Friday 19th April 2024
ଜିତିଲା ୨୫କୋଟିର ଲଟେରୀ..ଖୋଲିଗଲା ଅଟୋବାଲାର ଭାଗ୍ୟ

ଜିତିଲା ୨୫କୋଟିର ଲଟେରୀ..ଖୋଲିଗଲା ଅଟୋବାଲାର ଭାଗ୍ୟ

ଉପରବାଲା ଜବଭି ଦେତା ଦେତା ଛପର୍ ଫାଡ୍ କେ !
ହିନ୍ଦୀର ଏକ ଚର୍ଚ୍ଚିତ ଲୋକକଥା ହିସାବରେ ଆପଣ ଏହାକୁ ନିଶ୍ଚିତ ଶୁଣିଥିବେ । ସତରେ ଏହି ଲୋକକଥାର ସତ୍ୟତାକୁ ନିଶ୍ଚିତ ରୂପେ କେହି ଅଙ୍ଗେ ଲିଭେଇଥିବେ । ସେଇଥିପାଇଁ ହିଁ ଏମିତି କୁହାଯାଏ । ଆଜି ବି ସେମିତି ଏକ ଖାସ୍ ଘଟଣା ବିଷୟରେ କଥା ହେବା । ଯାହା ପାଇଁ ଜଣଙ୍କର ଭାଗ୍ୟ କେମିତି ଅଚାନକ ଖୋଲିଯାଏ ସେ ବିଷୟରେ ଆପଣ ଧାରଣା ପାଇପାରିବେ । କେରଳର ଜଣେ ସାଧାରଣ ଅଟୋବାଲା ପ୍ରତ୍ୟେକ ଦିନ ନିଜ ଅଟୋ ଚଳାଇ ଘର ପୋଷନ୍ତି । ସେ କେବେ ବି ଭାବିନଥିବେ କି ଅଚାନକ ଏମିତି ଏକ ସମୟ ଆସିବ ଯେତେବେଳେ ସେ ଅଟୋବାଲା ରୁ କୋଟିପତି ହୋଇଯିବେ । ଆଉ ରାତାରାତି ତାଙ୍କର ସବୁକିଛି ବଦଳଯିବ ।
ଦୁଃଖର ପାହାଡ ଛିଡିଯାଇଥିବା ଅଟୋ ଡ୍ରାଇଭରଙ୍କ ଉପରେ ସତେ ଯେମିତି ଧନ ଲକ୍ଷ୍ମୀଙ୍କର କୃପା ବର୍ଷା ହେଲା ।

ପୂର୍ବରୁ ତାଙ୍କ ଆର୍ଥିକ ସ୍ଥିତି ସେତେ ଭଲ ନଥିଲା । ତେଣୁ ସେ ମାଲେସିଆରେ ରୋଷେୟା ଚାକିରି ପାଇଁ ବ୍ୟାଙ୍କରୁ ତିନି ଲକ୍ଷ ଲୋନ୍‌ ମାଗିଥିଲେ । କିନ୍ତୁ ଋଣ ମଞ୍ଜୁର ହେବାର ଗୋଟିଏ ଦିନ ପରେ ସେ ୨୫ କୋଟି ଲଟେରୀ ଲାଗିଗଲା। ଲଟେରୀ ଜିତିଥିବା ଅଟୋ ଡ୍ରାଇଭର ଅନୁପ ଶ୍ରୀବରହମର ବାସିନ୍ଦା । ଶନିବାର ଦିନ ସେ ଏକ TJ 750605 ନମ୍ଵରର ଟିକେଟ୍‌ କିଣିଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସେ କହିଛନ୍ତି ପୂର୍ବରୁ ସେ ଏକ ଟିକେଟ୍ କିଣିଥିଲେ ହେଲେ ତାଙ୍କୁ ପସନ୍ଦ ଆସିନଥିଲା, ପରେ ସେ ଆଉ ଏକ କିଣିଥିଲେ। ଯାହା ଦ୍ଵାରା ତାଙ୍କ ଲଟେରୀ ଲାଗିଥିଲା।

ପରେ ତାଙ୍କ ପାଖକୁ ଋଣ ସମ୍ପର୍କରେ ବ୍ୟାଙ୍କରୁ ଏକ କଲ ଆସିଥିଲା। ଯାହା ପରେ ସେ କହିଥିଲେ କି – ମୋର ଆଉ ଋଣ ଦରକାର ନାହିଁ । ମୁଁ ଆଉ ମାଲେସିଆ ଯାଉ ନାହିଁ । ଟିକସ କାଟିବା ପରେ ଅନୁପ ପ୍ରାୟ ୧୫ କୋଟି ଟଙ୍କା ଘରକୁ ନେଇଯିବେ। ଅନୁପ କହିଛନ୍ତି ଯେ ଗତ ୨୨ବର୍ଷ ଧରି ସେ ଲଟେରୀ ଟିକେଟ କିଣୁଛନ୍ତି। ସେ ଶହ ଶହ ଟିକେଟ ମଧ୍ୟରୁ ପ୍ରାୟ ୫ ହଜାର ଟଙ୍କା ଜିତିଛନ୍ତି। ହେଲେ କେବେ ଜିତିବାକୁ ଆଶା କରି ନଥିଲେ, ଯେତେବେଳେ ଫୋନ୍ ଚେକ୍ କଲେ, ଦେଖିଲେ କି ଲଟେରୀ ଜିତି ଯାଇଛନ୍ତି । ଯାହାକୁ ସେ ଆଦୌ ବିଶ୍ଵାସ କରି ପାରିଲେ ନାହିଁ ।  ଏହା ପରେ ସେ ତାଙ୍କ ପତ୍ନୀଙ୍କୁ ଦେଖାଇଥିଲେ ।

ଯେତେବେଳେ ଅନୁପଙ୍କୁ ପଚରାଗଲା ଯେ ସେ ଏତେ ଟଙ୍କା ସହିତ କଣ କରିବେ, ସେ ଉତ୍ତର କହିଥିଲେ କି ସେ ତାଙ୍କ ପରିବାର ପାଇଁ ଘର ନିର୍ମାଣ କରିବା ଏବଂ ଧାର କରଜ ସବୁ ସୁଜିବେ ।  ଏହା ବ୍ୟତୀତ ଅନୁପ କହିଛନ୍ତି ଯେ ସେ ତାଙ୍କ ସମ୍ପର୍କୀୟଙ୍କୁ ମଧ୍ୟ କିଛି ସାହାଯ୍ୟ କରିବେ, କିଛି ଦାନ କାମ କରିବେ ଏବଂ କେରଳର ହୋଟେଲ ସେକ୍ଟରରେ କିଛି ନୂଆ ଆରମ୍ଭ କରିବେ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )