Thursday 25th April 2024
ଏମିତି ଏକ ରୋଗ ଯାହା ପାଇଁ ନଷ୍ଟ ହେଇଯିବ ଆପଣଙ୍କ Fingerprint..

ଏମିତି ଏକ ରୋଗ ଯାହା ପାଇଁ ନଷ୍ଟ ହେଇଯିବ ଆପଣଙ୍କ Fingerprint..

ଆଜିର ସମୟରେ ଆପଣ ବିଭିନ୍ନ ରୋଗ ବିଷୟରେ ଶୁଣୁଥିବେ । କିନ୍ତୁ ବର୍ତ୍ତମାନ ସମୟରେ କିଛି ଏମିତି ରୋଗ ବି ଅଛି ଯାହାର ଲକ୍ଷଣ ଜାଣିଲେ ସାଧାରଣ ଲୋକଟିଏ ଆଶ୍ଚର୍ଯ୍ୟ ହେଇଯିବ । ହଁ ଏହି ରୋଗ ହେଲେ ଆପଣ ନିଜ ହାତଦ୍ୱାରା ସ୍ପର୍ଶ କରିବା ଭୁଲି ଯିବେ । କେମିତି ଜାଣିବା ପାଇଁ ପୁରା ଆର୍ଟିକିଲଟିକୁ ପଢନ୍ତୁ ।


ବର୍ତ୍ତମାନ ସମୟରେ ବିଭିନ୍ନ ଡକ୍ୟୁମେଣ୍ଟ ରେ ବାୟୋମେଟ୍ରିକ୍ ଜରୁରୀ ହୋଇଥାଏ । ବାୟୋମେଟ୍ରିକ୍ ଆଙ୍ଗୁଳି ଚିହ୍ନ ନିଆଯାଇଥାଏ । କୁହାଯାଏ ଦୁନିଆରେ ଦୁଇ ଜଣକ ଚେହେରା ,ସ୍ୱର ହୁଏତ ସମାନ ହୋଇପାରେ କିନ୍ତୁ ଏମିତି ଗୋଟିଏ ଜିନିଷ ଅଛି ଯାହା କେବେ ବି ସମାନ ହୋଇପାରିବ ନାହିଁ । ତାହା ହେଉଛି ଫିଙ୍ଗରପ୍ରିଣ୍ଟ । ଅପରାଧିଙ୍କୁ ଧରିବା ହେଉ କିମ୍ବା ହଜିଯାଇଥିବା ଶିଶୁକୁ ଖୋଜିବା ହେଉ ଫିଙ୍ଗରପ୍ରିଣ୍ଟ ସବୁବେଳେ କାମରେ ଆସିଥାଏ । ପ୍ରମାଣ ପତ୍ର ତିଆରି କରିବା ପାଇଁ ପ୍ରଥମେ ଆଙ୍ଗୁଠି ଚିହ୍ନ ନିଆଯାଇଥାଏ । କିନ୍ତୁ ଏଭଳି ଏକ ରୋଗ ଅଛି,ଯେଉଁଥିରେ ରୋଗୀଙ୍କ କୌଣସି ଚିହ୍ନ ରହିନଥାଏ । ଏହି ରୋଗର ନାଁ ହେଉଛି ଆଡ୍ରମେଟୋଗ୍ଲିଫିଆ । ଏହା ଏକ ଆନୁବଂଶିକ ରୋଗ ଅଟେ । ଏହାର ପ୍ରଥମ ମାମଲା ୨୦୦୭ରେ ମିଳିଥିଲା । ଯେତେବେଳେ ଜଣେ ବିଦେଶୀ ମହିଳା ଆମେରିକା ଯିବାକୁ ଚାହୁଁଥିଲେ । ପାସପୋର୍ଟ ତାଙ୍କର ଚେହେରା ଫଟୋ ସହ ମେଳ ହେଉନଥିଲେ ବି ତାଙ୍କ ଫିଙ୍ଗରପ୍ରିଣ୍ଟ ମେଳ ଖାଇନଥିଲା । କାରଣ ତାଙ୍କର ଫିଙ୍ଗରପ୍ରିଣ୍ଟ ହିଁ ନଥିଲା । ଏହାପରେ ବାଙ୍ଗଲାଦେଶରେ ଏକ ପରିବାର ପାଖରେ ଏହି ପରି ରୋଗ ଦେଖିବାକୁ ମିଳିଥିଲା । ଏହିଭଳି ମାମଲା ସାମ୍ନାକୁ ଆସିବା ପରେ ଏହା ଉପରେ ଗବେଷଣା ଆରମ୍ଭ ହୋଇଥିଲା । ଯାହାପରେ ଆଡ୍ରମେଟୋଗ୍ଲିଫିଆ ରୋଗର ଜଣାପଡିଥିଲା । ଏହା ଏକ ଦୁର୍ଲଭ ରୋଗ ଯେଉଁତିରେ ଆଙ୍ଗୁଳିରୁ ଚିହ୍ନ ବା ରେଖା ନଥାଏ ।


୨୦୧୧ ରେ ଜଣାପଡିଥିଲା ଯେ ଗର୍ଭାବସ୍ଥା ସମୟରେ ଭ୍ରୁଣ ଶରୀରର ଏକ ଜିନ୍ ଏସଏମଏଆରସିଏଡି-୧ ରେ ବିଘଟନ ହୋଇଥାଏ । ଏହା ସେହି ଜିନ୍ ଯାହା ଗର୍ଭବାସ୍ଥାରେ ଭ୍ରୁଣର ଆଙ୍ଗୁଠିରେ ଚିହ୍ନ ପାଇଁ ଦାୟୀ ରହିଥାଏ । ଏହି ରୋଗର ଅନ୍ୟ ଏକ ଅସୁବିଧା ହେଉଛି ଏହାଦ୍ୱାରା ସ୍ୱେଟ୍ ଗ୍ଲାଣ୍ଡ ଅର୍ଥାତ ଝାଳ ଗ୍ରନ୍ଥୀ ହ୍ରାସ ପାଇଥାଏ । ଏହା ଯୋଗୁଁ ଠିକ୍ ଭାବରେ ଝାଳ ବାହାରିନଥାଏ । ଫଳରେ ଅନ୍ୟ ସମସ୍ୟା ହୋଇଥାଏ । ଏହି ରୋଗ ଯୋଗୁଁ ଫିଙ୍ଗପ୍ରିଣ୍ଟ ନେବା ସମ୍ଭବ ହୋଇନଥାଏ । ଫଳରେ ଅନେକ ଅସୁବିଧା ହୋଇପାରେ । ଚାକିରି ମିଳିବା ଠାରୁ ଆରମ୍ଭ କରି ଅନ୍ୟ ଦେଶକୁ ଯିବାରେ ସମସ୍ୟା ହୋଇପାରେ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )