Tuesday 23rd April 2024
ଚାକିରୀକୁ ନେଇ ଦ୍ୱନ୍ଦରେ ଅଛନ୍ତି କି ? ଜାଣନ୍ତୁ ବର୍ତ୍ତମାନ ସମୟରେ କେଉଁ ଚାକିରୀର ରହିଛି ଅଧିକ ଡିମାଣ୍ଡ୍ !

ଚାକିରୀକୁ ନେଇ ଦ୍ୱନ୍ଦରେ ଅଛନ୍ତି କି ? ଜାଣନ୍ତୁ ବର୍ତ୍ତମାନ ସମୟରେ କେଉଁ ଚାକିରୀର ରହିଛି ଅଧିକ ଡିମାଣ୍ଡ୍ !

ବର୍ତ୍ତମାନ ସମୟରେ ଚାକିରୀ ପାଇଁ ସମସ୍ତେ ଚିନ୍ତିତ । ବଢୁଥିବା ଜନସଂଖ୍ୟା ସହ ଚାକିରୀ ର ଅଭାବ ପ୍ରାୟ  ସବୁଆଡେ ଦେଖା ଦେଇଛି । ତେଣୁ ଅନେକ ଯୁବକ ଯୁବତୀ ଯୋଗ୍ୟତା ଥାଇବି ଚାକିରୀ ପାଉନାହାନ୍ତି । ଅନେକ ଯୁବକ ଯୁବତୀ ଏମିତି ବି ଅଛନ୍ତି ଯେଉଁମାନଙ୍କୁ ଯୋଗ୍ୟତା ଅନୁସାରେ ଚାକିରୀ ମିଳୁନାହିଁ । ତେଣୁ ଚାକିରୀ ଆଶାୟୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଟଙ୍କା ରୋଜଗାର କରିବା ହେଉଛି ସମସ୍ତଙ୍କର ପ୍ରଥମ ପ୍ରାଥମିକତା । ଟଙ୍କା ବିନା କିଛିବି କରିବା ସଂମ୍ଭବ ନୁହଁଁ । ଆତ୍ମନିର୍ଭରଶୀଳ ହେବା ପାଇଁ ଟଙ୍କାର ଆବଶ୍ୟକତା ବହୁତ ଅଛି । ବିନା ଟଙ୍କାରେ ବଞ୍ଚିବା ଭାରି କଷ୍ଟକର । ଟଙ୍କା ରୋଜଗାର କରିବା ପାଇଁ ବିଭିନ୍ନ ମାଧ୍ୟମ ଅଛି । ବେପାର ବାଣିଜ୍ୟ ଏବଂ ଚାକିରୀ କରିବା ହେଉଛି ଦୁଇ ଗୋଟି ପ୍ରମୁଖ ମାଧ୍ୟମ । ତେବେ ଜଣେ ସାଧାରଣ ଲୋକଟିଏ ପାଇଁ ଟଙ୍କା ରୋଜଗାର କରିବାର ଉତ୍ତମ ମାଧ୍ୟମ ହେଉଛି ଚାକିରୀ । ଚାକିରୀରେ ବେପାର ବାଣିଜ୍ୟ ପରି ଟଙ୍କା ବୁଡି ଯିବା କିମ୍ବା କ୍ଷତି ହେବା ଭଳି ବିପଦ ନଥାଏ । ବେପାର ବାଣିଜ୍ୟ ରେ ଲାଭ ଯେମିତି ହୁଏ , ସେପରି କ୍ଷତି ର ସଂମ୍ଭାବନା ମଧ୍ୟଥାଏ । ତେଣୁ ଅନେକ ବ୍ୟକ୍ତିଙ୍କ ଚାକିରୀ ପସନ୍ଦ । ମାସ ଶେଷରେ ଦରମା ମିଳିବ , ଏଇ ଆଶା ନେଇ ପ୍ରତିଦିନ ପରିଶ୍ରମ କରିଥାନ୍ତି କର୍ମଚାରୀ । ଚାକିରୀ ଗୋଟିଏ କରିବା ବା ଚାକିରୀ ପାଇବା କେତେ କଷ୍ଟ ତାହା ପ୍ରତିଦିନ ଚାକିରୀ ଖୋଜୁଥିବା ଚାକିରୀ ଆଶାୟୀ ଙ୍କୁ ଭଲଭାବେ ଜଣା । ତେବେ ବର୍ତ୍ତମାନ ସମୟରେ ଏମିତି କିଛି ଚାକିରୀ ଅଛି , ଯାହାର ଡିମାଣ୍ଡ୍ ଅନେକ ରହିଛି । କାରଣ ସେହି ଚାକିରୀ ରେ ରହିଛି କ୍ୟାରିୟର ଗ୍ରୋତ୍ । କ୍ୟାରିୟର ଗ୍ରୋତ୍ ହେବା ସହ ଭଲ ଦରମା ମଧ୍ୟ ମିଳିବ ।

 

ଏହି ଆର୍ଟିକିଲ୍ ଟିକୁ ଶେଷଯାଏ ପଢନ୍ତୁ ଏବଂ ଜାଣନ୍ତୁ ଅଧିକ ଡିମାଣ୍ଡ୍ ଥିବା ଚାକିରୀ ବିଷୟରେ –

 

୧) ରିକୃଟମେଣ୍ଟ୍  କନସଲଣ୍ଟାଟ୍ –

ରିକୃଟମେଣ୍ଟ୍ କନସଲଣ୍ଟାଟ୍ ର ଅର୍ଥ ହେଉଛି ନିଯୁକ୍ତି ପରାମର୍ଶଦାତା । ଅନେକ ସମୟରେ ବିଭିନ୍ନ ଛୋଟ ବଡ କମ୍ପାନୀ ଗୁଡିକରେ ବିଭିନ୍ନ ପଦବୀରେ ଭ୍ୟାକେନ୍ସି ବାହାରେ । ଏହି ଭ୍ୟାକେନ୍ସି ଗୁଡିକ ପୂରଣ କରିବା ପାଇଁ ନିଯୁକ୍ତିଦାତା ମାନଙ୍କ ଏକ ଟିମ୍ ସକ୍ରିୟ ହୋଇ କାମ କରିଥାଏ । ତେବେ ଅନେକ କ୍ଷେତ୍ରରେ କମ୍ପାନୀ ଗୁଡିକ ଯୋଗ୍ୟ ପ୍ରାର୍ଥି ଖୋଜି ପାଇବାରେ ଅସମର୍ଥ ହୋଇଥାନ୍ତି । ସେହି ସମୟରେ ରିକୃଟମେଣ୍ଟ୍ କନସଲଣ୍ଟାଟ୍ ର ଆବଶ୍ୟକତା ପଡିଥାଏ । ରିକୃଟମେଣ୍ଟ୍ କନସଲଣ୍ଟାଟ୍ ପଦବୀ ଅନୁସାରେ ପ୍ରତିଭା ବା ଆବଶ୍ୟକଥିବା ଟ୍ୟାଲେଣ୍ଟ୍ କୁ ଖୋଜି କମ୍ପାନୀକୁ ଦେଇଥାନ୍ତି ଯୋଗ୍ୟ କର୍ମଚାରୀ । ବର୍ତ୍ତମାନ ସମୟରେ ଟ୍ୟାଲେଣ୍ଟ୍ ଆକ୍ୱାଜିସନ୍ ନାଁରେ ଚାକିରୀ ଏଜେନ୍ସି ଖୋଲି ଅନେକ ରିକୃଟମେଣ୍ଟ୍ କନସଲଣ୍ଟାଟ୍ କାମ କରୁଛନ୍ତି । ଏଥିପାଇଁ ମାଷ୍ଟର ଇନ୍ ବିଜନେସ୍ ଆଡମିନିଷ୍ଟ୍ରେସନ୍ ଡିଗ୍ରୀର ଆବଶ୍ୟକତା ପଡିପାରେ । ଅଭିଜ୍ଞତା ଥିଲେ ଅଗ୍ରାଧିକାର ପାଇବେ । କୌଣସି ଗୋଟିଏ ଛୋଟ କମ୍ପାନୀ ବା ଷ୍ଟାର୍ଟଅଫ୍ କମ୍ପାନୀରେ ହାଇରିଂ ମ୍ୟାନେଜର ଭଳି ବସି ନ ରହି ଆପଣ ବିଭିନ୍ନ କମ୍ପାନୀ ସହ ଫ୍ରିଲାନ୍ସିଂ ପରି କାମ କରିପାରିବେ । ଆପଣଙ୍କୁ ଯୋଗ୍ୟ ପ୍ରାର୍ଥିକୁ କମ୍ପାନୀକୁ ଦେବାର ଅଛି । ଏହି ଚାକିରୀରେ ଆପଣଙ୍କୁ କେବଳ ଏତିକି କାମ କରିବାର ଅଛି । ଏହି ଚାକିରୀରେ ଭଲ ଦରମା ମଧ୍ୟ ରହିଛି ।  

 

୨) କଷ୍ଟମର ସର୍ଭିସ୍ ଏସୋସିଏଟ୍ – 

Confused about the job ? Discover high-demand jobs in 2023 !

ଛୋଟ ହେଉ କିମ୍ବା ବଡ , ସମସ୍ତ କମ୍ପାନୀରେ ଗ୍ରାହକ ସେବା ଅଧିକାରୀ ଥାନ୍ତି । ଗ୍ରାହକ ମାନଙ୍କର ସମସ୍ତ ସୁବିଧା ଏବଂ ଅସୁବିଧା ବୁଝିବା ପାଇଁ କଷ୍ଟମର ସର୍ଭିସ୍ ଏସୋସିଏଟ୍ ମାନଙ୍କର ଆବଶ୍ୟକତା ପଡିଥାଏ । ଯଦି ଆପଣଙ୍କର ଯୋଗାଯୋଗ ଦକ୍ଷତା ବା କମ୍ୟୁନିକେସନ୍ ସ୍କିଲ୍ ଭଲ ଅଛି , ତେବେ ଆପଣ ଏଥିରେ କ୍ୟାରିୟର ଭଲ ଭାବରେ ଆରମ୍ଭ କରିପାରିବେ । ହିନ୍ଦୀ , ଇଂରାଜୀ ଏବଂ ଆଞ୍ଚଳିକ ଭାଷା ଜଣାଥିଲେ ଆପଣ ଏହି କ୍ଷେତ୍ରରେ ଆଗକୁ ବଢିପାରିବେ । ବଡ ବଡ କମ୍ପାନୀରେ ଅନେକ ବ୍ୟକ୍ତି ଘରେ ରହି ମଧ୍ୟ ଏହି କାମ କରୁଛନ୍ତି ବା ଓ୍ୱାର୍କ ଫ୍ରମ୍ ହୋମ୍ କରୁଛନ୍ତି । ଗ୍ରାହକ ମାନଙ୍କ ପ୍ରଶ୍ନର ଉତ୍ତର ଭଲଭାବରେ ଆପଣଙ୍କୁ ଦେବାକୁ ପଡିବ । ଗ୍ରାହକ ମାନଙ୍କ ସମସ୍ୟାର ସମାଧାନ ମଧ୍ୟ କରିବାକୁ ପଡିବ । ଆଜିକାଲି ଅନେକ ବ୍ୟକ୍ତି କଷ୍ଟମର ସର୍ଭିସ୍ ଏସୋସିଏଟ୍ ଭାବରେ ଅନଲାଇନ୍ କିମ୍ବା ଅଫଲାଇନ୍ କାମ କରୁଛନ୍ତି । ପ୍ରାୟତ ଅନଲାଇନ୍ କଷ୍ଟମର ସର୍ଭିସ୍ ଏସୋସିଏଟ୍ ମାନଙ୍କର ସଂଖ୍ୟା ଅଧିକ । ଫୋନ୍ କିମ୍ବା ଲାପଟପ୍ ଥିଲେ ଆପଣ ମଧ୍ୟ ଏହି କାମ କରିପାରିବେ । ଆପଣଙ୍କ ପ୍ରତି କଷ୍ଟମର ମାନଙ୍କ ରେଟିଂ ଯେତେ ଭଲ ରହିବ ସେତେ ଭଲ । କାରଣ ଏହା ଦ୍ୱାରା ଆପଣଙ୍କ ଦରମା ଭଲ ରହିବ । ଆପଣ ଜଣେ ପ୍ରଫେସନାଲ୍ କଷ୍ଟମର ସର୍ଭିସ୍ ଏସୋସିଏଟ୍ ଭାବରେ ପରିଚିତ ହେବେ । ଅଭିଜ୍ଞତା ହୋଇଗଲେ ପରେ ପରେ ଆପଣ ବଡ କମ୍ପାନୀରେ ଚାକିରୀ କରିବାପାଇଁ ସୁଯୋଗ ପାଇପାରିବେ ।  

 

୩) ଫୁଲ୍ ଷ୍ଟାକ୍ ଡେଭେଲପର – 

ଆପଣ ଯଦି ଇନଫୋରମେସନ୍ ଟେକ୍ନୋଲୋଜିରେ କ୍ୟାରିୟର ଗଢିବା ପାଇଁ ଚାହୁଁଛନ୍ତି ତେବେ ଫୁଲ୍ ଷ୍ଟାକ୍ ଡେଭେଲପର ଏକ ବଢିଆ ବିକଳ୍ପ । ଏଥିରେ ଆପଣଙ୍କୁ କ୍ଲାଇଣ୍ଟ୍ ସର୍ଭିସ୍ ଦେବାକୁ ପଡିବ ଏବଂ ସର୍ଭର ସପ୍ଟଓ୍ୱେୟାର କାମ କରିବାକୁ ପଡିବ । ଏଚଟିଏମଏଲ୍ , ସିଏସଏସ୍ , ଜାଭା ସ୍କ୍ରିପ୍ଟ୍ , ଆଙ୍ଗୁଲାର୍ , ପିଏଚପି , ଏସପି ଏବଂ ପାଇଥନ୍ ଇତ୍ୟାଦି ସହ ଆପଣଙ୍କୁ କାମ କରିବାକୁ ପଡିବ । ବର୍ତ୍ତମାନ ସମୟରେ ଅନେକ ଫୁଲ୍ ଷ୍ଟାକ୍ ଡେଭେଲପର ରିମୋର୍ଟ ଓ୍ୱାର୍କ କରୁଛନ୍ତି । ଘରେ ରହି ହାଇସ୍ପିଡ୍ ଇଣ୍ଟରନେଟ୍ କନେକସନ୍ ନେଇ ଦେଶ ଏବଂ ଦେଶ ବାହାର କ୍ଲାଇଣ୍ଟ୍ ସହ କାମ କରୁଛନ୍ତି । ଏଥିରେ ଆପଣ ବର୍ଷକୁ ପାଞ୍ଚ ଲକ୍ଷ ଟଙ୍କା ରୁ ଆରମ୍ଭକରି ଲକ୍ଷାଧିକ ଟଙ୍କା ରୋଜଗାର କରିପାରିବେ ।  

 

୪) ପ୍ରୋଜେକ୍ଟ୍ ମ୍ୟାନେଜର – 

Confused about the job ? Discover high-demand jobs in 2023 !

ପ୍ରୋଜେକ୍ଟ୍ ମ୍ୟାନେଜର ର କାମ କମ୍ପାନୀ ଅନୁସାରେ ଭିନ୍ନ ଭିନ୍ନ ଧରଣର ରହିପାରେ । କାରଣ ବିଭିନ୍ନ ପ୍ରକାରର କମ୍ପାନୀର କାମ ଭିନ୍ନ ଭିନ୍ନ ଥାଇପାରେ । ତେବେ ଅନେକ ସମୟରେ କମ୍ପାନୀର ଟିମ୍ ଲିଡର ଟିମ୍ କୁ ଲିଡ୍ କରିବା ସମୟରେ ପ୍ରୋଜେକ୍ଟ କଥା ବୁଝିପାରିନଥାନ୍ତି । ତେଣୁ କମ୍ପାନୀ ଗୁଡିକ ପ୍ରୋଜେକ୍ଟ ମ୍ୟାନେଜର ମାନଙ୍କୁ ହାଇରିଂ କରିଥାନ୍ତି । ପ୍ରୋଜେକ୍ଟ୍ ମ୍ୟନେଜର ର କାମ ପ୍ରୋଜେକ୍ଟକୁ ପରିଚାଳନା କରିବା । ତେଣୁ ଆପଣଙ୍କ ଯୋଗ୍ୟତା ଅଭିଜ୍ଞତା ଅନୁସାରେ ଆପଣ ବିଭିନ୍ନ କମ୍ପାନୀରେ ପ୍ରୋଜେକ୍ଟ ମ୍ୟାନେଜର ଚାକିରୀ କରିପାରିବେ ।

 

୫) ଆକାଉଣ୍ଟାଣ୍ଟ୍ – 

ଗୋଟିଏ କମ୍ପାନୀରେ ଆକାଉଣ୍ଟାଣ୍ଟ୍ ର ଗୁରୁତ୍ୱ ଅନେକ ଥାଏ । କାରଣ ଆକାଉଣ୍ଟାଣ୍ଟ୍ କମ୍ପାନୀର ଆର୍ଥିକ ସ୍ଥିତିକୁ ସମ୍ଭାଳିଥାଏ । ଗୋଟିଏ ଆକାଉଣ୍ଟାଣ୍ଟ୍ ବିନା କମ୍ପାନୀ ଚଲାଇବା କଷ୍ଟକର । ଆକାଉଣ୍ଟାଣ୍ଟ୍ କମ୍ପାନୀର ଅନେକ ହିସାବ କିତାବ୍ ରଖିଥାଏ । ଲାଭ ଏବଂ କ୍ଷତି ର ଆକଳନ କରି ରିପୋର୍ଟ ପ୍ରଦାନ କରିଥାଏ । ଏହି ଚାକିରୀ କରିବା ପାଇଁ ଇକୋନୋମିକ୍ସ କିମ୍ବା କମର୍ସ ବେଗ୍ରାଉଣ୍ଡ୍ ହୋଇଥିବା ଭଲ । 

 

୬) ଫିଜିଓ ଥେରାପିଷ୍ଟ୍ – 

ଫିଜିଓ ଥେରାପିଷ୍ଟର କାମ ହେଉଛି ଫିଜିଓ ଥେରାପି ଦେବା । ଅନେକ ହସ୍ପିଟାଲ୍ , ନର୍ସିଂ ହୋମ୍ ଏବଂ ଫିଜିଓ ଥେରାପି ସେଣ୍ଟରରେ ଫିଜିଓ ଥେରାପିଷ୍ଟ୍ ମାନଙ୍କର ଆବଶ୍ୟକତା ପଡିଥାଏ । ତେବେ ଅନେକ ଫିଜିଓ ଥେରାପିଷ୍ଟ୍ ହୋମ୍ ସର୍ଭିସ୍ ଦେଇ ଭଲ ରୋଜଗାର କରୁଛନ୍ତି । ବୃଦ୍ଧ ବ୍ୟକ୍ତି ଏବଂ ଘରେ ଥିବା ରୋଗୀ ମାନଙ୍କୁ ଫିଜିଓ ଥେରାପି ଦେଇ ଭଲ ରୋଜଗାର କରୁଛନ୍ତି ଫିଜିଓ ଥେରାପିଷ୍ଟ୍ ।

Confused about the job ? Discover high-demand jobs in 2023 !

ଯଦି ଆପଣ ଚାକିରୀ ନକରି କେବଳ ହୋମ୍ ସର୍ଭିସ୍ ଦେବେ , ତାହେଲେ ବି ଆପଣ ନିଜ ସମୟ ଅନୁସାରେ ରୋଗୀ ମାନଙ୍କୁ ଫିଜିଓ ଥେରାପି ଦେଇପାରିବେ । ଦେଖିବାକୁ ଗଲେ ଗୋଟିଏ ପ୍ରକାର ଫ୍ରିଲାନ୍ସିଂ କାମ । କିନ୍ତୁ ଏଥିରେ ଭଲ ରୋଜଗାର ର ସମ୍ଭାବନା ଅଛି । ଆପଣ ଯଦି ଘରକୁ ଯାଇ ହୋମ୍ ସର୍ଭିସ୍ ଦେବାକୁ ଚାହାନ୍ତି ନାହିଁ ତେବେ ଆପଣ ଯେକୌଣସି ଫିଜିଓ ଥେରାପି ସେଣ୍ଟର କିମ୍ବା ହସ୍ପିଟାଲ୍ କିମ୍ବା ନର୍ସିଂ ହୋମ୍ ରେ ଫିଜିଓ ଥେରାପିଷ୍ଟ୍ ଭାବରେ କାମ କରିପାରିବେ । ଏଥିରେ ରୋଜଗାରକ୍ଷମ ହେବାର ଅଧିକ ସୁଯୋଗ ଅଛି ।

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )