Tuesday 7th May 2024
୩୨ବର୍ଷ ପରେ ଖୋଲିଲା ସିନେମା ହଲ୍‌

୩୨ବର୍ଷ ପରେ ଖୋଲିଲା ସିନେମା ହଲ୍‌

() ସିନେମା ଦେଖିବାକୁ କିଏ ବା ପସନ୍ଦ କରେ ନାହିଁ । ବଡ଼ ପରଦାରେ ସିନେମା ଦେଖିବାର ମଜ୍ଜା ହିଁ ଅଲଗା । ସାଧାରଣତଃ ଯୁବପିଢ଼ିଙ୍କ ମଧ୍ୟରେ ସିନେମା ଦେଖିବାର ଉତ୍ସାହ ଦେଖିବାକୁ ମିଳେ । ଆଉ ଆମ ଦେଶ ଭାରତର ସିନେମା କଥା ତ ପୁରା ନିଆରା କାରଣ ଏହା ବିଶ୍ୱ ପ୍ରସିଦ୍ଧ । ଭାରତ ବାହାରେ ଥିବା ଭାରତୀୟ ମାନେ ମଧ୍ୟ ଭାରତୀୟ ଚଳଚିତ୍ର ଦେଖିବାକୁ ବେସ୍ ପସନ୍ଦ କରନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଆମ ଭାରତରେ ଏପରି ଏକ ଜାଗା ଅଛି ଯେଉଁଠି ଦୀର୍ଘ ୩୨ବର୍ଷ ହେଲା ସେଠାରେ ଗୋଟିଏ ମଧ୍ୟ ସିନେମା ହଲ୍ ନଥିଲା । ଚଳଚିତ୍ର ଦେଖିବା ପାଇଁ ଲୋକ ୩୦୦ କିମିର ଯାତ୍ରା କରୁଥିଲେ । କିନ୍ତୁ ବର୍ତ୍ତମାନ କାଶ୍ମୀର ଉପତ୍ୟକାର ପ୍ରଥମ ମଲ୍ଟିପ୍ଲେକ୍ସ ଇନିକ୍ସ ଶ୍ରୀନଗରରେ ପ୍ରସ୍ତୁତ ହୋଇଛି ।Kashmir all set to get its first multiplex cinema after three decades | Latest News India - Hindustan Times

ସ୍ୱାଧୀନତାର ଏତେ ବର୍ଷ ପରେ ଜାମ୍ମୁ କାଶ୍ମୀର ପାଇଁ ଆସିଛି ଏକ ବଡ଼ ଖବର । କେହି କଳ୍ପନା କରିନଥିବେ କି ଏହି ରାଜ୍ୟରେ ବି ଖୁସି ଆସିପାରେ । କଳ୍ପନା ବାହାରେ ହୋଇଥିବା ଏହି ସିନେମା ହଲ୍ ଖୋଲାଯାଇଛି ଜାମ୍ମୁ କାଶ୍ମୀରର ଶୋପିଆନ ଏବଂ ପୁଲୱାମାରେ । ଏହି ସିନମା ହଲ୍‌କୁ ରବିବାର ଦିନ ଲୋକାର୍ପଣ କରିଛନ୍ତି ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା । ସେ କହିଛନ୍ତି କି ଏହି ସିନେମା ହଲ୍ ଖୋଲିବା ଦ୍ୱାରା ବହୁ ଯୁବକଙ୍କୁ ଚାକିରି କରିବାର ସୁଯୋଗ ମିଳିବ । ଏହା ସହ ଅନେକ ସୁବିଧା ସୁଯୋଗର ଲାଭ ମଧ୍ୟ ଉଠାଇ ପାରିବେ ଦର୍ଶକ ।  ସେ ଆହୁରି ମଧ୍ୟ କହିଛନ୍ତି କି କେନ୍ଦ୍ରଶାସିତ ଅଞ୍ଚଳର ଅନେକ ଯାଗାରେ ଏଭଳି ସିନେମା ହଲ ନିର୍ମାଣ କରାଯିବ । ଯାହାଫଳରେ ଯୁବପିଢ଼ିଙ୍କୁ ଚାକିରି କରିବାର ସୁଯୋଗ ମିଳିବ ।

Historic day': J&K L-G inaugurates cinema halls in Pulwama, Shopian | Latest News India - Hindustan Times

ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା- ଜାମ୍ମୁ କାଶ୍ମୀର ବିଶ୍ୱ ସିନେମା ସହିତ ଗଭୀର ସମ୍ପର୍କ ରହିଛି । ପୁଣି ଥରେ ଚଳଚିତ୍ର ନୀତି ଏବଂ ସୁବିଧା ଏହି ୟୁନିୟନ ଅଞ୍ଚଳକୁ ଏକ ସୁଟିଂ ଗନ୍ତବ୍ୟସ୍ଥଳରେ ପରିଣତ କରିବ ଏବଂ ପୁଣି ଚଳଚିତ୍ର ଉତ୍ପାଦନର ସୁବର୍ଣ୍ଣ ସମୟ ଫେରିବ । ଜାମ୍ମୁ କାଶ୍ମୀରର ଦକ୍ଷ ଯୁବକମାନେ ସଠିକ୍ ପ୍ଲାଟଫର୍ମ ଅଧୁନିକ ସୁବିଧା, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ସରକାର ଉଦ୍ୟମ କରୁଛନ୍ତି । ଲୋକମାନେ ରୋଜଗାର ପାଇବେ ସିନେମା ହଲ ପ୍ରତିଷ୍ଠା ସ୍ଥାନୀୟ ଲୋକଙ୍କୁ ରୋଜଗାର ଯୋଗାଇବ । ଏହି ସିନେମା ହଲ ଗୁଡ଼ିକ ସରକାରଙ୍କ ଯୁବ ମିଶନ ବିଭାଗ ଦ୍ୱାରା ପ୍ରତିଷ୍ଠିତ ହୋଇଛି । ଏଥିରେ ଜିଲ୍ଲା ପ୍ରଶାସନର ସହଯୋଗ ମଧ୍ୟ ନିଆଯାଇଥିଲା ।

After 30 Years, The Glory Of Cinema Returned To The Valley, Pulwama And Sh TOU - The Times Of Update

CATEGORIES
TAGS
Share This

COMMENTS

Wordpress (0)
Disqus (0 )