Wednesday 24th April 2024
ଅନଲାଇନ୍ ସପିଙ୍ଗ୍ କଲେ ବ୍ୟାଙ୍କ ଏକାଉଣ୍ଟ ହେବ ଫାଙ୍କା

ଅନଲାଇନ୍ ସପିଙ୍ଗ୍ କଲେ ବ୍ୟାଙ୍କ ଏକାଉଣ୍ଟ ହେବ ଫାଙ୍କା

ଆଜି କାଲି ସମସ୍ତ ଙ୍କ ପାଖରେ ଅଛି ସ୍ମାର୍ଟ ଫୋନ୍ । ବର୍ତ୍ତମାନ ସମୟରେ ପ୍ରତ୍ୟେକ ଟି ଜିନିଷ ଅନଲାଇନ୍ ରେ ମିଳୁଛି । ଛୋଟ ପିଲା ହୁଅନ୍ତୁ କି ବୟସ୍କ ବ୍ୟକ୍ତି  ସମସ୍ତେ ବହୁଳ ମାତ୍ରା ରେ ଇଣ୍ଟରନେଟ୍ ର ବ୍ୟବହାର କରୁଛନ୍ତି । ତେବେ ବର୍ତ୍ତମାନ ସମୟରେ ସାଇବର କ୍ରାଇମ୍ ସହ ବଢିଛି ସାଇବର ଠକ ଙ୍କ ସଂଖ୍ୟା । କିଛି ବୁଝିବା ଆଗରୁ ଗୋଟେ ସେକେଣ୍ଡ ରେ ଏକାଉଣ୍ଟ ହେଉଛି ଫାଙ୍କା । ସ୍କାମରମାନେ ଆମାଜନ ଏବଂ ଫ୍ଲିପକାର୍ଟ ପରି ଇ-କମର୍ସ ସାଇଟରୁ ଡେଲିଭରି ଏଜେଣ୍ଟମାନଙ୍କ ଛଦ୍ମନାମ ବ୍ୟବହାର କରି ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସିଧାସଳଖ ଟଙ୍କା ଚୋରୀ କରୁଛନ୍ତି ।

ଆମାଜନ ଏବଂ ଫ୍ଲିପକାର୍ଟ ପରି ଇ-କମର୍ସ ସାଇଟଗୁଡ଼ିକ ଅନଲାଇନ୍ ଠକେଇର ମୁକାବିଲା ପାଇଁ ୱାନ ଟାଇମ୍ ପାସୱାର୍ଡ (ଓଟିପି) ଡେଲିଭରି  ଯାଞ୍ଚ  ପ୍ରକ୍ରିୟା ଆରମ୍ଭ କରିଥିଲା ।

ଲୋକଙ୍କୁ ଟାର୍ଗେଟ କରିବା ପାଇଁ ସର୍ବଦା ନୂଆ ଉପାୟ ଖୋଜୁଥିବା ସ୍କାମରମାନେ ବର୍ତ୍ତମାନ ଡେଲିଭରି ଏଜେଣ୍ଟ ଭାବରେ ବାହାରେ ବୁଲୁଛନ୍ତି । ଓଟିପି ଜରିଆରେ ଲୋକଙ୍କଠାରୁ ଟଙ୍କା ଚୋରୀ କରୁଛନ୍ତି । ଅନେକ ରିପୋର୍ଟ ହୋଇଥିବା ମାମଲା ଅନୁଯାୟୀ , ଏହି ସ୍କାମରମାନେ ଡେଲିଭରି ଏଜେଣ୍ଟ ଭାବରେ ଡେଲିଭରି ଲୋକେସନ୍ ରେ ପହଞ୍ଚି ଡେଲିଭରି ପୂର୍ବରୁ ଲୋକଙ୍କୁ ଓଟିପି ମାଗନ୍ତି ।

 

