Sunday 28th April 2024
ଚାକିରୀ କରି ଘର ଏବଂ ଅଫିସ୍ କିପରି ସମ୍ଭାଳିବେ ?  ଜାଣନ୍ତୁ କଣ ରହିଛି ସିକ୍ରେଟ୍ !

ଚାକିରୀ କରି ଘର ଏବଂ ଅଫିସ୍ କିପରି ସମ୍ଭାଳିବେ ? ଜାଣନ୍ତୁ କଣ ରହିଛି ସିକ୍ରେଟ୍ !

ଘର ଏବଂ ଅଫିସ୍ ଦୁଇଟି ଯାକ ଜୀବନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଜୀବନରେ ଦୁଇଟି ଯାକ ର ଆବଶ୍ୟକତା ଗୁରୁତ୍ୱପୂର୍ଣ୍ଣ । ପ୍ରୋଫେସନାଲ୍ ଲାଇଫ୍ କୁ ବୃତ୍ତିଗତ ଜୀବନ କୁହାଯାଏ । ପର୍ସନାଲ୍ ଲାଇଫ୍ କୁ ବ୍ୟକ୍ତିଗତ ଜୀବନ ବୋଲି ବୁଝାଯାଏ । ବୃତ୍ତିଗତ ଜୀବନ ଠିକ୍ ରହିଲେ ଭଲ ରୋଜଗାର ହେବା ସହ ସମାଜରେ ଏକ ପରିଚୟ ସୃଷ୍ଟି ହୋଇଥାଏ । ବ୍ୟକ୍ତିଗତ ଜୀବନ ସଂମ୍ପୂର୍ଣ୍ଣ ରୂପରେ ବୃତ୍ତିଗତ ଜୀବନ ଉପରେ ନିର୍ଭର ନ ହେଲେ ମଧ୍ୟ ଅନ୍ୟପକ୍ଷରେ ନିର୍ଭର କରିଥାଏ । ବ୍ୟକ୍ତିଗତ ଜୀବନ ପ୍ରତ୍ୟେକ୍ଷ ଭାବରେ ନହେଲେ ମଧ୍ୟ ପରୋକ୍ଷଭାବରେ ବୃତ୍ତିଗତ ଜୀବନ ଉପରେ ନିର୍ଭର କରିଥାଏ । କାରଣ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନରହିଲେ ତାହା ବ୍ୟକ୍ତିଗତ ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ । ଗୋଟିଏ ପଟେ ଅଫିସ୍ କୁ ଗୁରୁତ୍ୱ ଦେଲେ କିମ୍ବା ଚାକିରୀ ପାଇଁ ସମୟଦେଲେ ଘର ପାଇଁ ସମୟ ନିୟଣ୍ଟ ହେବା ସ୍ୱାଭାବିକ୍ । ତେବେ ଅନେକ ଚାକିରୀଆ ଙ୍କ ମନରେ ଗୋଟିଏ ପ୍ରଶ୍ନ ବାରମ୍ବାର ଉଠେ, ଚାକିରୀ କରି ଘର ଏବଂ ଅଫିସ୍ କିପରି ସମ୍ଭାଳିବେ ? ଗୁରୁତ୍ୱ କାହାକୁ ଦେବେ ? ଅଫିସ୍ କୁ ନା ଘରକୁ !

ଏହି ଆର୍ଟିକିଲ୍ ଟିକୁ ଶେଷଯାଏ ପଢନ୍ତୁ ଏବଂ ଜାଣନ୍ତୁ ଘର ଏବଂ ଅଫିସ୍ ସମ୍ଭାଳିବାର ସିକ୍ରେଟ୍ ।

ବର୍ତ୍ତମାନ ସମୟରେ ମହିଳା ଏବଂ ପୁରୁଷ ମାନଙ୍କ ପାଇଁ ଘର କାମ ସାଙ୍ଗକୁ କୌଣସି ନା କୌଣସି ଚାକିରୀ ମଧ୍ୟ କରିବାକୁ ପଡୁଛି । ଟଙ୍କା ରୋଜଗାର ନ କଲେ ମହଙ୍ଗା ଜମାନାରେ ଚଳିବା ଭାରିକଷ୍ଟକର । ତେବେ କେବେ କେବେ ଅଫିସ୍ କାମ ଘରେ କରିବାକୁ ପଡିଥାଏ । ପୁଣି କେବେ ଘର କାମ ଅଫିସ୍ ରେ । ଆବଶ୍ୟକତା ଅନୁସାରେ କାମ କରିବା ପାଇଁ ସମୟ ମଧ୍ୟ କମ୍ ପଡିଥାଏ । ଆଜିକାଲି ସବୁ ଜିନିଷ ମହଙ୍ଗା ହୋଇଚାଲିଛି। ଦିନକୁ ଦିନ ଦର ଦାମ୍ ବୃଦ୍ଧି ହେଉଛି ।  ଦୁନିଆରେ ବିଶେଷ କରି ମହିଳାମାନଙ୍କ ପାଇଁ ଘର କାମ ସାଙ୍ଗକୁ କୌଣସି ନା କୌଣସି ଚାକିରୀ ମଧ୍ୟ କରିବାକୁ ପଡୁଛି। କାରଣ ଅନେକ ମହିଳା ନିଜେ ରୋଜଗାର କରି ଘର ଚଳାଉଛନ୍ତି । କୌଣସି କାରଣରୁ ହେଉ କିମ୍ବା ପରିବାର ର ଆର୍ଥିକ ସମସ୍ୟା ପାଇଁ ଅନେକ ଲୋକ ନିଜ ଗୋଡରେ ଛିଡ଼ା ହୋଇ ରୋଜଗାର କରିବାପାଇଁ ଚାହୁଁଁଛନ୍ତି । ଘର ଏବଂ ଅଫିସ୍ ଏକାଠି ପରିଚାଳନା କରିବା ନିହାତି କଷ୍ଟକର। ବେସରକାରୀ ଚାକିରୀରେ ଦରମା କମ୍ ସାଙ୍ଗକୁ ଚାକିରୀ ର ସମୟ ମଧ୍ୟ ଅଧିକ ଥାଏ । ତେଣୁ ଅନେକଙ୍କ ଜୀବନ କେବଳ ପରିବାରର ଭରଣ ପୋଷଣ କରିବାରେ ହିଁ ସରିଯାଏ । ମାନସିକ ସ୍ଥିତି ମଧ୍ୟ ଠିକ୍ ରହେ ନାହିଁ । ବେଳେବେଳେ ବସ୍  ଏବଂ ଟିମ୍ ସହିତ ପରିଚାଳନାରେ ଅସୁବିଧା ହେଉଥିବା ବେଳେ କେତେବେଳେ ଘରେ ମଧ୍ୟ କିଛି ସମସ୍ୟା ଦେଖାଦିଏ। ଏଭଳି ପରିସ୍ଥିତିରେ କେତେବେଳେ ଘରର ଚାପ ଅଫିସ୍ କାର୍ଯ୍ୟ ଉପରେ ପ୍ରଭାବ ପକାଇବା ଆରମ୍ଭ କରେ ତ ପୁଣି କେତେବେଳେ ଅଫିସ୍‌ର ଚାପ ଘର ଉପରେ ପଡେ। 

ଯଦି ଆପଣ ବି ଉଭୟ ଘର ଓ ଅଫିସ୍‌କୁ ସମ୍ଭାଳୁଛନ୍ତି ଆଉ ଆପଣଙ୍କ ପାଇଁ ଏସବୁକୁ ଠିକ୍ ଭାବେ ପରିଚାଳନା କରିବା କଷ୍ଟକର ହେଉଛି, ତେବେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିହାତି ଆବଶ୍ୟକ। କାରଣ ଏହା ଆପଣଙ୍କ ପାରିବାରିକ ସମସ୍ୟା ସୃଷ୍ଟି କରିପାରେ । ଚେଷ୍ଟା କରନ୍ତୁ ଯେପରି ଘରର ଚାପ ଅଫିସ୍‌ରେ ଆପଣଙ୍କ କାମ ଉପରେ କୌଅସି ପ୍ରଭାବ ନ ପକାଉ ଏବଂ ସେହିପରି ଅଫିସ୍‌ର ଚାପର ଚାପ ମଧ୍ୟ ଆପଣ ଘରେ ନ ପଡୁ ଯାହା ପରିବାରରେ ବିଶୃଙ୍ଖଳା ଆଣିବ। ନିମ୍ନରେ କିଛି ଟିପ୍ସ ଦିଆଗଲା, ଯାହାକୁ ପଢିଲେ ଆପଣ ନିଜ ଜୀବନରେ ସହଜରେ ଅଫିସ୍ ଲାଇପ୍ ସହ ହୋମ୍ ଲାଇଫ୍ କୁ ବାଲାନ୍ସ କରିପାରିବେ ।

  • ନିଜ କାମର ତାଲିକା ପ୍ରସ୍ତୁତ କରନ୍ତୁ :

ଉଭୟ ଘର ଏବଂ ଅଫିସ୍ ପାଇଁ କାମର ଏକ ତାଲିକା ପ୍ରସ୍ତୁତ କରନ୍ତୁ। ଏହା ଖୁବ ଭଲ ହେବ ଯେ ଆପଣ ରାତିରେ ଶୋଇବା ପୂର୍ବରୁ କିମ୍ବା ସକାଳୁ ଉଠିବା ମାତ୍ରେ ଉଭୟ ସ୍ଥାନର କାର୍ଯ୍ୟ ତାଲିକା ପ୍ରସ୍ତୁତ କରନ୍ତୁ। ଏହା ଦ୍ୱାରା ଆପଣଙ୍କର ଏକ ଧାରଣା ଆସିଯିବ ଯେ କେଉଁ କାମକୁ ପ୍ରାଥମିକତା ଦେବେ ଏବଂ କେତେବେଳେ କରିବେ। ଏପରି ହେଲେ ଆପଣ କୌଣସି କାମକୁ ଭୁଲିଯିବେ ନାହିଁ। ଏପରି କଲେ ଆପଣ ଏକ ରୁଟିନ୍ ଲାଇଫ୍ ପରିଚାଳନା କରିପାରିବେ ।

  • ନିଜ ପାଇଁ ସମୟ କାଢନ୍ତୁ :

ନିଜକୁ ସମୟ ଦେବା ନିହାତି ଆବଶ୍ୟକ ।  ଆଧ୍ୟାତ୍ମକ ପୁସ୍ତକ ପଢନ୍ତୁ , ଯେପରିକି ଶୀମଦ ଭାଗବତ ଗୀତା ନିଜ ଜୀବନରେ ଆପଣାନ୍ତୁ। ଏହା ଆପଣଙ୍କ ମନକୁ ସକ୍ରିୟ ରଖିବ ଏବଂ ମନୋବଳ ମଧ୍ୟ ସତେଜ ହେବ। ସକାଳ ହେଉ କି ସନ୍ଧ୍ୟାରେ, ଯେତେବେଳେ ସମୟ ହେଉଛି ଘଣ୍ଟାଏ ହେଉ କି ଅଧା ଘଣ୍ଟା ଏପଟ ସେପଟ ହେବା ବା ଚଲାଚଲି କରିବାର ଅଭ୍ୟାସ କରନ୍ତୁ। ଏହା ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ ଏବଂ ଆପଣଙ୍କୁ ଫିଟ୍ ରଖିବ । କୁରୁକ୍ଷେତ୍ରରେ ଯେଉଁ ଜ୍ଞାନ ଅର୍ଜୁନଙ୍କୁ ଶୀ କୃଷ୍ଣ ଦେଇଥିଲେ ତାକୁ ନିଜ କର୍ମରେ ପ୍ରୟୋଗ କରି ଦେଖନ୍ତୁ । କାରଣ ସବୁ ପ୍ରଶ୍ନ ଉତ୍ତର ସେଠାରେ ଅଛି ।

  • କାମ ର ଗୁଣବତ୍ତା ଉପରେ ଧ୍ୟାନ:

କିଛି ଲୋକ ମଲ୍ଟିଟାସ୍କିଂରେ ଦକ୍ଷ ଥାଆନ୍ତି ବା ଅନେକ କାମ ଏକା ସମୟରେ ପରିଚାଳନା କରିପାରନ୍ତି । ତେଣୁ ନିଜ ଦକ୍ଷତା ଅନୁସାରେ କାମର ଗୁଣବତ୍ତା ଉପରେ ଗୁରୁତ୍ୱ ଦିଅନ୍ତୁ । ଆପଣ ଜାଣିଥିବେ ଆଉ କିଛି ଲୋକ ଏକାସାଙ୍ଗରେ ସବୁ କାମ କରିବାକୁ ଚେଷ୍ଟା ଜାରି ରଖନ୍ତି। ଯଦି ଆପଣ ମଲ୍ଟିଟାସ୍କିଂ ହୋଇ ପାରୁନାହାଁନ୍ତି, ତେବେ ଗୋଟିଏ ଥରରେ କେବଳ ଗୋଟିଏ କାମ ଉପରେ ଧ୍ୟାନ ଦିଅନ୍ତୁ। ସମସ୍ତ କାମ ଉପରେ ଗୁରୁତ୍ୱ ଦେଲେ କାମର ଗୁଣବତ୍ତା ଉପରେ ପ୍ରଭାବ ପଡିବ । ତା ସହ ଆପଣଙ୍କ ଷ୍ଟେସ୍ ମଧ୍ୟ ବଢିବ । ଅଭ୍ୟାସ ଜାରିରଖନ୍ତୁ । କିନ୍ତୁ ଏଥିପାଇଁ ମାନସିକ ଚାପ ବଢେଇଲେ କୌଣସି ଲାଭ ହେବ ନାହିଁ। ଏହା କାମର ଗୁଣରେ ଉନ୍ନତି ଆଣିବ ନାହିଁ। ତେଣୁ ଆପଣ ଗୋଟିଏ ଥରରେ ଯେତିକି କରି ପାରୁଛନ୍ତି ସେତିକି କରନ୍ତୁ। ଏହା ଚାପ ହ୍ରାସ କରିବାରେ ସାହାଯ୍ୟ କରିବ। ମନବଳ ଦୃଢ଼ କରି ନିଜ କର୍ମ କରି ଚାଲନ୍ତୁ , ଦେଖିବେ ନିଶ୍ଚୟ ସଫଳ ହେବେ । ଆପଣଙ୍କ ବୃତ୍ତିଗତ ଜୀବନରେ ଉନ୍ନତି ଆସିବା ସହ ବ୍ୟକ୍ତିଗତ ଜୀବନରେ ଖୁସି ଆସିବ ।

 

 

Lifestyle-related ପ୍ରତ୍ୟେକଟି ତଥ୍ୟ ଜାଣିବା ପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ । 

CATEGORIES
TAGS
Share This

COMMENTS

Wordpress (0)
Disqus (0 )