Thursday 25th April 2024
ବଦଳିଯିବ ୩ଟି ଷ୍ଟେସନର ରୂପରେଖ,ଖର୍ଚ୍ଚ ହେବ ୧୦,୦୦୦ କୋଟି

ବଦଳିଯିବ ୩ଟି ଷ୍ଟେସନର ରୂପରେଖ,ଖର୍ଚ୍ଚ ହେବ ୧୦,୦୦୦ କୋଟି

ଦେଶର ପରିବହନ ସେବାକୁ ଏକ ନୂଆ ସ୍ତରକୁ ନେବା ପାଇଁ ପ୍ରୟାସ କରିଚାଲିଛନ୍ତି ସରକାର । ସରକାରଙ୍କର ଯାହା ବି ନୂଆ ଯୋଜନା ରହିଥାଏ ସେ ଉପରେ କେତେ କାମ ହେଉଛି ତାହା ଉପରେ ଥାଏ ଜନତାଙ୍କର ନଜର । ତେବେ ଏଥିପାଇଁ ବର୍ତ୍ତମାନର ସରକାର ଟିକେ ଅଧିକ ସଚେତନତା ଅବଲମ୍ବନ କରୁଛନ୍ତି । ଅର୍ଥାତ ଲୋକଙ୍କୁ ଠକିବାରେ ପ୍ରାୟତଃ ସବୁ ସରକାର ମାତିଥାନ୍ତି ଆଉ ସମୟ ଅବଧୀ ସରିଲା ବେଳକୁ ନା କିଛି ଉନ୍ନତି ହୋଇଥାଏ ନା ହିଁ କିଛି ପ୍ରଗତି । କିନ୍ତୁ ଏବେ ଯେଉଁ ଘୋଷଣା କରାଯାଇଛି ତାକୁ ନେଇ ଚାଲିଛି ଆଲୋଚନା ଓ ପର୍ଯ୍ୟାଲୋଚନା । ୧୦ହଜାର କୋଟି ଟଙ୍କା ସରକାର ୩ଟି ଷ୍ଟେସନରେ ନିବେଶ କରିବାକୁ ଯାଉଛନ୍ତି । ଯେଉଁଥିପାଇଁ ସମସ୍ତଙ୍କ ନଜର କେବେ ବଦଳିବ ସେହି ଷ୍ଟେସନର ରୂପରେଖ । କେବଳ ଷ୍ଟେସନରେ ନୁହେଁ ସଡକ ଉପରେ ବି ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ସଡକ ପରିବହନକୁ ଅଧିକ ଉନ୍ନତ କରିବା ପାଇଁ ୨୭ ଗ୍ରୀନଫିଲ୍ଡ ଏକ୍ସପ୍ରେସ ହାଇେଓ ନିର୍ମାଣ କରାଯିବାର ବ୍ୟବସ୍ଥା ରହିଛି । ରେଲେଓ ବିଭାଗରେ ୧୯୯ଟି ଷ୍ଟେସନକୁ ପୁନଃନିର୍ମାଣ କରିବାର ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ । ବର୍ତ୍ତମାନ ସୁଦ୍ଧା ପ୍ରାୟତଃ ୩୭ଟି ପ୍ଲାଟଫର୍ମର କାମ ଆରମ୍ଭ ହୋଇଗଲାଣି । ଧିରେ ଧିରେ ଏହିସବୁ ପ୍ଲାଟଫର୍ମ ଚକାଚକି କରିବା ପାଇଁ ବର୍ତ୍ତମାନ ଅଣ୍ଟା ଭିଡିଛନ୍ତି ରେଳବିଭାଗ ।

ନୂଆଦିଲ୍ଲୀ, ଅହମ୍ମଦାବାଦ ଓ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ ଷ୍ଟେସନର ପୁନଃ ବିକାଶରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ରେଳବାଇର ଏହି ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ଏହି ଷ୍ଟେସନଗୁଡ଼ିକରେ ଏକ ରୁଫ ପ୍ଲାଜା ସହିତ ଖୁଚୁରା ବ୍ୟବସାୟ, କ୍ୟାଫେଟେରିଆ, ପିଲାମାନଙ୍କ ଖେଳିବା ସ୍ଥାନ, ସ୍ଥାନୀୟ ଉତ୍ପାଦ ପାଇଁ ସ୍ଥାନ, ଯଥେଷ୍ଟ ପାର୍କିଂ ସୁବିଧା, ଦିବ୍ୟାଙ୍ଗଙ୍କ ପାଇଁ ଅନୁକୂଳ ସୁବିଧା, ଆଗମନ ଓ ପ୍ରସ୍ଥାନ ପାଇଁ ଅଲଗା ବ୍ୟବସ୍ଥା ରହିବ। କୋଳାହଳ ମୁକ୍ତ ପ୍ଲାଟଫର୍ମ, ସମ୍ପୂର୍ଣ୍ଣ ଛାତ ଆଚ୍ଛାଦିତ ପ୍ଲାଟଫର୍ମ, ସିସିଟିଭି ଏବଂ ଆକ୍ସେସ କଣ୍ଟ୍ରୋଲ ସଂଯୋଗ ଭଳି ବହୁ ବ୍ୟବସ୍ଥା ଓ ସୁବିଧା ସୁଯୋଗ ରହିବ। ମେଟ୍ରୋ, ବସ ଆଦି ଅନ୍ୟ ପରିବହନ ମାଧ୍ୟମ ସହିତ ସଂଯୋଗୀକରଣ ପାଇଁ ବ୍ୟବସ୍ଥା କରାଯିବ।

CATEGORIES
TAGS
Share This

COMMENTS

Wordpress (0)
Disqus (1 )