ସ୍କାମରମାନେ ତାକୁ ଟାର୍ଗେଟ କରନ୍ତି ଯେଉଁବ୍ୟକ୍ତି ମାନେ ଇ-କମର୍ସ ୱେବସାଇଟରୁ ବହୁତ ସପିଂ କରନ୍ତି କିମ୍ୱା ଯେଉଁମାନେ ନୂଆ ନୂଆ ସପିଂ କରନ୍ତି । ଡେଲିଭରି ଏଜେଣ୍ଟ ବୋଲି ଦର୍ଶାଇ ସେମାନେ ଆମାଜନ ଏବଂ ଫ୍ଲିପକାର୍ଟ କିମ୍ବା ଅନ୍ୟ ବୃହତ ଇ-କମର୍ସ ସାଇଟରୁ ପ୍ୟାକେଜ୍ ଡେଲିଭରି କରୁଛନ୍ତି ବୋଲି ଆଗରୁ ଟଙ୍କା ମାଗିଥାନ୍ତି । ତେବେ ପ୍ୟାକେଜ ପାଇବା ପରେ ବି ବ୍ୟାଙ୍କ ଓଟିପି ଦିଅନ୍ତୁ ନାହିଁ । କେବଳ ଇ-କମର୍ସ ସାଇଟ ର ଓଟିପି ହିଁ ଦିଅନ୍ତୁ ଏବଂ ଓପେନ୍ ବକ୍ସ ଡେଲିଭରି ର ସୁବିଧା ଥିଲେ ତାର ଫାଇଦା ଉଠାନ୍ତୁ । ଡେଲିଭରି ଏଜେଣ୍ଟ ଠାରୁ ପ୍ୟାକେଜ ନେଲାବେଳେ  ଏବଂ ପ୍ୟାକେଜ ଖୋଲିଲାବେଳେ ମୋବାଇଲ ରେ ଭିଡିଓ କରିପାରିବେ । କିଛି ଅସୁବିଧା ହେଲେ ଏହା ଆପଣଙ୍କୁ ପରେ ପ୍ରମାଣ ଭାବରେ ସାହାର୍ଯ୍ୟ କରିବ । ନିଜ ପ୍ୟାକେଜ ର ଠିକଣା ଏବଂ ସିକ୍ରେଟ ନମ୍ବର କୁ ମିଳାଇ ଠିକ ପ୍ୟାକେଜ ଚୟନ କରନ୍ତୁ । ଡେଲିଭରି ସମୟରେ ପ୍ୟାକେଜ କୁ ନେଇ  କିଛି ବି  ସନ୍ଧେୟ ଲାଗିଲେ ତୁରନ୍ତ ଇ-କମର୍ସ ସାଇଟ ର କଷ୍ଟମର କେୟାର କୁ କଲ୍ କରନ୍ତୁ । ନିଶ୍ଚିତ ହେଲାପରେ ଯାଇ ପ୍ୟାକେଜ କୁ ଗ୍ରହଣ କରନ୍ତୁ।

ନକଲି ଓଟିପି ସ୍କାମକୁ କିପରି ରୋକାଯାଇପାରିବ –

ନିଜ ବ୍ୟାଙ୍କ ଏଟିଏମ୍ କିମ୍ବା ଓଟିପି କାହା ସହିତ ସେୟାର କରନ୍ତୁ ନାହିଁ । ଯଦି କେହି ବ୍ୟକ୍ତି କୌଣସି କାରଣ ରୁ ଓଟିପି ମାଗୁଛନ୍ତି, ତେବେ ସେହି ବ୍ୟକ୍ତିଙ୍କ ପରିଚୟ ଯାଞ୍ଚ କରନ୍ତୁ । ଯେହେତୁ ଇ-କମର୍ସ କମ୍ପାନୀଗୁଡିକ ବେଳେବେଳେ ଡେଲିଭରି ପୂର୍ବରୁ ଏକ କୋଡ୍ ପଠାନ୍ତି ।

ଅବିଶ୍ୱାସୀ ଲିଙ୍କ ଉପରେ କଦାପି କ୍ଲିକ୍ କରନ୍ତୁ ନାହିଁ କିମ୍ବା ୱେବସାଇଟକୁ ଆପଣଙ୍କର ବ୍ୟକ୍ତିଗତ ସୂଚନା ଦିଅନ୍ତୁ ନାହିଁ ।

ଡେଲିଭରି ପ୍ରକ୍ରିୟାରେ ଦେୟକୁ ଏଡାଇବା ପାଇଁ ଅନଲାଇନ୍ ଦେୟ ଦେବାକୁ ଚେଷ୍ଟା କରନ୍ତୁ ।

ମନେରଖନ୍ତୁ ସ୍କାମରମାନେ ଲୋକଙ୍କୁ ଠକିବା ପାଇଁ ସର୍ବଦା ନୂତନ କୌଶଳ ବ୍ୟବହାର କରନ୍ତି । ସର୍ବଦା ସଚେତନ ରୁହନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )