ଆଡୁଆରେ ଏକତା କପୁର ,ଯାଇପାରନ୍ତି ଜେଲ॥
ଏକତା କପୁର ତାଙ୍କ ୱେବ୍ ସିରିଜ୍ XXX ସିଜନ୍-୨କୁ ନେଇ ଅଡ଼ୁଆରେ। ଏକତା କପୁର ଓ ତାଙ୍କ ମାଆ ଶୋଭା କପୁରଙ୍କ ବିରୋଧରେ ବେଗୁସରାଇ କୋର୍ଟଙ୍କ ପକ୍ଷରୁ ଗିରଫ ପରୱାନା ଜାରି କରାଯାଇଛି। ଗତ ବର୍ଷ ବିହାରର ବେଗୁସରାଇ କୋର୍ଟରେ ଏହି ସିରିଜ୍ରେ ଦେଖାଯାଇଥିବା ଆପତ୍ତିଜନକ ଦୃଶ୍ୟକୁ ନେଇ ଏକ ମାମଲା ରୁଜୁ ହୋଇଥିଲା। ଏବେ ସୈନିକମାନଙ୍କୁ ଅପମାନିତ କରିବା ମାମଲାରେ କୋର୍ଟ ଏକତା ଏବଂ ଶୋଭା କପୁରଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି।
ୱେବ୍ ସିରିଜ୍ ‘xxx’ ସୈନିକଙ୍କୁ ଅପମାନ ଦେଇ ସେମାନଙ୍କ ପରିବାରବର୍ଗଙ୍କୁ ଆଘାତ ଦେଇଥିବାରୁ ବିହାର ବେଗୁସରାଇର ଏକ ଆଞ୍ଚଳିକ ଅଦାଲତ ଚଳଚ୍ଚିତ୍ର ତଥା ଟେଲିଭିଜନ୍ ପ୍ରଯୋଜିକା ଏକତା କପୁର୍ ଓ ତାଙ୍କ ମାଆ ଶୋଭାଙ୍କ ନାଁରେ ବୁଧବାର ଦିନ ଗିରଫ ପର୍ୱାନା ଜାରି କରିଥିବା କଥା ‘ପିଟିଆଇ’ ରିପୋର୍ଟ କରିଛି।
‘ପିଟିଆଇ’ ରିପୋର୍ଟ ଅନୁସାରେ, ଅବସରପ୍ରାପ୍ତ ସୈନିକ ତଥା ବେଗୁସରାଇର ବାସିନ୍ଦା ଶମ୍ଭୁ କୁମାରଙ୍କ ଅଭିଯୋଗ ଆଧାରରେ ବିଚାରପତି ବିକାଶ କୁମାରଙ୍କ ଅଦାଲତ ଉପରୋକ୍ତ ଗିରଫ ପର୍ୱାନା ଜାରି କରିଛନ୍ତି। ୨୦୨୦ରେ କରାଯାଇଥିବା ଉକ୍ତ ଅଭିଯୋଗରେ ସେ ଅଭିଯୋଗ କରିଥିଲେ କି, ‘ଏକ୍ସଏକ୍ସଏକ୍ସ’ ‘ସିଜନ୍-୨’ରେ ଜଣେ ସୈନିକଙ୍କ ସ୍ତ୍ରୀଙ୍କ ଉପରେ ଆପତ୍ତିଜନକ ଦୃଶ୍ୟାବଳି ରହିଛି।
ଏକତା କପୁରଙ୍କ ‘ବାଲାଜୀ ଟେଲିଫିଲ୍ମ’ ମାଲିକାନାରେ ଥିବା ‘ଓଟିଟି’ ପ୍ଲାଟ୍ଫର୍ମ ‘ଏଲ୍ଟି ବାଲାଜୀ’ରେ ଉପରୋକ୍ତ ସରିଜ୍ ପ୍ରସାରିତ ହୋଇଥିଲା। ଏକତାଙ୍କ ମାଆ ଶୋଭା କପୁର ମଧ୍ୟ ‘ବାଲାଜୀ ଟେଲିଫିଲ୍ମସ୍’ ସହିତ ସମ୍ପୃକ୍ତ ଅଟନ୍ତି। ଏହି ମାମଲାରେ ହାଜର ହେବା ପାଇଁ ଅଦାଲତ ମାଆଝିଅଙ୍କୁ ସମନ୍ ଜାରି କରିଥିଲା। ମାତ୍ର, ସେମାନେ ଅଦାଲତଙ୍କୁ ଅବଗତ କରାଇଲେ କି, ଆପତ୍ତି ହେବା ପରେ ନିର୍ଦ୍ଦିଷ୍ଟ ଦୃଶ୍ୟାବଳି ଥିବା ସିନ୍ ସବୁ ଉକ୍ତ ‘ସିରିଜ୍’ରୁ କାଢ଼ି ଦିଆଯାଇଛି। ଅଦାଲତରେ ହାଜର ନ ହେବାରୁ ସେମାନଙ୍କ ନାଁରେ ଗିରଫ ପର୍ୱାନା ଜାରି କରାଯାଇଛ।