Thursday 25th April 2024
ଏହି ଦୀପାବଳୀରେ ହେବ ସୁନାର ବର୍ଷା – ଜୀ ସାର୍ଥକ ଦେଖନ୍ତୁ, ସୁନା ଜିତନ୍ତୁ

ଏହି ଦୀପାବଳୀରେ ହେବ ସୁନାର ବର୍ଷା – ଜୀ ସାର୍ଥକ ଦେଖନ୍ତୁ, ସୁନା ଜିତନ୍ତୁ

ଏହି ଦୀପାବଳୀରେ ଜୀ ସାର୍ଥକ ନେଇ ଆସିଛି ସୁନା ଜିତିବାର ସୁଯୋଗ । କିଛି ସରଳ ପ୍ରଶ୍ନର ଉତ୍ତର ଦେଇ ଆପଣ ହୋଇପାରିବେ ଭାଗ୍ୟଶାଳୀ ବିଜେତା । ଏନେଇ ଏକ ପ୍ରତିଯୋଗିତା ଆରମ୍ଭ ହେଉଛି । ‘ଦୀପାବଳିରେ ସୁନାର ବର୍ଷା’ ପ୍ରତିଯୋଗୀତା ପାଇଁ ଦର୍ଶକଙ୍କୁ ଜୀ ସାର୍ଥକ ଦେଖିବାକୁ ପଡିବ । ସଂଧ୍ୟା ୫ଟାରୁ ରାତି ୧୦ ଟା ଭିତରେ ପ୍ରସାରିତ ଧାରାବାହିକରୁ କିଛି ସରଳ ପ୍ରଶ୍ନ ପଚରାଯିବ । ଉତ୍ତରଦାତାଙ୍କ ମଧ୍ୟରୁ ପ୍ରତିଦିନ ୩ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ମିଳିବ ୧ଗ୍ରାମର ଗୋଲ୍ଡ କଏନ । ସେହିଭଳି ପ୍ରତିଯୋଗୀତା ଶେଷରେ ଜଣେ ମେଗା ବିଜେତାଙ୍କୁ ୧୦ ଗ୍ରାମର ଗୋଲ୍ଡ କଏନ ପ୍ରଦାନ କରାଯିବ । ଅରୁନ୍ଧତୀ ଜୁଏଲର୍ସ ତରଫରୁ ଏହି ଗୋଲ୍ଡ କଏନ ଦିଆଯିବ । ଅକ୍ଟୋବର ୧୪ରୁ ଅକ୍ଟୋବର ୨୩ ଯାଏଁ ଏହି ପ୍ରତିଯୋଗୀତା ଚାଲିବ ।

Gold Coins : 7 things to know while buying gold coins | Guide to buy gold coinsଜୀ ସାର୍ଥକରେ ଏବେ ଅନେକ ନୂଆ ମେଗା ସିରିୟଲ ମଧ୍ୟ ଆରମ୍ଭ ହୋଇଛି । ଏମିତିକି ପ୍ରାଇମଟାଇମରେ ପ୍ରସାରିତ ସମସ୍ତ ଓଡିଆ ମେଗା ଧାରାବାହିକ ଗୁଡିକ ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଛି । ସଂଧ୍ୟା ୫ଟାରୁ ରାତି ୧୦ଟା ଭିତରେ ଦିଦି ନମ୍ବର ୱାନ, ଶ୍ୟାମା, ବିଜୟିନୀ, ଝିଲି, ସୁନା ଝିଅ, ସାଥିରେ, ମା ଯାହାର ସାହା, ସର୍ବଜିତା ଅନୁ, ଭୋଳା ଓ ସବୁଠାରୁ ଲୋକପ୍ରିୟ ସୋ ସାରେଗାମାପା ସ୍ୱରର ମହାମଞ୍ଚ ପ୍ରସାରିତ ହେଉଛି ।

Gold, Silver Prices Today Updates, 18 May 2022: Gold slips Rs 296/10 gm, silver declines Rs 341/kg

ଯାହାକୁ ଦେଖି ଚ୍ୟାନେଲ ତରଫରୁ ପଚରା ଯାଇଥିବା ସରଳ ପ୍ରଶ୍ନର ଉତ୍ତର ଦେଇ ଦର୍ଶକେ ସୁନା କଏନ ଜିତିପାରିବେ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )