା ପାଇଁ ଚାକିରୀ ଆଶାୟୀ ଅନେକ । କିନ୍ତୁ ଚାକିରୀ ଆଶାୟୀଙ୍କ ସଂଖ୍ୟା ଅପେକ୍ଷା ଚାକିରୀ ସଂଖ୍ୟା କମ୍ । ଭଲ ବିଶ୍ୱବିଦ୍ୟାଳୟ କିମ୍ବା ବଡ କଲେଜରେ ପାଠ ପଢି ଭଲ ନମ୍ବର ରଖି ମଧ୍ୟ ଆଜି ଭାରତରେ ଅନେକ ଯୁବକ ଯୁବତୀ ବେକାର ହୋଇ ବସି ରହିଛନ୍ତି । ଏହି କାରଣ ହେତୁ ଆଜିକାଲି ଅନେକ ଦ୍ୱାଦଶ ପରେ ଆଗକୁ ଉଚ୍ଚଶିକ୍ଷା ପାଇଁ ପଢିବାକୁ ମନବଳାଉ ନାହାନ୍ତି । ତେବେ ଯେଉଁମାନେ ପ୍ରତ୍ୟେକ ଦିନ ଚାକିରୀ ଖୋଜୁଛନ୍ତି କିମ୍ବା ଇଣ୍ଟରଭ୍ୟୁରେ ବିଫଳତା ର ସ୍ୱାଦ ଚାଖୁଛନ୍ତି , ସେମାନଙ୍କ ପାଇଁ ଚାକିରୀ ଗୋଟିଏ ସ୍ୱପ୍ନ । ସରକାରୀ କିମ୍ବା ବେସରକାରୀ , ସବୁକ୍ଷେତ୍ରରେ ଚାକିରୀ କରିବା ପାଇଁ ଥାଏ ଇଣ୍ଟରଭ୍ୟୁ । କିଛି ସରକାରୀ ଚାକିରୀରେ ଇଣ୍ଟରଭ୍ୟୁ ନଥାଏ । କିନ୍ତୁ ବେସରକାରୀ ଚୀକିରୀରେ ଇଣ୍ଟରଭ୍ୟୁ ନିଶ୍ଚୟ ଥାଏ । ଚାକିରୀ ଆଶାୟୀ ମାନଙ୍କ ପାଇଁ ଇଣ୍ଟରଭ୍ୟୁ ଶବ୍ଦଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବେସରକାରୀ ଚାକିରୀ ବା ପ୍ରାଇଭେଟ୍ ଜବ୍ ରେ ପରୀକ୍ଷାର ନମ୍ବର ଅପେକ୍ଷା ଦକ୍ଷତା ଏବଂ କାର୍ଯ୍ୟକାରିତା ଉପରେ ଅଧିକ ଗୁରୁତ୍ୱ ଦିଆଯାଏ । ତେଣୁ ଏଥିରେ ଇଣ୍ଟରଭ୍ୟୁ ର ଅଧିକ ଗୁରୁତ୍ୱ  ଥାଏ ।

ବିଭିନ୍ନ ପ୍ରକାର ର ଇଣ୍ଟରଭ୍ୟୁ ଅଛି । ଯେପରିକି ,

୧) ଅଫିସ୍ ଇଣ୍ଟରଭ୍ୟୁ ( ଯାହାକି ଅଫିସରେ ହୋଇଥାଏ )

୨) ରିମୋଟ୍ ଇଣ୍ଟରଭ୍ୟୁ ( ଯାହାକି ଅଫିସ ନ ଯାଇ ଘରେ ଥାଇ ହୋଇପାରେ )

୩) ଭର୍ଚୁଆଲ୍ ଇଣ୍ଟରଭ୍ୟୁ ( ଯାହାକି ଓ୍ୱେବ କ୍ୟାମେରା ଏବଂ ଲାପଟପ୍ କିମ୍ବା ମୋବାଇଲ୍ ର ବ୍ୟବହାର କରି ଭିଡିଓ କଲିଙ୍ଗ୍ ଦ୍ୱାରା ହୋଇପାରେ )

୪) ଫୋନ୍ ଇଣ୍ଟରଭ୍ୟୁ ( ଯାହାକି ଫୋନ୍ କଲ୍ ଜରିଆରେ ହୋଇଥାଏ )

ତେବେ ବର୍ତ୍ତମାନ ସମୟରେ ସିଭି କିମ୍ବା ରିଜ୍ୟୁମ୍ ଆପ୍ଲାଇ କଲାପରେ ପ୍ରଥମେ ଇଣ୍ଟରଭ୍ୟୁ ପାଇଁ ଫୋନ୍ କଲ୍ ଆସେ । ତାପରେ ଆପଣଙ୍କୁ ଇଣ୍ଟରଭ୍ୟୁ ର ସ୍ଥାନ ବା ଲୋକସନ୍ ଦିଆଯାଇଥାଏ । ସାଧାରଣତ ଏହା ହିଁ ଇଣ୍ଟରଭ୍ୟୁ ର ପ୍ରୋସେସ୍ । କିନ୍ତୁ ଅନେକ ରେପ୍ୟୁଟେଡ୍ କମ୍ପାନୀ ଅଛନ୍ତି ଯେଉଁ ମାନେ ଇଣ୍ଟରଭ୍ୟୁର ପ୍ରଥମ ରାଉଣ୍ଡ ଫୋନ୍ କଲ୍ ଜରିଆରେ ହିଁ ନେଇଯାଇଥାନ୍ତି । ଫୋନ୍ ଇଣ୍ଟରଭ୍ୟୁରେ ଯୋଗ୍ୟ ବିବେଚିତ ହୋଇଥିବା ବା ଉପଯୁକ୍ତ ପ୍ରାର୍ଥିକୁ ହାଇରିଂ ମ୍ୟାନେଜର ଅଫିସକୁ ଡାକିଥାନ୍ତି । ଫୋନ୍ ଇଣ୍ଟରଭ୍ୟୁ ର ଅର୍ଥ ହେଉଛି ଫୋନ୍ ଜରିଆରେ ବା ଭଏସ୍ କଲ୍ ଜରିଆରେ ଇଣ୍ଟରଭ୍ୟୁ ଦେବା । ଆପଣ ଯେଉଁ ସ୍ଥାନରେ ଥାଆନ୍ତୁ ନା କାହିଁକି ଆପଣଙ୍କ ପାଖକୁ କେତେବେଳେ ବି ହାଇରିଂ ମ୍ୟାନେଜର ଙ୍କ ଫୋନ୍ କଲ୍ ଆସିପାରେ । ପ୍ରାୟତ ଅଫିସ୍ ଆଓ୍ୱାର ଏବଂ ସନ୍ଧ୍ୟା ସମୟରେ ଫୋନ୍ କଲ୍ ଆସିଥାଏ । ଯେହେତୁ ଆପଣ ସିଭି ବା ରିଜ୍ୟୁମ୍ ଦେଇ ଆବେଦନ କରିଛନ୍ତି , ସେଥିପାଇଁ ହାଇରିଂ ମ୍ୟାନେଜର ଆପଣଙ୍କୁ  କେତେବେଳେ ବି ଫୋନ୍ କରିପାରନ୍ତି । ତେଣୁ ଇଣ୍ଟରଭ୍ୟୁ ଆଗରୁ ପୂର୍ବ ପ୍ରସ୍ତୁତି ଆବଶ୍ୟକ ଅଛି । ଯେମିତି ଇଣ୍ଟରଭ୍ୟୁ ପାଇଁ ପୂର୍ବ ପ୍ରସ୍ତୁତି ଆବଶ୍ୟକ , ସେମିତି ଫୋନ୍ ଇଣ୍ଟରଭ୍ୟୁ ପାଇଁ ମଧ୍ୟ ଆପଣ ପୂର୍ବ ପ୍ରସ୍ତୁତି କରିବା ନିହାତି ଆବଶ୍ୟକ । ତେବେ ଫୋନ୍ ଇଣ୍ଟରଭ୍ୟୁରେ କଣ ପ୍ରଶ୍ନ ପଚରାଯାଇପାରେ ? ଫୋନ୍ ଇଣ୍ଟରଭ୍ୟୁରେ କିପରି ଉତ୍ତର ଦେବେ ? ଏବଂ କେଉଁ ପ୍ରଶ୍ନ ଗୁଡିକ ଆପଣଙ୍କୁ ପଚରା ଯାଇପାରେ , ସେବିଷୟରେ ଆପଣ ଜାଣିବା ପାଇଁ ଏହି ଆର୍ଟିକିଲ୍ ଟିକୁ ଶେଷଯାଏ ପଢନ୍ତୁ ।

 

ଫୋନ୍ ଇଣ୍ଟରଭ୍ୟୁରେ ପଚରାଯାଉଥିବା ପ୍ରଶ୍ନ ଗୁଡିକ କଣ ?

 

୧) ଏଇଟା ଉଚିତ୍ ସମୟକି ଆପଣଙ୍କ ସହ କଥା ହେବାପାଇଁ ?

ସାଧାରଣତ ଏପରି ପ୍ରଶ୍ନ ପ୍ରଥମ ଫୋନ୍ କଲ୍ ରେ ପଚରାଯାଇଥାଏ । ଆପଣ ଜାଣିନଥିବେ କେତେବେଳେ ଆପଣଙ୍କ ପାଖକୁ ଫୋନ୍ କଲ୍ ଆସିବ । ଯେତେବେଳେ ବି ଫୋନ୍ ଆସିବ ସେତେବେଳେ ଆପଣ ଯଦି କଥା ହେବା ପରିସ୍ଥିତି ଏବଂ ଉପଯୁକ୍ତ ସ୍ଥାନରେ ନାହାନ୍ତି ତେବେ ଆପଣ ହାଇରିଂ ମ୍ୟାନେଜରଙ୍କୁ କହି ଆପଣଙ୍କ ସୁବିଧା ଅନୁସାରେ ଉପଯୁକ୍ତ ସମୟ ଠିକ୍ କରନ୍ତୁ । ବସ୍ କିମ୍ବା ନିଜ ଗାଡିରେ ଟ୍ରାଭେଲ୍ କରୁଥିଲେ ନେଟଓ୍ୱାର୍କ ପ୍ରୋବ୍ଲେମ୍ ଆସିପାରେ । ଭିଡ କିମ୍ବା ଜନ ଗହଳି ସ୍ଥାନରେ ଶବ୍ଦ ପାଇଁ ଆପଣ ଠିକ୍ ଢଙ୍ଗରେ ଶୁଣିପାରିବେ ନାହିଁ । ଅଜଥାରେ ଆପଣଙ୍କ ଇମ୍ପ୍ରେସନ୍ ଡାଉନ୍ ହେବ । ଫୋନ୍ ଇଣ୍ଟରଭ୍ୟୁ କୁ ଗୁରୁତ୍ୱ ଦିଅନ୍ତୁ । କାହିଁକିନା ଆପଣଙ୍କ ଜାଣତ କିମ୍ବା ଅଜାଣତରେ ପ୍ରଥମ ଇଣ୍ଟରଭ୍ୟୁ ଫୋନ୍ ରେ ହିଁ ନିଆଯାଇଥାଏ

୨) ” ଟେଲ୍ ମି ଏବାଉଟ୍ ୟୋରସେଲଫ୍ ” – ନିଜ ବିଷୟରେ କିଛି କୁହନ୍ତୁ ?

ଫୋନ କଲ୍ ରେ ଏପରି ପ୍ରଶ୍ନ ପଚାରିବା କିଛି ବିଚିତ୍ର କଥା ନୁହଁ । ଏହି ପ୍ରଶ୍ନ ଦ୍ୱାରା ପ୍ରାର୍ଥିର ଇଣ୍ଟ୍ରୋଡକସନ୍ ହୋଇଥାଏ ଏବଂ ସ୍ମାର୍ଟନେସ୍ ବିଷୟରେ ଜାଣିବାକୁ ମିଳିଥାଏ । ପ୍ରଶ୍ନଟି ଶୁଣିବାକୁ ସହଜ ଲାଗୁଛି । କିନ୍ତୁ ପ୍ରକୃତରେ ଏହା ସେତିକି ସହଜ ନୁହଁ । ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଅଟେ । ଏହି ପ୍ରଶ୍ନଟି ସରଳ ମନେହୁଏ, ତେଣୁ ଅନେକ ଲୋକ ଏହା ପାଇଁ ପୂର୍ବ ପ୍ରସ୍ତୁତି କରନ୍ତି ନାହିଁ । ଆପଣଙ୍କ ବ୍ୟକ୍ତିତ୍ୱ ର ପରିଚୟ ଦେବ ଆପଣଙ୍କ ଗୋଟିଏ ଉତ୍ତର । ଉତ୍ତର ଦେବା ଆଗରୁ ଗୋଟିଏ କଥାକୁ ଧ୍ୟାନ ଦିଅନ୍ତୁ । ଆପଣଙ୍କ ଉତ୍ତର ଆପଣଙ୍କୁ ଚାକିରୀ ପାଇବାରେ ସାହାର୍ଯ୍ୟ କରିବ । ନିଜ ର ଏମିତି ଇଣ୍ଟ୍ରୋଡକସନ୍ ଦିଅନ୍ତୁ , ଯେମିତି ହାଇରିଂ ମ୍ୟାନେଜରଙ୍କ ଆପଣଙ୍କ ପ୍ରତି ବଢିବ ଇମ୍ପ୍ରେସନ୍ । ଏହି ପ୍ରଶ୍ନ ର ଉତ୍ତର ଆପଣଙ୍କୁ ହାଇରିଂ ମ୍ୟାନେଜର ବା ନିଯୁକ୍ତିଦାତା ଙ୍କ ସହ ଭଲ ଭାବରେ ପରିଚିତ କରାଇଥାଏ । ଯଦି ମନରେ କିଛି ଆସୁନାହିଁ ତେବେ ନିଜ ରିଜ୍ୟୁମ୍ କୁ ମନେକରି ନିଜର ପରିଚୟ ଦିଅନ୍ତୁନିଜ ବିଷୟରେ ଯେପରି ଲେଖିଛନ୍ତି ସେହିପରି ନିଜର ମତ ରଖନ୍ତୁ । ଅଭିଜ୍ଞତା ଟିକୁ କଥାରେ କଥାରେ ପ୍ରକାଶ କରନ୍ତୁ । ଏପରିକଲେ ଆପଣଙ୍କ ବ୍ୟକ୍ତିତ୍ୱ ଆକର୍ଷଣୀୟ ଲାଗିବ । ଯେତିକିର ପ୍ରଶ୍ନ ସେତିକିର ଉତ୍ତର ଦିଅନ୍ତୁ । ଦେଖିବେ ଆପଣଙ୍କ ବ୍ୟକ୍ତିତ୍ୱ ପ୍ରତି ଆକର୍ଷିତ ହେବେ ନିଯୁକ୍ତିଦାତା । ନିଜର ଦକ୍ଷତା, ଯୋଗ୍ୟତା ଏବଂ ଅଭିଜ୍ଞତା ଉପରେ  ଆଲୋକପାତ କରନ୍ତୁ । ଏହା ଆପଣଙ୍କୁ ଚାକିରୀ ପାଇବାରେ ସାହାର୍ଯ୍ୟ କରିବ ।

 

୩) ଆପଣ ଏହି ପଦବୀ ବା ଚାକିରୀ ବିଷୟରେ କିପରି ଜାଣିବାକୁ ପାଇଲେ ?

ଏହି ପ୍ରଶ୍ନଟିକୁ ପଚାରିବାର ଅନେକ କାରଣ ଅଛି । କିନ୍ତୁ ମୁଖ୍ୟ କାରଣଟି ହେଲା , କମ୍ପାନୀ ଜାଣିବା ପାଇଁ ଚାହେଁ ଯେ ଆପଣ କେଉଁ ସୋର୍ସ ବା କେଉଁ ମାଧ୍ୟମରୁ ଜାଣିବାକୁ ପାଇଲେ । ଏହା କମ୍ପାନୀ ପାଇଁ ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ । କମ୍ପାନୀକୁ ଦରକାର ଜଣେ ଯୋଗ୍ୟ ପ୍ରାର୍ଥି । ଯାହାପାଖରେ ଥିବ ସେହି ଦକ୍ଷତା , ଯାହା ତାଙ୍କ କମ୍ପାନୀକୁ ଲାଭଦେବ । ଚିହ୍ନା ପରିଚୟ ବା ବ୍ୟକ୍ତିଗତ ସଂମ୍ପର୍କ ସୃଷ୍ଟିକଲେ କମ୍ପାନୀ ର କୌଣସି ପ୍ରକାର ର ଲାଭ ନାହିଁ । ତେଣୁ କମ୍ପାନୀ ଚାହେଁ ପ୍ରୋଫେସନାଲ୍ ସଂମ୍ପର୍କ । ପର୍ସନାଲ ବା ବ୍ୟକ୍ତିଗତ ସଂମ୍ପର୍କ ସୃଷ୍ଟି କରିବାରେ ହାଇରିଂ ମ୍ୟାନେଜର ଙ୍କ କୌଣସି ପ୍ରକାର ଲାଭ ନାହିଁ । କମ୍ପାନୀ ପାଇଁ ଯୋଗ୍ୟ ପ୍ରାର୍ଥିଟିଏ ଖୋଜିବା ଏବଂ କମ୍ପାନୀ ର ଡେଭେଲପମେଣ୍ଟ୍ ବା ବିକାଶ କରିବା ହେଉଛି ହାଇରିଂ ମ୍ୟାନେଜର ଙ୍କ ଗୋଟିଏ ଲକ୍ଷ୍ୟ । ଅନେକ କର୍ମଚାରୀ ଅଛନ୍ତି ଯେଉଁମାନେ ଚାହାନ୍ତି ଯେ ତାଙ୍କ ସମ୍ପର୍କିୟ ଚାକିରୀଟି କରନ୍ତୁ । ସେଥିପାଇଁ ସେମାନେ ନିଜ ସଂମ୍ପର୍କିୟ ପ୍ରାର୍ଥି ଙ୍କୁ ରେଫରେନ୍ସ ଦେଇଥାନ୍ତି । ସେମାନେ ଚାହାନ୍ତି ଯେ ଅନ୍ୟକିଏ ସେହି ଚାକିରୀ ପାଉ କିମ୍ବା ନପାଉ , ତାଙ୍କ ଘର ଲୋକ ଚାକିରୀ ପାଆନ୍ତୁ । ତେଣୁ ସେମାନେ ସେହି ଚାକିରୀ ପାଇଁ ସମସ୍ତ ତଥ୍ୟ ନିଜ ସଂମ୍ପର୍କିୟ ପ୍ରାର୍ଥି ମାନଙ୍କୁ ଦେଇଥାନ୍ତି । ଅଯୋଗ୍ୟ ପ୍ରାର୍ଥି ହେଇଥିଲେ ମଧ୍ୟ ସେମାନେ ଇଣ୍ଟରଭ୍ୟୁ ଆଗରୁ କମ୍ପାନୀ ସଂମ୍ପର୍କିତ ଅନେକ ତଥ୍ୟ ପାଇ ସହଜରେ ଇଣ୍ଟରଭ୍ୟୁରେ ସଫଳ ହୋଇଥାନ୍ତି । ଏହା ପରେ ପରେ କମ୍ପାନୀକୁ କ୍ଷତି ପହଞ୍ଚିଥାଏ । ତେଣୁ ହାଇରିଂ ମ୍ୟାନେଜର ଜାଣିବା ପାଇଁ ଚାହାନ୍ତି ଯେ ଆପଣ ଏହି ଚାକିରୀ ବିଜ୍ଞପ୍ତି ବିଷୟରେ କେଉଁଠାରୁ ଜାଣିବାକୁ ପାଇଛନ୍ତି । ଚାକିରୀ ବିଷୟରେ ଜାଣିବା ପାଇଁ ବିଭିନ୍ନ ମାଧ୍ୟମ ଅଛି । ଯେପରିକି ଜବ୍ ଓ୍ୱେବସାଇଟ୍ , ଲିଙ୍କଡ୍ ଇନ୍ ପୋଷ୍ଟ , ହ୍ୱାଟସ୍ ଆପ୍ ସେୟାର ଏବଂ ସେହି କମ୍ପାନୀ ର କିଛି କର୍ମଚାରୀଙ୍କ ଠାରୁ ଭ୍ୟାକେନ୍ସି ବିଷୟରେ ଜାଣିବାକୁ ମିଳିଥାଏ । ଯଦି ଆପଣ ସେହି କମ୍ପାନୀ ର କିଛି କର୍ମଚାରୀଙ୍କ ଠାରୁ ଭ୍ୟାକେନ୍ସି ବିଷୟରେ ଜାଣିବାକୁ ପାଇଛନ୍ତି , ତେବେ ଏହା ହାଇରିଂ ମ୍ୟାନେଜର ଙ୍କ ସମ୍ମୁଖରେ ପ୍ରକାଶ କରନ୍ତୁ ନାହିଁ । କାରଣ ଆପଣ ଜାଣିନାହାନ୍ତି ଯେ ସେହି କର୍ମଚାରୀ ର ଇମ୍ପ୍ରେସନ୍ ହାଇରିଂ ମ୍ୟାନେଜର ସମ୍ମୁଖରେ କଣ ଅଛି । ଏହାକୁ ହାଇରିଂ ମ୍ୟାନେଜର ରେଫରେସ୍ସ ବୋଲି ମଧ୍ୟ ଭାବିପାରନ୍ତି । ତେଣୁ ସ୍ମାର୍ଟ ହୋଇ ସ୍ମାର୍ଟ ଉତ୍ତର ଦିଅନ୍ତୁ । ଦେଖିବେ ଇମ୍ପ୍ରେନ୍ ଡାଉନ୍ ହେବା ପରିବର୍ତ୍ତେ ହାଇ ହେବ । ଯାହା ଆପଣଙ୍କୁ ଚାକିରୀ ପାଇବାରେ ସାହାର୍ଯ୍ୟ କରିବ । 

୪) ଆମ କମ୍ପାନୀ ବିଷୟରେ ଆପଣ କ’ଣ ଜାଣିଛନ୍ତି ?

ଏହି ପ୍ରଶ୍ନଟି ଆପଣଙ୍କ ଜ୍ଞାନ ପରୀକ୍ଷା କରିବା ପାଇଁ ପଚରାଯାଇପାରେ । ଆପଣ କେତେ ଜାଣିଛନ୍ତି କମ୍ପାନୀ ବିଷୟରେ ତାହା ଜାଣିବାପାଇଁ ହାଇରିଂ ମ୍ୟାନେଜର ଏହି ପ୍ରଶ୍ନଟିକୁ ପଚାରିଥାନ୍ତି । ଆପଣ ବ୍ୟକ୍ତିଗତ ଭାବରେ କମ୍ପାନୀ ବିଷୟରେ କେତେ ଜାଣିଛନ୍ତି ତାହା ଜାଣିବାପାଇଁ ଚାହାନ୍ତି ହାଇରିଂ ମ୍ୟାନେଜର । କମ୍ପାନୀ ର ପଦବୀ , କମ୍ପାନୀ ର ଷ୍ଟାଟସ୍ ଏବଂ ଟର୍ଣ୍ଣ ଓଭର ବିଷୟରେ ଆପଣଙ୍କ ଜ୍ଞାନ ଜାଣିବା ପାଇଁ ହାଇରିଂ ମ୍ୟାନେଜର ଙ୍କ ଏହା ଏକ ଉତ୍ତମ ପ୍ରୟାସ । କମ୍ପାନୀ ଜାଣିବା ପାଇଁ ଚାହେଁ ଆପଣଙ୍କର ବାହ୍ୟ ଜ୍ଞାନ ବା ମାର୍କେଟ୍ ଜ୍ଞାନ କେତେ । ଏହି ପ୍ରଶ୍ନ  ଆପଣଙ୍କର ବ୍ୟକ୍ତିତ୍ୱ ପ୍ରତିଫଳିତ କରିବା ସହ ଆପଣଙ୍କ ଜ୍ଞାନ ର ଦେବ ପରିଚୟ । ଏଥିରୁ ଜଣା ପଡିବ ଯେ ଆପଣ କେବଳ ଟଙ୍କା ର ଆବଶ୍ୟକତା ପୂର୍ଣ୍ଣ କରିବା ପାଇଁ ଚାକିରୀ ପାଇଁ ଆଶାୟୀ କି ନୁହଁ । ଅନେକ ପ୍ରାର୍ଥି ଅଛନ୍ତି ଯେଉଁମାନେ ନିଜ କ୍ୟାରିୟରକୁ ଏକ ନୂତନ ଉଚ୍ଚତା ଦେବାପାଇଁ ଚାକିରୀ ଖୋଜିଥାନ୍ତି । ନିଜ ପ୍ୟାସନ୍ କୁ ପ୍ରୋଫେସନ୍ ରେ ରୂପାନ୍ତର ବା କନର୍ଭଟ୍ କରିବା ପାଇଁ ଚାହିଁଥାନ୍ତି । ତେଣୁ ଏହିପରି ପ୍ୟାସନ୍ କୁ ଫୋଲ ବା ଅନୁସରଣ କରୁଥିବା ଏମ୍ପଲୟ କମ୍ପାନୀକୁ ଦରକାର । କାରଣ ପ୍ୟାସନ୍ କୁ ଫୋଲ ବା ଅନୁସରଣ କରୁଥିବା ଏମ୍ପଲୟ କମ୍ପାନୀ ର ଉନ୍ନତି କରିପାରିବ ବୋଲି ହାଇରିଂ ମ୍ୟାନେଜର ବିଶ୍ୱାସ କରନ୍ତି । ତେଣୁ ପଦବୀ ଅନୁସାରେ ନିଜ ଦକ୍ଷତା ର ପରିଚୟ ଦିଅନ୍ତୁ ।   

 

୫) ଯଦି ଆପଣ ଚାକିରୀ କରୁଛନ୍ତି ତେବେ କାହିଁକି ଛାଡୁଛନ୍ତି  ?

ଏପରି ପ୍ରଶ୍ନର ଉତ୍ତରରେ କାମ କରୁଥିବା କମ୍ପାନୀ ବିଷୟରେ କୌଣସି ପ୍ରକାର ର ନିନ୍ଦା କରନ୍ତୁ ନାହିଁ । କମ୍ ଦରମା ଥିଲେ କିମ୍ବା ମନ ପସନ୍ଦ ର ଦରମା ନଥିଲେ ତାକୁ ସଂଙ୍ଗେ ସଂଙ୍ଗେ ଫୋନ୍ ଇଣ୍ଟରଭ୍ୟୁରେ ପ୍ରକାଶ କରନ୍ତୁ ନାହିଁ । ପ୍ୟାସନ୍ ଅନୁସାରେ ସେହି କମ୍ପାନୀ ର ପଦବୀ ନାହିଁ ବୋଲି ଆପଣ କହିପାରିବେ । ଆପଣ କହିପାରିବେ ଯେ ସେହି କମ୍ପାନୀ ର ଷ୍ଟାଟସ୍ ଛୋଟ । ତେଣୁ ମୁଁ ଆପଣଙ୍କ କମ୍ପାନୀରେ ଚାକିରୀ କରିବା ପାଇଁ ଆଗ୍ରହୀ ।

 

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/LcWKf8kn4Z9HH1v80hySeZ

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )