Thursday 28th March 2024
ଇଞ୍ଜିନିୟରିଂ କରିଥିଲେ ଜିଓରେ କରିପାରିବେ ଚାକିରୀ ! ମେଟେରିଆଲ୍  କୋଡିନେଟର ପାଇଁ ଜିଓ ବାହାର କରିଛି ବିଜ୍ଞପ୍ତି !

ଇଞ୍ଜିନିୟରିଂ କରିଥିଲେ ଜିଓରେ କରିପାରିବେ ଚାକିରୀ ! ମେଟେରିଆଲ୍  କୋଡିନେଟର ପାଇଁ ଜିଓ ବାହାର କରିଛି ବିଜ୍ଞପ୍ତି !

ଜିଓ କମ୍ପାନୀରେ ଅନେକ  ବ୍ରାଞ୍ଚ ରହିଛି । ଭାରତରେ ଜିଓ ଏକ ଜଣାଶୁଣା ବଡ ବ୍ରାଣ୍ଡ । ତେବେ ଜିଓ କମ୍ପାନୀ ତାର ଟେଲିକମ୍ ସର୍ଭିସ  ପାଇଁ ସବୁବେଳେ ଚର୍ଚ୍ଚାରେ ରୁହେ । ଗାଁ ହେଉ କିମ୍ବା ସହର, ସବୁଠାରେ ରିଲାଏନ୍ସ ଜିଓ ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ପହଞ୍ଚାଇ ପାରିଥିଲା । ଏବେ ଗ୍ରାହକ ମାନେ 5G ଅପେକ୍ଷାରେ । ଏଇ କିଛି ବର୍ଷହେବ ରିଲାଏନ୍ସ ଜିଓ ଇଣ୍ଟରନେଟ୍ ସର୍ଭିସ ରେ ଅନେକ ପୁରୁଣା କମ୍ପାନୀକୁ ପଛରେ ପକାଇ ଗ୍ରାହକ ମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ରିଲାଏନ୍ସ ଜିଓ ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ଯୋଗାଇଦେବା ସହ ଟେଲିକମ୍ୟୁନିକେସନ୍ ଏବଂ ଟେଲିକମ୍ ସର୍ଭିସ୍ କ୍ଷେତ୍ରରେ ସୃଷ୍ଟି କରିଥିଲା ବିଭିନ୍ନ ପ୍ରକାରର ନିଯୁକ୍ତି । ଘରେ ବସିରହିଥିବା ଅନେକ ଯୁବକ ଯୁବତୀ ପାଇଥିଲେ ନିଯୁକ୍ତି । ଏବେ ପୁଣିଥରେ ରିଲାଏନ୍ସ ଜିଓ ମେଟେରିଆଲ୍ କୋଡିନେଟର ପାଇଁ ବାହାର କରିଛି ନିଯୁକ୍ତି । ଏହି ନିଯୁକ୍ତିଟି ଭୁବନେଶ୍ୱର ପାଇଁ ବାହାରିଛି । 

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ

 

ପଦବୀ ର ନାମ – ମେଟେରିଆଲ୍  କୋଡିନେଟର

 

ସ୍ଥାନ –  ଭୁବନେଶ୍ୱର 

 

ଏହି ଲିଙ୍କ୍ କୁ ଯାଇ ରିଲାଏନ୍ସ ଜିଓ ବିଷୟରେ ଅଧିକ ଜାଣିପାରିବେ –

https://www.jio.com/

JIO is looking for a Material Coordinator in Bhubaneswar

ଶିକ୍ଷାଗତ ଯୋଗ୍ୟତା  – 

୧) ଇଞ୍ଜିନିୟରିଂ ରେ ବ୍ୟାଚଲର ଡିଗ୍ରୀ ଥିବା ଆବଶ୍ୟକ ।

୨) ବ୍ୟାଚଲର ଇନ୍ ଇଞ୍ଜିନିୟରିଂ

୩) ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ

୪) ମେକାନିକାଲ୍ ଇଞ୍ଜିନିୟରିଂ

୫) ଇଲୋକ୍ଟ୍ରୋନିକ୍ସ ଆଣ୍ଡ କମ୍ଯୁନିକେସନ୍ 

ଏହି ଡିଗ୍ରୀ ଗୁଡିକ ଥିଲେ ପ୍ରିଫର ପାଇବେ ବା ଅଗ୍ରାଧିକାର ପାଇବେ ।

 

ଅଭିଜ୍ଞତା –
୫ ବର୍ଷ ରୁ ୮ ବର୍ଷ ଥିଲେ ଭଲ ।

 

ଏହି ଚାକିରୀ କରିବା ପାଇଁ କେଉଁ ଦକ୍ଷତା ଆବଶ୍ୟକ ? –

୧)   ଏଫଟିଟି ଏକ୍ସ ନିର୍ମାଣ / ଟାୱାର / ଇଣ୍ଟ୍ରାସିଟି / ହୋମ୍ ସଂଯୋଗ ବିଷୟରେ ଜ୍ଞାନ ର ଆବଶ୍ୟକତା ରହିଛି ।

୨)   ପ୍ରକଳ୍ପ ଯୋଜନା ଦକ୍ଷତା ର ଦକ୍ଷତା ।

୩)  ଯୋଗାଯୋଗ ଦକ୍ଷତା (ଲିଖିତ ବା ମୌଖିକ)

୪)  ସମ୍ପର୍କ ପରିଚାଳନା 

୫)   ସିଷ୍ଟମ୍ ଜ୍ଞାନ 

 

ଚାକିରୀରେ କଣ ରହିବ ଦାୟିତ୍ୱ ? –

୧)  ସାମଗ୍ରୀକ ସମନ୍ୱୟ ପାଇଁ ଭଣ୍ଡାର / ଷ୍ଟକ୍ ଉପରେ ନଜର ରଖ ଏବଂ ପରିଚାଳନା କରନ୍ତୁ |

୨)  କାମର ପରିମାଣ ଯାଞ୍ଚ କରିବା ଏବଂ ବିଲ୍ ସଂଗ୍ରହ କରିବାକୁ ପଡିବ । 

୩)  ସାମଗ୍ରୀ ଏବଂ ଏହାର ପ୍ରଦାନ (ସିଷ୍ଟମ୍ ଓ ସାଇଟରେ) ପରିଚାଳନା କରିବାକୁ ପଡିବ ।

୪) କାର୍ଯ୍ୟକ୍ରମ ଉପରେ ନଜର ରଖିବାକୁ ପଡିବ ଏବଂ ଆଲାଇନମେଣ୍ଟରେ ପର୍ଚେଜ୍ ଆବଶ୍ୟକତା ପୂରଣ କରିବାକୁ ପଡିବ ।

୫) ମନିଟରିଂ ଦକ୍ଷତା ପାଇଁ ଏମଆଇଏସ୍  ଏବଂ ରିପୋର୍ଟ ପ୍ରସ୍ତୁତ ତଥା ପରିଚାଳନା କରିବାକୁ ପଡିବ ।

 

ଅଧିକ ଜାଣିବା ପାଇଁ ଜିଓ ର ଓ୍ୱେବସାଇଟ୍ କୁ ଭିଜିଟ୍ କରନ୍ତୁ –

https://rb.gy/93jmh

 

ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://careers.jio.com/frmRegister.aspx

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/LcWKf8kn4Z9HH1v80hySeZ

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )